< Matendo 7 >
1 Ndipo kuhani mkuu akamuuliza Stefano, “Je, mashtaka haya ni ya kweli?”
୧ବଡ୍ ପୁଜାରି ତିପାନ୍କେ ପାଚାର୍ଲା, “ତର୍ ବିରୁଦେ କଇବା ଏ ସବୁ କାତା ସତ୍ କି?”
2 Stefano akajibu, “Ndugu zangu na baba zangu, nisikilizeni! Mungu wa utukufu alimtokea baba yetu Abrahamu, alipokuwa bado yuko Mesopotamia, kabla hajaishi Harani,
୨ତିପାନ୍ କଇଲା, “ଇତି ରଇବା ମର୍ ବାଇମନ୍ ଆରି ବାବାମନ୍ ଅଲପ୍ ସୁନା, ଆମର୍ ଆନିଦାଦି ଅବ୍ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍ତୁ ମଇମା କର୍ବା ପର୍ମେସର୍ ମେସପଟାମିଆଇ ଦେକାଇଅଇଲା ।”
3 akamwambia, ‘Ondoka kutoka nchi yako na kutoka kwa jamii yako, uende hadi nchi nitakayokuonyesha.’
୩ଆରି ତାକେ କଇଲା, 'ତମର୍ ଦେସ୍ ଆରି ତମର୍ କୁଟୁମ୍କେ ଚାଡିକରି ମୁଇ ଜନ୍ ଦେସ୍ ଦେକାଇବି, ସେ ଦେସେ ଜା ।
4 “Hivyo aliondoka katika nchi ya Wakaldayo akaenda kukaa Harani. Baada ya kifo cha baba yake, Mungu akamtoa huko akamleta katika nchi hii ambayo mnaishi sasa.
୪ତେବର୍ପାଇ ସେ ତାର୍ ଦେସ୍ ଚାଡିକରି ଆରାନ୍ ନାଉଁର୍ ଗଟେକ୍ ଦେସେ ବାସା ଅଇବାକେ ଗାଲା । ଅବ୍ରାଆମର୍ ବାବା ମଲା ପଚେ, ପର୍ମେସର୍ ତାକେ, ତମେ ରଇବା ଏ ଦେସେ ଆନ୍ଲା ।
5 Mungu hakumpa urithi wowote katika nchi hii, hakumpa hata mahali pa kuweka wayo mmoja. Bali Mungu alimwahidi kuwa yeye na uzao wake baada yake wangeirithi hii nchi, ingawa wakati huo Abrahamu hakuwa na mtoto.
୫ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏ ଦେସେ କାଇ ଅଦିକାର୍ କି ପାଦେକ୍ ଜମି ମିସା ଦେଇ ନ ରଇଲା । ମାତର୍ ତାକେ ଏ ଦେସ୍ ପଚେ ଦେବାକେ ପର୍ମେସର୍ କାତାଦେଇରଇଲା । ଆରି ସେଟା ତାର୍ ନାତିତିତି ମନର୍ ପାଇ ଅଇସି ବଲି ସପତ୍ କଲା । ପର୍ମେସର୍ ଏ କାତା ଦେଇରଇଲା ବେଲେ ଅବ୍ରାଆମ୍କେ ପିଲାଟକି ନ ଅଇରଇଲା ।
6 Mungu akasema naye hivi: ‘Wazao wako watakuwa wageni kwenye nchi ambayo si yao, nao watafanywa watumwa na kuteswa kwa miaka mia nne.’
୬ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏନ୍ତିବଲି କଇରଇଲା, “ତମର୍ ନାତିତିତିମନ୍ ବିନ୍ ଦେସେ ଚାଲିସ୍ ବରସ୍ ଜାକ ଗତି ଅଇକରି ରଇବାଇ । ସେ ଦେସର୍ ଲକ୍ ସେମନ୍କେ କରାପ୍ ଚଲାଚଲ୍ତି ଦେକାଇବାଇ ।
7 Mungu akasema, ‘Lakini mimi nitaliadhibu taifa watakalolitumikia kama watumwa, na baadaye watatoka katika nchi hiyo na wataniabudu mahali hapa.’
