< ରୋମୀୟ 10 >
1 ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ବରଙ୍କ ଛାମୁରେ ମୋହର ପ୍ରାର୍ଥନା।
ଏ ବାୟ୍ବେଣିମଃନ୍ ମର୍ ନିଜାର୍ ଜାତିର୍ ଲକ୍ମଃନ୍ ମୁକ୍ତି ହାଉତି, ଇରି ମର୍ ମଃନ୍ ବିତ୍ରାର୍ ଇଚା ଆର୍ ଇସ୍ୱରାର୍ ତଃୟ୍ ଇରି ମର୍ ପାର୍ତନା ।
2 କାରଣ ଈଶ୍ବରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ।
କାୟ୍ତାକ୍ବଃଲେକ୍ ଇସ୍ୱରାର୍ ବିସୟେ ଜେ ସେମଃନାର୍ ବଃଡେ ସଃର୍ଦା ଆଚେ, ଇରି ମୁୟ୍ ସେମଃନାର୍ ବାଟ୍ୟା ଅୟ୍ ସାକି ଦେଉଁଲେ, ମଃତର୍ ସେ ସଃର୍ଦା ଗ୍ୟାନ୍ ସଃଙ୍ଗ୍ ନୟ୍ ।
3 ଯେଣୁ ଈଶ୍ବରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ବରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି।
ବଃଲେକ୍ ମାନାୟ୍ମଃନ୍କେ ଦଃର୍ମି ବଃଲି ଗଃଣ୍ତି କଃରୁକେ ଇସ୍ୱର୍ ଟିକ୍ କଃଲା ଉପାୟ୍କେ ବିସ୍ୱାସ୍ ନଃକେରି ସେମଃନ୍ ଦଃର୍ମି ଅଃଉଁକେ ନିଜାର୍ ବାଟେ ଚାଲି ଆଚ୍ତି ସେତାର୍ଗିନେ ଇସ୍ୱରାର୍ ସେ ବାଟ୍କେ ଚାଡି ଆଚ୍ତି ।
4 କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି।
କ୍ରିସ୍ଟ ହଃକା ମସାର୍ ବିଦିର୍ ସଃରାସଃରି, ତାର୍ ତଃୟ୍ ହଃକା ବିସ୍ୱାସ୍ କଃଲେକ୍ ନଃର୍ମାନାୟ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅୟ୍ଦ୍ ।
5 କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ୱାରା ବଞ୍ଚିବ।
ବିଦି ମାନ୍ଲେକ୍ ଦଃର୍ମି ଅଃଉତା ବିସୟେ ମସା ଲେକି ଆଚେ, “ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍ ଜିବନ୍ ହାଉତି ।”
6 କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, କିଏ ସ୍ୱର୍ଗାରୋହଣ କରିବ (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ନିମନ୍ତେ)?”
ମଃତର୍ ବିସ୍ୱାସ୍ ଗିନେ ଦଃର୍ମି ଗଃଣା ଅଃଉତା ବିସୟେ ସାସ୍ତରେ ଲେକା ଆଚେ, “ମଃନେ ମଃନେ କଃଉଆ ନାୟ୍ କେ ସଃର୍ଗେ ଜାୟ୍ଦ୍, କ୍ରିସ୍ଟକେ ଉତ୍ରାୟ୍ ଆଣୁକେ?
7 “ଅବା ‘କିଏ ପାତାଳକୁ ଅବତରଣ କରିବ’” (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)? (Abyssos )
କି କେ ହଃତାଳ୍ହୁରେ ଜାୟ୍ଦ୍ କ୍ରିସ୍ଟକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଣୁକେ? ଇ କଃତା ତୁମିମଃନ୍ ହଃଚାର୍ତା ଲଳାନାୟ୍ । (Abyssos )
8 କିନ୍ତୁ ତାହା କଅଣ କହେ? “ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି,” ଅର୍ଥାତ୍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ।
କାୟ୍ତାକ୍ ବଃଲେକ୍ ସାସ୍ତର୍ ହଃର୍କାରେ, ‘ଇସ୍ୱରାର୍ କବୁର୍ ତୁମାର୍ ଚଃମେ, ତୁମାର୍ ଟଣ୍ଡେ ଆର୍ ମଃନ୍ବିତ୍ରେ ଆଚେ ।’ ବିସ୍ୱାସ୍ ବିସୟେ ଇ କବୁର୍ ହଃକା ଅଃମି ପର୍ଚାର୍ କଃରୁଲୁ ।
9 ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;
ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପ୍ରୁ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍;
10 କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ।
ମଃନ୍ବିତ୍ରେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉଁହାରୁଆଁ ଆର୍ ଟଣ୍ଡେ ମାପ୍ରୁ ବଃଲି କୟ୍ଲେକ୍ ଅଃମିମଃନ୍ ମୁକ୍ତି ହାଉଁହାରୁଆଁ ।
11 ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।
ତଃବେ ସାସ୍ତର୍ କଃଉଁଲି, ଜେ କେ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।
12 କାରଣ ଯିହୁଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ।
ବଃଲେକ୍ ଜିଉଦି ଆର୍ ଅଜିଉଦି ଲକାର୍ ବିତ୍ରେ କାୟ୍ହେଁ ବିନ୍ ନାୟ୍, ବଃଲେକ୍ ସଃବୁ ଲକାର୍ ତ ଗଟେକ୍ ମାପ୍ରୁ, ଆର୍ ଜଃତେକ୍ ଲକ୍ ତାର୍ ତଃୟ୍ ପାର୍ତ୍ନା କଃର୍ତି ସେ ସଃବୁ ଲକମଃନ୍କେ ସେ ଜଃବର୍ ଆସିର୍ବାଦ୍ କଃରେଦ୍ ।
13 କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ।
ବଃଲେକ୍ ଜେହେଁ ମାପ୍ରୁର୍ ନାଉଁ ଦଃରି ପାର୍ତ୍ନା କଃରେଦ୍ ସେ ମୁକ୍ତି ହାୟ୍ଦ୍ ।”
14 ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?
ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି?
15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, “ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।”
ଆରେକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକେ ନଃହେଟାୟ୍ଲେକ୍ କଃନ୍କଃରି ପର୍ଚାର୍ କଃର୍ତି? ଜଃନ୍କଃରି ଲେକା ଆଚେ, ଜୁୟ୍ ଲକ୍ମଃନ୍ ନିକ କବୁର୍ ଆଣ୍ତି ସେମଃନାର୍ ହାଦ୍ କଃଡେକ୍ ସୁନ୍ଦୁର୍ ।
16 କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ। କାରଣ ଯିଶାଇୟ କହନ୍ତି, “ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି?”
ମଃତର୍ ସଃବୁ ଲକ୍ ସେ ନିକ କବୁର୍କେ ନଃମାନ୍ଲାୟ୍ । ବଃଲେକ୍ ଜିସାୟ୍ ଲେକି ଆଚେ, “ଏ ମାପ୍ରୁ କେ ଅଃମାର୍ କବୁର୍ ସୁଣି ବିସ୍ୱାସ୍ କଃରି ଆଚେ?”
17 ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ।
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
18 କିନ୍ତୁ ମୁଁ କହେ, “ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।”
ମଃତର୍ ମୁଁୟ୍ ହଃଚାରୁଲେ, ସେମଃନ୍ କି ସେ ନିକ କବୁର୍ ନଃସୁଣ୍ତି? ହେଁ ବାୟଃଦ୍ରେ ସେମଃନ୍ ସୁଣି ଆଚ୍ତି, ବଃଲେକ୍ ସାସ୍ତରେ ଲେକା ଆଚେ, “ସେମଃନାର୍ ଟଣ୍ଡ୍ ହୁର୍ତିବି ସଃରା ଉର୍ଜି ଅୟ୍ଆଚେ, ଆର୍ ସେମଃନାର୍ କଃତା ଜଃଗତାର୍ ସଃନ୍ଦି ହଃତେକ୍ ସେମଃନାର୍ ବାକ୍ୟ ସୁଣା ଅୟ୍ଆଚେ ।”
19 କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, “ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା।”
ମଃତର୍ ଆରେକ୍ ମୁୟ୍ଁ ହଃଚାରୁଲେ, ଇସ୍ରାଏଲ୍ ଲକ୍ମଃନ୍ କାୟ୍ ବୁଜି ନଃରିଲାୟ୍? ହୁର୍ବେ ମସାର୍ ବଃଳ୍ ଇସ୍ୱର୍ କୟ୍ଲା, “ଅଃମାର୍ ଲକ୍ମଃନ୍କେ ରିସା କଃରାଉଁକ୍ ଗଟ୍ ନଃଜାଣ୍ତା ଗସ୍ଟିକେ ବେବାର୍ କଃରିନ୍ଦ୍, ସେହର୍ ଗଟ୍ ଅଃବୁଜ୍ୟା ଗସ୍ଟି ଦଃୟ୍ ମର୍ ଲକ୍ମଃନ୍କେ ରିସା କଃରାୟ୍ନ୍ଦ୍ ।”
20 ତାହା ପରେ ଯିଶାଇୟ ସାହସରେ କହନ୍ତି, “ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।”
ତାର୍ ହଃଚେ ଜିସାୟ୍ ଅଃଦିକାର୍ ସଃଙ୍ଗ୍ କଃଉଁଲା, ଜୁୟ୍ ଲକ୍ମଃନ୍ ଅଃମିକ୍ ନଃକଜ୍ତି ରିଲାୟ୍, ସେମଃନ୍ ଅଃମିକ୍ ହାୟ୍ଲାୟ୍; ଜୁୟ୍ ଲକ୍ମଃନ୍ ଅଃମାର୍ ବିସୟେ ହଃଚାରି ନଃଦେକ୍ତି ରିଲାୟ୍ ସେମଃନାର୍ ତଃୟ୍ ଅଃମି ଜାଣାୟ୍ଅୟ୍ଲୁ ।
21 କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, “ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ।”
ମଃତର୍ ଇସ୍ୱର୍ ଇସ୍ରାଏଲ୍ମଃନାର୍ ବିସୟେ କଃଉଁଲା, ମୁୟ୍ଁ ଅମାନ୍ୟାର୍ ଆର୍ ଗଃଣ୍ଡ୍ଗଳ୍ କାରି ଲକମଃନାର୍ ଉହ୍ରେ ସଃବୁ ବଃଳ୍ ମର୍ ଆତ୍ ଲାମାୟ୍ କୁଦୁଲେ ।