< Isaiah 66 >

1 Báyìí ni Olúwa wí: “Ọ̀run ni ìtẹ́ mi, ayé sì ni àpótí ìtìsẹ̀ mi. Níbo ni ilé tí ẹ ó kọ́ fún mi wà? Níbo ní ibi ìsinmi mi yóò gbé wà?
ସଦାପ୍ରଭୁ ଏହି କଥା କହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ-ସ୍ଥାନ ହେବ?
2 Kì í ha á ṣe ọwọ́ mi ló tí ṣe nǹkan wọ̀nyí, bẹ́ẹ̀ ni wọ́n sì wà?” ni Olúwa wí. “Eléyìí ni ẹni tí mo kà sí: ẹni náà tí ó rẹra rẹ̀ sílẹ̀ tí ó sì kẹ́dùn ní ọkàn rẹ̀, tí ó sì wárìrì sí ọ̀rọ̀ mi.
କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍‍, ଯେଉଁ ଲୋକ ଦୁଃଖୀ, ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।
3 Ṣùgbọ́n ẹni tí ó fi akọ màlúù rú ẹbọ ó dàbí ẹni tí ó pa ènìyàn kan àti ẹni tí ó bá fi ọ̀dọ́-àgùntàn kan tọrẹ, dàbí ẹni tí ó bẹ́ ajá kan lọ́rùn; ẹnikẹ́ni tí ó bá fi irúgbìn ìyẹ̀fun tọrẹ dàbí ẹni tí ó mú ẹ̀jẹ̀ ẹlẹ́dẹ̀ wá, ẹni tí ó bá sì sun tùràrí ìrántí, dàbí ẹni tí ó súre fún òrìṣà. Wọ́n ti yan ipa ọ̀nà tì wọ́n, ọkàn wọn pẹ̀lú sì láyọ̀ nínú ohun ìríra wọn,
ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;
4 fún ìdí èyí ni èmi pẹ̀lú yóò ṣe fi ọwọ́ líle mú wọn n ó sì mú ohun tí wọ́n bẹ̀rù rẹ̀ wá sórí wọn. Nítorí nígbà tí mo pè, kò sí ẹni tí ó dáhùn, nígbà tí mo sọ̀rọ̀, ẹnikẹ́ni kò tẹ́tí sílẹ̀. Wọ́n ṣe ohun búburú ní ojú mi wọ́n sì yan ohun tí mo kórìíra rẹ̀.”
ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।”
5 Ẹ gbọ́ ọ̀rọ̀ Olúwa, ẹ̀yin tí ẹ ń wárìrì nípasẹ̀ ọ̀rọ̀ rẹ̀: “Àwọn arákùnrin yín tí wọ́n kórìíra yín, tí wọ́n ta yín nù nítorí orúkọ mi, wí pé, ‘Jẹ́ kí a yin Olúwa lógo, kí a le rí ayọ̀ yín!’ Ṣùgbọ́n àwọn ni ojú yóò tì.
ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ “ତୁମ୍ଭେମାନେ, ତୁମ୍ଭେମାନେ ତାହାଙ୍କର ବାକ୍ୟ ଶୁଣ; ତୁମ୍ଭମାନଙ୍କର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ‘ଆମ୍ଭେମାନେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ;’ ମାତ୍ର ସେମାନେ ଲଜ୍ଜିତ ହେବେ।
6 Gbọ́ rògbòdìyàn láti ìlú wá, gbọ́ ariwo náà láti tẹmpili wá! Ariwo tí Olúwa ní í ṣe tí ó ń san án fún àwọn ọ̀tá rẹ̀ ohun tí ó tọ́ sí wọn.
ନଗରରୁ କଳହର ରବ, ମନ୍ଦିରରୁ ରବ, ଯେ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦିଅନ୍ତି, ସେହି ସଦାପ୍ରଭୁଙ୍କର ରବ!
7 “Kí ó tó lọ sí ìrọbí, ó ti bímọ; kí ó tó di pé ìrora dé bá a, ó ti bí ọmọkùnrin.
ବେଦନାର ପୂର୍ବେ ସେ ପ୍ରସବ କଲା; ଗର୍ଭବେଦନା ଆସିବା ପୂର୍ବେ ପୁତ୍ରସନ୍ତାନ ଭୂମିଷ୍ଠ ହେଲା।
8 Ta ni ó ti gbọ́ irú nǹkan bẹ́ẹ̀ rí? Ta ni ó ti rí irú nǹkan bẹ́ẹ̀ rí? Ǹjẹ́ a le bí orílẹ̀-èdè kan níjọ́ kan tàbí kí orílẹ̀-èdè lalẹ̀hù ní ìṣẹ́jú kan? Síbẹ̀síbẹ̀ Sioni bẹ̀rẹ̀ rírọbí bẹ́ẹ̀ ni ó sì bí àwọn ọmọ rẹ̀.
ଏପ୍ରକାର କଥା କିଏ ଶୁଣିଅଛି? ଏପ୍ରକାର କଥା କିଏ ଦେଖିଅଛି? ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ? କୌଣସି ଗୋଷ୍ଠୀୟ ଲୋକେ କି ଏକାବେଳେ ଜନ୍ମ ହେବେ? ସିୟୋନ ଗର୍ଭବେଦନା ପାଇବା ମାତ୍ରେ, ସେ ଆପଣା ସନ୍ତାନଗଣକୁ ପ୍ରସବ କଲା।
9 Ǹjẹ́ èmi a ha máa mú wá sí ìrọbí kí èmi má sì mú ni bí?” ni Olúwa wí. “Ǹjẹ́ èmi a ha máa ṣé ilé ọmọ nígbà tí mo ń mú ìbí wá?” Ni Ọlọ́run yín wí.
ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରସବକାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ? ତୁମ୍ଭର ପରମେଶ୍ୱର କହନ୍ତି, ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭରୋଧ କରିବା?
10 “Ẹ bá Jerusalẹmu yọ̀ kí inú yín kí ó sì dùn sí i, gbogbo ẹ̀yin tí ẹ fẹ́ràn rẹ̀; ẹ yọ̀ gidigidi pẹ̀lú rẹ̀, gbogbo ẹ̀yin tí ó ti kẹ́dùn fún un.
ହେ ଯିରୂଶାଲମକୁ ପ୍ରେମକାରୀ ସମସ୍ତେ, ତୁମ୍ଭେମାନେ ତାହା ସହିତ ଆନନ୍ଦ କର ଓ ତାହା ନିମନ୍ତେ ଉଲ୍ଲାସ କର; ତାହା ବିଷୟରେ ଶୋକକାରୀ ସମସ୍ତେ, ତୁମ୍ଭେମାନେ ଆନନ୍ଦ ସକାଶୁ ତାହା ସହିତ ଉଲ୍ଲାସ କର;
11 Nítorí pé ẹ̀yin yóò mu ẹ o sì ní ìtẹ́lọ́rùn nínú ọmú rẹ̀ tí ó tu ni lára, ẹ̀yin yóò mu àmuyó ẹ ó sì gbádùn nínú àkúnwọ́sílẹ̀ ọ̀pọ̀lọpọ̀ rẹ̀.”
ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।”
12 Nítorí báyìí ni Olúwa wí: “Èmi yóò fún un ní àlàáfíà gẹ́gẹ́ bí odò àti ọrọ̀ orílẹ̀-èdè gẹ́gẹ́ bí ìṣàn omi; ẹ̀yin yóò mu ọmú, a ó sì gbé yín ní apá rẹ̀ a ó bá yín ṣeré ní orúkún rẹ̀.
କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତାହା ଆଡ଼କୁ ନଦୀ ତୁଲ୍ୟ ଶାନ୍ତି ଓ ଉଚ୍ଛୁଳିବା ସ୍ରୋତ ତୁଲ୍ୟ ନାନା ଦେଶୀୟମାନଙ୍କ ଐଶ୍ୱର୍ଯ୍ୟ ବହାଇବା, ପୁଣି ତୁମ୍ଭେମାନେ ତହିଁରୁ ସ୍ତନ୍ୟପାନ କରିବ ଓ ତୁମ୍ଭେମାନେ ବାହୁରେ ବୁହାଯିବ ଓ ଆଣ୍ଠୁ ଉପରେ ନଚାଯିବ।
13 Gẹ́gẹ́ bí ìyá ti í tu ọmọ rẹ̀ nínú, bẹ́ẹ̀ ni èmi yóò tù yín nínú a ó sì tù yín nínú lórí Jerusalẹmu.”
ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।
14 Nígbà tí ẹ bá rí èyí, inú yín yóò dùn ẹ̀yin yóò sì gbilẹ̀ gẹ́gẹ́ bí i koríko; ọwọ́ Olúwa ni a ó sọ di mí mọ̀ fún àwọn ìránṣẹ́ rẹ̀, ṣùgbọ́n ìbínú rẹ̀ ni a ó fihàn fún àwọn ọ̀tá rẹ̀.
ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ୱିତ ହେବେ।
15 Kíyèsi i, Olúwa ń bọ̀ pẹ̀lú iná àti kẹ̀kẹ́ ogun rẹ̀ tí ó dàbí ìjì líle; òun yóò mú ìbínú rẹ sọ̀kalẹ̀ pẹ̀lú ìrunú, àti ìbáwí rẹ̀ pẹ̀lú ahọ́n iná.
କାରଣ ଦେଖ, ମହାତାପରେ ଆପଣାର କ୍ରୋଧ ଓ ପ୍ରଜ୍ୱଳିତ ଅଗ୍ନି ଦ୍ୱାରା ଆପଣା ଭର୍ତ୍ସନା ପ୍ରତିଦାନ କରିବା ପାଇଁ ସଦାପ୍ରଭୁ ଅଗ୍ନି ସହକାରେ ଆଗମନ କରିବେ ଓ ତାହାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।
16 Nítorí pẹ̀lú iná àti idà ni Olúwa yóò ṣe ìdájọ́ lórí i gbogbo ènìyàn, àti ọ̀pọ̀lọpọ̀ ni àwọn tí Olúwa yóò pa.
କାରଣ ସଦାପ୍ରଭୁ ଅଗ୍ନି ଦ୍ୱାରା ଓ ଆପଣା ଖଡ୍ଗ ଦ୍ୱାରା ଯାବତୀୟ ମର୍ତ୍ତ୍ୟ ସହିତ ବିବାଦ ନିଷ୍ପନ୍ନ କରିବେ; ତହିଁରେ ସଦାପ୍ରଭୁଙ୍କ ଦ୍ୱାରା ହତ ଲୋକ ଅନେକ ହେବେ।
17 “Gbogbo àwọn tí wọ́n ya ara wọn sí mímọ́ tí wọ́n sì sọ ara wọn di mímọ́ láti lọ sínú ọgbà, tí wọ́n tẹ̀lé ẹni tí ó wà láàrín àwọn tí ó jẹ ẹran ẹlẹ́dẹ̀ àti èkúté àti àwọn ohun ìríra mìíràn ni wọn yóò bá òpin wọn pàdé papọ̀,” ni Olúwa wí.
ସଦାପ୍ରଭୁ କହନ୍ତି, ଯେଉଁମାନେ ମଧ୍ୟବର୍ତ୍ତୀ ଏକ ଜଣର ପଶ୍ଚାତ୍‍ ଉଦ୍ୟାନକୁ ଯିବା ପାଇଁ ଆପଣାମାନଙ୍କୁ ପବିତ୍ର ଓ ଶୁଚି କରନ୍ତି, ଶୂକର ମାଂସ ଓ ଘୃଣ୍ୟ ଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ଏକତ୍ର ବିନଷ୍ଟ ହେବେ।
18 “Àti Èmi, nítorí ìgbésẹ̀ wọn àti èrò wọn, èmi ti múra tán láti wá kó àwọn orílẹ̀-èdè àti ahọ́n jọ, wọn yóò sì wá wo ògo mi.
କାରଣ ଆମ୍ଭେ ସେମାନଙ୍କର କ୍ରିୟା ଓ କଳ୍ପନାସବୁ ଜାଣୁ; ସର୍ବଦେଶୀୟ ଓ ଭାଷାବାଦୀ ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ।
19 “Èmi yóò sì gbé àmì kan kalẹ̀ láàrín wọn, èmi yóò sì rán díẹ̀ nínú àwọn tí ó sálà lọ sí àwọn orílẹ̀-èdè Tarṣiṣi, sí àwọn ará Libia àti Ludi, sí Tubali àti ará Giriki, àti sí àwọn erékùṣù tí ó jìnnà réré tí kò tí ìgbọ́ nípa òkìkí mi tàbí kí ó rí ògo mi. Wọn yóò kéde ògo mi láàrín àwọn orílẹ̀-èdè.
ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ, ତର୍ଶୀଶ, ପୂଲ୍‍ ଓ ଲୁଦ୍‍, ଯେଉଁମାନେ ଧନୁର୍ଦ୍ଧାରୀ, ତୁବଲ୍‍ ଓ ଯବନ, ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି, କିଅବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।
20 Wọn yóò sì mú àwọn arákùnrin yín wá, láti gbogbo orílẹ̀-èdè, sí òkè mímọ́ mi ní Jerusalẹmu gẹ́gẹ́ bí ọrẹ sí Olúwa lórí ẹṣin, lórí kẹ̀kẹ́ ẹrù àti ọkọ̀-ẹṣin, àti lórí ìbáaka àti ìbákasẹ,” ni Olúwa wí. “Wọn yóò kó wọn wá, gẹ́gẹ́ bí àwọn ọmọ Israẹli ti mú ọrẹ oníhóró wọn wá, sínú Tẹmpili Olúwa nínú ohun èlò mímọ́.
ପୁଣି, ସଦାପ୍ରଭୁ କହନ୍ତି, ଇସ୍ରାଏଲର ସନ୍ତାନଗଣ ଯେପରି ଶୁଚି ପାତ୍ରରେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତା ସମସ୍ତଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ନିମନ୍ତେ, ସର୍ବଦେଶୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ଅଶ୍ୱ, ରଥ ଓ ଚୌଦଳ, ଖଚର ଓ ଦ୍ରୁତଗାମୀ ପଶୁମାନଙ୍କ ଉପରେ ଆମ୍ଭର ପବିତ୍ର ପର୍ବତ ଯିରୂଶାଲମକୁ ଆଣିବେ।
21 Àti pé èmi yóò sì yan àwọn kan nínú wọn pẹ̀lú láti jẹ́ àlùfáà àti Lefi,” ni Olúwa wí.
ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ନିମନ୍ତେ ଲୋକ ଗ୍ରହଣ କରିବା, ଏହା ସଦାପ୍ରଭୁ କହନ୍ତି।
22 “Gẹ́gẹ́ bí àwọn ọ̀run tuntun àti ayé tuntun tí mo dá yóò ṣe wà níwájú mi títí láé,” ni Olúwa wí, “Bẹ́ẹ̀ ni orúkọ yín àti ìrandíran yín yóò pegedé.
କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି।
23 Láti oṣù tuntun kan dé òmíràn àti láti ọjọ́ ìsinmi kan dé òmíràn, ni gbogbo ọmọ ènìyàn yóò wá, wọn yóò sì tẹríba níwájú mi,” ni Olúwa wí.
ଆଉ, ଏକ ଅମାବାସ୍ୟାଠାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ଓ ଏକ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମବାର ପର୍ଯ୍ୟନ୍ତ ଯାବତୀୟ ମର୍ତ୍ତ୍ୟ ଆମ୍ଭ ସମ୍ମୁଖରେ ଭଜନା କରିବା ପାଇଁ ଆସିବେ, ଏହା ସଦାପ୍ରଭୁ କହନ୍ତି।
24 “Wọn yóò sì jáde lọ wọn yóò sì lọ wo òkú àwọn tí wọ́n dìtẹ̀ sí mi; kòkòrò wọn kì yóò kú, bẹ́ẹ̀ ni iná wọn ni a kì yóò pa, bẹ́ẹ̀ ni wọn yóò sì jẹ́ ohun ìríra fún gbogbo ọmọ ènìyàn.”
ପୁଣି, ସେମାନେ ବାହାରେ ଯାଇ, ଯେଉଁମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ସେହି ଲୋକମାନଙ୍କର ଶବ ଦେଖିବେ; କାରଣ ସେମାନଙ୍କର କୀଟ ମରିବ ନାହିଁ, କିଅବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ; ପୁଣି, ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ।”

< Isaiah 66 >