୭ମାତର୍ ସେମନ୍ ଜନ୍ ଲକ୍ମନର୍ ସେବା କର୍ବାଇ, ମୁଇ ସେ ଲକ୍ମନ୍କେ ବିଚାର୍ କର୍ବି । ପଚେ ତମର୍ ନାତିତିତିମନ୍ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍ ଉପାସନା କର୍ବାଇ ।”
8 Ndipo akampa Abrahamu Agano la tohara. Naye Abrahamu akamzaa Isaki na kumtahiri siku ya nane. Baadaye Isaki akamzaa Yakobo, naye Yakobo akawazaa wale wazee wetu kumi na wawili.
୮ତାର୍ପଚେ ପର୍ମେସର୍ ଅବ୍ରାଆମର୍ ସଙ୍ଗ୍ କାତାଦେଇ ରଇବା ରାଜିନାମାର୍ ଚିନ୍ ଇସାବେ ସୁନତ୍ କର୍ବା ବିଦି ତିଆର୍ କଲା । ଇସାକ୍ ଜନମ୍ ଅଇ ଆଟ୍ଦିନ୍ ପଚେ ଅବ୍ରାଆମ୍ ତାକେ ସୁନତ୍ କଲା । ପଚେ ଇସାକ୍ ତାର୍ ପଅ ଜାକୁବ୍କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍ ତାର୍ ବାର୍ଟା ପଅମନ୍କେ ସୁନତ୍ କଲା, ଜନ୍ ଲକ୍ମନ୍ କି ଆମର୍ ଡାକ୍ପୁଟା ସଙ୍ଗ୍ ରଇବା ଆନିଦାଦିମନ୍ ।
9 “Kwa sababu wazee wetu walimwonea wivu Yosefu ndugu yao, walimuuza kama mtumwa huko Misri. Lakini Mungu alikuwa pamoja naye.
୯“ଜାକୁବର୍ ପଅମନ୍ ତାକର୍ ସାନ୍ ବାଇ ଜସେପ୍କେ ଇଁସା ଅଇକରି, ମିସର୍ ଦେସର୍ ବେବାରିମନ୍କେ ବିକିଦେଲାଇ । ମାତର୍ ପର୍ମେସର୍ ଜସେପର୍ ସଙ୍ଗ୍ ରଇଲା ।
10 Akamwokoa kutoka mateso yote yaliyompata, tena akampa kibali na hekima aliposimama mbele ya Farao, mfalme wa Misri, ambaye alimweka kuwa mtawala juu ya Misri na juu ya jumba lote la kifalme.
୧୦ଆରି ସବୁ ଦୁକ୍ କସ୍ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍ ମିସର୍ ରାଜାର୍ ମୁଆଟେ ଟିଆଅଇଲା, ପର୍ମେସର୍ ତାକେ ଗିଆନ୍ ଦେଲା । ଆରି ସବୁଲକ୍ ମନ୍କଲାପାରା ଚଲାଚଲ୍ତି ଦେଲା । ପାର ରାଜା ଜସେପ୍କେ ସେ ଦେସର୍ ସାସନ୍କାରିଆ ଆରି ତାର୍ କୁଟୁମର୍ ସବୁ ଦେକାରକା କର୍ବା ଦାଇତ୍ ସର୍ପି ଦେଲା ।
11 “Basi kukawa na njaa katika nchi yote ya Misri na Kanaani, ikasababisha dhiki kubwa, nao baba zetu wakawa hawana chakula.
୧୧ଜସେପ୍ ସାସନ୍କାରିଆ ରଇଲାବେଲେ ମିସର୍ ଆରି କିଣାନ୍ ଦେସେ ମର୍ଡି ଅଇଲା ଜେ ଲକ୍ମନ୍ ବେସି ଅଇରାନ୍ ଅଇଗାଲାଇ । ସେବେଲେ ଆମର୍ ଆନିଦାଦିମନ୍କେ କାଇଟା ମିସା କାଇବାଟା ମିଲେନାଇ ।
