< Jeremiah 1 >

1 Èyí ni ọ̀rọ̀ Jeremiah ọmọ Hilkiah ọ̀kan nínú àwọn àlùfáà ní Anatoti ní agbègbè ilẹ̀ Benjamini.
ବିନ୍ୟାମୀନ୍ ପ୍ରଦେଶୀୟ ଅନାଥୋତ୍‍ ନିବାସୀ ଯାଜକମାନଙ୍କର ମଧ୍ୟବର୍ତ୍ତୀ ହିଲ୍‍କୀୟଙ୍କ ପୁତ୍ର ଯିରିମୀୟଙ୍କ ବାକ୍ୟ;
2 Ọ̀rọ̀ Olúwa sì tọ̀ ọ́ wá ní ọdún kẹtàlá ní àkókò ìjọba Josiah ọmọ Amoni ọba Juda,
ଆମୋନ୍‍ର ପୁତ୍ର, ଯିହୁଦା ଦେଶର ରାଜା ଯୋଶୀୟର ରାଜତ୍ଵର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା।
3 àti títí dé àsìkò Jehoiakimu ọmọ Josiah ọba Juda, títí dé oṣù karùn-ún ọdún kọkànlá Sedekiah ọmọ Josiah ọba Juda, nígbà tí àwọn ará Jerusalẹmu lọ sí ìgbèkùn.
ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟଙ୍କର ରାଜତ୍ଵର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।
4 Ọ̀rọ̀ Olúwa sì tọ̀ mí wá, wí pé,
ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
5 “Kí ó tó di pé mo dá ọ láti inú ni mo ti mọ̀ ọ́n, kí ó sì tó di pé a bí ọ ni mo ti yà ọ́ sọ́tọ̀. Mo yàn ọ́ gẹ́gẹ́ bí wòlíì fún àwọn orílẹ̀-èdè.”
“ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବକ୍ତା କରି ନିଯୁକ୍ତ କରିଅଛୁ।”
6 Mo sọ pé, “Háà! Olúwa Olódùmarè, ọmọdé ni mí, èmi kò mọ bí a ṣe é sọ̀rọ̀.”
ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ! ଦେଖନ୍ତୁ, ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ।”
7 Olúwa sọ fún mi pé, “Má ṣe sọ pé, ‘Ọmọdé lásán ni mí.’ O gbọdọ̀ ní láti lọ sí ọ̀dọ̀ gbogbo àwọn tí mo rán ọ sí, kí o sì sọ ohun tí mo pàṣẹ fún ọ.”
ମାତ୍ର ସଦାପ୍ରଭୁ ମୋତେ କହିଲେ, “ମୁଁ ବାଳକ ବୋଲି କୁହ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ ଓ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
8 Olúwa sì wí pé má ṣe bẹ̀rù wọn, nítorí tí èmi wà pẹ̀lú rẹ èmi ó sì gbà ọ́.
ସେମାନଙ୍କ ସକାଶୁ ଭୀତ ହୁଅ ନାହିଁ; କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।”
9 Olúwa sì na ọwọ́ rẹ̀, ó sì fi kàn mí lẹ́nu, ó sì wí fún mi pé nísinsin yìí, mo ti fi ọ̀rọ̀ mi sí inú ẹnu rẹ.
ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ; ଆଉ, ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ;
10 Wò ó, mo yàn ọ́ lórí àwọn orílẹ̀-èdè àti ìjọba gbogbo láti fàtu, láti wó lulẹ̀, láti bàjẹ́, láti jágbà, láti máa kọ́, àti láti máa gbìn.
ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”
11 Ọ̀rọ̀ Olúwa sì tọ mí wá wí pé: “Kí ni o rí Jeremiah?” Mo sì dáhùn wí pé, “Mo rí ẹ̀ka igi almondi.”
ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”
12 Olúwa sì wí fún mi pé, “Ó ti rí i bí ó ṣe yẹ, nítorí pé mo ti ń ṣọ láti rí i pé ọ̀rọ̀ mi wá sí ìmúṣẹ.”
ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଭଲ ଦେଖିଅଛ; କାରଣ ଆମ୍ଭେ ଆପଣା ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଛୁ।”
13 Ọ̀rọ̀ Olúwa sì tún tọ̀ mi wá ní ẹ̀ẹ̀kejì pé, “Kí ni o rí?” Mo sì dáhùn pé mo rí ìkòkò gbígbóná, tí ó ń ru láti apá àríwá.
