Aionian Verses
ଏଥିଉତ୍ତାରେ ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ୱନା କରିବାକୁ ଯତ୍ନ କଲେ; ମାତ୍ର ସେ ମାନିଲେ ନାହିଁ; ପୁଣି, ସେ କହିଲେ, “ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧୋଗମନ କରିବି।” ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ। (Sheol )
(parallel missing)
ତେବେ ସେ କହିଲେ, “ମୋʼ ପୁଅ ତୁମ୍ଭମାନଙ୍କ ସଙ୍ଗରେ ଯିବ ନାହିଁ, ତାହାର ସହୋଦର ମରିଅଛି, ସେ ହିଁ କେବଳ ଅଛି; ତୁମ୍ଭେମାନେ ଯେଉଁ ପଥରେ ଯାଉଅଛ, ତହିଁରେ ଏହାକୁ ଯଦି କୌଣସି ବିପଦ ଘଟିବ, ତେବେ ତୁମ୍ଭେମାନେ ମୋତେ ଶୋକରେ ଏହି ପକ୍ୱ କେଶରେ କବରକୁ ପଠାଇବ।” (Sheol )
(parallel missing)
ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯଦି ଏହାକୁ କୌଣସି ବିପତ୍ତି ଘଟେ, ତେବେ ତୁମ୍ଭେମାନେ ଆମ୍ଭକୁ ଶୋକରେ ଏହି ପକ୍ୱ କେଶରେ ପାତାଳକୁ ପଠାଇବ।’ (Sheol )
(parallel missing)
କାରଣ ତାଙ୍କ ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା ଅଟେ। ତହିଁରେ ଆପଣଙ୍କର ଏହି ଦାସମାନେ ଶୋକରେ ପକ୍ୱ କେଶରେ ଆପଣଙ୍କ ଦାସ ଆମ୍ଭମାନଙ୍କ ପିତାଙ୍କୁ କବରକୁ ପଠାଇବେ। (Sheol )
(parallel missing)
ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।” (Sheol )
(parallel missing)
ଏହିରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସି ଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା, ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। (Sheol )
(parallel missing)
କାରଣ ଆମ୍ଭ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେଲା, ତାହା ନୀଚତମ ପାତାଳ ପର୍ଯ୍ୟନ୍ତ ଜ୍ୱଳୁଅଛି ଓ ପୃଥିବୀକୁ ତଦୁତ୍ପନ୍ନ ବସ୍ତୁ ସହିତ ଗ୍ରାସ କରେ, ଆଉ ପର୍ବତମାନର ମୂଳଦୁଆ ଜ୍ୱଳାଏ। (Sheol )
(parallel missing)
ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। (Sheol )
(parallel missing)
ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା। (Sheol )
(parallel missing)
ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। (Sheol )
(parallel missing)
ତୁମ୍ଭେ ତ ଜ୍ଞାନୀ ଲୋକ; ଏଣୁ ତାହାକୁ ନିରପରାଧ ମଣିବ ନାହିଁ; ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ, ତାହା ବୁଝିବ ଓ ତୁମ୍ଭେ ତାହାର ପକ୍ୱକେଶ-ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ।” (Sheol )
(parallel missing)
ମେଘ ଯେପରି କ୍ଷୟ ପାଇ ଅନ୍ତର୍ହିତ ହୁଏ, ସେପରି ଯେ ପାତାଳକୁ ଓହ୍ଲାଇଯାଏ, ସେ ଆଉ ଉଠି ଆସିବ ନାହିଁ। (Sheol )
(parallel missing)
ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର? ପାତାଳଠାରୁ ଗଭୀର; ତୁମ୍ଭେ କଅଣ ଜାଣିପାର? (Sheol )
(parallel missing)
ଆଃ, ତୁମ୍ଭେ ଯେବେ ପାତାଳରେ ମୋତେ ଲୁଚାଇ ରଖନ୍ତ, ତୁମ୍ଭର କୋପ ଅତୀତ ହେବା ପର୍ଯ୍ୟନ୍ତ ଯେବେ ମୋତେ ଗୋପନରେ ରଖନ୍ତ, ଯେବେ ମୋʼ ପାଇଁ ସମୟ ନିରୂପଣ କରି ମୋତେ ସ୍ମରଣ କରନ୍ତ! (Sheol )
(parallel missing)
ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ; ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି; (Sheol )
(parallel missing)
ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ, ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ।” (Sheol )
(parallel missing)
ସେହି ଦୁଷ୍ଟମାନେ ସମୃଦ୍ଧିରେ ଆପଣା ଆପଣା ଦିନ କ୍ଷେପଣ କରନ୍ତି ଓ ଏକ ନିମିଷରେ ପାତାଳକୁ ଓହ୍ଲାଇଯାʼନ୍ତି। (Sheol )
(parallel missing)
ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମଜଳକୁ, ସେପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ। (Sheol )
(parallel missing)
ତାହାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ବିନାଶ ସ୍ଥାନର କୌଣସି ଆବରଣ ନାହିଁ। (Sheol )
(parallel missing)
କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ; ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ? (Sheol )
(parallel missing)
ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେମାନେ ସମସ୍ତେ ପାତାଳକୁ ଚାଲିଯିବେ। (Sheol )
(parallel missing)
କାରଣ ତୁମ୍ଭେ ମୋʼ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। (Sheol )
(parallel missing)
ପାତାଳର ରଜ୍ଜୁସବୁ ମୋʼ ଚାରିଆଡ଼େ ଥିଲା; ମୃତ୍ୟୁର ଫାନ୍ଦ ମୋʼ ଉପରେ ପଡ଼ିଲା। (Sheol )
(parallel missing)
ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ। (Sheol )
(parallel missing)
ହେ ସଦାପ୍ରଭୋ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି; ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ। (Sheol )
(parallel missing)
ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ; ମୃତ୍ୟୁୁ ସେମାନଙ୍କର ପାଳକ ହେବ; ଆଉ, ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ; ଆଉ, ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର ହେବ ଓ ତହିଁ ନିମନ୍ତେ ଆଉ ବାସସ୍ଥାନ ନ ଥିବ। (Sheol )
(parallel missing)
ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର ପ୍ରାଣ ମୁକ୍ତ କରିବେ; କାରଣ ସେ ମୋତେ ଗ୍ରହଣ କରିବେ। (ସେଲା) (Sheol )
(parallel missing)
ମୃତ୍ୟୁୁ ସେମାନଙ୍କୁ ହଠାତ୍ ଆକ୍ରମଣ କରୁ, ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ, କାରଣ ସେମାନଙ୍କ ବାସ ସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି। (Sheol )
(parallel missing)
କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ। (Sheol )
(parallel missing)
କାରଣ ମୋʼ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ ଓ ମୋʼ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି। (Sheol )
(parallel missing)
ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ? (Sheol )
(parallel missing)
ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି। (Sheol )
(parallel missing)
ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ। ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ (Sheol )
(parallel missing)
କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି, ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି। (Sheol )
(parallel missing)
ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ; (Sheol )
(parallel missing)
ତାହାର ପାଦ ମୃତ୍ୟୁୁ ଆଡ଼କୁ ଓହ୍ଲାଇଯାଏ; ତାହାର ପାଦ ସିଧା କବରରେ ପଡ଼େ; (Sheol )
(parallel missing)
ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ। (Sheol )
(parallel missing)
ମାତ୍ର ସେହି ଲୋକ ଜାଣେ ନାହିଁ ଯେ, ମୃତ ଲୋକମାନେ ସେଠାରେ ଥାʼନ୍ତି, ପୁଣି, ତାହାର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି। (Sheol )
(parallel missing)
ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ; ତେବେ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ? (Sheol )
(parallel missing)
ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ ଲୋକ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ। (Sheol )
(parallel missing)
ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ। (Sheol )
(parallel missing)
ଯେପରି ପାତାଳ ଓ ବିନାଶ ସ୍ଥାନ କେତେବେଳେ ତୃପ୍ତ ନୁହେଁ, ସେପରି ମନୁଷ୍ୟର ଇଚ୍ଛାସକଳ କେତେବେଳେ ତୃପ୍ତ ନୁହେଁ। (Sheol )
(parallel missing)
ପାତାଳ ଓ ବନ୍ଧ୍ୟା-ଗର୍ଭ; ଜଳରେ ଅତୃପ୍ତ ଭୂମି, ଓ ଅଗ୍ନି ଯେ କହେ ନାହିଁ, ଯଥେଷ୍ଟ ହେଲା। (Sheol )
(parallel missing)
ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ। (Sheol )
(parallel missing)
ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। (Sheol )
(parallel missing)
ଏଥିପାଇଁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି; ପୁଣି, ସେମାନଙ୍କର ଗୌରବ, ସେମାନଙ୍କର ଲୋକସମୂହ, ସେମାନଙ୍କର କଳହ ଓ ସେମାନଙ୍କ ମଧ୍ୟରେ ଉଲ୍ଲାସକାରୀ ଲୋକ ତହିଁ ମଧ୍ୟକୁ ଓହ୍ଲାଇଯାʼନ୍ତି। (Sheol )
(parallel missing)
“ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ; ଅଧୋଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ, ମାଗ।” (Sheol )
(parallel missing)
ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି। (Sheol )
(parallel missing)
ତୁମ୍ଭର ଐଶ୍ୱର୍ଯ୍ୟ ଓ ତୁମ୍ଭ ନେବଲ ଯନ୍ତ୍ରର ସ୍ୱର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି; କୀଟ ତୁମ୍ଭ ତଳେ ପ୍ରସାରିତ (ବିଛଣା) ଓ କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି। (Sheol )
(parallel missing)
ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ। (Sheol )
(parallel missing)
ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ,” (Sheol )
(parallel missing)
ପୁଣି, ମୃତ୍ୟୁୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ୱାରା ଦଳିତ ହେବ। (Sheol )
(parallel missing)
ମୁଁ କହିଲି, ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳର ପୁରଦ୍ୱାରରେ ପ୍ରବେଶ କରିବି; ମୁଁ ଆପଣା ବର୍ଷସମୂହର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି। (Sheol )
(parallel missing)
ଯେହେତୁ ପାତାଳ ତୁମ୍ଭର ପ୍ରଶଂସା କରି ନ ପାରେ, ମୃତ୍ୟୁୁ ତୁମ୍ଭର ଗୁଣ କୀର୍ତ୍ତନ କରି ନ ପାରେ; ଗର୍ତ୍ତଗାମୀମାନେ ତୁମ୍ଭର ସତ୍ୟତା ପାଇଁ ପ୍ରତ୍ୟାଶା କରି ନ ପାରନ୍ତି। (Sheol )
(parallel missing)
ପୁଣି, ତୁମ୍ଭେ ତୈଳ ଘେନି ମଲେକ୍ ଦେବତା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ। (Sheol )
(parallel missing)
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେ ପାତାଳକୁ ଓହ୍ଲାଇ ଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ୍ତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା; ପୁଣି, ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ ଓ କ୍ଷେତ୍ରସ୍ଥ ବୃକ୍ଷସକଳ ତାହା ଲାଗି ମ୍ଳାନ ହେଲେ। (Sheol )
(parallel missing)
ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ, ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି, ଏଦନର, ଅର୍ଥାତ୍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ୱନା ପାଇଲେ। (Sheol )
(parallel missing)
ସେମାନେ ହିଁ ତାହା ସହିତ ପାତାଳକୁ, ଖଡ୍ଗରେ ହତ ଲୋକମାନଙ୍କ ନିକଟକୁ ଓହ୍ଲାଇ ଗଲେ; ହଁ, ସେମାନେ ତାହାର ବାହୁ ସ୍ୱରୂପ ହୋଇ ତାହାର ଛାୟା ତଳେ ଗୋଷ୍ଠୀୟମାନଙ୍କ ମଧ୍ୟରେ ବାସ କରିଥିଲେ। (Sheol )
(parallel missing)
ବୀରଗଣ ମଧ୍ୟରେ ବଳବାନମାନେ ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ; ସେମାନେ, ଅର୍ଥାତ୍, ଖଡ୍ଗ ଦ୍ୱାରା ହତ ଅସୁନ୍ନତ ଲୋକମାନେ ଓହ୍ଲାଇ ଯାଇଅଛନ୍ତି; ସେମାନେ ସ୍ଥିର ହୋଇ ଶୟନ କରନ୍ତି। (Sheol )
(parallel missing)
ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି ଓ ଆପଣା ଆପଣା ଖଡ୍ଗ ଆପଣା ଆପଣା ମସ୍ତକର ତଳେ ରଖିଅଛନ୍ତି ଓ ସେମାନଙ୍କ ଅଧର୍ମ ସେମାନଙ୍କ ଅସ୍ଥି ଉପରେ ଅଛି, ସେମାନଙ୍କ ସହିତ ଏମାନେ ଶୟନ କରିବେ ନାହିଁ; କାରଣ ସେମାନେ ଜୀବିତମାନଙ୍କ ଦେଶରେ ବୀରଗଣର ପ୍ରତି ଭୟର ବିଷୟ ହୋଇଥିଲେ। (Sheol )
(parallel missing)
ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା; ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା; ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ? ହେ ପାତାଳ, ତୁମ୍ଭର ସଂହାର କାହିଁ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ। (Sheol )
(parallel missing)
ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା। (Sheol )
(parallel missing)
ଆଉ, ସେ କହିଲେ, “ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ। (Sheol )
(parallel missing)
ଆହୁରି, ଧନ ବିଶ୍ୱାସଘାତକ ବଣିକ, ଅହଙ୍କାରୀ ଲୋକ, ଆଉ ସେ ଘରେ ରହେ ନାହିଁ, ସେ ପାତାଳର ପରି ଆପଣା ବାଞ୍ଛା ବଢ଼ାଏ ଓ ସେ ମୃତ୍ୟୁୁ ସଦୃଶ, ଆଉ ସେ ତୃପ୍ତ ହୋଇ ନ ପାରେ, ମାତ୍ର ସେ ଆପଣା ନିକଟରେ ଯାବତୀୟ ଗୋଷ୍ଠୀ ଏକତ୍ର କରଇ ଓ ଯାବତୀୟ ଜନବୃନ୍ଦକୁ ଆପଣା ନିକଟରେ ସଂଗ୍ରହ କରେ।” (Sheol )
(parallel missing)
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ। ପୁଣି, ଯେ କେହି ଆପଣା ଭାଇ କି ‘ମୂର୍ଖ’ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ‘ପାଷାଣ୍ଡ’ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ। (Geenna )
ମାତର୍ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍ନା କରାଅଇସି । ଜେ ବାଇକେ ଏ ବେକାର୍ଟାସେ ବଲି କଇସି, ତାକେ ବଡ୍ ସବାଟାନେ ବିଚାର୍ନା କର୍ବାକେ ଆନ୍ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍ପାଇ ନରକର୍ ଜଇଟାନେ ପିଙ୍ଗାଇଅଇବା ବିପଦ୍ ଆଚେ । (Geenna )
ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। (Geenna )
ସେଟାର୍ପାଇ ତମର୍ ଉଜାବାଟର୍ ଆଁକିର୍ ଲାଗି ତମେ ପାପ୍କରିଆଚାସ୍, ତେବେ ସେଟା ବେଟି ପିଙ୍ଗି ଦିଆସ୍, କାଇକେ ବଇଲେ ତମର୍ ସବୁ ଗାଗଡ୍ ନର୍କେ ଜିବା ବାଦୁଲେ ଗଟେକ୍ ଆଁକି ନସ୍ଟ ଅଇବାଟା ତମର୍ପାଇ ନିକ । (Geenna )
ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। (Geenna )
ଜଦି ତମର୍ ଉଜା ଆତ୍ ତମ୍କେ ପାପ୍ କାମ୍ କରାଇଲାନି ବଇଲେ, ସେଟା କାଟି ପିଙ୍ଗି ଦିଆସ୍, କାଇକେ ବଇଲେ ତମର୍ ସବୁ ଗାଗଡ୍ ନର୍କେ ଜିବା ବାଦୁଲେ ଗଟେକ୍ ଆତ୍ ନସ୍ଟ ଅଇବାଟା ନିକ ।” (Geenna )
ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। (Geenna )
ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା । (Geenna )
ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା। (Hadēs )
ଏ କପର୍ନାଉମର୍ ଲକ୍ମନ୍! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା । (Hadēs )
ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ।” (aiōn )
ଜଦି କେ ନର୍ପିଲା, ମର୍ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍ସି, ମାତର୍ ଜେ ଜଦି ସୁକଲ୍ ଆତ୍ମାର୍ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍କେ ମିସା କେମା ନ ମିଲେ । (aiōn )
ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। (aiōn )
କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ । (aiōn )
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ। (aiōn )
ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ । (aiōn )
ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ। (aiōn )
ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି । (aiōn )
ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, (aiōn )
ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ । (aiōn )
ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ। (Hadēs )
ସେଟାର୍ପାଇ ମୁଇ ତକେ କଇଲିନି, ତୁଇ ପିତର୍, ଜାର୍ ଅରତ୍ କି ପାକ୍ନା । ଏ ପାକ୍ନା ଉପ୍ରେ ମୁଇ ମର୍ ମଣ୍ଡଲି ତିଆର୍ କର୍ବି । ଜେନ୍ତିକି ମରନ୍ ପାରା ବପୁ ମିସା ତାକେ କାଇ କରିନାପାରେ । (Hadēs )
ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (aiōnios )
“ଜଦି ତମେ ତମର୍ ଆତ୍ ନଇଲେ ପାଦର୍ ଲାଗି ବିସ୍ବାସ୍ ଆରାଇଲାସ୍ନି, ତେବେ ସେଟା କାଟି ପିଙ୍ଗି ଦିଆସ୍ । ଜଡେକ୍ ପାଦ୍ ଆରି ଜଡେକ୍ ଆତ୍ ରଇ ସବୁବେଲେ ଲାଗି ରଇବା ଜଏ ପିଙ୍ଗାଇ ଅଇବା ବାଦୁଲେ ଗଟେକ୍ ପାଦ୍ ନଇଲେ ଗଟେକ୍ ଆତ୍ ନ ରଇ, ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା । (aiōnios )
ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ ତାକେ ବେଟି ପିଙ୍ଗି ଦିଆସ୍ । ଜଡେକ୍ ଆଁକି ରଇ ନର୍କେ ପିଙ୍ଗାଇଅଇବା ବାଦୁଲେ ଗଟେକ୍ ଆଁକି ରଇ ନ ସାର୍ବା ଜିବନେ ପୁର୍ବାଟା କେଡେ କରମର୍ କାତା ଅଇସି ।” (Geenna )
ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? (aiōnios )
ଦିନେକ୍ ଗଟେକ୍ ସାଉକାର୍ ପିଲା ଜିସୁର୍ ଲଗେ ଆସି ପାଚାର୍ଲା, “କାଇ ନିକ କାମ୍କଲେ, ନ ସାର୍ବା ଜିବନ୍ ମିଲ୍ସି?” (aiōnios )
“ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ। (aiōnios )
ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ । (aiōnios )
ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, “ଆଉ କଦାପି ତୋʼଠାରେ ଫଳ ନ ହେଉ।” ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା। (aiōn )
ବାଟ୍ପାଲି ଗଟେକ୍ ଡୁମ୍ରି ଗଚ୍ ରଇଲା । ଜିସୁ ସେ ଗଚ୍ ଲଗେ ଜାଇ ତେଇ ପତର୍ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍!” ସେ ଦାପ୍ରେ ସେ ଡୁମ୍ରି ଗଚ୍ ସୁକିଗାଲା । (aiōn )
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ। (Geenna )
ଏ ଟକାବଣ୍ଡା ଦରମ୍ଗୁରୁମନ୍ ଆରି ପାରୁସିମନ୍! ତମେ କେଡେ ଇନସ୍ତା ଅଇ କାକୁର୍ତି ଅଇସା । ସମ୍ଦୁର୍ ଲଙ୍ଗି ବିନ୍ ବିନ୍ ଦେସ୍ମନ୍କେ ଜାଇ ଗଟେକ୍ ଲକ୍କେ ତମର୍ ଦରମ୍ଟାନେ ମିସାଇବାକେ କଜି ବୁଲ୍ଲାସ୍ନି । ମାତର୍ ସେନ୍ତାର୍ ଗଟେକ୍ ଲକ୍କେ ମିଲାଇଲେ, ତାକେ ତମର୍ ଟାନେଅନି ଅଦିକ୍, ନରକର୍ ଡଣ୍ଡ୍ ପାଇବାକେ ବାଚ୍ଲାସ୍ନି । (Geenna )
ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ? (Geenna )
ଏଇ ସାଁପ୍ମନ୍! ବିସ୍ରଇବା ସାଁପର୍ କୁଟୁମର୍ ପାରା ଲକ୍ମନ୍, ତମେ କେନ୍ତି ନରକର୍ ଡଣ୍ଡେଅନି ରକିଆ ମିଲ୍ସି ବଲି ଆସା କଲାସ୍ନି? (Geenna )
ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ। (aiōn )
ଜିସୁ ଜିତ୍ ନାଉଁର୍ ଡଙ୍ଗର୍ ଉପ୍ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍ମନ୍ ଆସି ତାକେ ପାଚାର୍ଲାଇ, “ଏ ସବୁଜାକ କେବ୍କେ ଅଇସି ଆମ୍କେ କୁଆ କାଇ ଗଟ୍ନା ଗଟ୍ଲେ ଆମେ ଜାନିପାର୍ବୁ ଜେ ତମର୍ ଆଇବା ବେଲା ଅଇଲାନି ଆରି ଏ ଜୁଗ୍ ସେସ୍ ଅଇସି ବଲି?” । (aiōn )
ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ, (aiōnios )
ତାର୍ପଚେ ଡେବ୍ରିବାଟେ ବସି ରଇବା ଲକ୍ମନ୍କେ ମୁଇ କଇବି “ଏଇ ସାଇପ୍ ପାଇରଇବା ଦଲର୍ ଲକ୍ମନ୍! ମର୍ ମୁଆଟେ ରୁଆନାଇ । ସଇତାନ୍ ଆରି ତାର୍ ସଙ୍ଗ୍ ରଇଲା ଦୁତ୍ମନର୍ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍ ଅଇଲାଆଚେ । ତେଇ ଜାଆ! (aiōnios )
ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।” (aiōnios )
ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।” (aiōnios )
ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।” (aiōn )
ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।” (aiōn )
କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ। (aiōn , aiōnios )
ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।” (aiōn , aiōnios )
ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। (aiōn )
ସେନ୍ତାରି ଅଦେକ୍ ଲକ୍ମନ୍ ବିଅନ୍ ବୁନିରଇବା କାଟାଲାଟା ବୁଇଁ ପାରା । (aiōn )
ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି । (Geenna )
ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
ଜଦି ତମର୍ ପାଦ୍ ତମ୍କେ ପାପ୍କାମ୍ କରାଇଲାନି ବଇଲେ, ସେ ପାଦ୍ କାଟି ପିଙ୍ଗିଦିଆସ୍ । ଜଡେକ୍ ପାଦ୍ ରଇକରି ନର୍କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍ଗେ କେଟ୍ବାଟା ତମର୍ପାଇ ନିକଅଇସି । (Geenna )
ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; (Geenna )
ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ, ସେ ଆଁକି ବେଟି ପିଙ୍ଗିଦିଆସ୍ । କାଇକେବଇଲେ ଜଡେକ୍ ଆଁକି ରଇ ନର୍କେ ପେଲାଇଅଇବା ବାଦୁଲେ, ଗଟେକ୍ ଆଁକି ରଇକରି ସରଗ୍ ରାଇଜେ କେଟ୍ବାଟା ତମର୍ପାଇ ନିକରଇସି । (Geenna )
ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? (aiōnios )
ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ। (aiōn , aiōnios )
ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି । (aiōn , aiōnios )
ସେଥିରେ ଯୀଶୁ ତାହାକୁ କହିଲେ, “ଆଉ କଦାପି କେହି ତୋʼଠାରୁ ଫଳ ନ ଖାଉ।” ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ। (aiōn )
ଜିସୁ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।” ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ । (aiōn )
ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। (aiōn )
ସେ କାଲ୍କାଲ୍ ଜୁଗ୍ଜୁଗ୍ ଇସ୍ରାଏଲ୍ ଲକ୍ମନ୍କେ ସାସନ୍ କର୍ସି । ତାର୍ ରାଇଜ୍ କେବେ ନ ସାରେ ।” (aiōn )
ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।” (aiōn )
ସେ ଅବ୍ରାଆମ୍ ଆରି ତାର୍ ନାତିମନ୍କେ ତାର୍ ଦୟା କାଲ୍କାଲ୍ ଜୁଗ୍ଜୁଗ୍ ଏତାଅତ୍ବଲି ଦେକାଇଲା ଆଚେ ।” (aiōn )
ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ, (aiōn )
ପୁରବ୍ କାଲେଅନି ସୁକଲ୍ ରଇବା ନିଜର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା, (aiōn )
ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ। (Abyssos )
ଆରି ଜିସୁ ଜେନ୍ତିକି ସେମନ୍କେ ପାତାଲେ ଜିବାକେ ଆଦେସ୍ ନ ଦେଏ, ଏଟାର୍ ପାଇ ସେମନ୍ ତାକେ ବାବୁଜିଆ କର୍ବାର୍ ଦାର୍ଲାଇ । (Abyssos )
ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।” (Hadēs )
ଆରି ଏ କପର୍ନାଉମ୍, ସରଗ୍ ଜେତ୍କି ଉଁଚ୍, ତୁଇ କାଇ ସେତ୍କିଜାକ ଉଁଚ୍ ଅଇସୁ କି? ପାତାଲ୍ ଜେତ୍କି ତଲେ ଆଚେ, ସେତ୍କି ତଲେ ତକେ ଆନାଅଇସି । (Hadēs )
ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? (aiōnios )
ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, “ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର। (Geenna )
ମାତର୍ କାକେ ଡର୍ସା, ସେଟା ମୁଇ ତମ୍କେ ଜାନାଇବି, ମରାଇଲାପଚେ ନର୍କେ ପିଙ୍ଗ୍ବାକେ ଜାର୍ ଅଦିକାର୍ ଆଚେ, ତାକେ ଡରା, ଉଁ ମୁଇ ତମ୍କେ ସତ୍ କଇଲିନି, ପର୍ମେସର୍କେ ଡରା । (Geenna )
ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। (aiōn )
ଏଟାର୍ ପାଇ ସେ ମିଚୁଆ ମୁକିଅ ଗତିଦାଙ୍ଗ୍ଡାକେ ତାର୍ ସାଉକାର୍ କଇଲା, “ତୁଇ ବେସି ଚାଲାକି ଅଇକରି ଏନ୍ତି କାମ୍ କରିଆଚୁସ୍ । କାଇକେ ବଇଲେ ଏ ଦୁନିଆର୍ ଲକ୍ମନ୍ ନିଜର୍ କାମ୍ କର୍ବାକେ ପର୍ମେସରର୍ ଲକ୍ମନର୍ ଟାନେଅନି ଅଦିକ୍ ଚାଲାକି ।” (aiōn )
ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ। (aiōnios )
ଆରି ଜିସୁ କଇଲା, “ସେଟାର୍ ପାଇ ମୁଇ ତମ୍କେ କଇଲିନି, ଲକ୍ମନ୍କେ ଏ ଦୁନିଆର୍ ଦନ୍ ଦେଇ କରି ନିଜର୍ ନିଜର୍ ପାଇ ମଇତର୍ କରା । ସେନ୍ତାରି କଲେ ଜେଡେବଲ୍ ତମର୍ ଦୁନିଆର୍ ଦନ୍ ସାରିଜାଇସି, ପର୍ମେସର୍ ତମ୍କେ କାଲ୍କାଲ୍ ଜୁଗ୍ଜୁଗ୍ ରଇବା ଗରେ ଡାକି ନେଇସି । (aiōnios )
ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା। (Hadēs )
ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ । (Hadēs )
ଜଣେ ଯିହୁଦୀ ଧର୍ମଗୁରୁ ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? (aiōnios )
ଦିନେକ୍ ଗଟେକ୍ ଜିଉଦି ନେତା ଜିସୁକେ ପାଚାର୍ଲା, “ଏ ନିମାନ୍ ଗୁରୁ! ନ ସାର୍ବା ଜିବନ୍ ମିଲାଇବାକେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
ସେମାନେ ଇହକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ।” (aiōn , aiōnios )
ତାକେ ଏ ଦୁନିଆର୍ ଜିବନେ, ସେ ଜେତ୍କି ଚାଡି ରଇଲା ତାର୍ ତେଇ ଅନି ଅଦିକ୍ ମିଲ୍ସି । ଆରି ପଚେ ତାକେ ନ ସାର୍ବା ଜିବନ୍ ମିଲ୍ସି ।” (aiōn , aiōnios )
ଯୀଶୁ ସେମାନଙ୍କୁ କହିଲେ, “ଏହି ଜଗତର ସନ୍ତାନମାନେ ବିବାହ କରନ୍ତି ଓ ବିବାହିତା ହୁଅନ୍ତି, (aiōn )
ଜିସୁ ସେମନ୍କେ କଇଲା, “ଏ ଜୁଗର୍ ମାଇଜି ମନସ୍ ବିବା ଅଇବାଇ, (aiōn )
କିନ୍ତୁ ଯେଉଁମାନେ ସେହି ଜଗତ ଓ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଯୋଗ୍ୟ ଗଣିତ ହୁଅନ୍ତି, ସେମାନେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ; (aiōn )
ମାତର୍ ଜନ୍ ମାଇଜିମନସ୍ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍, ସେମନ୍ ବିବା ନ ଅଅତ୍ । (aiōn )
ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” (aiōnios )
ତେବେ, ତାକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ । (aiōnios )
କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। (aiōnios )
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ । (aiōnios )
ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ। (aiōnios )
ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି ।” (aiōnios )
କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।” (aiōn , aiōnios )
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।” (aiōn , aiōnios )
ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି। (aiōnios )
ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ । (aiōnios )
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। (aiōnios )
“ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ । (aiōnios )
ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି। (aiōnios )
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି । (aiōnios )
କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ବର ମୁଦ୍ରାଙ୍କିତ କଲେ।” (aiōnios )
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ । (aiōnios )
କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି। (aiōnios )
ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି” ବଲି କଇଲା । (aiōnios )
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। (aiōnios )
ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । (aiōnios )
ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି।” (aiōn )
ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା । (aiōn )
ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। (aiōnios )
ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । (aiōnios )
ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।” (aiōn )
ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।” (aiōn )
ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; (aiōnios )
ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । (aiōnios )
ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ। (aiōn )
ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି । (aiōn )
ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ।” (aiōn )
ମୁଇ ତମ୍କେ ସତ୍କାତା କଇଲିନି, ଜେ ମୁଇ ସିକାଇବା କାତା ମାନ୍ସି, ସେ କେବେ ମିସା ନ ମରେ ।” (aiōn )
ଯିହୁଦୀ ଲୋକମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ। (aiōn )
ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।” (aiōn )
କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା। (aiōn )
ଦୁନିଆ ଆରାମେଅନି, ଜନ୍ମେ ଅନି କାଣା ରଇଲା ଗଟେକ୍ ଲକ୍କେ ଆଁକି ଡିସାଇବାଟା ଏବେ ଜାକ ମିସା ନ ସୁନିରଇଲାଇ । (aiōn )
ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋʼ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। (aiōn , aiōnios )
ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ । (aiōn , aiōnios )
ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” (aiōn )
ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି?” (aiōn )
ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। (aiōnios )
ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି । (aiōnios )
ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? (aiōn )
ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ?” (aiōn )
ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।” (aiōnios )
ଆରି ମୁଇ ଜାନିଆଚି, ତାର୍ ଆଦେସ୍ ନ ସାର୍ବା ଜିବନ୍ ଦେଇସି । ମର୍ ବାବା ମକେ ଜନ୍ କାତା କଇବାକେ ଆଦେସ୍ ଦେଇଆଚେ, ସେଟାସେ ମୁଇ କଇଲିନି । (aiōnios )
ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।” (aiōn )
ପିତର୍ ତାକେ ମନାକରି କଇଲା, “ନିଚୁ, ତମେ ମର୍ ପାଦ୍ ଦୁଆନାଇ ।” ଜିସୁ ତାକେ କଇଲା, “ମୁଇ ଜଦି ତର୍ ପାଦ୍ ନ ଦଇଲେ, କେବେ ମିସା ମର୍ ସିସ୍ ଅଇ ନାପାରୁସ୍ ।” (aiōn )
ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ, (aiōn )
ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି । (aiōn )
ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ। (aiōnios )
ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି । (aiōnios )
ଆଉ, ଏକମାତ୍ର ସତ୍ୟ ଈଶ୍ବର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। (aiōnios )
ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ । (aiōnios )
କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ। (Hadēs )
କାଇକେ ବଇଲେ ତୁଇ ମକେ ମଲାଲକ୍ମନର୍ ଜାଗାଇ ଚାଡି ନ ଦିଆସ୍ । ତମର୍ ସୁକଲ୍ ଦାଙ୍ଗ୍ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍ । (Hadēs )
ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। (Hadēs )
ଏ ବିସଇ ଆଗେ ସେ ଜାନି ରଇଲାର୍ପାଇ ପର୍ମେସର୍ ମସିଅକେ ମଲାତେଇଅନି ଆରିତରେକ୍ ଜିବନ୍ କରାଇସି ବଲି ସେ କଇପାର୍ଲା ।” “ପର୍ମେସର୍ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍ ଗାଗଡ୍ ସମାଦି ତେଇ କୁଇ ଜିବାକେ ଚାଡେନାଇ ।” (Hadēs )
ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। (aiōn )
ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା । (aiōn )
ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଅଛୁ, (aiōnios )
ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି । (aiōnios )
ଅଣଯିହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ବରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ, (aiōnios )
ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ । (aiōnios )
ପ୍ରାଚୀନକାଳରୁ ଈଶ୍ବର ଆପଣାର ସମସ୍ତ କର୍ମ ଜଣାଇଛନ୍ତି।’ (aiōn )
ମାପ୍ରୁ ଏ କାତା କଇଲାନି, ଜେ କି ବେସି ଆଗ୍ତୁ ଏ କାତା କଇରଇଲା ।” (aiōn )
ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios )
ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ । (aïdios )
କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍। (aiōn )
ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ! ଆମେନ୍ । (aiōn )
ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, (aiōnios )
ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । (aiōnios )
ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ। (aiōnios )
ପାପ୍ ଜେନ୍ତିକି ସବୁର୍ପାଇ ମରନର୍ ଡଣ୍ଡ୍ ଆନିରଇଲା, ସେନ୍ତି ପରମେସରର୍ ଜିବନ୍ଦୁକାନି ମାପ୍ରୁ ଜିସୁ କିରିସ୍ଟର୍ ସାଇଜେ ଅନି ଆମ୍କେ ଦରମ୍ ବାଟେ ଡାକିନେଇ ନ ସାର୍ବା ଜିବନ୍ ଦେଇସି । (aiōnios )
କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ବରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ। (aiōnios )
ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ । (aiōnios )
କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। (aiōnios )
ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ । (aiōnios )
ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍। (aiōn )
ସେମନ୍ ଆମର୍ ଡାକ୍ପୁଟା ଜିଉଦି ଆନିଦାଦିମନର୍ ନାତିତିତିମନ୍ । ଆରି ମୁନୁସ୍ ରୁପ୍ ଦାରି କିରିସ୍ଟ ତାକର୍ କୁଟୁମେଅନି ଜନମ୍ ଅଇଲା । ସବୁର୍ଟାନେଅନି ବେସି ବପୁର୍ ପରମେସର୍ ଜୁଗେ ଜୁଗେ ଡାକ୍ପୁଟା ପାଅ, ଆମେନ୍ । (aiōn )
“ଅବା ‘କିଏ ପାତାଳକୁ ଅବତରଣ କରିବ’” (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)? (Abyssos )
ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍ଟକେ ମଲାଟାନେଅନି ଆରିତରେକ୍ ଉଟାଇ ଆନ୍ସି? (Abyssos )
କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ବର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। (eleēsē )
ଗୁଲାଇ ମନସ୍ ଜାତି ତାର୍ କାତା ନ ମାନ୍ଲାକେ ଡଣ୍ଡ୍ ପାଇବାର୍ ଆଚେ ବଲି ପର୍ମେସର୍ ଦେକାଇଲା ଆଚେ । ତାର୍ ଜିବନ୍ ଦୁକାଇଲାଟା ସବୁକେ ଡିସ୍ସି ବଲି ଏନ୍ତାରି କଲାଆଚେ । (eleēsē )
“ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍।” (aiōn )
ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍! (aiōn )
ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। (aiōn )
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କରାଇସି, ସେଟା ଜାନି ପାର୍ସା । (aiōn )
ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା, (aiōnios )
ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ । (aiōnios )
ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ବରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ମାନବଜାତି ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, (aiōnios )
ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ । (aiōnios )
ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ବରଙ୍କ ଗୌରବ ହେଉ। ଆମେନ୍। (aiōn )
ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍! (aiōn )
ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ବର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାନ୍ତି? (aiōn )
ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି? (aiōn )
ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, (aiōn )
ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ । (aiōn )
ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ବରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। (aiōn )
ନାଇ, ଜନ୍ ଗିଆନର୍ ବିସଇ ଆମେ କଇଲୁନି, ସେଟା ପର୍ମେସରର୍ ଟିକିନିକି ଗିଆନର୍ କାତା । ପୁର୍ବେ ପର୍ମେସର୍ ତାର୍ ଜଜ୍ନା କାକେ ମିସା ଜାନାଏ ନାଇ । ସେ ଜଜ୍ନା ଇସାବେ, ପଚ୍କେ ଆମର୍ ମଇମାର୍ପାଇ ସେ ବାଚିରଇଲା । (aiōn )
ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାନ୍ତି, କାରଣ ଯଦି ସେମାନେ ଈଶ୍ବରଙ୍କ ଜ୍ଞାନକୁ ଜାଣିଥାଆନ୍ତେ, ତେବେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; (aiōn )
ଏ ଜୁଗର୍ ଅଦିକାରିମନ୍କେ ମିସା ସେଟା ବୁଜତ୍ନାଇ । କାଇକେବଇଲେ ସେମନ୍ ସେଟା ଜାନିରଇଲେ ଡାକ୍ପୁଟା ମାପ୍ରୁକେ କୁର୍ସେ ମାରି ନ ରଇତାଇ । (aiōn )
କେହି ଆପଣାକୁ ପ୍ରବଞ୍ଚନା ନ କରୁ। ଯଦି କୌଣସି ଲୋକ ଏହି ଯୁଗରେ ତୁମ୍ଭମାନଙ୍କ ମଧ୍ୟରେ ଆପଣାକୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ। (aiōn )
ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ । (aiōn )
ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋʼ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ। (aiōn )
ତେବେ ମୁଇ ପୁଜ୍ଲା ମାଉଁସ୍ କାଇଲାର୍ ଲାଗି ମର୍ ବାଇବଇନିମନ୍କେ ପାପ୍ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍ଲାଗି ମର୍ ବାଇବଇନିମନ୍ ପାପେ ନ ପଡତ୍ । (aiōn )
ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି। (aiōn )
ସବୁ ଲକର୍ପାଇ ଏ ସବୁ ଗଟ୍ନା ଗଟ୍ଲା । ଆରି ଆମ୍କେ ଚେତ୍ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍ ସାରାସାରି ବେଲା ଆସି କେଟ୍ଲା ଆଚେ । (aiōn )
“ଜୟ ମୃତ୍ୟୁକୁ ଗ୍ରାସ କରିଅଛି।” “ରେ ମୃତ୍ୟୁ, କାହିଁ ତୋର ଜୟ? ରେ ମୃତ୍ୟୁ, କାହିଁ ତୋର ନାହୁଡ଼?” (Hadēs )
ତେବେ ଆମେ କଇ ପାର୍ବୁ, ଅଇରେ ମରନ୍! ତୁଇ କେନେ ଜିତ୍ଲୁସ୍? ଅଇରେ ମରନ୍! କେନେ ତର୍ ବପୁ? (Hadēs )
ଈଶ୍ବରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍ପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। (aiōn )
ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । (aiōn )
କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି; (aiōnios )
କାଇକେ ବଇଲେ ଆମର୍ ଦୁକ୍ କସ୍ଟ ସବୁ ଉନା ଅଇକରି ଚନେକର୍ପାଇ । ମାତର୍ ସେଟା ଆମ୍କେ ନ ସର୍ବା ସବୁଦିନର୍ ମଇମା ଆନ୍ସି । ସେଟା ଆମର୍ ଦୁକ୍ କସ୍ଟ ଟାନେଅନି ବଡ୍ ରଇସି । (aiōnios )
ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ। (aiōnios )
ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି । (aiōnios )
କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ବରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ। (aiōnios )
ଆମର୍ ଗାଗଡ୍ ତୁମ୍ ଟାନିକରି ବାନ୍ଦିରଇବା ଗର୍ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍ଗେ ରଇବାପାଇ ଆମ୍କେ ଗଟେକ୍ ଗର୍ ଆଚେ । ଏଟା ନିଜେ ପର୍ମେସର୍ ତିଆର୍ କଲାଟା । ସେଟା କେବେ ବିନାସ୍ ନ ଅଏ । ସବୁ ଦିନର୍ପାଇ ରଇସି । (aiōnios )
ଯେପରି ଶାସ୍ତ୍ରରେ ଲେଖାଅଛି, “ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ।” (aiōn )
ସାସ୍ତର୍ କଇଲାପାରା ଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରି ତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ । (aiōn )
ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ବର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ। (aiōn )
ମୁଇ ତମ୍କେ ଜେତ୍କି ବିସଇ କଇଲି, ସେଟା ସବୁ ସତ୍ । ଗଟେକ୍ ମିସା ମିଚ୍ ନଏଁ । ଆମର୍ ମାପ୍ରୁ ଜିସୁର୍ ବାବା ପର୍ମେସର୍ ଏଟା ଜାନେ । ସେ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । (aiōn )
ସେ ଆମ୍ଭମାନଙ୍କ ପିତା ଈଶ୍ବରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ; (aiōn )
ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା । (aiōn )
ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ। ଆମେନ୍। (aiōn )
ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍! (aiōn )
ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ। (aiōnios )
ଜେ ନିଜର୍ ଗାଗଡର୍ ଗୁନ୍ଚଲନ୍ ଇସାବେ ବୁନ୍ସି, ସେ ଗାଗ୍ଡେଅନି ବାରଇବା ମରନର୍ କେତ୍ କାଟ୍ସି । ମାତର୍ ଜେ ଆତ୍ମାର୍ ଇସାବେ ବୁନ୍ସି, ସେ ଆତ୍ମାଇଅନି ବାରଇଲା ନ ସାର୍ବା ଜିବନ୍ପାରା କେତ୍ କାଟ୍ସି । (aiōnios )
ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ, (aiōn )
କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ । (aiōn )
ଅର୍ଥାତ୍ ଯେଉଁ ଜଗତ୍ପତି ଏବେ ମଧ୍ୟ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ; (aiōn )
ସେବେଲେ ଜଗତର୍ ସତ୍ ନଇଲା ବାଟେ ଇଣ୍ଡ୍ତେରଇଲାସ୍ ଆରି ଆକାସର୍, ଗାଗଡ୍ ଦାରି ନ ରଇବା, ସାସନ୍କାରିଆର୍ ତଲେ ରଇଲାସ୍ । ସେ ସାସନ୍କାରିଆ ଏବେ ପର୍ମେସରର୍ ଆଦେସ୍ ନ ମାନ୍ବା ଲକ୍ମନ୍କେ ସାସନ୍ କଲାନି । (aiōn )
ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। (aiōn )
ଜେନ୍ତିକି ଆଇବା ଦିନ୍ମନ୍କେ ଜିସୁ କିରିସ୍ଟର୍ ଲାଗି ରଇବା ତାର୍ ବଡ୍ ଜିବନ୍ଦୁକାଇଲାଟା, ସବୁକେ ଦେକାଇ ଅଇସି । (aiōn )
ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, (aiōn )
ପର୍ମେସର୍ ତାର୍ ଲୁଚ୍ତେରଇବା ଜଜ୍ନା କେନ୍ତାର୍ ପୁରାପୁରୁନ୍ କର୍ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍ଲା ଆଚେ । ସବୁ ବିସଇ ତିଆର୍ କଲା ବେଲେଅନି, ଏବେ ଜାକ ସେ ତାର୍ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, । (aiōn )
ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ; (aiōn )
ଜଗତ୍ ତିଆର୍ କର୍ବା ଆଗ୍ତୁ, ଏଟା ସେ ଜଜ୍ନା କରିରଇଲା । ଏଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଲାଗି ସେ ପୁରାପୁରୁନ୍ କଲା ଆଚେ । (aiōn )
ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍। (aiōn )
ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍! (aiōn )
କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; (aiōn )
କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି । (aiōn )