12 Lakini Yakobo aliposikia kwamba kuna nafaka huko Misri, aliwatuma baba zetu, wakaenda huko kwa mara yao ya kwanza.
୧୨ମିସର୍ ଦେସେ ଦାନ୍ ମିଲ୍ସି, ବଲି ସୁନି ଜାକୁବ୍ ପର୍ତୁମ୍ତର୍ ତାର୍ ପିଲାମନ୍କେ କାଦି ଗେନ୍ବାକେ ପାଟାଇଲା । ଜେକି ଆମର୍ ଆନିଦାଦିମନ୍ ଅଇବାଇ ।
13 Walipokwenda mara ya pili, Yosefu alijitambulisha kwa ndugu zake, nao ndugu zake Yosefu wakajulishwa kwa Farao.
୧୩ତେଇ ସେମନ୍ ପଚର୍ ପାଲି ଗାଲାବେଲେ ଜସେପ୍ ତାର୍ ନିଜର୍ ବାଇମନ୍କେ ଚିନାଇ ଅଇଲା ଆରି ମିସରର୍ ରାଜା ପାର ଜସେପର୍ କୁଟୁମ୍କେ ଜାନ୍ଲା ।
14 Ndipo Yosefu akawatuma kumleta Yakobo baba yake pamoja na jamaa yake yote, jumla yao walikuwa watu sabini na watano.
୧୪ତାର୍ ପଚେ ଜସେପ୍ ତାର୍ ବାବା ଜାକୁବ୍ ଆରି ତାର୍ କୁଟୁମର୍ ସବୁକେ ମିସାଇ ସତୁରି ପାଁଚ୍ ଲକ୍କେ ମିସରେ ଆଇବାକେ କବର୍ ପାଟାଇଲା ।
15 Hivyo Yakobo akaenda Misri ambako yeye na baba zetu walifia.
୧୫ଜାକୁବ୍ ମିସର୍ ଦେସେ ଗାଲା, ତେଇ ସେ, ତାର୍ ପଅମନର୍ ମରନ୍ ଅଇଲା ।
16 Miili yao ilirudishwa Shekemu na kuzikwa katika kaburi ambalo Abrahamu alinunua kutoka kwa wana wa Hamori kwa kiasi fulani cha fedha.
୧୬ସେମନର୍ ମଲା ଗାଗଡ୍ ସେକିମେ ନେଲାଇ । ଆରି ଅବ୍ରାଆମ୍ କେତେକ୍ ଡାବୁଦେଇ ଆମ୍ ନାଉଁର୍ ଗଟେକ୍ କୁଟୁମେ ଅନି ଗେନ୍ଲା ମସ୍ନେ ନେଇ ସେମନ୍କେ ସଙ୍ଗଇଲାଇ ।”
17 “Lakini wakati ulipokuwa unakaribia wa kutimizwa kwa ile ahadi ambayo Mungu alikuwa amempa Abrahamu, watu wetu walizidi kuongezeka sana huko Misri.
୧୭ପର୍ମେସର୍ ଅବ୍ରାଆମ୍ ଜନ୍ ସପତ୍ ଦେଇ ରଇଲା ସେଟା ସିଦ୍ଅଇଲା । ମିସର୍ଦେସେ ଆମର୍ ଜାତିର୍ ଲକ୍ମନ୍ ବେସି ବଡି ଗାଲାଇ ।
18 Ndipo mfalme mwingine ambaye hakujua lolote kuhusu Yosefu akatawala Misri.
୧୮ସାରାସାରି, ଜସେପର୍ ବିସଇ ଜାନି ନ ରଇବା ଗଟେକ୍ ରାଜା, ମିସର୍ ଦେସ୍ ସାସନ୍ କଲା ।
19 Huyu mfalme akawatendea watu wetu hila na kuwatesa baba zetu kwa kuwalazimisha wawatupe watoto wao wachanga ili wafe.
୧୯ସେ ଆମର୍ ଆନିଦାଦିମନ୍କେ ବେସି ନାଡାଇଲା । ଆରି ବେସି ଅଇରାନ୍ କଲା । ସେମନର୍ କଅଁଲା ପିଲାମନ୍କେ ନିପାତ୍ କରି ବାଇରେ ପିଙ୍ଗି ଦେବାକେ ଆଦେସ୍ ଦେଲା ।
20 “Wakati huo Mose alizaliwa, naye hakuwa mtoto wa kawaida. Akalelewa nyumbani kwa baba yake kwa muda wa miezi mitatu.
