< ပြေရိတား 1 >

1 ဟေ ထိယဖိလ, ယီၑုး သွမနောနီတာန် ပြေရိတာန် ပဝိတြေဏာတ္မနာ သမာဒိၑျ ယသ္မိန် ဒိနေ သွရ္ဂမာရောဟတ် ယာံ ယာံ ကြိယာမကရောတ် ယဒျဒ် ဥပါဒိၑစ္စ တာနိ သရွွာဏိ ပူရွွံ မယာ လိခိတာနိ၊
ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ,
2 သ သွနိဓနဒုးခဘောဂါတ် ပရမ် အနေကပြတျယက္ၐပြမာဏော်း သွံ သဇီဝံ ဒရ္ၑယိတွာ
ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ ଲେଖିଅଛି।
3 စတွာရိံၑဒ္ဒိနာနိ ယာဝတ် တေဘျး ပြေရိတေဘျော ဒရ္ၑနံ ဒတ္တွေၑွရီယရာဇျသျ ဝရ္ဏနမ အကရောတ်၊
ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ।
4 အနန္တရံ တေၐာံ သဘာံ ကၖတွာ ဣတျာဇ္ဉာပယတ်, ယူယံ ယိရူၑာလမော'နျတြ ဂမနမကၖတွာ ယသ္တိန် ပိတြာင်္ဂီကၖတေ မမ ဝဒနာတ် ကထာ အၑၖဏုတ တတ္ပြာပ္တိမ် အပေက္ၐျ တိၐ္ဌတ၊
ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ;
5 ယောဟန် ဇလေ မဇ္ဇိတာဝါန် ကိန္တွလ္ပဒိနမဓျေ ယူယံ ပဝိတြ အာတ္မနိ မဇ္ဇိတာ ဘဝိၐျထ၊
କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”
6 ပၑ္စာတ် တေ သရွွေ မိလိတွာ တမ် အပၖစ္ဆန် ဟေ ပြဘော ဘဝါန် ကိမိဒါနီံ ပုနရပိ ရာဇျမ် ဣသြာယေလီယလောကာနာံ ကရေၐု သမရ္ပယိၐျတိ?
ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?”
7 တတး သောဝဒတ် ယာန် သရွွာန် ကာလာန် သမယာံၑ္စ ပိတာ သွဝၑေ'သ္ထာပယတ် တာန် ဇ္ဉာတၖံ ယုၐ္မာကမ် အဓိကာရော န ဇာယတေ၊
ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ।
8 ကိန္တု ယုၐ္မာသု ပဝိတြသျာတ္မန အာဝိရ္ဘာဝေ သတိ ယူယံ ၑက္တိံ ပြာပျ ယိရူၑာလမိ သမသ္တယိဟူဒါၑောမိရောဏဒေၑယေား ပၖထိဝျား သီမာံ ယာဝဒ် ယာဝန္တော ဒေၑာသ္တေၐု ယရွွေၐု စ မယိ သာက္ၐျံ ဒါသျထ၊
କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।”
9 ဣတိ ဝါကျမုက္တွာ သ တေၐာံ သမက္ၐံ သွရ္ဂံ နီတော'ဘဝတ်, တတော မေဃမာရုဟျ တေၐာံ ဒၖၐ္ဋေရဂေါစရော'ဘဝတ်၊
ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା।
10 ယသ္မိန် သမယေ တေ ဝိဟာယသံ ပြတျနနျဒၖၐ္ဋျာ တသျ တာဒၖၑမ် ဦရ္ဒွွဂမနမ် အပၑျန် တသ္မိန္နေဝ သမယေ ၑုက္လဝသ္တြော် ဒွေါ် ဇနော် တေၐာံ သန္နိဓော် ဒဏ္ဍာယမာနော် ကထိတဝန္တော်,
ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,
11 ဟေ ဂါလီလီယလောကာ ယူယံ ကိမရ္ထံ ဂဂဏံ ပြတိ နိရီက္ၐျ ဒဏ္ဍာယမာနာသ္တိၐ္ဌထ? ယုၐ္မာကံ သမီပါတ် သွရ္ဂံ နီတော ယော ယီၑုသ္တံ ယူယံ ယထာ သွရ္ဂမ် အာရောဟန္တမ် အဒရ္ၑမ် တထာ သ ပုနၑ္စာဂမိၐျတိ၊
ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।
12 တတး ပရံ တေ ဇဲတုနနာမ္နး ပရွွတာဒ် ဝိၑြာမဝါရသျ ပထး ပရိမာဏမ် အရ္ထာတ် ပြာယေဏာရ္ဒ္ဓကြောၑံ ဒုရသ္ထံ ယိရူၑာလမ္နဂရံ ပရာဝၖတျာဂစ္ဆန်၊
ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମ ସହରକୁ ବାହୁଡ଼ି ଆସିଲେ। ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ଦୂରରେ ଥିଲା।
13 နဂရံ ပြဝိၑျ ပိတရော ယာကူဗ် ယောဟန် အာန္ဒြိယး ဖိလိပး ထောမာ ဗရ္ထဇမယော မထိရာလ္ဖီယပုတြော ယာကူဗ် ဥဒျောဂါ ၑိမောန် ယာကူဗော ဘြာတာ ယိဟူဒါ ဧတေ သရွွေ ယတြ သ္ထာနေ ပြဝသန္တိ တသ္မိန် ဥပရိတနပြကောၐ္ဌေ ပြာဝိၑန်၊
ସେମାନେ, ଅର୍ଥାତ୍‍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଉଦ୍‌ଯୋଗୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ।
