< ରୋମୀୟ 9 >

1 ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
ମୁୟ୍‌ଁ ସଃତ୍‌ କଃଉଁଲେ କ୍ରିସ୍ଟର୍‌ ଅୟ୍‌ରିଲାକ୍‌ ଇରି ସଃତ୍‌ କଃଉଁଲେ, ମର୍‌ ମଃନ୍ ପବିତ୍ର ଆତ୍ମାର୍‌ ସଃକ୍ତି ମର୍‌ ସଃଙ୍ଗ୍ ସାକି ଦେଉଁଲି
2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।
ମର୍‌ ମଃନେ ବଃଡେ ଦୁକ୍‌ ଆର୍‌ ସଃବୁବଃଳ୍‌ ବାଦା ଅଃଉଁଲି ।
3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।
କାୟ୍‌ତାକ୍‌ବଃଲେକ୍‌ ଜୁୟ୍‌ମଃନ୍‌ ଗଃଗାଳେ ମର୍‌ ନିଜାର୍‌ ବାୟ୍‌ ବେଣି ମଃନାର୍‌ ଗିନେ ମୁୟ୍‌ଁ ନିଜେ କ୍ରିସ୍ଟର୍‌ ତଃୟ୍‌ହୁଣି ବିନେ ଅୟ୍‌ ଇସ୍ୱରାର୍‌ ଗିନେ ସାୟ୍‌ପ୍‌ ହାଉଁକେ ଇଚା କଃରୁଲେ ।
4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;
ବଃଲେକ୍‌ ସେମଃନ୍ ଇସ୍ୱରାର୍‌ ଲକ୍‌ । ଇସ୍ୱର୍‌ ସେମଃନ୍‌କେ ନିଜାର୍‌ ହିଲାହର୍‌ କଃରି ସେମଃନାର୍‌ ଚଃମେ ନିଜାର୍‌ ଜଃଜ୍‌ମାନ୍ ଦଃକାୟ୍‌ ରିଲା । ସେମଃନାର୍‌ ସଃଙ୍ଗ୍ ନିୟମେ ବାନ୍ଦିଅୟ୍‌ ସେମଃନ୍‌କେ ବିଦି ଦଃୟ୍‌ ରିଲା, ସେମଃନ୍ ସଃତ୍‌କଃରି ହୁଜା କଃରୁଲାୟ୍‌ ସେମଃନ୍ ଇସ୍ୱରାର୍‌ ତଃୟ୍‌ ହୁଣି ଜଃବାଉ ସଃବୁ ହାୟ୍‌ ଆଚ୍‌ତି ।
5 ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍‍। (aiōn g165)
ଅଃମାର୍‌ ଡାକେହୁଟା ଜିଉଦି ଦାଦି ବାବୁମଃନାର୍‌ ସେମଃନ୍ ବଃଉଁସ୍‌ମଃନ୍, ଆରେକ୍‌ ମାନାୟ୍‌ ହଃର୍କାରେ କ୍ରିସ୍ଟ ସେ ବଃଉଁସେ ହୁଣି ଜାତ୍‌, ସଃବ୍‌କେ ଚାଲାଉତା ଇସ୍ୱରାର୍‌ ଜୁଗେଜୁଗେ ହଃତେକ୍‌ ଦନ୍ୟ ଅଃଉଅ, ଆମେନ୍‌ । (aiōn g165)
6 କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
ଇସ୍ୱରାର୍‌ ସଃୟ୍‌ତ୍‌ ଜେ, ମିଚ୍ ଅୟ୍‌ଆଚେ, ଇରି ମୁୟ୍‌ଁ ନଃକୟ୍‌ଁ । ବଃଲେକ୍‌ ଜୁୟ୍‌ ଲକ୍‌ମଃନ୍ ଇସ୍ରାଏଲ୍‌ ବଃଉଁସେ ଜାତ୍‌, ସେମଃନ୍ ସଃବୁ ଇସ୍ୱରାର୍‌ ଲକ୍‌ନୟ୍‌,
7 କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‌ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”