୨୦ସେ ବେଲାଇ ମସା ଜନମ୍ ଅଇଲା । ସେ ଗଟେକ୍ ବେସି ସୁନ୍ଦର୍ ପିଲା ରଇଲା । ତାକେ ତିନ୍ ମାସ୍ ଜାକ ଗରେସେ ପସ୍ଲାଇ ।
21 Waliposhindwa kumficha zaidi, wakamweka nje mtoni na binti Farao akamchukua akamtunza kama mtoto wake mwenyewe.
୨୧ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍ କନିଆ ତାକେ ମିଲାଇକରି ନିଜର୍ ପିଲାପାରା ପସ୍ପାଲ୍ କଲା ।
22 Mose akafundishwa hekima yote ya Wamisri, akawa mtu hodari kwa maneno na matendo.
୨୨ମିସର୍ ଦେସେ ଜେତ୍କି ଗିଆନ୍ ରଇଲା, ସେ ସବୁ ଗିଆନ୍ ମସାକେ ସିକାଇଲାଇ । ସେ ବଡିକରି ତାର୍ କାତାବାର୍ତା ଆରି କାମର୍ ଲାଗି ଗଟେକ୍ ଡାକ୍ପୁଟା ଲକ୍ ବଲାଇଅଇଲା ।
23 “Mose alipokuwa na umri wa miaka arobaini aliamua kuwatembelea ndugu zake Waisraeli.
୨୩ଜେଡେବେଲେ ମସାକେ ଚାଲିସ୍ ବରସ୍ ଅଇଲା, ସେ ତାର୍ ଇସ୍ରାଏଲର୍ ବାଇମନ୍ କାମ୍ କର୍ବା ଜାଗା ଦେକ୍ବାକେ ମନ୍କଲା ।
24 Aliona mmoja wao akidhulumiwa na Mmisri, akamtetea yule aliyeonewa, akampiga yule Mmisri akamuua kulipiza kisasi.
୨୪ଇସ୍ରାଏଲିଅ ମନର୍ ବିତ୍ରେଅନି ଗଟେକ୍କେ ମିସରିୟର୍ ଗଟେକ୍ ଲକ୍ ସାଦ୍ବାନ୍ଦ୍ କର୍ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
25 Mose alidhani kuwa ndugu zake wangetambua kwamba Mungu anamtumia ili kuwaokoa, lakini wao hawakuelewa.
୨୫ମସା ବାବିରଇଲା, ସେମନ୍କେ ମୁକ୍ଲାଇବାକେ ପର୍ମେସର୍ ତାକେ ବାଚ୍ଲାଆଚେ ବଲି ତାର୍ ନିଜର୍ ବାଇମନ୍ ଏତାଇବାଇ । ମାତର୍ ସେମନ୍ ସେଟା ବୁଜତ୍ନାଇ ।
26 Siku iliyofuata Mose aliwakuta Waisraeli wawili wakigombana, akajaribu kuwapatanisha kwa kuwaambia, ‘Enyi watu, ninyi ni ndugu, mbona mnataka kudhulumiana?’
୨୬ତାର୍ ଆର୍କର୍ ଦିନେ ଦୁଇଟା ଇସ୍ରାଏଲିଅ ମନ୍ ମାରାମାରି ଅଇତେରଇବାଟା ଦେକ୍ଲା । ଆରି ସେମନ୍ ମିସତ୍ ବଲି ବୁଜାଇବାକେ ଚେସ୍ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍ତା ଇସ୍ରାଏଲର୍ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍ନି?”
27 “Lakini yule mtu aliyekuwa akimdhulumu mwenzake akamsukuma Mose kando, akamuuliza, ‘Ni nani aliyekufanya mtawala na mwamuzi juu yetu?
୨୭ମାତର୍ ଜନ୍ ଲକ୍ ଆରିଗଟେକ୍ ଲକ୍କେ କାରାପ୍ କାତା କଇ ଲାଗ୍ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବା ଅଦିକାର୍, କେ ତକେ ଦେଇଆଚେ?
28 Je, unataka kuniua kama ulivyomuua yule Mmisri jana?’
୨୮କାଲି ଜେନ୍ତି ଗଟେକ୍ ମିସରିୟକେ ମରାଇଲୁସ୍, ସେନ୍ତି ମକେ ମିସା ମରାଇବାକେ ମନ୍ କଲୁସ୍ନି କି?”
