< Warumi 1 >
1 Paulo, mtumishi wa Kristo Yesu, aliyeitwa kuwa mtume na kutengwa kwa ajili ya Injili ya Mungu,
୧ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
2 Injili ambayo Mungu alitangulia kuiahidi kwa vinywa vya manabii wake katika Maandiko Matakatifu,
୨ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା ।
3 yaani, Injili inayomhusu Mwanawe, yeye ambaye kwa uzao wa mwili alikuwa mzao wa Daudi,
୩ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା ।
4 na ambaye kwa uwezo wa Roho wa utakatifu alidhihirishwa kuwa Mwana wa Mungu kwa ufufuo wake kutoka kwa wafu, yaani, Yesu Kristo, Bwana wetu.
୪ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା ।
5 Kwa kupitia kwake na kwa ajili ya Jina lake, tumepokea neema na utume ili kuwaita watu miongoni mwa watu wa mataifa yote, waje kwenye utii utokanao na imani.
୫ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
6 Ninyi nyote pia mko miongoni mwa watu walioitwa ili mpate kuwa mali ya Yesu Kristo.
୬ଏ ରମ୍ ଦେସର୍ ଲକ୍! ତମେମିସା ଜିସୁକିରିସ୍ଟର୍ ସିସ୍ ଅଇବାକେ ବାଚାଇ ଅଇଆଚାସ୍ ।
7 Kwa wote walioko Rumi wapendwao na Mungu na kuitwa kuwa watakatifu: Neema na amani itokayo kwa Mungu Baba yetu na kwa Bwana wetu Yesu Kristo iwe nanyi.
୭ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
8 Kwanza kabisa, namshukuru Mungu wangu kwa njia ya Yesu Kristo kwa ajili yenu nyote, kwa sababu imani yenu inatangazwa duniani kote.
୮ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି ।
9 Kwa maana Mungu ninayemtumikia kwa moyo wangu wote katika kuhubiri Injili ya Mwanawe, ni shahidi wangu jinsi ninavyowakumbuka
୯ମୁଇ ମର୍ ସବୁ ମନ୍ପରାନ୍ ଦେଇ ଜନ୍ ପରମେସର୍କେ ସେବା କଲିନି, ଆରି ଜନ୍ ପରମେସରର୍ ପଅର୍ ସୁବ୍ କବର୍ ଜାନାଇଲିନି, ସେ ପରମେସର୍ ମର୍ ସାକି ।
10 katika maombi yangu siku zote, nami ninaomba kwamba hatimaye sasa kwa mapenzi ya Mungu, njia ipate kufunguliwa kwa ajili yangu ili nije kwenu.
୧୦ମୁଇ ପାର୍ତନା କଲାବେଲେ ତମ୍କେ ସବୁବେଲେ ଏତାଇଲିନି । ସେ ମନ୍ କଲେ, ମକେ ତମର୍ ଲଗେ ଜିବାକେ ବେଲା ଟିକ୍ କରି ଦେଅ ବଲି ପରମେସର୍କେ ଗୁଆରି କଲିନି ।
11 Ninatamani sana kuwaona ili nipate kuweka juu yenu karama za rohoni ili mwe imara,
୧୧ତମର୍ ଲଗେ ଆଇବାକେ ମୁଇ ବେସି ମନ୍ କଲିନି । ମର୍ ପାଇରଇଲା ଆତ୍ମାର୍ ଦାନ୍ ବିସଇ ଜାନାଇବାଟାନେଅନି ତମର୍ ବିସ୍ବାସ୍ ଡାଟ୍ କରାଇବି ।
12 au zaidi, ninyi pamoja nami tuweze kutiana moyo katika imani sisi kwa sisi.
୧୨ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
13 Ndugu zangu, napenda mfahamu kwamba mara nyingi nimekusudia kuja kwenu (ingawa mpaka sasa nimezuiliwa), ili nipate kuvuna mavuno miongoni mwenu kama nilivyovuna miongoni mwa wengine ambao ni watu wa Mataifa wasiomjua Mungu.
