< ତୀତସ 2 >
1 କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ।
୧ମାତର୍ ତିତସ୍ ତୁଇ ବିସ୍ବାସିମନ୍କେ ଜନ୍ ବିସଇ ସିକାଇଲୁସ୍ନି ସେଟା ଜିସୁକିରିସ୍ଟର୍ ସତ୍ ସିକିଆ ଇସାବେସେ ସିକା ।
2 ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,
୨ପର୍ତୁମ୍ ଡକ୍ରାମନ୍କେ ତାକର୍ ଜିବନେ ନିକ ଚଲାଚଲ୍ତି କର୍ବାକେ ସିକା, ଜେନ୍ତିକି ନିଜେ ବୁଦିର୍ସଙ୍ଗ୍ ରଇ, ଲକ୍ମନର୍ଟାନେଅନି ସନ୍ମାନ୍ ପାଇବାଲକ୍ ପାରା ଅଇ ଜାଗ୍ରତ୍ ରଇବାର୍ । ସେମନ୍ ପର୍ମେସର୍କେ ଡାଟ୍ସଙ୍ଗ୍ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ସତ୍ସଙ୍ଗ୍ ଆଲାଦ୍ କରି ମୁର୍ଚି ରଇବାର୍ ଆଚେ ।
3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;
୩ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ ।
4 ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା,
୪ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ ।
5 ସନ୍ତାନବତ୍ସଳା, ଆତ୍ମସଂଯମୀ, ସତୀ, ସୁଗୃହିଣୀ, ସୁଶୀଳା ଓ ଆପଣା ଆପଣା ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ।
୫ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।
6 ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ;
୬ସେନ୍ତାର୍ ସେ ଦାଙ୍ଗ୍ଡାମନ୍କେ ମିସା ନିଜେ ଜାଗରତ୍ ରଇବାକେ ସିକା ।
7 ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର,
୭ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍ତି କର୍ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍ଡାମନ୍ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍ ସତ୍ ରଇକରି ଲକ୍ମନର୍ ମୁଆଟେ ସନ୍ମାନ୍ ପାଇଲାପାରା ପର୍ମେସରର୍ ବିସଇ ସିକା ।
8 ଯେପରି ବିପକ୍ଷ ଲୋକ, ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ।
୮ଜେତ୍କି ବିସଇ ସିକାଇଲୁସ୍ନି, ସେ ସବୁ ବିସଇ ସତ୍ ରଅ ଜେନ୍ତାରିକି ଲକ୍ମନ୍ ନିନ୍ଦା କରିନାପାରତ୍ । ଜେତ୍କି ଲକ୍ ଜିସୁକିରିସ୍ଟର୍ପାଇ ତୁଇ କର୍ବା କାମ୍ ବିରଦ୍ କଲାଇନି, ସେମନ୍ ସବୁ ଲାଜ୍ ଅଇଜିବାଇ । କାଇକେବଇଲେ ଆମ୍କେ ନିନ୍ଦା କର୍ବାକେ ତାକର୍ଟାନେ କାଇଟା ନ ରଏ ।
9 ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
୯ତର୍ ମଣ୍ଡଲିମନ୍କେ ରଇବା ଗତିଦାଙ୍ଗ୍ଡାମନ୍କେ ତାକର୍ ସାଉକାର୍ମନ୍କେ ମାନିକରି ରଇବାକେ ସିକା । ତାକର୍ କର୍ବା କାମ୍ ଦେକି ସାଉକାର୍ମନ୍ ସାର୍ଦା ଅଅତ୍ ଆରି ସାଉକାର୍ମନ୍କେ ସେମନ୍ ଟଣ୍ଡ୍ ନ ଲାଗାଅତ୍ ।
10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି।
୧୦ସାଉକାରର୍ କାଇ ଜିନିସ୍ ନ ଚରାଇକରି ସବୁବେଲେ ଦରମ୍ ଚଲାଚଲ୍ତି କର । ସେମନ୍କେ ସାଉକାର୍ ବିସ୍ବାସ୍ କର୍ବାର୍ ଆଚେ । ତାକର୍ ନିକ ଚଲାଚଲ୍ତି କର୍ବାଟା ଦେକି ଆମ୍କେ ମୁକ୍ତି ଦେବା ପରମେସରର୍ କବର୍ ସୁନ୍ବାକେ ଲକ୍ମନ୍ ମନ୍ କର୍ବାଇ ।
11 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି,
୧୧କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ ।
12 ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ, (aiōn )
୧୨ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି । (aiōn )
13 ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି।
୧୩ଜନ୍ ବଡ୍ ଦିନ୍ ଆଇବାକେ ଆମେ ଜାଗିଆଚୁ, ସେତ୍କି ଦିନ୍ ଜାକ ଏନ୍ତାରିସେ ଚଲାଚଲ୍ତି କରୁ । ସେ ଦିନେ ଜିସୁକିରିସ୍ଟ ଜେକି ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ, ତାର୍ ସବୁ ଡାକ୍ପୁଟା ସଙ୍ଗ୍ ଏ ଜଗତେ ବାଉଡିଆଇସି ।
14 ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।
୧୪ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
15 ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର। କେହି ତୁମ୍ଭକୁ ତୁଚ୍ଛ ନ କରୁ।
୧୫ତେବର୍ପାଇ ତିତସ୍, ତୁଇ କିରତେ ରଇବା ବିସ୍ବାସିମନ୍କେ, ମୁଇ ତକେ କଇରଇବା ସବୁ ବିସଇ ସିକାଇଦେସ୍ । ଏ ସବୁ ବିସଇ କର୍ବାକେ ସାର୍ଦା କରା ଆରି ନ କଲେ ସେମନ୍କେ ଜାଗ୍ରତ୍ କରା । ସେନ୍ତାରି କର୍ବାକେ ତର୍ ଅଦିକାର୍ ଆଚେ । ତୁଇ ସିକାଇଲା ବିସଇମନ୍ କେ ମିସା ନିଚ୍ ଇସାବେ ନ ନାମତ୍ ।