29 Mose aliposikia maneno haya, alikimbilia huko Midiani alikokaa kama mgeni, naye akapata watoto wawili wa kiume.
୨୯ଏଟା ସୁନିକରି ମସା ମିସର୍ଦେସେଅନି ଉଟିପାଲାଇଲା ଆରି ମିଦିଅନ୍ ଦେସେ ଜାଇ ବାସାକଲା । ତେଇ କେତେ ବରସ୍ ରଇକରି ଆରି ତାର୍ ଦୁଇଟା ପିଲା ଜନମ୍ ଅଇଲାଇ ।
30 “Basi baada ya miaka arobaini kupita, malaika wa Mungu akamtokea Mose jangwani karibu na Mlima Sinai katika kichaka kilichokuwa kinawaka moto.
୩୦“ଚାଲିସ୍ ବରସ୍ ରଇଲା ପଚେ, ମରୁବାଲି ରଇବା ଜାଗାର୍ ସିନୟ ନାଉଁର୍ ପର୍ବତେ ଗଟେକ୍ ଜଇ ଲାଗ୍ବା ବୁଟାର୍ ମଜାଇ ପର୍ମେସରର୍ ଗଟେକ୍ ଦୁତ୍, ମସାକେ ଦେକାଇ ଅଇଲା ।”
31 Alipoona mambo haya, alishangaa yale maono. Aliposogea ili aangalie kwa karibu, akaisikia sauti ya Bwana, ikisema:
୩୧ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍ ନିକକରି ଦେକ୍ବି ବଲି ବୁଟା ଲଗେ ଗାଲା । ମାତର୍ ତେଇ ସେ ମାପ୍ରୁର୍ କାତା ସୁନ୍ଲା ।
32 ‘Mimi ndimi Mungu wa baba zako, Mungu wa Abrahamu, Isaki na Yakobo.’ Mose alitetemeka kwa hofu na hakuthubutu kutazama.
୩୨“ମୁଇ ତମର୍ ଆନିଦାଦି ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ପର୍ମେସର୍ ।” ମସା ଡରିକରି ତର୍ତର୍ ଗଜ୍ଗଜ୍ ଅଇ ଦେକ୍ବାର୍ ନାପାର୍ଲା ।
33 “Ndipo Bwana akamwambia, ‘Vua viatu vyako kwa maana mahali unaposimama ni patakatifu.
୩୩ମାପ୍ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍ । କାଇକେବଇଲେ ତୁଇ ଜନ୍ ଜାଗାଇ ଟିଆଅଇଆଚୁସ୍, ସେଟା ସୁକ୍ଲା ଜାଗା ।
34 Hakika nimeona mateso ya watu wangu huko Misri. Nimesikia kilio chao cha uchungu, nami nimeshuka ili niwaokoe. Basi sasa njoo, nami nitakutuma Misri.’
୩୪ମିସର୍ ଦେସେ ମର୍ ଲକ୍ମନ୍ କସ୍ଟ ଅଇବାଟା ଦେକିଆଚି । ମୁଇ ସେମନର୍ କାନ୍ଦାବୁବା ସୁନିଆଚି ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ଉତ୍ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍ ଦେସେ ପାଟାଇବି ।”
35 “Huyu ndiye Mose yule waliyemkataa wakisema, ‘Ni nani aliyekufanya mtawala na mwamuzi juu yetu?’ Alikuwa ametumwa na Mungu mwenyewe kuwa mtawala na mkombozi wao, kwa njia ya yule malaika aliyemtokea katika kile kichaka.
୩୫ମସାକେ ଇସ୍ରାଏଲର୍ ଲକ୍ମନ୍ ନିଚ୍ତେରଇଲାଇ । ସେମନ୍ ପାଚାରି ରଇଲାଇ, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବାକେ କେ ଅଦିକାର୍ ଦେଇଆଚେ?” ମାତର୍ ପର୍ମେସର୍ ଆକା ନିଜେ ମସାକେ ସେ ଲକ୍ମନର୍ ଉପ୍ରେ ସାସନ୍ କର୍ବାକେ ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ପାଟାଇରଇଲା । ଜଇଲାଗ୍ବା ବୁଟାଇ ଦର୍ସନ୍ ଇସାବେ ଦେକାଇଅଇଲା ।
36 Aliwaongoza wana wa Israeli kutoka Misri, baada ya kufanya ishara na maajabu mengi huko Misri, katika Bahari ya Shamu, na katika jangwa kwa muda wa miaka arobaini.