14 ပၑ္စာဒ် ဣမေ ကိယတျး သ္တြိယၑ္စ ယီၑော ရ္မာတာ မရိယမ် တသျ ဘြာတရၑ္စဲတေ သရွွ ဧကစိတ္တီဘူတ သတတံ ဝိနယေန ဝိနယေန ပြာရ္ထယန္တ၊
ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରୀୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ।
15 တသ္မိန် သမယေ တတြ သ္ထာနေ သာကလျေန ဝိံၑတျဓိကၑတံ ၑိၐျာ အာသန်၊ တတး ပိတရသ္တေၐာံ မဓျေ တိၐ္ဌန် ဥက္တဝါန္
ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ),
16 ဟေ ဘြာတၖဂဏ ယီၑုဓာရိဏာံ လောကာနာံ ပထဒရ္ၑကော ယော ယိဟူဒါသ္တသ္မိန် ဒါယူဒါ ပဝိတြ အာတ္မာ ယာံ ကထာံ ကထယာမာသ တသျား ပြတျက္ၐီဘဝနသျာဝၑျကတွမ် အာသီတ်၊
ମୋହର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା;
17 သ ဇနော'သ္မာကံ မဓျဝရ္တ္တီ သန် အသျား သေဝါယာ အံၑမ် အလဘတ၊
କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା।
18 တဒနန္တရံ ကုကရ္မ္မဏာ လဗ္ဓံ ယန္မူလျံ တေန က္ၐေတြမေကံ ကြီတမ် အပရံ တသ္မိန် အဓောမုခေ ဘၖမော် ပတိတေ သတိ တသျောဒရသျ ဝိဒီရ္ဏတွာတ် သရွွာ နာဍျော နိရဂစ္ဆန်၊
ଏହି ଲୋକ (ଯିହୂଦା) ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା;
19 ဧတာံ ကထာံ ယိရူၑာလမ္နိဝါသိနး သရွွေ လောကာ ဝိဒါန္တိ; တေၐာံ နိဇဘာၐယာ တတ္က္ၐေတြဉ္စ ဟကလ္ဒာမာ, အရ္ထာတ် ရက္တက္ၐေတြမိတိ ဝိချာတမာသ္တေ၊
ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍‌ଦମା”, ଅର୍ଥାତ୍‍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା।
20 အနျစ္စ, နိကေတနံ တဒီယန္တု ၑုနျမေဝ ဘဝိၐျတိ၊ တသျ ဒူၐျေ နိဝါသာရ္ထံ ကောပိ သ္ထာသျတိ နဲဝ ဟိ၊ အနျ ဧဝ ဇနသ္တသျ ပဒံ သံပြာပ္သျတိ ဓြုဝံ၊ ဣတ္ထံ ဂီတပုသ္တကေ လိခိတမာသ္တေ၊
ଆଉ, ଗୀତସଂହିତା ପୁସ୍ତକରେ ଲେଖାଅଛି, “‘ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ।’ ଏବଂ, ‘ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ।’
21 အတော ယောဟနော မဇ္ဇနမ် အာရဘျာသ္မာကံ သမီပါတ် ပြဘော ရျီၑေား သွရ္ဂာရောဟဏဒိနံ ယာဝတ် သောသ္မာကံ မဓျေ ယာဝန္တိ ဒိနာနိ ယာပိတဝါန္
ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ,
22 တာဝန္တိ ဒိနာနိ ယေ မာနဝါ အသ္မာဘိး သာရ္ဒ္ဓံ တိၐ္ဌန္တိ တေၐာမ် ဧကေန ဇနေနာသ္မာဘိး သာရ္ဒ္ဓံ ယီၑောရုတ္ထာနေ သာက္ၐိဏာ ဘဝိတဝျံ၊
ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ।”
23 အတော ယသျ ရူဎိ ရျုၐ္ဋော ယံ ဗရ္ၑဗ္ဗေတျုက္တွာဟူယန္တိ သ ယူၐဖ် မတထိၑ္စ ဒွါဝေတော် ပၖထက် ကၖတွာ တ ဤၑွရသျ သန္နိဓော် ပြာရျျ ကထိတဝန္တး,
ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍‍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାହାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ,
24 ဟေ သရွွာန္တရျျာမိန် ပရမေၑွရ, ယိဟူဒါး သေဝနပြေရိတတွပဒစျုတး
“ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି,
25 သန် နိဇသ္ထာနမ် အဂစ္ဆတ်, တတ္ပဒံ လဗ္ဓုမ် ဧနယော ရ္ဇနယော ရ္မဓျေ ဘဝတာ ကော'ဘိရုစိတသ္တဒသ္မာန် ဒရ္ၑျတာံ၊
ସେହି ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।”
26 တတော ဂုဋိကာပါဋေ ကၖတေ မတထိရ္နိရစီယတ တသ္မာတ် သောနျေၐာမ် ဧကာဒၑာနာံ ပြရိတာနာံ မဓျေ ဂဏိတောဘဝတ်၊
ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ।

< ပြေရိတား 1 >