< ယောဟနး 9 >

1 တတး ပရံ ယီၑုရ္ဂစ္ဆန် မာရ္ဂမဓျေ ဇန္မာန္ဓံ နရမ် အပၑျတ်၊
ଯୀଶୁ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ।
2 တတး ၑိၐျာသ္တမ် အပၖစ္ဆန် ဟေ ဂုရော နရောယံ သွပါပေန ဝါ သွပိတြား ပါပေနာန္ဓော'ဇာယတ?
ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା?
3 တတး သ ပြတျုဒိတဝါန် ဧတသျ ဝါသျ ပိတြေား ပါပါဒ် ဧတာဒၖၑောဘူဒ ဣတိ နဟိ ကိန္တွနေန ယထေၑွရသျ ကရ္မ္မ ပြကာၑျတေ တဒ္ဓေတောရေဝ၊
ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି।
4 ဒိနေ တိၐ္ဌတိ မတ္ပြေရယိတုး ကရ္မ္မ မယာ ကရ္တ္တဝျံ ယဒါ ကိမပိ ကရ္မ္မ န ကြိယတေ တာဒၖၑီ နိၑာဂစ္ဆတိ၊
ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି।
5 အဟံ ယာဝတ္ကာလံ ဇဂတိ တိၐ္ဌာမိ တာဝတ္ကာလံ ဇဂတော ဇျောတိးသွရူပေါသ္မိ၊
ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ।”
6 ဣတျုက္တ္တာ ဘူမော် နိၐ္ဌီဝံ နိက္ၐိပျ တေန ပင်္ကံ ကၖတဝါန္
ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ,
7 ပၑ္စာတ် တတ္ပင်္ကေန တသျာန္ဓသျ နေတြေ ပြလိပျ တမိတျာဒိၑတ် ဂတွာ ၑိလောဟေ 'ရ္ထာတ် ပြေရိတနာမ္နိ သရသိ သ္နာဟိ၊ တတောန္ဓော ဂတွာ တတြာသ္နာတ် တတး ပြန္နစက္ၐု ရ္ဘူတွာ ဝျာဃုဋျာဂါတ်၊
ଯାଅ, ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।
8 အပရဉ္စ သမီပဝါသိနော လောကာ ယေ စ တံ ပူရွွမန္ဓမ် အပၑျန် တေ ဗက္တ္တုမ် အာရဘန္တ ယောန္ဓလောကော ဝရ္တ္မနျုပဝိၑျာဘိက္ၐတ သ ဧဝါယံ ဇနး ကိံ န ဘဝတိ?
ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ?
9 ကေစိဒဝဒန် သ ဧဝ ကေစိဒဝေါစန် တာဒၖၑော ဘဝတိ ကိန္တု သ သွယမဗြဝီတ် သ ဧဝါဟံ ဘဝါမိ၊
କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି। ସେ କହିଲା, ମୁଁ ସେହି।
10 အတဧဝ တေ 'ပၖစ္ဆန် တွံ ကထံ ဒၖၐ္ဋိံ ပါပ္တဝါန်?
ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା?
11 တတး သောဝဒဒ် ယီၑနာမက ဧကော ဇနော မမ နယနေ ပင်္ကေန ပြလိပျ ဣတျာဇ္ဉာပယတ် ၑိလောဟကာသာရံ ဂတွာ တတြ သ္နာဟိ၊ တတသ္တတြ ဂတွာ မယိ သ္နာတေ ဒၖၐ္ဋိမဟံ လဗ္ဓဝါန်၊
ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି।
12 တဒါ တေ 'ဝဒန် သ ပုမာန် ကုတြ? တေနောက္တ္တံ နာဟံ ဇာနာမိ၊
ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ।
13 အပရံ တသ္မိန် ပူရွွာန္ဓေ ဇနေ ဖိရူၑိနာံ နိကဋမ် အာနီတေ သတိ ဖိရူၑိနောပိ တမပၖစ္ဆန် ကထံ ဒၖၐ္ဋိံ ပြာပ္တောသိ?
ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ।
14 တတး သ ကထိတဝါန် သ ပင်္ကေန မမ နေတြေ 'လိမ္ပတ် ပၑ္စာဒ် သ္နာတွာ ဒၖၐ္ဋိမလဘေ၊
ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର।
15 ကိန္တု ယီၑု ရွိၑြာမဝါရေ ကရ္ဒ္ဒမံ ကၖတွာ တသျ နယနေ ပြသန္နေ'ကရောဒ် ဣတိကာရဏာတ် ကတိပယဖိရူၑိနော'ဝဒန္
ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି।
16 သ ပုမာန် ဤၑွရာန္န ယတး သ ဝိၑြာမဝါရံ န မနျတေ၊ တတောနျေ ကေစိတ် ပြတျဝဒန် ပါပီ ပုမာန် ကိမ် ဧတာဒၖၑမ် အာၑ္စရျျံ ကရ္မ္မ ကရ္တ္တုံ ၑက္နောတိ?
ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।
17 ဣတ္ထံ တေၐာံ ပရသ္ပရံ ဘိန္နဝါကျတွမ် အဘဝတ်၊ ပၑ္စာတ် တေ ပုနရပိ တံ ပူရွွာန္ဓံ မာနုၐမ် အပြာက္ၐုး ယော ဇနသ္တဝ စက္ၐုၐီ ပြသန္နေ ကၖတဝါန် တသ္မိန် တွံ ကိံ ဝဒသိ? သ ဥက္တ္တဝါန် သ ဘဝိၑဒွါဒီ၊
ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତାʼ ବିଷୟରେ କଅଣ କହୁଅଛୁ? ସେ କହିଲା, ସେ ଜଣେ ଭାବବାଦୀ।
18 သ ဒၖၐ္ဋိမ် အာပ္တဝါန် ဣတိ ယိဟူဒီယာသ္တသျ ဒၖၐ္ဋိံ ပြာပ္တသျ ဇနသျ ပိတြော ရ္မုခါဒ် အၑြုတွာ န ပြတျယန်၊
ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ କେତେକ ଯିହୁଦୀ ନେତାମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ।
19 အတဧဝ တေ တာဝပၖစ္ဆန် ယုဝယော ရျံ ပုတြံ ဇန္မာန္ဓံ ဝဒထး သ ကိမယံ? တရှီဒါနီံ ကထံ ဒြၐ္ဋုံ ၑက္နောတိ?
ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ? ତାହାହେଲେ ସେ କିପରି ଏବେ ଦେଖୁଅଛି?
20 တတသ္တသျ ပိတရော် ပြတျဝေါစတာမ် အယမ် အာဝယေား ပုတြ အာ ဇနေရန္ဓၑ္စ တဒပျာဝါံ ဇာနီဝး
ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ;
21 ကိန္တွဓုနာ ကထံ ဒၖၐ္ဋိံ ပြာပ္တဝါန် တဒါဝါံ န် ဇာနီဝး ကောသျ စက္ၐုၐီ ပြသန္နေ ကၖတဝါန် တဒပိ န ဇာနီဝ ဧၐ ဝယးပြာပ္တ ဧနံ ပၖစ္ဆတ သွကထာံ သွယံ ဝက္ၐျတိ၊
କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହୁଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ।
22 ယိဟူဒီယာနာံ ဘယာတ် တသျ ပိတရော် ဝါကျမိဒမ် အဝဒတာံ ယတး ကောပိ မနုၐျော ယဒိ ယီၑုမ် အဘိၐိက္တံ ဝဒတိ တရှိ သ ဘဇနဂၖဟာဒ် ဒူရီကာရိၐျတေ ယိဟူဒီယာ ဣတိ မန္တြဏာမ် အကုရွွန္
ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ।
23 အတသ္တသျ ပိတရော် ဝျာဟရတာမ် ဧၐ ဝယးပြာပ္တ ဧနံ ပၖစ္ဆတ၊
ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ।
24 တဒါ တေ ပုနၑ္စ တံ ပူရွွာန္ဓမ် အာဟူယ ဝျာဟရန် ဤၑွရသျ ဂုဏာန် ဝဒ ဧၐ မနုၐျး ပါပီတိ ဝယံ ဇာနီမး၊
ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ବରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ।
25 တဒါ သ ဥက္တ္တဝါန် သ ပါပီ န ဝေတိ နာဟံ ဇာနေ ပူရွာမန္ဓ အာသမဟမ် အဓုနာ ပၑျာမီတိ မာတြံ ဇာနာမိ၊
ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି।
26 တေ ပုနရပၖစ္ဆန် သ တွာံ ပြတိ ကိမကရောတ်? ကထံ နေတြေ ပြသန္နေ 'ကရောတ်?
ତେଣୁ ସେମାନେ ତାହାକୁ କହିଲେ, ସେ ତୋତେ କଅଣ କଲା? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା?