୩୬ମିସର୍ ଦେସେ, ଲଇତ୍ ସାଗରେ ଆରି ଚାଲିସ୍ ବରସ୍ ମରୁବାଲି ବୁଏଁ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ କଲା ।
37 “Huyu ndiye yule Mose aliyewaambia Waisraeli, ‘Mungu atawainulia nabii kama mimi kutoka miongoni mwa ndugu zenu wenyewe.’
୩୭ମସା ନିଜେ ଇସ୍ରାଏଲର୍ ଲକ୍ମନ୍କେ କଇରଇଲା, “ମକେ ଜେନ୍ତି ପର୍ମେସର୍ ପାଟାଇଲା । ସେନ୍ତାରିସେ ତମର୍ ବାଇମନର୍ ଲଗେ ଗଟେକ୍ ବବିସତ୍ବକ୍ତାକେ ପାଟାଇସି, ସେ ତମର୍ ନିଜର୍ ଲକ୍ମନର୍ ଟାନେଅନିସେ ଅଇସି ।”
38 Huyu ndiye yule Mose aliyekuwa katika kusanyiko huko jangwani, ambaye malaika alisema naye pamoja na baba zetu kwenye Mlima Sinai, naye akapokea maneno yaliyo hai ili atupatie.
୩୮“ଇସ୍ରାଏଲିଅ ଲକ୍ମନ୍ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍ ସଙ୍ଗ୍ ରଇଲା । ସିନୟ ପର୍ବତେ ଆମର୍ ଆନିଦାଦିମନର୍ ସଙ୍ଗ୍ ଦୁତ୍ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍ମେସର୍ଟାନେଅନି ଜିବନ୍ ଦେବା ବାକିଅ ମିଲାଇକରି ଆମ୍କେ ଜାନାଇଲା ।”
39 “Lakini baba zetu walikataa kumtii Mose, badala yake wakamkataa na kuielekeza mioyo yao Misri tena.
୩୯“ମାତର୍ ଆମର୍ ପୁର୍ବର୍ ଆନିଦାଦିମନ୍ ମସାର୍ କାତା ସୁନତ୍ ନାଇ । ମିସର୍ ଦେସେ ବାଉଡି ଜୁ ବଲି ମନ୍କଲାଇ ।”
40 Wakamwambia Aroni, ‘Tufanyie miungu watakaotuongoza, kwa maana mtu huyu Mose aliyetutoa nchi ya Misri, hatujui yaliyompata.’
୪୦ସେଟାର୍ପାଇ ସେମନ୍ ଆରଣ୍କେ କଇଲାଇ, “ଆମ୍କେ ମିସର୍ ଦେସେଅନି ବାର୍କରାଇ ଆନ୍ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍କେ ବାଟ୍ ଦେକାଇ ନେବାକେ କେତେଟା ପୁତ୍ଲା ବନାଇ ଦେ । ସେମନ୍ ଆମର୍ ଦେବ୍ତା ଅଇ ବାଟ୍ଦେକାଇବାଇ ।”
41 Huu ni ule wakati walitengeneza sanamu katika umbo la ndama, wakailetea sadaka kufanya maadhimisho kwa ajili ya kile kitu walichokitengeneza kwa mikono yao wenyewe.
୪୧ସେବେଲେ ସେମନ୍ ତେଇ ଗଟେକ୍ ବାଚାପିଲା ପାରା ଡିସ୍ବା ପୁତ୍ଲା ତିଆର୍କଲାଇ । ଆରି ତାର୍ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍ କରିରଇବା ସେ ମୁର୍ତିକେ ସନ୍ମାନ୍ ଦେବାକେ ଗଟେକ୍ ବଜି କଲାଇ ।
42 Ndipo Mungu akageuka, akawaacha waabudu jeshi lote la mbinguni, kama ilivyoandikwa katika Kitabu cha Manabii: “‘Je, mliniletea dhabihu na sadaka kwa miaka arobaini kule jangwani, ee nyumba ya Israeli?
୪୨ସେଟାର୍ପାଇ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ, “ଏ ଇସ୍ରାଏଲ୍ ବଁସର୍ ଲକ୍ମନ୍, ମରୁବାଲି ବୁଏଁ ଚାଲିସ୍ବରସ୍ ଜାକ ତମେ ପସୁମନ୍କେ ମରାଇକରି ବଲି ଇସାବେ ଦେଲାସ୍ । ମାତର୍ ସେଟା ମର୍ପାଇ ଦେଇ ନ ରଇଲାସ୍ ।
43 La, ninyi mliinua madhabahu ya Moleki, na nyota ya mungu wenu Refani, vinyago mlivyotengeneza ili kuviabudu. Kwa hiyo nitawapeleka mbali’ kuliko Babeli.
୪୩ମଲେକ୍ ପୁତ୍ଲାକେ ପର୍ମେସର୍ ବଲି ତାର୍ ତମୁ ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ । ରେପାନ୍ ତାରାର୍ ପୁତ୍ଲା ମିସା ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ । ଏ ସବୁଜାକ ପୁତ୍ଲାମନ୍କେ ତମେ ପୁଜାବିଦି କର୍ବାକେ ବନାଇରଇଲାସ୍ । ସେଟାର୍ପାଇ ମୁଇ ତମ୍କେ ତମର୍ ନିଜର୍ ଦେସେଅନି ବାବିଲନ୍ ଦେସର୍ ତେନ୍କେ ନେବାକେ ଜଜ୍ନା କର୍ବି ।”
44 “Baba zetu walikuwa na lile Hema la Ushuhuda huko jangwani. Lilikuwa limetengenezwa kama Mungu alivyokuwa amemwelekeza Mose, kulingana na kielelezo alichoona.
୪୪ତିପାନ୍ ଆରି କଇଲା, “ମରୁବାଲିବୁଏଁ ଆମର୍ ଆନିଦାଦିମନ୍ ରଇଲାବେଲେ ପର୍ମେସର୍ ସେମନ୍କେ ଲେକି ଦେଇରଇବା ନିୟମ୍ ମନ୍ ବିତ୍ରେ ରଇଲା । ସେଟା ପର୍ମେସର୍ ମସାକେ ଜେନ୍ତି ତମୁ ତିଆର୍ କର୍ବାକେ କଇରଇଲା, ଆରି ତାକେ ଜନ୍ କାମ୍ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍ ଅଇରଇଲା ।”
45 Baba zetu wakiisha kulipokea hema kwa kupokezana wakiongozwa na Yoshua katika milki ya nchi kutoka kwa yale mataifa ambayo Mungu aliyafukuza mbele yao, nalo likadumu katika nchi mpaka wakati wa Daudi,
୪୫“ପଚେ ଆମର୍ ଆନିଦାଦିମନ୍ ସେମନର୍ ଆନିଦାଦିମନର୍ ଟାନେଅନି ମିଲାଇକରି ସେ ତୁମ୍ ଜିଅସୁଅ ସଙ୍ଗ୍ ବଇ ଦାରିଗାଲାଇ । ଆରି ପର୍ମେସର୍ ବାର୍କରାଇ କେଦି ରଇବା ବିନ୍ ଜାତିମନର୍ ଦେସ୍, ସେମନ୍ ଅଦିକାର୍ କଲାଇ । ଦାଉଦର୍ ସାସନ୍ ବେଲେ ଜାକ ସେ ତମୁ ତେଇସେ ରଇଲା ।
46 ambaye alipata kibali kwa Mungu, naye akaomba kwamba ampatie Mungu wa Yakobo maskani.
୪୬ଦାଉଦ୍ ପର୍ମେସରର୍ ମନ୍କେ ଜାଇରଇଲାଜେ ଜାକୁବର୍ ପର୍ମେସରର୍ ପାଇ ଗଟେକ୍ ମନ୍ଦିର୍ ତିଆର୍ କର୍ବି ବଲି ତାର୍ ଆଦେସ୍ ପାଇବାକେ ମନ୍ କର୍ତେ ରଇଲା ।
47 Lakini alikuwa Solomoni ndiye alimjengea Mungu nyumba.
୪୭ପଚେ ସେ ମନ୍ଦିର୍ ଦାଉଦର୍ ପଅ ସଲ୍ମନ୍ ତିଆର୍ କର ବଲି ମନ୍କଲା ।”
48 “Hata hivyo, Yeye Aliye Juu Sana hakai kwenye nyumba zilizojengwa kwa mikono ya wanadamu. Kama nabii alivyosema:
୪୮ଅଇଲେ ମିସା ସବୁର୍ ଉପ୍ରର୍ ପର୍ମେସର୍ ଲକ୍ମନ୍ ତିଆର୍ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍ବକ୍ତା ଲେକ୍ଲା ଆଚେ,
49 “‘Mbingu ni kiti changu cha enzi, nayo dunia ni mahali pa kuweka miguu yangu. Mtanijengea nyumba ya namna gani? asema Bwana. Au mahali pangu pa kupumzikia patakuwa wapi?
୪୯ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା ଦର୍ତନି ଅଇଲାନି ମର୍ ପାଦର୍ ପିଡା । ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା? ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି?
50 Je, mkono wangu haukufanya vitu hivi vyote?’
୫୦“ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍ କରି ନାଇ କି?”
51 “Enyi watu wenye shingo ngumu, msiotahiriwa mioyo wala masikio, daima hamwachi kumpinga Roho Mtakatifu, kama walivyofanya baba zenu.
୫୧ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
52 Je, kuna nabii gani ambaye baba zenu hawakumtesa? Waliwaua wale waliotabiri habari za kuja kwake yule Mwenye Haki. Nanyi sasa mmekuwa wasaliti wake na wauaji.
୫୨ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
53 Ninyi ndio mlipokea sheria zilizoletwa kwenu na malaika, lakini hamkuzitii.”
୫୩ତମେ ସରଗର୍ ଦୁତ୍ମନ୍ ଜାନାଇରଇବା ରିତିନିତି ଦାରିଆଚାସ୍ । ମାତର୍ ସେଟା ମାନାସ୍ ନାଇ ।
54 Waliposikia haya wakaghadhibika, wakamsagia meno.
୫୪ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।
55 Lakini yeye Stefano, akiwa amejaa Roho Mtakatifu, alikaza macho mbinguni, akaona utukufu wa Mungu, na Yesu akiwa amesimama mkono wa kuume wa Mungu.
୫୫ମାତର୍ ତିପାନ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ସରଗ୍ ବାଟେ ମୁ କଲା । ଆରି ପର୍ମେସରର୍ ମଇମା ଆରି ଜିସୁ ତାର୍ ଉଜାବାଟେ ଟିଆଅଇରଇବାଟା ଦେକ୍ଲା ।
56 Akasema, “Tazameni! Naona mbingu zimefunguka, na Mwana wa Adamu amesimama upande wa kuume wa Mungu.”
୫୬ତିପାନ୍ କଇଲା, “ଏଦେ ଦେକା! ସରଗ୍ ଉଗାଡି ଅଇବାଟା ଆରି ନର୍ପିଲା ପର୍ମେସରର୍ ଉଜାବାଟେ ଟିଆ ଅଇରଇବାଟା ଦେକ୍ଲିନି ।”
57 Lakini wao wakapiga kelele kwa sauti kubwa, wakaziba masikio yao, wakamrukia kwa nia moja.
୫୭ବଡ୍ ସବାର୍ ଲକ୍ମନ୍ ସେ କାତା ସୁନିକରି ଆତ୍ ସଙ୍ଗ୍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍ପଚେ ସବୁଲକ୍ ଗଟେକ୍ ଅଇକରି ତିପାନର୍ ବାଟେ ଉଦ୍ଲି ଆଇଲାଇ ।
58 Wakamtupa nje ya mji, wakampiga kwa mawe. Nao mashahidi wakaweka mavazi yao miguuni mwa kijana mmoja ambaye jina lake aliitwa Sauli.
୫୮ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
59 Walipokuwa wakimpiga mawe, Stefano aliomba, “Bwana Yesu, pokea roho yangu.”
୫୯ସେମନ୍ ତିପାନର୍ ଉପ୍ରେ ପାକ୍ନା ମାର୍ବା ବେଲେ ସେ ମାପ୍ରୁକେ ପାର୍ତନା କରି କଇଲା, “ମାପ୍ରୁ ଜିସୁ, ମର୍ ଆତ୍ମାକେ ସଙ୍ଗୁଆ!”
60 Kisha akapiga magoti, akalia kwa sauti kubwa akasema, “Bwana usiwahesabie dhambi hii.” Baada ya kusema hayo, akalala.
୬୦ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।