କାୟ୍‌ତାକ୍‌ବଃଲେକ୍‌ ଅବ୍ରାହାମାର୍‌ ବଃଉଁସେ ହୁଣି ଜାତ୍‌ ଅୟ୍‌ଲା ସଃବୁଲକ୍‌ ଇସ୍ୱରାର୍‌ ହିଲାମଃନ୍‌ ନୟ୍‌; ଇସ୍ୱର୍‌ ଅବ୍ରାହାମ୍‌କେ କୟ୍‌ରିଲା “ମୁୟ୍‌ଁ ତର୍‌ ଜୁୟ୍‌ ବଃଉଁସ୍‌ ବିସୟେ ସଃୟ୍‌ତ୍‌ କଃଲେ, ସେମଃନ୍ ଇସାକାର୍‌ ତୟ୍‌ ହୁଣି ଜାତ୍‌ ଅଃଉତି ।”
8 ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
ଇତାର୍‌ ଅଃର୍ତ୍‌ ଇରି ମାନାୟ୍‌ ଅୟ୍‌ ରିଲାକେ ଇସ୍ୱରାର୍‌ ହିଲାମଃନ୍‌ ଅଃଉଁକେ ନଃହାର୍‌ତି । ଇସ୍ୱରାର୍‌ ସଃୟ୍‌ତ୍‌ ହଃର୍କାରେ ଜଃଲମ୍‌ ଅୟ୍‌ରିଲା ହିଲାମଃନ୍‌ ଇସ୍ୱରାର୍‌ ଆକାୟ୍‌ ସଃତ୍‌କଃରି ସଃତ୍‌ ହିଲା ବାବେ ଗଃଣିତା ଅଃଉତି ।
9 କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।
ଇସ୍ୱର୍‌ ଇ ଜଃବାଉ କଃରିରିଲା “ଟିକ୍‌ ଇ ମାସେ ମୁୟ୍‌ଁ ବାଉଳି ଆସିନ୍ଦ୍‌, ସେଡେବଃଳ୍‌ ସାରାର୍‌ କଳେ ଗଟେକ୍‌ ହିଲା ରଃୟ୍‌ଦ୍‌ ।”
10 ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍‍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍‌ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,
ଇ ହିଲା ଅଃମାର୍‌ ଦାଦିବାବୁ ଇସାକ୍‌ ରିଲା, ରିବିକାର୍‌ ଜୁଳେକ୍‌ ହିଲା ଗଟେକ୍‌ ଉବାସି ଇସାକ୍‌ ତଃୟ୍‌ହୁଣି ଜଃଲମ୍‌ ଅୟ୍‌ରିଲାୟ୍‌ ।
11 ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
ଜଃଡେବଃଳ୍‌ ହିଲାମଃନ୍ ଜାତ୍‌ ଅୟ୍‌ନଃରିଲାୟ୍‌, ଆର୍‌ ବଃଲ୍‌ କି ମଃନ୍ଦ୍‌ କାୟ୍‌ରି କଃରି ନଃରିଲାୟ୍‌, ସଃଡେବଃଳ୍‌ କାମ୍‌ ଗିନେ ନାୟ୍‌, ମଃତର୍‌ କୁଦ୍‌ଲା ଲକାର୍‌ ଇଚାର୍‌ ଗିନେ, ବାଚ୍‌ଲା ହଃର୍କାରେ ଇସ୍ୱରାର୍‌ ଜଃଜ୍‌ନା ଜଃନ୍‌କଃରି ତିର୍‌ ରଃୟ୍‌ଦ୍‌,
12 ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
ଇତାର୍‌ ଗିନେ ଇ କଃତା ତାକେ କଃଉଆ ଅୟ୍‌ରିଲି, “ବଃଡ୍‌ ବାୟ୍‌ ସାନ୍ ବାୟ୍‌ର୍‌ ସେବା କଃରେଦ୍‌ ।”
13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”