୧୩ବାଇବଇନିମନ୍, ତମର୍ ଟାନେ ଆଇବାକେ ମୁଇ ବେସି ତର୍ ମନ୍ କରିରଇଲି, ମାତର୍ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍ଲିନି । ବିନ୍ ବିନ୍ ଜାଗାର୍ ଜିଉଦି ନଇଲା ଲକ୍ମନର୍ ବିତ୍ରେ ସୁବ୍କବର୍ ଜାନାଇକରି ମକେ ଜେତ୍କି ସାର୍ଦା ମିଲ୍ଲା ଆଚେ, ତମର୍ ଜାଗାଇ ମିସା ସେଟା କର୍ବାକେ ମୁଇ ମନ୍ କଲିନି ।
14 Mimi ni mdeni kwa Wayunani na kwa wasio Wayunani, kwa wenye hekima na kwa wasio na hekima.
୧୪କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ ।
15 Ndiyo sababu ninatamani sana kuihubiri Injili kwenu pia ninyi mlioko Rumi.
୧୫ସେଟାର୍ ପାଇ ରମ୍ ଗଡର୍ ଲକ୍, ତମର୍ ଲଗେ ମିସା ନିମାନ୍ କବର୍ ଜାନାଇବାକେ ମୁଇ ମନ୍ କଲିନି ।
16 Mimi siionei haya Injili ya Kristo kwa maana ni uweza wa Mungu uletao wokovu kwa kila aaminiye, kwanza kwa Myahudi na kwa Myunani pia.
୧୬ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ ।
17 Kwa maana katika Injili haki itokayo kwa Mungu imedhihirishwa, haki ile iliyo kwa njia ya imani hadi imani. Kama ilivyoandikwa: “Mwenye haki ataishi kwa imani.”
୧୭ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ “ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।”
18 Ghadhabu ya Mungu imedhihirishwa kutoka mbinguni dhidi ya uasi wote na uovu wa wanadamu ambao huipinga kweli kwa uovu wao,
୧୮ଜନ୍ ପାପି ଲକ୍ମନ୍ ନିଜର୍ କାରାପ୍ କାମେଅନି ସତ୍ ବିସଇ ଅଟ୍କାଇବାଇ, ସେମନର୍ ବିରଦେ ସର୍ଗେଅନି ପରମେସରର୍ ରିସା ଦେକାଇ ଅଇସି ।
19 kwa maana yote yanayoweza kujulikana kumhusu Mungu ni dhahiri kwao, kwa sababu Mungu mwenyewe ameyadhihirisha kwao.
୧୯କାଇକେବଇଲେ ପରମେସରର୍ ବିସଇନେଇ ଜାଇଟା ଜାନ୍ବାର୍ ରଇଲା ସେମନ୍ ସେଟା ଜାନ୍ଲାଇ ଆଚତ୍ । ପରମେସର୍ ନିଜେ ସେଟା ଦେକାଇ ଦେଲାଆଚେ ।
20 Kwa maana tangu kuumbwa kwa ulimwengu, asili ya Mungu asiyeonekana kwa macho, yaani, uweza wake wa milele na asili yake ya Uungu, imeonekana waziwazi, ikitambuliwa kutokana na yale aliyoyafanya ili wanadamu wasiwe na udhuru. (aïdios )
୨୦ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ । (aïdios )
21 Kwa maana ingawa walimjua Mungu, hawakumtukuza yeye kama ndiye Mungu wala hawakumshukuru, bali fikira zao zimekuwa batili na mioyo yao ya ujinga ikatiwa giza.
୨୧ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ ।
22 Ingawa walijidai kuwa wenye hekima, wakawa wajinga
୨୨ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ ।
23 na kubadili utukufu wa Mungu aishiye milele kwa sanamu zilizofanywa zifanane na mwanadamu ambaye hufa, na mfano wa ndege, wanyama na viumbe vitambaavyo.
୨୩ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
24 Kwa hiyo, Mungu akawaacha wazifuate tamaa mbaya za mioyo yao katika uasherati, hata wakavunjiana heshima miili yao wao kwa wao.
୨୪ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ ।
25 Kwa sababu waliibadili kweli ya Mungu kuwa uongo, wakaabudu na kutumikia kiumbe badala ya Muumba, ahimidiwaye milele! Amen. (aiōn )
୨୫ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ! ଆମେନ୍ । (aiōn )
26 Kwa sababu hii, Mungu aliwaacha wavunjiane heshima kwa kufuata tamaa zao za aibu. Hata wanawake wao wakabadili matumizi ya asili ya miili yao wakaitumia isivyokusudiwa.
