< Kutoka 20 >
1 Mungu alisema maneno yote haya:
ଏଥିଉତ୍ତାରେ ପରମେଶ୍ୱର ଏହିସବୁ କଥା କହିଲେ, ଯଥା,
2 Ndimi Bwana Mungu wenu, niliyewatoa katika ardhi Misri, nje ya nyumba ya utumwa.
“ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ ଅଟୁ।”
3 Msiwe na miungu mingine ila mimi tu.
ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।
4 Msijitengenezee sanamu za kuchonga kufananisha na kitu chochote kilichopo juu ya mbingu, chini ya ardhi, au ndani ya maji.
ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ।
5 Msipinde na kuabudu sanamu, mimi Yahweh Mungu wenu, ni Mungu mwenye wivu. Nitaadhibu uovu wa mabubu kwa kuleta adhabu juu ya kizazi, cha tatu hadi kizazi cha nne kwa wale wanao nichukia.
ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ, ପୁଣି, ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;
6 Ila nitaweka agano la uaminifu kwa maelfu watakao nipenda na kushika amri zangu.
ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ।
7 Usilitaje bure jina la Yahweh Mungu wako, sitkuwa na hatia kwa yeyote atakaye taja jina langu bure.
ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ; ଯେହେତୁ ଯେକେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।
8 Ikumbuke siku ya Sabato, na kunitengea.
ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର।
9 lazima ufanye kazi zako zote kwa siku sita.
ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
10 Ila siku ya saba ni Sabato kwaajili ya Yahweh Mungu wako. Siku hiyo usifanye kazi yoyote, wewe, au mwana wako, au binti yako, au mtumishi wako wakiume, au mtumishi wako mwanamke, au ng'ombe zako, au mgeni aliye ndani ya malango yako.
ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ।
11 Kwa siku sita Yahweh aliumba mbingu na nchi, bahari, na vitu vyote vilivyomo, na siku ya saba alipumzika. Kwa hiyo Yahweh aliibariki siku ya Sabato na kuitenga.
ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।
12 Waheshimu baba na mama yako, ili uweze kuishi miaka mingi duniani Yahweh Mungu wako ametoa.
ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର; ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।
ତୁମ୍ଭେ ନରହତ୍ୟା କରିବ ନାହିଁ।
14 Usifanye uasherati (usizini).
ତୁମ୍ଭେ ବ୍ୟଭିଚାର କରିବ ନାହିଁ।
15 Usiibe kwa mtu yoyote.
ତୁମ୍ଭେ ଚୋରି କରିବ ନାହିଁ।
16 Usishuhudie uongo dhidi ya jirani yako.
ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
17 Usitaman nyumba ya jirani yako; usitamani mke wa jirani yako, wala mtumishi wake wakiume, mtumishi wake mwanamke, ng'ombe wake, punda wake, au chochote cha jirani yako.
ତୁମ୍ଭେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟା, କି ଦାସ, କି ଦାସୀ, କି ତାହାର ଗୋରୁ, କି ଗଧ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।
18 Watu wote waliona radi na umeme, na kusikia sauti ya mbiu, na mlima ukitoa moshi. Watu walipoona hivo, walitetemeka na kusimama mbali.
ସେତେବେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ; ପୁଣି, ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ।
19 Wakamwambia Musa, ongea na sisi, na tutakusikiliza; lakini usiruhusu Mungu kuongea nasi, ama tutakufa.
ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ, ଆମ୍ଭେମାନେ ଶୁଣିବୁ; ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କହନ୍ତୁ, ନୋହିଲେ ଆମ୍ଭେମାନେ ମରିଯିବୁ।”
20 Musa akawaambia watu, “msiogope, Mungu alikuja kuwajaribu ili heshima yake iwe ndani yenu, kwa hiyo msitende dhambi.”
ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ୱର ଆସିଅଛନ୍ତି।”
21 hivyo watu walisimama mbali, na Musa alikaribia giza nene Mungu alipokuwa.
ତେଣୁ ଲୋକମାନେ ଦୂରରେ ଠିଆ ହୋଇ ରହିଲେ; ମାତ୍ର ଯେଉଁଠାରେ ପରମେଶ୍ୱର ଥିଲେ, ମୋଶା ସେହି ଘୋର ଅନ୍ଧକାର ନିକଟକୁ ଗମନ କଲେ।
22 Yahweh alimwambia Musa, “Ni lazima uwaambie hili Waisraeli: 'Wewe mwenyewe umeona niliongea na wewe kutoka mbinguni.
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ‘ଆମ୍ଭେ ଆକାଶରେ ଥାଇ ତୁମ୍ଭମାନଙ୍କ ସହିତ କଥା କହିଲୁ, ଏହା ତୁମ୍ଭେମାନେ ନିଜେ ଦେଖିଅଛ।
23 Misjitengenezee miungu mingine pamoja nami, miungu ya fedha au miungu ya dhahabu.
ଏହେତୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ, ଅନ୍ୟ ଦେବତାଗଣ ନିର୍ମାଣ କରିବ ନାହିଁ; ଆପଣାମାନଙ୍କ ନିମନ୍ତେ ରୌପ୍ୟମୟ ଦେବତା ଓ ସ୍ୱର୍ଣ୍ଣମୟ ଦେବତା ନିର୍ମାଣ କରିବ ନାହିଁ।
24 Tengenezeni madhabahu ya udongo kwa ajili yangu, na lazima mtoe sadaka ya kuteketeza, sadaka ya ushirika, kondoo, na ng'ombe. kila sehemu ntakapotaka jina langu liheshimiwe, nitakuja kwenu na kuwabariki.
ତୁମ୍ଭେ ଆମ୍ଭ ନିମନ୍ତେ ଏକ ମୃତ୍ତିକାର ବେଦି ନିର୍ମାଣ କରିବ, ପୁଣି, ତହିଁ ଉପରେ ତୁମ୍ଭର ଗୋମେଷାଦି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ; ଆମ୍ଭେ ଯେଉଁ ପ୍ରତ୍ୟେକ ସ୍ଥାନରେ ଆପଣା ନାମ ସ୍ମରଣ କରାଇବା, ସେହି ପ୍ରତ୍ୟେକ ସ୍ଥାନରେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ଆଶୀର୍ବାଦ କରିବା।
25 Kama mtatengeneza madhabahu ya mawe, msijenge na mawe yaiyokatika, na kama mtatumia vyombo vyenu juu yake, mtaweka unajisi.
ଯଦି ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବେଦି ନିର୍ମାଣ କରିବ, ତେବେ ଖୋଦିତ ପ୍ରସ୍ତରରେ ତାହା ନିର୍ମାଣ କରିବ ନାହିଁ; କାରଣ ତହିଁ ଉପରେ ତୁମ୍ଭେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର କରିବ।
26 msije juu ya madhabahu yangu kwa hatua zenu; hii ni ili msioneshe sehemu zenu za siri.”
ଆଉ ତୁମ୍ଭର ଉଲଙ୍ଗତା ଆମ୍ଭ ବେଦି ଉପରେ ଯେପରି ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାହାଚ ଦେଇ ଆମ୍ଭ ବେଦି ଉପରକୁ ଯିବ ନାହିଁ।’”