ଜଃନ୍‌କଃରି ସାସ୍ତରେ ଲେକା ଆଚେ, “ଜାକୁବକେ ଅଃମି ଲାଡ୍‌ କଃଲୁ, ମଃତର୍‌ ଏସାଉକେ ନାୟ୍‌ ।”
14 ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।
ତଃବେ ଆମିମଃନ୍ କାୟ୍‌ କଃରୁଆଁ? ଇସ୍ୱରାର୍‌ ତଃୟ୍‌ ଅଃଦଃର୍ମ୍‌ ଆଚେ କି? ଇରି କଃବେ ହେଁ ନଃଉଅ ।
15 କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
ବଃଲେକ୍‌ ସେ ମସାକ୍‌ କୟ୍‌ରିଲା, ଜାର୍‌ ଉହ୍ରେ ଅଃମାର୍‌ ଦଃୟା ଆଚେ ତାକେ ଅଃମି ଦଃୟା କଃରୁନ୍ଦ୍‌, ଆର୍‌ ଜାର୍‌ ଉହ୍ରେ ଅଃମାର୍‌ ଲାଡ୍‌ ଆଚେ, ତାକେ ଅଃମି ଲାଡ୍‌ କଃରୁନ୍ଦ୍‌ ।
16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।
ତଃବେ, ଜେ, ଇଚା କଃରେଦ୍‌ କି ଜେ ଚେସ୍ଟା କଃରେଦ୍‌ ତାର୍‌ ତଃୟ୍‌ହୁଣି ଇରି ନୟ୍‌, ମଃତର୍‌ ଦଃୟାକାରି ଇସ୍ୱରାର୍‌ ତଃୟ୍‌ହୁଣି ଅୟ୍‌ଆଚେ ।
17 ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”
ଜଃନ୍‌କଃରି ସାସ୍ତର୍‌ ପାରକେ କଃଉଁଲି, ଅଃମି ଜଃନ୍‌କଃରି ତୁମାର୍‌ ତଃୟ୍‌ ଅଃମାର୍‌ ସଃକ୍ତି ଦଃକାଉଁନ୍ଦ୍, ଆର୍‌ ଜଃନ୍‌କଃରି ସଃବୁ ହୁର୍ତିବିଏ ଅଃମାର୍‌ ନାଉଁ ପର୍ଚାର୍‌ ଅୟ୍‌ଦ୍‌, ଇତାର୍‌ ଗିନେ ତ “ଅଃମି ତକ୍‌ ରଃଜା କଃରିଆଚୁ ।
18 ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।
ତଃବେ, ସେ ଜାକେ ମଃନ୍ କଃରେଦ୍‌, ତାକେ ଦଃୟା କଃରେଦ୍‌, ଆରେକ୍‌ ଜାକେ ସେ ମଃନ୍ କଃରେଦ୍‌ ତାକେ ଅଃଟୁଆ ମଃନ୍‌ କଃରେଦ୍‌ ।”
19 ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
ତୁମାର୍‌ ବିତ୍ରେ କେ ମକ୍‌ କଃଉଁ ହାରାସ୍‌ ତଃନ୍‌ଅୟ୍‌ଲେକ୍‌ ଇସ୍ୱର୍‌ କାୟ୍‌କଃରୁକ୍‌ ଅଃମାର୍‌ ଦଃସ୍‌ ଦଃରେଦ୍‌? ବଃଲେକ୍‌ ତାର୍‌ ଇଚାକ୍‌ କେ ତେବାଉଁକେ ହାରେଦ୍‌?
20 କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
ମଃତର୍‌ ଏ ମାନାୟ୍‌, ତୁମି କେ ଜେ, ଇସ୍ୱର୍‌କେ ବିରଦ୍‌ କଃରାସ୍‌? ତିଆର୍‌ ଅୟ୍‌ଲା ଆସ୍ତି କି ତିଆର୍‌ କଃଲା ଲକ୍‌କେ କୟ୍‌ଦ୍‌, ମକ୍‌ ଇହର୍‌ ତିଆର୍‌ କଃଲିସ୍‌ କାୟ୍‌ତାକ୍‌?