୨୬ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି ।
27 Vivyo hivyo wanaume pia wakiacha matumizi ya asili ya wanawake wakawakiana tamaa wao kwa wao. Wanaume wakafanyiana matendo ya aibu na wanaume wengine nao wakapata katika maisha yao adhabu iliyowastahili kwa ajili ya upotovu wao.
୨୭ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।
28 Nao kwa kuwa hawakuona umuhimu wa kudumisha ufahamu wa Mungu, yeye akawaachilia wafuate akili za upotovu, watende mambo yale yasiyostahili kutendwa.
୨୮ଏ ଲକ୍ମନ୍ ପରମେସରର୍ ବିସଇନେଇ ନିମାନ୍ ବାବ୍ବାକେ ମନ୍ ନ କଲାର୍ ପାଇ, ପରମେସର୍ ସେମନ୍କେ ଚାଡି ଦେଲାଆଚେ । ଆରି ମନ୍ ବିତ୍ରେ କାରାପ୍ ଚିନ୍ତା କର୍ବାଟା କରତ୍ ବଲି ଚାଡିଦେଲାଆଚେ । ଏଟାର୍ପାଇ ସେମନ୍ ନ କର୍ବା କାମ୍ କର୍ବାଇ ।
29 Wakiwa wamejawa na udhalimu wa kila namna, uasherati, uovu, tamaa mbaya na hila. Wamejawa na husuda, uuaji, ugomvi, udanganyifu, hadaa na nia mbaya. Wao pia ni wasengenyaji,
୨୯ତାକର୍ ବିତ୍ରେ ସବୁରକାମର୍ କାରାପ୍ ବିସଇ, ଜନ୍ଟାମନ୍କି, କାରାପ୍ ଚିନ୍ତା କର୍ବାଟା, ବାନିଆ ଚିନ୍ତା କର୍ବାଟା, ଲବାଇବାଟା, ଲାଁଚ୍ ନେବାଟା, ତାକର୍ ତାକର୍ ବିତ୍ରେ ଇଁସାତଲା ଅଇବାଟା, ନର୍ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍ କର୍ବାଟା ଆରି କୁଟ୍କାତା ଅଇବାଟା ବର୍ତି ଅଇଆଚେ ।
30 wasingiziaji, wanaomchukia Mungu, wajeuri, wenye kiburi na majivuno, wenye hila, wasiotii wazazi wao,
୩୦ସେମନ୍ କାନେ ପୁସୁର୍ ପାସାର୍ ଅଇବାଟା, ବିନ୍ ଲକ୍କେ ନିନ୍ଦା କର୍ବାଟା, ପରମେସର୍କେ ଗିନ୍ କର୍ବାଟା, ବଡ୍ପନ୍ ଅଇବାଟା, ବଡ୍ପନିଆ କାତା ଅଇବାଟା, ବିନ୍ଲକ୍କେ ପାନ୍ଦେ ଅଦ୍ରାଇବାଟା, ଆରି ଆୟା ବାବାର୍ କାତା ନ ମାନ୍ବାଟା,
31 wajinga, wasioamini, wasio na huruma na wakatili.
୩୧ଦରମ୍ ବିବେକ୍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍ ବିତ୍ରେ ଆଲାଦ୍ ନ କର୍ବାଟା ଆରି ଜିବନ୍ ନ ଦୁକାଇବାଟା ।
32 Ingawa wanafahamu sheria ya haki ya Mungu kwamba watu wanaofanya mambo kama hayo wanastahili mauti, si kwamba wanaendelea kutenda hayo tu, bali pia wanakubaliana na wale wanaoyatenda.
୩୨ଜନ୍ ଲକ୍ମନ୍ ଏନ୍ତି ଚଲାଚଲ୍ତି କର୍ବାଇ ସେମନ୍ ମରିଜିବାଟା ନିକ । ପରମେସରର୍ ଏ ନିୟମ୍ ସେମନ୍ ଜାନ୍ଲେ ମିସା ଏନ୍ତିସେ ଚଲାଚଲ୍ତି କର୍ବାଇ, ଅବ୍କା ସେଟା ନଏଁ, ମାତର୍ ଏନ୍ତି ଚଲାଚଲ୍ତି କର୍ବା ଲକର୍ ବାଟେ ଅଇକରି, ସାର୍ଦା ସଙ୍ଗ୍ ଏଟା ଟିକ୍ ବଲି ସେମନ୍କେ କଇବାଇ ।