ପୁଣି, ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ଗୋଟିଏ ରନ୍ଧା ହଣ୍ଡା; ଦେଖୁଅଛି; ତହିଁର ମୁଖ ଉତ୍ତର ଦିଗରୁ (ଢଳିଅଛି)।”
14 Olúwa sì wí fún mi pé, “Láti apá àríwá ni a ó ti mu ìdààmú wá sórí gbogbo àwọn tí ó ń gbé ní ilẹ̀ náà.
ତହିଁରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶ ନିବାସୀ ସମସ୍ତଙ୍କ ଉପରେ ଅମଙ୍ଗଳ ମାଡ଼ି ଆସିବ।
15 Mo sì ti ṣetán láti pe gbogbo àwọn ènìyàn orílẹ̀-èdè àríwá níjà,” ni Olúwa wí. “Àwọn ọba wọn yóò wá gbé ìtẹ́ wọn ró ní ojú ọ̀nà àbáwọlé Jerusalẹmu. Wọn ó sì dìde sí gbogbo àyíká wọn àti sí gbogbo àwọn ìlú Juda.
କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟସମୂହର ସମୁଦାୟ ଗୋଷ୍ଠୀଙ୍କୁ ଡାକିବା; ତହିଁରେ ସେମାନେ ଆସି ଯିରୂଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ଓ ଯିହୁଦାର ନଗରସମୂହର ସମ୍ମୁଖରେ ଆପଣା ଆପଣା ସିଂହାସନ ସ୍ଥାପନ କରିବେ।
16 Èmi yóò sì kéde ìdájọ́ mi lórí àwọn ènìyàn mi nítorí ìwà búburú wọn nípa kíkọ̀ mí sílẹ̀, nípa rírúbọ sí ọlọ́run mìíràn àti sínsin àwọn ohun tí wọ́n fi ọwọ́ wọn ṣe.
ତହିଁରେ ସେମାନେ ଆମ୍ଭକୁ ପରିତ୍ୟାଗ କରିବାରେ ଓ ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାରେ ଓ ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ପ୍ରଣାମ କରିବାରେ ଯେଉଁ ଯେଉଁ ଦୁଷ୍ଟତା କରିଅଛନ୍ତି; ସେସକଳର ବିରୁଦ୍ଧରେ ଆମ୍ଭେ ଆପଣା ବିଚାର ପ୍ରକାଶ କରିବା।
17 “Wà ní ìmúrasílẹ̀! Dìde dúró kí o sì sọ fún wọn ohunkóhun tí mo bá pàṣẹ fún wọn. Má ṣe jẹ́ kí wọ́n dẹ́rùbà ọ́, èmi yóò sì sọ ọ́ di ẹ̀rù níwájú wọn.
ଏହେତୁ ତୁମ୍ଭେ ଆପଣା କଟି ବାନ୍ଧି ଉଠ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେମାନଙ୍କୁ କୁହ; ସେମାନଙ୍କ ସକାଶୁ ଉଦ୍‍ବିଗ୍ନ ହୁଅ ନାହିଁ; ହେଲେ, ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉଦ୍‍ବିଗ୍ନ କରିବା।
18 Ní òní èmi ti sọ ọ́ di ìlú alágbára, òpó irin àti odi idẹ sí àwọn ọba Juda, àwọn ìjòyè rẹ̀, sí àwọn àlùfáà àti àwọn ènìyàn ilẹ̀ náà.
କାରଣ ଦେଖ, ଆମ୍ଭେ ଆଜି ସମଗ୍ର ଦେଶ ବିରୁଦ୍ଧରେ, ଯିହୁଦାର ରାଜାଗଣ ବିରୁଦ୍ଧରେ, ତହିଁର ଅଧିପତିଗଣର ବିରୁଦ୍ଧରେ, ତହିଁର ଯାଜକମାନଙ୍କ ବିରୁଦ୍ଧରେ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ, ତୁମ୍ଭକୁ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ।
19 Wọn yóò dojú ìjà kọ ọ́, wọn kì yóò borí rẹ, nítorí wí pé èmi wà pẹ̀lú rẹ, èmi yóò sì gbà ọ́,” ni Olúwa wí.
ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।”

< Jeremiah 1 >