ଆମ୍ଭମାନଙ୍କର ଈଶ୍ବର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ। ଆମେନ୍। (aiōn )
ଆମର୍ ସରଗର୍ ବାବା ପର୍ମେସର୍ କାଲ୍ କାଲ୍ ଜୁଗ୍ଜୁଗ୍ ଡାକ୍ପୁଟା ପାଅ । ଆମେନ୍! (aiōn )
ସେହି ନିଗୂଢ଼ତତ୍ତ୍ୱ ପ୍ରାଚୀନକାଳ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। (aiōn )
ପୁର୍ବେ ବଁଚିରଇବା ସବୁଲକର୍ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍ ଏବେ ସେଟା ତାର୍ ଲକ୍ମନ୍କେ ସେ ଜାନାଇଆଚେ । (aiōn )
2 Thessalonians 1:9 (୨ ତେସଲନିକିୟ ୧:୯)
(parallel missing)
ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ । (aiōnios )
ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ। (aiōnios )
(parallel missing)
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ବର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି, (aiōnios )
ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ । (aiōnios )
ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି। (aiōnios )
ଏଲେମିସା ଏଟାର୍ପାଇ ମକେ କିରିସ୍ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍ ମୁର୍ଚିକରି ଆଚେ ବଲି ଦେକାଇବାକେ ସେ ମନ୍ କଲା । ବିନ୍ ଲକର୍ଟାନେଅନି ମୁଇ ଅଦିକ୍ ପାପ୍ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍ ଜେତ୍କି ଲକ୍ସବୁ ତାକେ ବିସ୍ବାସ୍ କରି ସବୁଦିନର୍ପାଇ ମୁକ୍ତି ପାଇବାଇ ସେମନର୍ପାଇ ମୁଇ ଗଟେକ୍ ସାକି ଇସାବେ ରଇବି । (aiōnios )
ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍। (aiōn )
ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍! (aiōn )
ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। (aiōnios )
ଗଟେକ୍ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍ମେସର୍କେ ବିସ୍ବାସ୍ କରି ତାର୍ ତିଆର୍ଲାଟା ମାନ୍ବାକେ ଚାଡ୍ନାଇ । ଜନ୍ ନ ସାର୍ବା ଜିବନ୍ ପର୍ମେସରର୍ଟାନେ ଆଚେ, ସେଟା ତୁଇ ନିଜର୍ପାଇ ଆନ୍ । ସେ ବିସଇ ମିଲାଇବାକେ ବେସି ଲକର୍ ମୁଆଟେ କାତା ଦେଇରଇଲୁସ୍ । (aiōnios )
ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ। ଆମେନ୍। (aiōnios )
ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି ଆରି ତାର୍ ଚାରିବେଟ୍ତି ରଇବା ଉଜ୍ଲେ କେ ଆସିନାପାରତ୍ । ବଁଚି ରଇବା କେ ମିସା ତାକେ ଦେକତ୍ ନାଇ ଆରି କେବେ ମିସା ଦେକିନାପାରତ୍ । ଲକ୍ମନ୍ ତାକେ ଡାକ୍ପୁଟା କର୍ବାଇ ଆରି ତାର୍ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍ । (aiōnios )
ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି, (aiōn )
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି । (aiōn )
ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, (aiōnios )
ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା । (aiōnios )
ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି। (aiōnios )
ସେନ୍ତାରିସେ ବାଚିଅଇଲା ଲକ୍ମନ୍ ମିସା କେବେ ନ ସାର୍ବା ମଇମା ସଙ୍ଗ୍ ଜିସୁକିରିସ୍ଟ ଦେବା ମୁକ୍ତି, ପାଇବାଇ । ସେମନର୍ଲାଗି ଏ ସବୁ ବିସଇ ମୁଇ ମୁର୍ଚିକରି ରଇଲିନି । (aiōnios )
କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀ ସହରକୁ ଯାଇଅଛି କ୍ରେସ୍କେନସ୍ ଗାଲାତୀୟ ଅଞ୍ଚଳକୁ ଓ ତୀତସ ଦଲ୍ମତିଆ ଅଞ୍ଚଳକୁ ଯାଇଅଛନ୍ତି। (aiōn )
କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା । (aiōn )
ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍। (aiōn )
ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍! (aiōn )
Titus 1:2 (ତିତସ୍ ୧:୨)
(parallel missing)
ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ । (aiōnios )
ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି। (aiōnios )
(parallel missing)
ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ, (aiōn )
ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି । (aiōn )
ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ। (aiōnios )
ପର୍ମେସର୍ ଆମ୍କେ ତାର୍ ପିଲାଟକି କର୍ବାକେ ଏନ୍ତାରି କଲା ଆଚେ । ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚ୍ବାକେ ଆମେ ଆସା କର୍ବାର୍ ଅଇସି । ଆମର୍ପାଇ ରଇବା ତାର୍ ବଡ୍ ଦୟାର୍ଲାଗି, ତାର୍ ମୁଆଟେ ଦସି ଇସାବେ ନ ଦେକେ । ପର୍ମେସର୍ ଆମ୍କେ କାଇ ଦସ୍ ନ କଲା ଲକ୍ବଲି ଜାନାଇଆଚେ । (aiōnios )
କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; (aiōnios )
ଜେନ୍ତାରିକି ଅନିସ୍ମସ୍ ଆରି ତୁଇ, ସାଉକାର୍ ଆରି ଗତିଦାଙ୍ଗ୍ଡା ପାରା ନ ଅଇ, ମର୍ବା ଜାକ ନିଜର୍ ବାଇ ଇସାବେ ରଇବାକେ, ଚନେକର୍ପାଇ ତର୍ଟାନେଅନି ଦୁରିକେ ରଇଲା । (aiōnios )
ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; (aiōn )
ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । (aiōn )
ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।” (aiōn )
ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍ମେସର୍ ତର୍ ରାଇଜ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍ ଲକ୍ମନ୍କେ ସାସନ୍ କଲୁସ୍ନି । (aiōn )
ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।” (aiōn )
ଆରି ଗଟେକ୍ ଜାଗାଇ ମିସା ସେ କଇଲା, “ତୁଇ ପୁଜାରି ପଦ୍ ପାଇକରି ମଲ୍କିସେଦକର୍ କୁଟୁମ୍ ପାରା କାଲ୍ କାଲ୍ ଜୁଗ୍ ଜୁଗ୍ ପୁଜାରି ଅଇ ରଇସୁ ।” (aiōn )
ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ; (aiōnios )
ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା । (aiōnios )
ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର ହେଉ। (aiōnios )
ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା । (aiōnios )
ଈଶ୍ବରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, (aiōn )
ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ । (aiōn )
ଆଉ, ଯୀଶୁ ସେହି ସ୍ଥାନରେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି। (aiōn )
ସେ ଜାଗାଇସେ ଆମର୍ ଜିସୁ ଆଗ୍ତୁ ଜାଇଆଚେ । ଆରି ସବୁଦିନର୍ପାଇ ମଲ୍କିସେଦକର୍ ପୁଜାରି ପଦ୍ ପାରା ସେ ବଡ୍ ପୁଜାରି ଅଇଲାଆଚେ । (aiōn )
କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, “ତୁମ୍ଭେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।” (aiōn )
କାଇକେବଇଲେ ତାର୍ ବିସଇରେ ସାସ୍ତର୍ କଇଲାନି, “ମଲ୍କିସେଦକର୍ ପୁଜାରି ପଦ୍ପାରା ତୁଇ ପୁଜାରି ଅଇ ଆଚୁସ୍ ।” (aiōn )
ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, “ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି।’” (aiōn )
ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା, “ମାପ୍ରୁ ଗଟେକ୍ ସପତ୍ କଲା ଆଚେ ତୁଇ ସବୁଦିନର୍ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍ଲାଏ । ତମେ କାଲ୍କାଲ୍ ଜୁଗ୍ ଜୁଗର୍ ପାଇ ପୁଜାରି ଅଇସା ।” (aiōn )
କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ କରିଅଛନ୍ତି। (aiōn )
ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ । (aiōn )
ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ। (aiōn )
କାଇକେବଇଲେ ମସାର୍ ନିୟମ୍ ଇସାବେ, ଜନ୍ଲକ୍ ବଡ୍ ପୁଜାରି ପଦ୍ପାଇରଇସି, ସେମନ୍କେ ମିସା ପାପ୍ ରଇସି । ମାତର୍ ଜନ୍ଟା ପର୍ମେସର୍ ଗଟେକ୍ ସପତ୍ କରି କାତା ଦେଇରଇଲା, ସେଟା ନିୟମ୍ ପଚେ ଆଇଲା । ଜନ୍ ଲକ୍ ବାଚାଇଅଇରଇଲା, ତାର୍ ପଅ ରଇଲା । ସେ ସବୁଦିନର୍ପାଇ କାଇ ପାପ୍ ନ ରଇବା ପୁଜାରି ଅଇଆଚେ । (aiōn )
ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। (aiōnios )
କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା । (aiōnios )
ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ! (aiōnios )
ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ । (aiōnios )
ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି। (aiōnios )
ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ । (aiōnios )
ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। (aiōn )
କାଇକେବଇଲେ, ସେ ଜଦି ସେନ୍ତାରି କର୍ତା ଏ ଜଗତ୍ ତିଆର୍ ଅଇଲା ଦିନେଅନି ସେ ବେସି ତର୍ ଦୁକ୍ପାଇବାକେ ଅଇତା । ମାତର୍ ସେ ଏ ସାରାସାରି ଦିନ୍ ମନ୍କେ ତରେକ୍ସେ ଏ ଜଗତେ ଆଇଲା ଆରି ନିଜ୍କେ ସର୍ପିଦେଇକରି ସବୁ ପାପ୍ ଦାରିଗାଲା । (aiōn )
ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ। (aiōn )
ଆମର୍ ବିସ୍ବାସର୍ଲାଗି, ଏ ଜଗତ୍ ଆରି ତେଇ ରଇବା ସବୁଜାକ ପର୍ମେସରର୍ ଆଦେସ୍ ଇସାବେ ତିଆର୍ ଅଇଲାଆଚେ ବଲି ଆମେ ଜାନ୍ଲୁନି । ତେବେ ଜନ୍ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍ ଅଇଆଚେ । (aiōn )
ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି। (aiōn )
କାଇକେବଇଲେ, ଜିସୁକିରିସ୍ଟ କେବେ ନ ବାଦ୍ଲେ । ସେ ଆଜିର୍ପାଇ, କାଲିକର୍ପାଇ, ଆରି ସବୁଦିନର୍ ପାଇ ସମାନ୍ ସେ ରଇସି । (aiōn )
ଯେଉଁ ଶାନ୍ତିଦାତା ଈଶ୍ବର ଅନନ୍ତକାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ, ଅର୍ଥାତ୍, ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ; (aiōnios )
ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା । (aiōnios )
ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ତାହା ସେ ଆମ୍ଭମାନଙ୍କ ଅନ୍ତରରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମ୍ଭମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ। ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍। (aiōn )
ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ । (aiōn )
ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ। (Geenna )
ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି । (Geenna )
ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ। (aiōn )
ତମେ ଆରିତରେକ୍ ଜନମ୍ ଅଇଲାସ୍କେ ଏନ୍ତାରି କଲାସ୍ନି । କେବେ ନ ମର୍ବା ବାବାମାଆର୍ ପିଲାମନର୍ ଇସାବେ । ତାର୍ ବାକିଅ ତମ୍କେ ନୁଆ ଜିବନ୍ ଦେଲାଆଚେ । ତାର୍ ବାକିଅ ସବୁଦିନର୍ପାଇ ରଇସି । (aiōn )
କିନ୍ତୁ ଈଶ୍ବରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।” ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି। (aiōn )
ମାତର୍ ପର୍ମେସରର୍ ବାକିଅ ସବୁଦିନ୍ ପାଇ ରଇସି । ଏ ବାକିଅ ଅଇଲାନି ତମ୍କେ ଜାନାଇରଇବା ସୁବ୍କବର୍ । (aiōn )
କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍। (aiōn )
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍! (aiōn )
ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। (aiōnios )
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । (aiōnios )
ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍। (aiōn )
ତାକେ ସବୁର୍ଟାନେଅନି ବପୁଆଚେ, ସେ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । ଆମେନ୍ । (aiōn )
ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। (aiōnios )
ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି । (aiōnios )
କାରଣ ଈଶ୍ବର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି (Tartaroō )
ପୁର୍ବେ କେତେଟା ଦୁତ୍ମନ୍ ଜେଡେବେଲେ ପାପ୍ କରିରଇଲାଇ, ପର୍ମେସର୍ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡିଦେଏ ନାଇ । ମାତର୍ ସେମନ୍କେ ନର୍କେ ପିଙ୍ଗିଦେଲା । ସେମନ୍କେ ବିଚାର୍ କରି ଡଣ୍ଡ୍ଦେବା ଦିନ୍ ଜାକ ସେ ସେମନ୍କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । (Tartaroō )
ବରଂ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଅନନ୍ତକାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର, ଆମେନ୍। (aiōn )
ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ । (aiōn )
ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। (aiōnios )
ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ । (aiōnios )
ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ। (aiōn )
ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି । (aiōn )
ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ। (aiōnios )
କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ । (aiōnios )
ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ। (aiōnios )
କେ ଜଦି ବିନ୍ ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ନର୍ମାର୍ବା ଲକର୍ ସମାନ୍ । ଗଟେକ୍ ନର୍ମାରୁ ଲଗେ ପର୍ମେସରର୍ ନ ସାର୍ବା ଜିବନ୍ ନ ରଏ । ଏଟା ତମେ ଜାନିଆଚାସ୍ । (aiōnios )
ସେହି ସାକ୍ଷ୍ୟ ଏହି ଯେ, ଈଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। (aiōnios )
ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ । (aiōnios )
ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। (aiōnios )
ତମେ ଜେତ୍କି ଲକ୍ ପର୍ମେସରର୍ ପଅକେ ବିସ୍ବାସ୍ କଲାସ୍ନି, ତମ୍କେ ଏ ଚିଟି ଲେକ୍ଲିନି । ଜେନ୍ତାରିକି ଆମ୍କେ ନ ସାର୍ବା ଜିବନ୍ ଆଚେ ବଲି ତମେ ଜାନାସ୍ । (aiōnios )
ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ବର ଓ ଅନନ୍ତ ଜୀବନ ଅଟନ୍ତି। (aiōnios )
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି । (aiōnios )
ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। (aiōn )
ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ । (aiōn )
ପୁଣି, ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହା ବିଚାର ଦିନ ପର୍ଯ୍ୟନ୍ତ ଅନନ୍ତସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। (aïdios )
ସେତ୍କିସେ ନଏଁ ସେ ଦୁତ୍ମନ୍କେ ମିସା ଡଣ୍ଡ୍ ଦେଇରଇଲା । ପର୍ମେସର୍ ସେମନ୍କେ ଜେତ୍କି ଅଦିକାର୍ ସର୍ପି ଦେଇରଇଲା, ସେମନ୍ ତାର୍ତେଇଅନି ଅଦିକ୍ ନେଲାଇ । ଆରି ତାକର୍ ଦେଇରଇବା ଜାଗା ଚାଡ୍ଲାଇ । ସେ ସେମନ୍କେ ବିଚାର୍ କର୍ବା ଦିନ୍ ଜାକ, ଗଟେକ୍ ଆନ୍ଦାରର୍ ଜାଗାଇ, କେ ବାଙ୍ଗାଇ ନାପାର୍ଲା ପାରା, ସିକ୍ଲି ସଙ୍ଗ୍ ବାନ୍ଦିଆଚେ । (aïdios )
ସେହିପରି ସଦୋମ ଓ ଗମୋରା ପୁଣି, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ନଗରନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। (aiōnios )
ସଦମ୍ ଗମ୍ରା ଆରି ତାର୍ ଚାରିବେଟ୍ତି ରଇବା ନଅର୍ମନର୍ ବିସଇ ଏତାଇଦେକା । ନ ଲିବ୍ବା ଜଇଟାନେ ଡଣ୍ଡ୍ ଇସାବେ ସେମନ୍ ଜେତ୍କି ଦୁକ୍ କସ୍ଟ ପାଇଲାଇ, ସେଟା ସବୁଲକର୍ପାଇ ଗଟେକ୍ ଜାଗ୍ରତ୍ ଅଇରଇବା ବିସଇ । ସେମନ୍ ଅବ୍କା ପାଦ୍ରା ପାଦ୍ରି କାମ୍ସେ କରତ୍ନାଇ ମାତର୍ ମନସ୍ ମନସ୍ ବିତ୍ରେ ମାଇଜି ମାଇଜି ବିତ୍ରେ ବେସିଆ କାମ୍ କର୍ତେ ରଇଲାଇ । (aiōnios )
ସେମାନେ ଆପଣା ଆପଣା ଲଜ୍ଜା ସ୍ୱରୂପ ଫେଣ ଉଦ୍ଗାରକାରୀ ସମୁଦ୍ରର ଉତ୍ତାଳ ତରଙ୍ଗ ସଦୃଶ; ସେମାନେ ଭ୍ରମଣକାରୀ ତାରା ତୁଲ୍ୟ; ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ଅନନ୍ତକାଳ ରଖାଯାଇଅଛି। (aiōn )
ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ । (aiōn )
ପୁଣି, ଅନନ୍ତ ଜୀବନ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାର ଅପେକ୍ଷା କରି ଈଶ୍ବରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ। (aiōnios )
ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ । (aiōnios )
ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଏକମାତ୍ର ଈଶ୍ବର, ଗୌରବ, ପ୍ରତାପ, ପରାକ୍ରମ ଓ କର୍ତ୍ତାପଣ ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର। ଆମେନ୍। (aiōn )
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି ସେ ଗଟେକ୍ ସେ ପର୍ମେସର୍, ଜେ କି ଆମ୍କେ ରକିଆ କଲାଆଚେ । ସବୁ ଡାକ୍ପୁଟା, ମଇମା, ବପୁ ଆରି ସାସନ୍ କାଇଟା ନ ଅଇତେ ତାର୍ଟାସେ ରଇଲା, ଏବେ ତାର୍ଟାସେ ଆଚେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ତାର୍ଟାସେ ରଇସି । ଆମେନ୍! (aiōn )
ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍। (aiōn )
ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ । (aiōn )
“ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି। (aiōn , Hadēs )
ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ । (aiōn , Hadēs )
ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, (aiōn )
ଚାରିଟା ଜିବନ୍ ରଇବା ପସୁମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମଇମାର୍, ଡାକ୍ପୁଟା ଆରି ଦନିଅବାଦର୍ ଗିତ୍ ସୁନାଇତେରଇଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେମନ୍ ସେନ୍ତାରି କଲାକେ (aiōn )
ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, (aiōn )
କଡେ ଚାରିଟା ପାର୍ଚିନ୍ମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମୁଆଟେ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିରଇସି । ସେମନ୍ ପିନ୍ଦି ରଇବା ମୁକୁଟ୍ ବସ୍ବା ଜାଗାର୍ ମୁଆଟେ ପିଙ୍ଗିଦେଇକରି କଇଲାଇ, (aiōn )
ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି, “ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ, ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।” (aiōn )
ଜଗତେ ରଇବା ସବୁ ଜିବନ୍ ରଇବାଟାମନ୍ ଜେନ୍ତାରି କି ସର୍ଗେ ରଇବା ସବୁଜାକ, ଜଗତେରଇବା ସବୁଜାକ, ପାତାଲେ ରଇବା ସବୁଜାକ ଆରି ସମ୍ଦୁରେ ରଇବାଟାମନ୍ ଗିତ୍ ଗାଇତେରଇଲାଇ । ଜେ ବସ୍ବା ଜାଗାଇ ବସିଆଚେ ଆରି ମେଣ୍ଡାପିଲାକେ ଆରାଦନା, ଡାକ୍ପୁଟା, ମଇମା, ଆରି ବପୁ କାଲ୍ କାଲ୍ ଜୁଗ୍ ଜୁଗ୍ ଅ । (aiōn )
ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍ଗମନ କରୁଥିଲା; ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ-ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। (Hadēs )
ତେଇ ମୁଇ ଦେକ୍ଲି, ଏଦେ ଦେକା! ଗଟେକ୍ ଚାରୁଆ ଗଡା ଡିସ୍ଲା । ଗଡା ଚାଲାଉ ଅଇଲାନି ମରନ୍ ଆରି ଡୁମାମନର୍ ରାଇଜ୍ । ସେ ପଚେ ପଚେ ଆଇତେରଇଲା । ସେମନ୍କେ ଏ ଜଗତର୍ ଚାରିବାଗେ ଅନି ଗଟେକ୍ ବାଗ୍ ଉପ୍ରେ ଅଦିକାର୍ ଦେଇତେରଇଲା । ତେଇ ଜୁଇଦର୍ ଲାଗି, ମର୍ଡିର୍ ଲାଗି, ରଗର୍ ଲାଗି ଆରି ଡଙ୍ଗରର୍ ପସୁର୍ ଲାଗି ମରାଇବାକେ ଅଦିକାର୍ ଦେଲା । (Hadēs )
“ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, ଆମେନ୍।” (aiōn )
କଇଲାଇ, ଆମେନ୍, ଦନିଅବାଦ୍, ମଇମା, ଗିଆନ୍, ଡାକ୍ପୁଟା, ବପୁ ଆରି ସକ୍ତି କାଲ୍ କାଲ୍ ଜୁଗ୍ ଜୁଗ୍ ଆମର୍ ପର୍ମେସର୍କେ ଅ । ଆମେନ୍, ବଲି କଇତେରଇଲାଇ । (aiōn )
ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା। (Abyssos )
ତାର୍ପଚେ ପାଁଚ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ବାଦଲେଅନି ଦର୍ତନି ଉପ୍ରେ ଅଦ୍ରି ରଇବା ଗଟେକ୍ ତାରା ଦେକ୍ଲି । ତାକେ ପାତାଲର୍ କୁଚିକାଡି ଦିଆଅଇରଇଲା । (Abyssos )
ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୂର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଚ୍ଛନ୍ନ ହେଲା। (Abyssos )
ସେ ତାରା ପାତାଲ୍ ଉଗାଡ୍ଲା ଆରି ତେଇଅନି ଗଟେକ୍ ଜଇଲାଗ୍ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍ ଲାଗି ବେଲର୍ ଉଜଲ୍ ଆରି ପବନ୍ ଆନ୍ଦାର୍ ଅଇଗାଲା । (Abyssos )
ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍। (Abyssos )
ତାକର୍ ଉପ୍ରେ ଗଟେକ୍ ରାଜା ସାସନ୍ କର୍ତେରଇଲା । ସେ ପାତାଲେ ଦେକା ରକା କର୍ବା ଦୁତ୍ । ଏବ୍ରି ବାସାଇ ତାର୍ ନାଉଁ ଅଇଲାନି ଅବଦନ୍ । ଆରି ଗିରିକ୍ ବାସାଇ ଅପଲିୟନ୍ । ତାର୍ ଅରତ୍ ଅଇଲାନି କୁରୁପ୍ନାସ୍ କର୍ବା ଲକ୍ । (Abyssos )
ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ; (aiōn )
ପର୍ମେସରର୍ ନାଉଁ ଦାରି ସେ ଗଟେକ୍ ସପତ୍ କଲା । ପର୍ମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେ ସର୍ଗେ ରଇବାଟା, ଦର୍ତନିତେଇ ରଇବାଟା ଆରି ସମ୍ଦୁରେ ରଇବା ସବୁଜାକ ତିଆର୍ କଲା । ସେ ଦୁତ୍ କଇଲା, “ଆରି ଅଲ୍ସମ୍ ନ ଅଏ ।” (aiōn )
ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବ ଓ ସେମାନଙ୍କୁ ଜୟ କରି ବଧ କରିବ। (Abyssos )
ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି । (Abyssos )
ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, “ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ।” (aiōn )
ତାର୍ପଚେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ସର୍ଗେ ଜବର୍ ଆଉଲି ଅଇବାଟା ସୁନିଅଇଲା । ଜଗତ୍କେ ସାସନ୍ କର୍ବା ବପୁ ଆମର୍ ମାପ୍ରୁ ଆରି ତାର୍ ମସିଅକେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । (aiōn )
ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, (aiōnios )
ତାର୍ପଚେ ମୁଇ ଆରିଗଟେକ୍ ଦୁତ୍କେ ଆକାସେ ଉଡି ଜିବାଟା ଦେକ୍ଲି । ଏ ଜଗତର୍ ସବୁ ରାଇଜେଅନି, ବାସାଇଅନି, ବଁସେଅନି, ଜାତିଅନି ଆଇବା ସବୁ ଲକ୍ମନ୍କେ ଜାନାଇବା ପର୍ମେସରର୍ କେବେ ନ ସାର୍ବା ସୁବ୍କବର୍ ଜାନାଇତେରଇଲା । (aiōnios )
ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। (aiōn )
ଜଇଟାନେଅନି ଆଇବା ଦୁଆଁ, ଜନ୍ଟାକି ସେମନ୍କେ ଦୁକ୍ କସ୍ଟ ଦେଲାନି, ସେଟା କାଲ୍ କାଲ୍ ଜୁଗ୍ ଜୁଗ୍ ଉପ୍ରେ ଜାଇତେ ରଇସି । ପସୁକେ କି ତାର୍ ମୁର୍ତିକେ ପୁଜାକର୍ବା ଲକ୍ ଦିନ୍ରାତି ପୁଣ୍ଡି ନାପାରତ୍ । ଜେନ୍ତିକି ତାର୍ ନାଉଁର୍ ନେଇରଇବା ଲକ୍ମନର୍ପାଇ ମିସା । (aiōn )
ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। (aiōn )
ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେ ଗଟେକ୍ ସବୁବେଲର୍ ପର୍ମେସରର୍ ରିସାସଙ୍ଗ୍ ବର୍ତି ଅଇରଇବା ସାତ୍ଟା ସୁନାର୍ ଗିନା, ସେ ସାତ୍ଟା ଦୁତ୍ମନ୍କେ ଦେଲା । (aiōn )
ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। (Abyssos )
ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି । (Abyssos )
ପୁଣି, ସେ ଦ୍ୱିତୀୟ ଥର କହିଲେ, “ହାଲ୍ଲିଲୂୟା; ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥିବ।” (aiōn )
ସେମନ୍ ଆରିତରେକ୍ ଆଉଲିଅଇଲାଇ । “ପର୍ମେସର୍କେ ଜୁଆର୍ କରା । ସେ ବଡ୍ ନଅର୍ ଜଇଲଗେ ପଡ୍ଲାର୍ପାଇ ଉଟ୍ଲା ଦୁଆଁ କେବେ ନ ସାରେ ।” (aiōn )
ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟକର୍ମଗୁଡ଼ିକ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ। (Limnē Pyr )
ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା । (Limnē Pyr )
ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଜଞ୍ଜିର ଥିଲା। (Abyssos )
ତାର୍ପଚେ ଏଦେ ଦେକା! ସର୍ଗେଅନି ଗଟେକ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାର୍ଲଗେ ପାତାଲର୍ କୁଚିକାଡି ଆରି ଗଟେକ୍ ବଜ୍ ରଇବା ସିକ୍ଲି ରଇଲା । (Abyssos )
ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। (Abyssos )
ଦୁତ୍ ତାକେ ପାତାଲେ ପିଙ୍ଗିଦେଲା ଆରି କୁଚି ପାକାଇକରି ସିଲ୍ ମାର୍ଲା । ଏନ୍ତାରି କଲାକେ ଅଜାର୍ ବରସ୍ ନ ସାର୍ତେ ସେ ବିନ୍ ବିନ୍ ରାଇଜର୍ ଲକ୍ମନ୍କେ ଆରି ନାଡାଇ ନାପାରେ । ତାର୍ପଚେ ଚନେକର୍ପାଇ ତାକେ ଚାଡିଦେବାଇ । (Abyssos )
ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। (aiōn , Limnē Pyr )
ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ । (aiōn , Limnē Pyr )
ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। (Hadēs )
ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ । (Hadēs )
ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ। (Hadēs , Limnē Pyr )
ତାର୍ପଚେ ମଲା ଲକର୍ ଜାଗାଇଅନି ଆଇଲା ସବୁଲକର୍ ଗାଗଡ୍ ଆରି ଆତ୍ମା, ଜଇର୍ ଗାଡେ ପିଙ୍ଗ୍ଲାଇ । ସେ ଗାଡ୍ ଅଇଲାନି ଦୁଇ ଲମରର୍ ମରନ୍ (Hadēs , Limnē Pyr )
ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। (Limnē Pyr )
ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା । (Limnē Pyr )
କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ। (Limnē Pyr )
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ । (Limnē Pyr )
ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। (aiōn )
ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ । (aiōn )
[କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
[କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ()