< ରୋମୀୟ 8 >

1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ।
ଆମିନି ଗାଟାରି କ୍ରୀସ୍ତ ଜୀସୁତଲେ ଆଣ୍ଡାନା ନୀଡିମାନେରି, ଏ଼ୱାରାକି ନୀଏଁ ଏ଼ନି ଡଣ୍ତ ହିଲେଏ ।
2 କାରଣ ଜୀବନଦାୟକ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି।
ଇଚିହିଁ ଜୀୱୁ ହିୟାନି ଜୀୱୁତି ମେ଼ରା କ୍ରୀସ୍ତ ଜୀସୁ ତା଼ଣା ଆଣ୍ତାନା ମିଙ୍ଗେ ପା଼ପୁ ଅ଼ଡ଼େ ହା଼ୱିକିନି ମେ଼ରାଟି ମୁକ୍‌ଲୱି କିହାମାଞ୍ଜାନେ ।
3 ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ବର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ,
ମାଣ୍‌ସିତି ଆଙ୍ଗାତା ବା଼ଡ଼୍‌ୟୁ ହିଲାଆକି ମ଼ସା ହୀହାମାନି ମେ଼ରା ଏ଼ନାଆଁ କିହାଲି ଆ଼ଡାଆତେ, ମାହାପୂରୁ ଏ଼ଦାଆଁ ତାନି ମୀର୍‌ଏଣାଇଁ ପା଼ପୁଗାଟି ମାଣ୍‌ସିଲେହେଁ ପା଼ପୁଇଁ ନା଼ସା କିହାଲି ପାଣ୍ତାନା ଆଙ୍ଗାତି ପା଼ପୁତି ଡଣ୍ତ ହୀହାଲି କିତେସି ।
4 ଯେପରି ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ, ଆମ୍ଭମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ।
ଏ଼ଦାଆଁତାକି ମା଼ର ମାଣ୍‌ସିତି ମାଣ୍‌କିତା ମାନାଆନା ସୁଦୁଜୀୱୁତି ମାଣ୍‌କିତା ମାଞ୍ଜାନା ଇଞ୍ଜାଁ ଈଦାଆଁ ତଲେ ମା଼ର ମେ଼ରାତି ପା଼ଣାପା଼ଟୁ ମା଼ନି କିହିମାନାୟି ।
5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି।
ଆମିନି ଗାଟାରି ଆଙ୍ଗାତି ମାଣ୍‌କି ତଲେ ନୀଡିନାରି ଏ଼ୱାରି ଆଙ୍ଗାତି ମାଣ୍‌କିତି କାତାତା ମ଼ନ ହୀନେରି, ସାମା ଆମିନି ଗାଟାରି ସୁଦୁଜୀୱୁତି ମାଣ୍‌କି ତଲେ ନୀଡିନେରି, ଏ଼ୱାରି ହିୟାଁ ସୁଦୁଜୀୱୁତି କାତାତା ମ଼ନ ହୀନେରି ।
6 କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
ଇଚିହିଁ ଆଙ୍ଗାତି ମାଣ୍‌କିତି ମ଼ନ ହା଼ୱିକିନେ; ସାମା ସୁଦୁଜୀୱୁତି ମାଣ୍‌କିତି ମ଼ନ ଜୀୱୁ ଇଞ୍ଜାଁ ହିତ୍‌ଡ଼ି ହିୟାନେ ।
7 ଯେଣୁ ଶାରୀରିକ ମନ ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
ଇଚିହିଁ ଆଙ୍ଗାତି ମ଼ନତଲେ ନୀଡିନାସି ମାହାପୂରୁ କ଼ପାଟି ସାତ୍ରୁ ଆ଼ନେସି; ଇଚିହିଁ ଏ଼ୱାସି ମାହାପୂରୁ ମେ଼ରାତି ମା଼ନି କିଅସି; ଇଞ୍ଜାଁ ଏ଼ୱାସି ମା଼ନୱି ଆ଼ହାଲି ଆ଼ଡଅସି ।