27 တတး သောဝါဒီဒ် ဧကကၖတွောကထယံ ယူယံ န ၑၖဏုထ တရှိ ကုတး ပုနး ၑြောတုမ် ဣစ္ဆထ? ယူယမပိ ကိံ တသျ ၑိၐျာ ဘဝိတုမ် ဣစ္ဆထ?
ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି?
28 တဒါ တေ တံ တိရသ္ကၖတျ ဝျာဟရန် တွံ တသျ ၑိၐျော ဝယံ မူသား ၑိၐျား၊
ସେଥିରେ ସେମାନେ ତାହାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ।
29 မူသာဝက္တြေဏေၑွရော ဇဂါဒ တဇ္ဇာနီမး ကိန္တွေၐ ကုတြတျလောက ဣတိ န ဇာနီမး၊
ଆମ୍ଭେମାନେ ଜାଣୁ ଯେ, ଈଶ୍ବର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ।
30 သောဝဒဒ် ဧၐ မမ လောစနေ ပြသန္နေ 'ကရောတ် တထာပိ ကုတြတျလောက ဣတိ ယူယံ န ဇာနီထ ဧတဒ် အာၑ္စရျျံ ဘဝတိ၊
ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା।
31 ဤၑွရး ပါပိနာံ ကထာံ န ၑၖဏောတိ ကိန္တု ယော ဇနသ္တသ္မိန် ဘက္တိံ ကၖတွာ တဒိၐ္ဋကြိယာံ ကရောတိ တသျဲဝ ကထာံ ၑၖဏောတိ ဧတဒ် ဝယံ ဇာနီမး၊
ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି।
32 ကောပိ မနုၐျော ဇန္မာန္ဓာယ စက္ၐုၐီ အဒဒါတ် ဇဂဒါရမ္ဘာဒ် ဧတာဒၖၑီံ ကထာံ ကောပိ ကဒါပိ နာၑၖဏောတ်၊ (aiōn g165)
କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା। (aiōn g165)
33 အသ္မာဒ် ဧၐ မနုၐျော ယဒီၑွရာန္နာဇာယတ တရှိ ကိဉ္စိဒပီဒၖၑံ ကရ္မ္မ ကရ္တ္တုံ နာၑက္နောတ်၊
ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ।
34 တေ ဝျာဟရန် တွံ ပါပါဒ် အဇာယထား ကိမသ္မာန် တွံ ၑိက္ၐယသိ? ပၑ္စာတ္တေ တံ ဗဟိရကုရွွန်၊
ସେମାନେ ତାହାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାହାକୁ ବାହାର କରିଦେଲେ।
35 တဒနန္တရံ ယိဟူဒီယဲး သ ဗဟိရကြိယတ ယီၑုရိတိ ဝါရ္တ္တာံ ၑြုတွာ တံ သာက္ၐာတ် ပြာပျ ပၖၐ္ဋဝါန် ဤၑွရသျ ပုတြေ တွံ ဝိၑွသိၐိ?
ସେମାନେ ଯେ ତାହାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାହାର ଦେଖା ପାଇ କହିଲେ, “ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ?”
36 တဒါ သ ပြတျဝေါစတ် ဟေ ပြဘော သ ကော ယတ် တသ္မိန္နဟံ ဝိၑွသိမိ?
ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି?
37 တတော ယီၑုး ကထိတဝါန် တွံ တံ ဒၖၐ္ဋဝါန် တွယာ သာကံ ယး ကထံ ကထယတိ သဧဝ သး၊
ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।”
38 တဒါ ဟေ ပြဘော ဝိၑွသိမီတျုက္တွာ သ တံ ပြဏာမတ်၊
ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା।
39 ပၑ္စာဒ် ယီၑုး ကထိတဝါန် နယနဟီနာ နယနာနိ ပြာပ္နုဝန္တိ နယနဝန္တၑ္စာန္ဓာ ဘဝန္တီတျဘိပြာယေဏ ဇဂဒါဟမ် အာဂစ္ဆမ်၊
ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।”
40 ဧတတ် ၑြုတွာ နိကဋသ္ထား ကတိပယား ဖိရူၑိနော ဝျာဟရန် ဝယမပိ ကိမန္ဓား?
ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ?
41 တဒါ ယီၑုရဝါဒီဒ် ယဒျန္ဓာ အဘဝတ တရှိ ပါပါနိ နာတိၐ္ဌန် ကိန္တု ပၑျာမီတိ ဝါကျဝဒနာဒ် ယုၐ္မာကံ ပါပါနိ တိၐ္ဌန္တိ၊
ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥାଆନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।”

< ယောဟနး 9 >