< Mambo ya Walawi 1 >
1 Mungu alimwita Musa na alisema naye kutoka kweye hema la kukutania, akasema,
ଏଥିଉତ୍ତାରେ ସଦାପ୍ରଭୁ ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ,
2 “Sema na wana wa Israeli na uwaambie, 'Mwanaume yeyote miongoni mwenu akileta sadaka kwa Bwana, aleta kama matoleo katika wanyama wako, iwapo mifugo au katika kundi.”
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ।
3 Kama matoleo yake ni ya sadaka ya kutekezwa kutoka katika kundi, atatoa dume asiyekuwa na kasoro. Atamtoa katika mlango wa kuingilia katika hema ya kukutania, ili iwe imekubaliwa mbele za Bwana.
ସେ ଯଦି ଗୋଠରୁ (ଗାଈଗୋରୁ ପଲରୁ) ହୋମାର୍ଥକ ବଳି ଉତ୍ସର୍ଗ କରେ, ତେବେ ନିଖୁନ୍ତ ପୁଂପଶୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ; ଯେପରି ତାହା ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବ।
4 Ataweka mikono yake kichwani pa sadaka ya kuteketezwa, na ndipo itakuwa imekubaliwa badala yake kufanya upatanisho kwa ajili yake mwenyewe.
ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ।
5 Ndipo atapaswa kuchinja ng'ombe mbele ya Bwana. Watoto wa Aroni, makuhani wataleta damu na kuinyunyizia katika madhabahu iliyo katika mlango wa kuingilia katika hema la kukutania.
ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି ଉପର ଚାରିଆଡ଼େ ଛିଞ୍ଚିବେ।
6 Ndipo ataichuna sadaka ya kuteketezwa na kuikata vipande.
ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ।
7 Kisha wana wa Haruni kuhani wataweka moto katika madhabahu na kuweka kuni ili kuchochea moto.
ଏଥିଉତ୍ତାରେ ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ।
8 Wana wa Haruni, makuhani wataweka vipande, kichwa na mafuta, watazipanga juu ya kuni zilizoko juu ya moto ulio madhabahuni.
ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ପଶୁର ଖଣ୍ଡସକଳ, ମସ୍ତକ ଓ ମେଦ ସଜାଇ ରଖିବେ।
9 Lakini matumbo yake na miguu lazima ataiosha kwa maji. Kisha kuhani atateketeza kila kitu kilicho juu ya madhabahu kama sadaka ya kuteketeza. Italeta harufu nzuri sana kwangu; itakuwa sadaka iliyotolewa kwa moto kwa ajili yangu.
ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
10 Kama sadaka kwa ajili ya sadaka ya kuteketeza kutoka kundi, kondoo au mbuzi, lazima atoe dume asiye na kasoro.
ଆଉ ଯଦି ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ,
11 Lazima atamchinja juu ya madhabahu iliyo katika upande wa kaskazini mbele ya Bwana. Wana wa Haruni makuhani, watanyunyiza damu kila upande wa madhabahu.
ତେବେ ସେ ନିଖୁନ୍ତ ପୁଂପଶୁ ଘେନି ସଦାପ୍ରଭୁଙ୍କ ସମ୍ମୁଖରେ ଯଜ୍ଞବେଦିର ଉତ୍ତର ଦିଗରେ ବଧ କରିବ; ପୁଣି ହାରୋଣର ପୁତ୍ର ଯାଜକଗଣ ବେଦିର ଉପର ଚତୁର୍ଦ୍ଦିଗରେ ତାହାର ରକ୍ତ ଛିଞ୍ଚିବେ।
12 Kisha ataikata katika vipande, pamoja na kichwa na mafuta yake, kuhani atavipanga juu ya kuni zilizo katika moto ulio madhabahuni,
ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରିବ; ତହିଁରେ ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ।
13 lakini matumbo yake na miguu yake lazima ioshwe kwa maji. Kisha kuhani atatoa yote na kuiteketeza juu ya madhabahu. Ni sadaka ya kuteketezwa, italeta harufu nzuri kwa ajili ya Bwana; itakuwa sadaka ya Bwana iliyotolewa kwa moto.
ମାତ୍ର ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କରିବ; ତହୁଁ ଯାଜକ ସେହି ସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
14 Kama sadaka yake kwa Bwana itakuwa ni sadaka ya kuteketezwa ni ndege, ndipo ataleta kama sadaka yake aidha ni huwa au kinda la njiwa.
ଆଉ ଯଦି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀମାନଙ୍କ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ କପୋତ ଅବା ପାରାଛୁଆ ମଧ୍ୟରୁ ତାହା ନେବ।
15 Kuhani ataileta madhabahuni, atamnyonga kichwa chake, na kuiteketeza juu ya madhabahu. Kisha damu yake itachuruzishwa juu ya pande za madhabahu.
ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ; ଆଉ ତାହାର ରକ୍ତ ବେଦି ପାର୍ଶ୍ୱରେ ନିଗାଡ଼ିବ।
16 Kisha atakiondoa kibofu chake pamoja na uchafu wake, na kukiweka upande wa mashariki mwa madhabahu, katika sehemu ya majivu.
ଏଥିଉତ୍ତାରେ ସେ ତାହାର ମଳ ସହିତ ଗଳା ଥଳୀ ଘେନି ବେଦିର ପୂର୍ବପାର୍ଶ୍ଵସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ।
17 Kisha atapasua mabawa yake, lakini hatagawanya katika vipande viwili. Kisha Kuhani atamtekeza katika madhabahu, juu ya kuni amabazo ziko juu ya moto. Itakuwa sadaka ya kuteketezwa, na italeta harufu nzuri sana kwa Bwana; itakuwa sadaka ya Bwana iliyotolewa kwa moto.
ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ; ପୁଣି ଯାଜକ ବେଦି ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ, ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।