8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ବରଙ୍କର ସନ୍ତୋଷପାତ୍ର ହୋଇପାରନ୍ତି ନାହିଁ।
ଆମିନି ଗାଟାରି ଆଙ୍ଗାତି ମାଣ୍‌କି ତଲେ କାମା କିନେରି, ଏ଼ୱାରି ମାହାପୂରୁଇଁ ରା଼ହାଁ କିହାଲି ଆ଼ଡଅରି ।
9 କିନ୍ତୁ ଈଶ୍ବରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ।
ମାହାପୂରୁତି ସୁଦୁଜୀୱୁ ସାତା ତଲେ ମୀ ତା଼ଣା ମାଚିସାରେ, ମୀରୁ ଅ଼ଡ଼େ ଆଙ୍ଗାତି ମାଣ୍‌କି ଲେହେଁ ନୀଡଅତେରି, ସାମା ସୁଦୁଜୀୱୁତି ହୁକୁମି ମା଼ନି କିହିମାଞ୍ଜେରି । କ୍ରୀସ୍ତତି ଜୀୱୁ ଆମ୍ବାଆରି ତା଼ଣା ହିଲେଏ, ଏ଼ୱାସି ଏଚେଲା ଜିକେଏ ଏ଼ୱାଣି ଲ଼କୁ ଆ଼ହାଲି ଆ଼ଡଅସି ।
10 କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ।
୧୦ସାମା କ୍ରୀସ୍ତ ମୀ ତା଼ଣା ମାଚିସାରେ, ମୀ ଆଙ୍ଗା ପା଼ପୁ ତାକି ନା଼ସା ଆ଼ହାଲି ହାଜିମାଚିହିଁ ଜିକେଏ, ସୁଦୁଜୀୱୁ ମିଙ୍ଗେ ଜୀୱୁ ହୀୟାନେ, ଏ଼ନାଆଁତାକି ଇଚିହିଁ ମାହାପୂରୁ ନ଼କିତା ମୀରୁ ଦାର୍ମୁଗାଟାତେରି ଆ଼ହାମାଞ୍ଜେରି ।
11 ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ।
୧୧ଆମ୍ବାଆସି ହା଼ତାରି ତା଼ଣାଟି ଜୀସୁଇଁ ନିକ୍‌ହେସି, ଏ଼ୱାଣି ଜୀୱୁ ମୀ ତା଼ଣା ମାଚିସାରେ, ଆତିହିଁ ଆମ୍ବାଆସି ହା଼ତାରି ତା଼ଣାଟି କ୍ରୀସ୍ତ ଜୀସୁଇଁ ନିକ୍‌ହେସି, ଏ଼ୱାସି ମୀ ତା଼ଣା ମାନି ତାନି ଜୀୱୁତଲେ ମୀ ହା଼ତି ଆଙ୍ଗାତି ଜିକେଏ ନୀଟ୍‌ନେସି ।
12 ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନଯାପନ କରିବାକୁ ଶରୀର ନିକଟରେ ନୁହେଁ;
୧୨ଏ଼ଦାଆଁତାକି, ତାୟି ତାଙ୍ଗିସ୍କାତେରି, ମା଼ର ରୀଣାଗାଟାତାୟି, ସାମା ଆଙ୍ଗାତି ମାଣ୍‌କି ତଲେ ନୀଡାଲି ଆ଼ଏ ।
13 କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ।
୧୩ଇଚିହିଁ ଆଙ୍ଗାତି ମାଣ୍‌କି ତଲେ ମୀରୁ ନୀଡିଦେରି, ଆତିହିଁ ସାତେଏ ହା଼ଦେରି, ସାମା ସୁଦୁଜୀୱୁତି ସା଼ୟେମି ତଲେ ଆଙ୍ଗାତି କାମା ବାରେ ନା଼ସା କିଦେରି, ଆତିହିଁ ନୀଡିଦେରି ।
14 ଯେଣୁ ଯେତେ ଲୋକ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ବରଙ୍କ ସନ୍ତାନ।