21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
ନିଜାର୍‌ ଇଚା ହଃର୍କାରେ ଡକା ହାଜୁକେ ମାଟି ଉହ୍ରେ କୁମ୍ବାରାର୍‌ ହୁରା ଅଃଦିକାର୍‌ ଆଚେ । ଗଟେକ୍‌ ମାଟି ବେଲାର୍‌ ସେ ଦୁୟ୍‌ ରଃକମ୍‌ ଡକା ହାଜୁକେ ହାରେଦ୍‌, ଗଟେକ୍‌ ଲଳାଗଳା ହାୟ୍‌ଁ ଆର୍‌ ଆରେକ୍‌ ଗଟେକ୍‌ ଲଳାଗଳା ନୟ୍‌ଲା ବିନ୍ କାମାର୍‌ ହାୟ୍‌ଁ ।
22 କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
ଇସ୍ୱର୍‌ ହେଁ ଟିକ୍‌ ସେରଃକମ୍‌ କଃରିଆଚେ । ସେ ତାର୍‌ ରିସା ଦଃକାଉଁକେ ଆର୍‌ ଅଃହ୍‌ଣାର୍‌ ସଃକ୍ତି ଜାଣାଉଁକେ ଇଚା କଃଲେକ୍‌ ଜୁୟ୍‌ମଃନ୍‌ ତାର୍‌ ରିସାର୍‌ ଲକ୍‌ ଅୟ୍‌ ନାସ୍‌ ଅଃଉଁକ୍‌ ଆଚ୍‌ତି ସେମଃନ୍‌କେ ବଃଡେ ସଃମ୍ବାଳି କଃରି ଜାଗି ଆଚେ ।
23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
ଆରେକ୍‌ ସେ ତାର୍‌ ଜଃବର୍‌ ଜଃଜ୍‌ମାନ୍ ଜାଣାଉତାର୍‌ ଗିନେ ଅଃମିମଃନ୍‌କ୍‌ ବଃଡେ ଦଃୟାର୍‌ ଲକ୍‌ ବାବେ ହୁର୍ବେହୁଣି ବାଚି ରିଲା ।
24 ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,
ସେତାର୍‌ଗିନେ ତ ସେ ଅଃବ୍‌କା ଜିଉଦିମଃନାର୍‌ ବିତ୍ରେହୁଣି ନାୟ୍‌, ମଃତର୍‌ ଅଜିଉଦିମଃନାର୍‌ ବିତ୍ରେହୁଣି ହେଁ ଅଃମିମଃନ୍‌କ୍‌ କୁଦିଆଚେ,
25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”
ଜଃନ୍‌କଃରି, ଇ ବିସୟ୍‌ ହସେୟର୍‌ ପୁସ୍ତକେ ଇସ୍ୱର୍‌ କୟ୍‌ ଆଚେ, “ଜୁୟ୍‌ ଲକ୍‌ମଃନ୍ ମର୍‌ ଲକ୍‌ ନଃରିଲାୟ୍‌, ସେମଃନ୍‌କେ ମୁୟ୍‌ଁ ମର୍‌ ଲକ୍‌ ବଃଲି କୟ୍‌ଦ୍‌; ଆର୍‌ ଜେ ଲାଡାର୍‌ ନଃରିଲା, ତାକେ ଲାଡାର୍‌ ବଃଲି କୟ୍‌ଦ୍‌ ।”
26 ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
“ଆରେକ୍‌ ଜୁୟ୍‌ ଟାଣେ ତୁମିମଃନ୍ ଅଃମାର୍‌ ଲକ୍‌ ନୟ୍‌ ବଃଲି ସେମଃନ୍‌କେ କଃଉଆ ଅୟ୍‌ରିଲି, ସେଟାଣେ ସେମଃନ୍ ଜିବନ୍‌ ଇସ୍ୱରାର୍‌ ହୟ୍‌ସିମଃନ୍ ବଃଲି ଡାକ୍‌ହୁଟ୍‌ତି ।”
27 ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;
