< Mika 6 >

1 Montie asɛm a Awurade reka: “Monsɔre na mommɔ mo nkuro wɔ mmepɔ no anim; momma nkokoɔ nte deɛ mowɔ ka.
ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ।
2 “Na afei Ao, mmepɔ, montie Awurade soboɔ; tie, asase nnyinasoɔ a ɛwɔ hɔ daa. Na Awurade wɔ asɛm a ɛtia ne nkurɔfoɔ; ɔrebɔ Israel soboɔ.
ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ।
3 “Me nkurɔfoɔ, ɛdeɛn na mayɛ mo? Mede adesoa bi asoa mo? Mommua me!
“ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ? ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ।
4 Meyii mo firii Misraim megyee mo firii nkoasom asase so. Mesomaa Mose bɛdii mo anim Aaron ne Miriam nso.
ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।
5 Me nkurɔfoɔ, monkae afotuo a Moabhene Balak, maeɛ ɛne mmuaeɛ a Beor babarima Balaam maeɛ. Monkae mo akwantuo a motu firii Sitim kɔɔ Gilgal, na monhunu Awurade akwantenenee.”
ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା ଓ ବିୟୋରର ପୁତ୍ର ବିଲୀୟମ୍‍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର, ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।”
6 Ɛdeɛn na memfa mmra Awurade anim mmɛkoto ɔsorosoro Onyankopɔn no? Memfa anantwie mma a wadi afe mmɛbɔ ɔhyeɛ afɔdeɛ wɔ nʼanim anaa?
“ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା ଓ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା? ଆମ୍ଭେ କି ହୋମବଳି ରୂପେ ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା?
7 Awurade ani bɛsɔ nnwennini mpempem ne ngo ɔpedu a ɛretene sɛ nsubɔntene anaa? Memfa mʼabakan mmɔ me bɔne ho afɔdeɛ, anaa me yafunu mu mma, me kra bɔne nti?
ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ? ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?”
8 Ɔde deɛ ɛyɛ akyerɛ wo, Ao onipa. Na ɛdeɛn na Awurade hwehwɛ afiri wo hɔ? Yɛ adetenenee, hunu afoforɔ mmɔbɔ, na wo ne wo Onyankopɔn nnante ahobrɛaseɛ mu.
ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
9 Montie! Awurade refrɛ kuropɔn no, Wo din suro yɛ nyansahu, “Monsuro Abaa no ne deɛ ɔmaa no tumi no.
ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। ତୁମ୍ଭେମାନେ ଦଣ୍ଡ ଓ ତନ୍ନିରୂପଣକାରୀଙ୍କୁ ମାନ।
10 Mo amumuyɛfoɔ, menkɔ so mma me werɛ mfiri mo ahonya a monam nsisie so apɛ, ne nkontompo susukora a ɛde nnome ba no anaa?
ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର ଓ ଘୃଣାଯୋଗ୍ୟ ସାନ ଐଫା ଅଛି?
11 Mennyae onipa a ɔkura nsania a wɔamia mu, ne nsisie nkariboɔ na ɔmfa ne ho nni anaa?
ଆମ୍ଭେ କି ଦୁଷ୍ଟତାର ନିକ୍ତିରେ ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା।
12 Adefoɔ a wɔwɔ mo mu no di akakabensɛm; mo nkurɔfoɔ no yɛ atorofoɔ na wɔn tɛkrɛma ka nnaadaasɛm.
ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ।
13 Ɛno enti, mafiri aseɛ resɛe mo, Mo bɔne ahodoɔ enti, mɛsɛe mo.
ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ।
14 Mobɛdidi, nanso moremmee; ɛkɔm bɛkɔ so ade mo. Mobɛboaboa ano nanso ɛrenkɔsi hwee, ɛfiri sɛ mede deɛ moakora no bɛma akofena.
ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା।
15 Mobɛdua nanso morentwa. Mobɛkyi ngo dua mu ngo, nanso morensra bi. Mobɛtiatia bobe so, nanso morennom nsã a mobɛnya afiri mu no bi.
ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; ତୁମ୍ଭେ ଜୀତଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ।
16 Moadi Omri mmara so. Moayɛ deɛ wɔyɛɛ wɔ Ahab efie. Moasua wɔn nneyɛeɛ no bi, ɛno enti mɛma ɔsɛeɛ aba mo so. Wɔbɛsere mo nkurɔfoɔ; na amanaman bɛbu mo animtia.”
କାରଣ ଅମ୍ରିଙ୍କର ବିଧି ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା ଓ ତହିଁର ନିବାସୀମାନଙ୍କୁ ଶୀସ୍‍ ଶବ୍ଦର ବିଷୟ କରିବା; ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।

< Mika 6 >