୧୪ଆମିନି ଗାଟାରି ମାହାପୂରୁତି ସୁଦୁଜୀୱୁ ତଲେ ତା଼କିନେରି, ଏ଼ୱାରି ମାହାପୂରୁତି ମୀର୍‌କା ।
15 କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ।
୧୫ଇଚିହିଁ ମୀରୁ ୱେଣ୍ତେ ଆଜାଲି ହ଼ଲିୟାଙ୍ଗାତି ଜୀୱୁ ବେଟାଆ଼ହା ହିଲଅତେରି, ସାମା ମୀର୍‌ଏଣାତି ଜୀୱୁ ବେଟାଆ଼ହାମାଞ୍ଜେରି; ଏମ୍ବାଟି ମା଼ର “ଆ଼ବା ତାଞ୍ଜି” ଇଞ୍ଜିଁ ହା଼ଟିମାନାୟି ।
16 ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ସେହି ପବିତ୍ର ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି,
୧୬ମା଼ର ମାହାପୂରୁତି ମୀର୍‌କା ମା଼ସ୍‌କା ଇଞ୍ଜିଁ ଏ଼ ଜୀୱୁଏ ମା଼ ଜୀୱୁତଲେ ଆଣ୍ଡାନା ସା଼କି ହୀହିମାନେ ।
17 ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍‍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ବରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ।
୧୭ଏ଼ନାଆଁତାକି ଇଚିହିଁ ମା଼ର ମାହାପୂରୁତି ମୀର୍‌କା ମା଼ସ୍‌କାତାୟି, ତାନି ଲ଼କୁତାକି ଲ଼ଡ଼ାମାନି ବ଼ରତି ବା଼ଗା ପା଼ଣ୍‌ନାୟି, ଇଞ୍ଜାଁ କ୍ରୀସ୍ତ ତଲେ ଗାୱୁରମି ବେଟାଆ଼ହାଲି ମା଼ର ଜିକେଏ ଏ଼ୱାଣିତଲେ ଦୁକୁ କସ୍ତ ପା଼ଣ୍‌ନାୟି ମାନେ, ଆତିହିଁ ମାହାପୂରୁତି ବ଼ରତି ବା଼ଗା ଅ଼ଡ଼େ କ୍ରୀସ୍ତ ତଲେ ବା଼ଗାତା ଆଣ୍ତାଲି ଆ଼ଡିନାୟି ।
18 କାରଣ ମୋʼ ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ।
୧୮ଅଣ୍‌ପାଦୁ, ଆମିନି ଗାୱୁରମିତା ୱା଼ହିମାନି ଦିନାତା ମା଼ର ଏଗାହାନାୟି, ଏ଼ଦାଆଁ କିହାଁ ନୀଏଁତି ଦୁକୁ କା଼କୁଲି ଇଚାୟି ଜିକେଏ ଆ଼ଏ, ଏଚିବେ଼ଲାତା ମାହାପୂରୁ ତାନି ମୀର୍‌କା ମା଼ସ୍‌କାଣି ତ଼ହ୍‌ନେସି ।
19 ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ବରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି।
୧୯ମାହାପୂରୁ ତାନି ମୀର୍‌କା ମା଼ସ୍‌କାଣି ତ଼ଞ୍ଜାଆ଼ନାଣି ମେସାଲି ବାରେ ଗା଼ଡ଼ି ଆ଼ତାୟି କା଼ପୁ କା଼ଚାମାନେ ।
20 କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତାହାର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାହାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ;
୨୦ଏ଼ନାଆଁତାକି ଇଚିହିଁ ଗା଼ଡ଼ିଆ଼ତାୟି ମାହାପୂରୁ ତା଼ଣାଟି ବା଼କା ବେଟାଆ଼ହାନା ତାନି ଏଗାହାନି ଟା଼ୟୁ ବା଼ଣା ଆ଼ହାମାନେ । ଆ଼ତିଜିକେଏ ତାନି ଆ଼ସା ମାନେ,
21 ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ବରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ।
୨୧ଅ଼ଡ଼େ ଏ଼ଦି ବା଼ର୍ସୁ ବେଟାଆ଼ତେ, ଇଞ୍ଜାଁ ଗା଼ଡ଼ି ଆ଼ତାୟି ତା଼ନୁଏ ଜିକେଏ ମାହାପୂରୁତି ମୀର୍‌କା ଗାୱୁରମି ତାକି ପିସ୍‌ପି ଆ଼ହାଲିତାକି ନା଼ସା ଆ଼ନି ହ଼ଲିୟାଟି ପିସ୍‌ପି ଆ଼ନେ
22 କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ।
୨୨ସାମା ନୀଏଁ ପାତେକା ବାରେ ଦାର୍‌ତି ଜାର୍ନା କିନି ବୀସା ତଲେ କସ୍ତ ପା଼ଣ୍‌ନି ଲେହେଁ କସ୍ତ ତାକି ଡ଼ୀହିମାନେ ।
23 ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।
୨୩ସାମା ମା଼ର ମୂଲୁତି ପା଼ଡ଼େୟି ଲେହେଁ ସୁଦୁଜୀୱୁତି ବେଟାଆ଼ହାମାନାୟି, ଆତିହିଁ ଜିକେଏ ମା଼ର ମାହାପୂରୁତି ମୀର୍‌କା ଇଚିହିଁ ଜାହା ଜାହାରା ଆଙ୍ଗାଟି ବାରେଜା଼ଣା ଗେଲ୍‌ପି ଆୟାଲିତାକି କା଼ପୁ କା଼ଚାନା ମା଼ ହିୟାଁତା ଡ଼ୀହି ମାନାୟି ।
24 କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ?
୨୪ଏ଼ନାଆଁତାକି ଇଚିହିଁ ବା଼ର୍ସୁଟି ମା଼ର ଗେଲ୍‌ପି ଆ଼ହାମାନାୟି; ସାମା ଏ଼ନାୟି ତ଼ଞ୍ଜା ଆ଼ନାୟି, ଏ଼ଦାଆଁତାକି ବା଼ର୍ସୁ ଇଟିନାୟି ଏ଼ଦି ସାତାତି ବା଼ର୍ସୁ ଆ଼ଏ, ଇଚିହିଁ ଏ଼ନାଆଁ ମେସିମାନାୟି ଏ଼ଦାଆଁତାକି ଏ଼ନାଆଁତାକି ବା଼ର୍ସୁ ଇଟିନାୟି?
25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।
୨୫ସାମା ମା଼ର ଏ଼ନାଆଁ ମେସି ହିଲାଆୟି ଏ଼ଦାଆଁତାକି ବା଼ର୍ସୁ ଇଟିନାୟି, ଆତିହିଁ ମାଙ୍ଗେ ସା଼ସାତଲେ କା଼ପୁ କା଼ଃଆନାୟି ମାନେ ।
26 ଆଉ, ସେହି ପ୍ରକାରେ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
୨୬ମା଼ର ବା଼ଡ଼୍‌ୟୁ ହିଲାଆଗାଟାତାୟି, ସାମା ସୁଦୁଜୀୱୁ ମାଙ୍ଗ ସା଼ୟେମି କିୟାନେ; ଏ଼ନିକିହିଁ ପ୍ରା଼ତାନା କିନାୟି, ଏ଼ଦାଆଁ ମା଼ର ପୁଞ୍ଜାହିଲାଆୟି, ଏ଼ଦାଆଁତାକି ସୁଦୁଜୀୱୁ ଜ଼ଲିନି ହା଼ଡାତଲେ ମା଼ ତାକି ମାହାପୂରୁଇଁ ଗ଼ହାରା କିନେ;
27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ପବିତ୍ର ଆତ୍ମାଙ୍କ ଭାବ କଅଣ, ତାହା ମଧ୍ୟ ଜାଣନ୍ତି, କାରଣ ସେ ଈଶ୍ବରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି।
୨୭ଆମ୍ବାଆସି ମା଼ ହିୟାଁ ବିତ୍ରା ମାନାଣି ପୁନାସି, ଏ଼ୱାସି ସୁଦୁଜୀୱୁତି ଅଣ୍‌ପୁ ଏ଼ନାୟି ଏ଼ଦାଆଁ ପୁନେସି, ଇଚିହିଁ ଏ଼ୱାସି ମାହାପୂରୁତି ଅଣ୍‌ପୁ ତଲେ ମାହାପୂରୁ ଲ଼କୁତାକି ଗ଼ହାରା କିନେସି ।
28 ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ବର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।
୨୮ମା଼ର ପୁଞ୍ଜାମାନାୟି, ଆମିନି ଗାଟାରି ମାହାପୂରୁଇଁ ଜୀୱୁ ନ଼ନେରି ଇଞ୍ଜାଁ ମାହାପୂରୁତି ଲ଼ଡ଼ା ତାକି ବାଚି କିୱି ଆ଼ହାମାନେରି, ଏ଼ୱାରାକି ବାରେ ନେହାୟି ଆ଼ନେ ।
29 କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।
୨୯ଆମ୍ବାଆରାଇଁ ମାହାପୂରୁ ହା଼ଟାମାନେସି, ଏ଼ୱାରାକି ତାନି ମୀର୍‌ଏଣା ୱା଼ଣା ଲେହେଁ ଆ଼ହାଲି ତଲିଟିଏ ତୀରି କିହାମାନେସି, ଆତିହିଁ ମାହାପୂରୁତି ମୀର୍‌ଏସି, ଏ଼ନିକିହିଁ ଏ଼ୱାସି ହା଼ରେକା ତାୟି ତାଙ୍ଗିସ୍କା କିହାଁ ମୂଲୁ ଜାର୍ନା ଆ଼ତାସି ଆ଼ନେସି ।
30 ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ।
୩୦ଆମ୍ବାଆରାଇଁ ନ଼କେଏ ଆ଼ଚାମାଚେସି, ଏ଼ୱାରାଇଁ ଏ଼ୱାସି ହା଼ଟିତେସି, ଏ଼ୱାରି ମାହାପୂରୁ ନ଼କିତା ଦାର୍ମୁଗାଟାରି ଇଞ୍ଜିଁ ତ଼ଞ୍ଜି କିତେସି, ଅ଼ଡ଼େ ଆମିନି ଗାଟାରାଇଁ ଦାର୍ମୁଗାଟାରି ଇଞ୍ଜିଁ ତ଼ଞ୍ଜି କିତେସି ଏ଼ୱାରାଇଁ ଜିକେଏ ଏ଼ୱାସି ଗାୱୁରମି କିତେସି ।
31 ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?
୩୧ଆତିହିଁ ଈ ବାରେତି ମେସାନା ମା଼ର ଏ଼ନାଆଁ ଇନାୟି? ମାହାପୂରୁ ମା଼ ୱାକି ମାଚିସାରେ, ଆମ୍ବାଆସି ମା଼ କ଼ପାତଲେ ନିଙ୍ଗିନେସି?
32 ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?
୩୨ଆମ୍ବାଆସି ତାନି ମୀର୍‌ଏଣାଇଁ ଜିକେଏ ଗେଲ୍‌ପାଆତେସି, ସାମା ମା଼ ବାରେତାକି ଏ଼ୱାଣାଇଁ ହେର୍‌ପିତେସି, ଏ଼ୱାସି ଏ଼ନିକିଁ ଏ଼ୱାଣିତଲେ ମାଙ୍ଗେ ଜିକେଏ ବାରେ କାର୍ମାତି ଦା଼ନା ହିୟଅସିକି?
33 ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି।
୩୩ମାହାପୂରୁ ହା଼ଟାମାନି ଲ଼କୁ କ଼ପାତଲେ ଆମ୍ବାଆସି ଦ଼ହ ଦସାଲି ଆ଼ଡିନେସି? ଏ଼ୱାରି ଦ଼ହ ହିଲାଆ ଗାଟାରି ଇଞ୍ଜିଁ ମାହାପୂରୁ ତା଼ନୁଏ ୱେ଼କ୍‌ହା ମାନେସି ।
34 କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।
୩୪ଆମ୍ବାଆସି ଡଣ୍ତ ହୀନେସି? କ୍ରୀସ୍ତ ଜୀସୁ ହା଼ତାରି ତା଼ଣାଟି ୱେଣ୍ତେ ନିଙ୍ଗାନା ମାହାପୂରୁତି ଟିଃନି ଟଟତା ମାଞ୍ଜାନା ମାଙ୍ଗେତାକି ଗ଼ହାରା କିହିମାନେସି ।
35 ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ?
୩୫ଆତିହିଁ ଆମ୍ବାଆସି ମାଙ୍ଗେ କ୍ରୀସ୍ତତି ଜୀୱୁ ନ଼ନି ତା଼ଣାଟି ଏଟ୍‌କା କିୟାନେସି? ଦୁକୁ, କସ୍ତ, କା଼କୁଲି କି କା଼ତାରା, ହା଼କି, ଏ଼ସ୍‌କି, ସନି କି କାଣ୍ତା, ଏ଼ନାୟି ଜିକେଏ ଏ଼ଦାଆଁ କିହାଲି ଆ଼ଡେଏ ।
36 ଯେପରି ଲେଖାଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।”
୩୬ସା଼ସ୍ତେରିତା ରା଼ସ୍‌କି ଆ଼ହାମାନେ; “ମିଙ୍ଗେ ତାକି ମା଼ମ୍ବୁ ବାରେଦିନା ହା଼କିତି ନ଼କିତା, ହା଼ହାଲି ହାଜିମାନି ମେ଼ଣ୍ତା ଲେହେଁ ମା଼ମ୍ବୁ ତ଼ଞ୍ଜା ଆ଼ହିମାନମି ।”
37 ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ।
୩୭ଆ଼ତିଜିକେଏ ଆମ୍ବାଆସି ମାଙ୍ଗେ ଜୀୱୁ ନ଼ୟାଁତେସି, ଏ଼ୱାଣି ସା଼ୟେମି ତଲେ ମା଼ର ଈ ବାରେତି ଲାକ ଜୀଣା ଆ଼ହାମାନାୟି ।
38 କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ,
୩୮ନା଼ନୁ ସାତେଏ ନେହିଁକିଁ ପୁଞ୍ଜାମାଇଁ ତାନି ଜୀୱୁ ନ଼ନି ତା଼ଣାଟି ମା଼ର ଏଚେଲା ଜିକେଏ ଏଟ୍‌କା ଆ଼ଆୟି, ହା଼କି କି ଜୀୱୁ, ଲାକପୂରୁତି ଦୂତୁୟାଁ କି ସା଼ଲୱି କିହିମାନାଇ କି ବା଼ଡ଼୍‌ୟୁ ଗାଟାଇ, ନୀଏଁ କି ୱା଼ନି ଦିନା କି ଏ଼ନି ବା଼ଡ଼୍‌ୟୁ,
39 ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ବରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।
୩୯ଲାକପୂରୁତି କାତା କି ଡ଼଼ଇପୂରୁତି କାତା ଏ଼ନାୟି ଜିକେଏ; ବାରେ ଗା଼ଡ଼ିଆ଼ତି ଦିଣ୍‌ସୁ ପ୍ରବୁ କ୍ରୀସ୍ତ ଜୀସୁ ତା଼ଣାଟି ତ଼ଞ୍ଜାଆ଼ହାମାନି ମାହାପୂରୁତି ଜୀୱୁ ନ଼ନି ତା଼ଣାଟି ମାଙ୍ଗେ ଏଟ୍‌କା କିୟାନେ ।

< ରୋମୀୟ 8 >