ଆରେକ୍‌ ଜିସାୟ୍‌ ଇସ୍ରାଏଲ୍‌ମଃନାର୍‌ ବିସୟେ କୟ୍‌ଆଚେ, “ଇସ୍ରାଏଲ୍‌ମଃନ୍‌ ସଃମ୍‌ନ୍ଦାର୍‌ ବାଲି ହର୍‌ ଅଲେକାର୍‌ ଅୟ୍‌ଲେକ୍‌ ହେଁ ସେମଃନାର୍‌ ବିତ୍ରେ ଅଃଳକ୍‌ କଃତେକ୍‌ ଲକ୍‌ ମଃତର୍‌ ମୁକ୍ତି ହାଉତି ।
28 ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”
ବଃଲେକ୍‌ ମାପ୍ରୁ ବେଗିକଃରି ହୁର୍ତିବିକେ ହୁରା ନ୍ୟାୟ୍‌ ବିଚାର୍‌ କଃରେଦ୍‌ ।
29 ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ, ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ।”
ଆରେକ୍‌ ଜଃନ୍‌କଃରି ଜିସାୟ୍‌ ହୁର୍ବେ କୟ୍‌ଆଚେ, ସଃବ୍‌କେ ଉଟ୍ୟା ସଃକାତ୍‌ ମାପ୍ରୁ ଜଦି ଅଃମାର୍‌ ଗିନେ କଃତେକ୍‌ ଲକେ ରଃକ୍ୟା କଃରି ନଃରିଲେକ୍‌, ଅଃମିମଃନ୍‌ ସଦମ୍‌ ଆର୍‌ ଗମ୍‌ରା ଗଃଳାର୍‌ ଲକ୍‌ ହର୍‌ ଅୟ୍‌ଲୁହୁଣି ।”
30 ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
ତଃବେ ଅଜିଉଦିମଃନାର୍‌ ବିସୟେ ଇରି କଃଉ ହାରୁଆଁ, ସେମଃନ୍ ଦଃର୍ମି ଅଃଉଁକେ ଚେସ୍ଟା ନଃକେର୍ତି ରିଲାୟ୍‌, ମଃତର୍‌ ସେମଃନାର୍‌ ବିସ୍ୱାସ୍‌ ଗିନେ ଦଃର୍ମି ଗଃଣା ଅୟ୍‌ଆଚ୍‌ତି ।
31 କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
ମଃତର୍‌ ଇସ୍ରାଏଲାର୍‌ ଲକ୍‌ମଃନ୍‌, ବଃଲେକ ଜିଉଦିମଃନ୍‌ ବିଦି ଦଃୟ୍‌ ଦଃର୍ମି ଅଃଉଁକେ ଚେସ୍ଟା କଃରି ଆରି ଜାୟ୍‌ ଆଚ୍‌ତି ।
32 କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
ଇତିର୍‌ ଅଃର୍ତ୍‌ ଅଃଉଁଲି, ସେମଃନ୍ ନିଜାର୍‌ ଚେସ୍ଟା ଉହ୍ରେ ବଃର୍ସା କଃର୍ତି ରିଲାୟ୍‌, ବିସ୍ୱାସ୍‌ ଉହ୍ରେ ନୟ୍‌ । ସେତାର୍‌ ଗିନେ ସେମଃନ୍ ସେ ବାଦା ଦେତା ଟେଳାୟ୍‌ ଜଟ୍ୟାୟ୍‌ ଅୟ୍‌ଲାୟ୍‌ ।
33 ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।”
ସାସ୍ତରେ ଜଃନ୍‌କଃରି ଲେକା ଅୟ୍‌ଆଚେ, “ଦଃକା ମୁୟ୍‌ଁ ସିଅନେ ଗଟେକ୍‌ ବାଦା ଦେତା ଟେଳା ଆର୍‌ ଜଟ୍ୟାୟ୍‌ ଅଃଉତା ଟେଳା ସଃଙ୍ଗାଉଁଲେ, ଆର୍‌ ଜେ ତାର୍‌ ତଃୟ୍‌ ବିସ୍ୱାସ୍‌ କଃରେଦ୍‌ ସେ ଲାଜ୍‌ ନଃହାୟ୍‌ ।”

< ରୋମୀୟ 9 >