< ଲୂକ 1 >

1 ଆରମ୍ଭରୁ ଯେଉଁମାନେ ଚାକ୍ଷୁଷ ସାକ୍ଷୀ ଓ ବାକ୍ୟର ପରିଚାରକ, ସେମାନେ ଆମ୍ଭମାନଙ୍କୁ ସମର୍ପଣ କରିବା ଅନୁସାରେ,
ହେ ଦୁଲାଡ଼୍‌ ଥିଅଫିଲ, ପୁରାଃ ହଡ଼କ ଆଲେ ଥାଲାରେ ହବାକାନ୍ ୟୀଶୁ ଖ୍ରୀଷ୍ଟ୍‌ଆଃ ଜାନାମ୍‌, ଗନଏଃ ଆଡଃ ଜୀଉବିନିରିଦ୍‌ରେୟାଃ ପକ୍‌ତାନ୍‌କାଜିକ ଅଲ୍‌ ନାଙ୍ଗ୍‌ ସାନାଙ୍ଗ୍‌କାଦାକ ।
2 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଅନେକେ ଶୃଙ୍ଖଳିତ ରୂପେ ଲିପିବଦ୍ଧ କରିବାକୁ ଆଗ୍ରହ ପ୍ରକାଶ କରିଅଛନ୍ତି।
ଅକନ୍‌କଚି ନେ ହବାକାନ୍‌ ବିଷାଏକେ ଏନେଟେଦ୍‌ଏତେ ନେଲାକାଦାଃକ ଆଡଃ ହଡ଼କତାଃରେ ନେୟାଁ ଉଦୁବ୍‌କେଦାଃକ, ଏନ୍‌ ହଡ଼କତାଃଏତେ ଅକନ୍‌ ବିଷାଏଲେ ଇତୁଆକାନା ଏନ୍‌କାଜି ଇନ୍‌କୁ ଅଲାକାଦାଃକ ।
3 ଅତଏବ, ହେ ମାନ୍ୟବର ଥୀୟଫିଲ, ଆରମ୍ଭରୁ ସମସ୍ତ ବିଷୟ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରି ସେଥିର ଧାରାବାହିକ ବିବରଣ ଆପଣଙ୍କ ନିମନ୍ତେ ଲେଖିବାକୁ ମୁଁ ମଧ୍ୟ ଉଚିତ୍ ମନେ କଲି,
ଏ ମାଇନାନ୍ ଥିୟଫିଲସ୍‌, ଏନାନାଗେନ୍ତେ ଆଇଙ୍ଗ୍‌ ନେ ସବେନ୍‌ କାଜି ମୁଲ୍‌ଏତେ ବୁଗିଲେକା କୁଲିନାମ୍‌ ବାଡ଼ାକେଦ୍‌ତେ ସାରିକାଦାଇଙ୍ଗ୍‌, ଏନାମେନ୍ତେ ଆମାଃ ନାଗେନ୍ତେ ମିଆଁଦ୍‌ ପୁଥି ଲେକା ତାରାଗେନାଏତେ ସବେନ୍‌ କାଜି ଅନଲ୍‌ ସାନାଙ୍ଗ୍‌କେଦାଆଇଙ୍ଗ୍‌,
4 ଯେପରି ଆପଣ ଯେ ସମସ୍ତ ବିଷୟ ଶିକ୍ଷା ପାଇଅଛନ୍ତି, ସେସବୁର ନିଶ୍ଚୟତା ଜାଣି ପାରନ୍ତି।
ଜେ'ଲେକା ଆମ୍‌ ଅକନ୍‌ ସବେନ୍‌ କାଜିକମ୍ ଇତୁଆକାନା ଏନ୍‌ ସବେନ୍‌ କାଜିକରେୟାଃ ପକ୍‌ତାମ୍ ନାମ୍‌ଦାଡ଼ିୟାଃ ।
5 ଯିହୂଦିୟା ପ୍ରଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ।
ଯିହୁଦା ଦିଶୁମ୍‌ରେନ୍ ରାଜା ହେରୋଦ୍‌ଆଃ ଦିପିଲିରେ ଅବିୟଆଃ ଯାଜାକ୍‌ ଝୁଣ୍ଡ୍‌ରେନ୍ ଜାଖ୍‌ରିୟା ନୁତୁମ୍‌ ମିଆଁଦ୍‌ ଯାଜାକ୍‌ ତାଇକେନାଏ । ଇନିୟାଃ ଘାର୍‌ନି ଏଲିଶାବେଥ୍‌, ଇନିଃ ହାରୁନ୍‌ଆଃ କିଲିରେନ୍ ତାଇକେନାଏ ।
6 ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ।
ଏନ୍‌ ବାରାନ୍‌କିନ୍‌ ପାର୍‌ମେଶ୍ୱାର୍‌ଆଃ ସାମ୍‌ନାଙ୍ଗ୍‌ରେ ଧାର୍‌ମାନ୍‌ ଆଡଃ ପ୍ରାଭୁଆଃ ସବେନ୍‌ ଆନ୍‌ଚୁ ଆଡଃ ରିତିରିୱାଜ୍‌ ବେଗାର୍‌ ଚିଟାତେ ବୁଗିଲେକା ମାନାତିଙ୍ଗ୍‌ ତାଇକେନାକିନ୍‌ ।
7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା।
ମେନ୍‌ଦ ଇନ୍‌କିନାଃ ହନ୍‌ଗାଁଣା କାକ ତାଇକେନା, ଚିୟାଃଚି ଏଲିଶାବେଥ୍‌ଦ ଟଣିଟ୍‌ ତାଇକେନାଏ, ଆଡଃ ବାରାନ୍‌କିନ୍‌ ହାଡ଼ାମ୍ ବୁଢୀଆକାନ୍‌କିନ୍ ତାଇକେନା ।
8 ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
ଜାଖ୍‌ରିୟା, ଆୟାଃ ଝୁଣ୍ଡ୍‌ରେୟାଃ ପାଳି ଲେକାତେ ମାନ୍ଦିର୍‌ ଅଡ଼ାଃରେ ପାର୍‌ମେଶ୍ୱାର୍‌ଆଃ ସାମ୍‌ନାଙ୍ଗ୍‌ରେ ଯାଜାକ୍‌ କାମି କାମିତାନ୍‍ ଇମ୍‌ତା,
9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା,
ଯାଜାକ୍‌କଆଃ କାମିରେୟାଃ ରିତିଲେକାତେ ପାଞ୍ଜିଖାଡ଼ିଲଃ ଇନିଃକେ ପାର୍‌ମେଶ୍ୱାର୍‌ଆଃ ମାନ୍ଦିର୍‌ ଅଡ଼ାଃରେ ବଲକେଦ୍‌ତେ ବୁଗିନ୍‌ସୱାନ୍‌ତେୟାଃ ଧୁଆନ୍‌ ଉରୁବ୍ ଲାଗାତିଙ୍ଗ୍‌ୟାନା ।
10 ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ।
୧୦ଆଡଃ ବୁଗିନ୍‌ସୱାନ୍‌ତେୟାଃ ଧୁଆନ୍‌ ଉରୁବ୍ ଦିପିଲିରେ ସବେନ୍‌ ହଡ଼କ ମାନ୍ଦିର୍‌ ଅଡ଼ାଃରାଚାରେ ବିନ୍ତିତାନ୍‌କ ତାଇକେନା ।
11 ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ।
୧୧ଇମ୍‌ତାଙ୍ଗ୍‌ ଜାଖ୍‌ରିୟାରାଃ ଆୟାର୍‌ରେ ପାର୍‌ମେଶ୍ୱାର୍‌ଆଃ ଦୁଁତ୍‌ ଉଦୁବେନ୍‌ୟାନାଏ ଆଡଃ ଧୁଆନ୍‌ ଉରୁବ୍ ବେଦିରେୟାଃ ଜମ୍‌ସାଃରେ ତିଙ୍ଗୁୟାନାଏ ।
12 ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ।
୧୨ଜାଖ୍‌ରିୟା ଇନିଃକେ ନେଲ୍‌କେଦ୍‌ତେ ଆକ୍‌ଦାନ୍ଦାଅୟାନା ଆଡଃ ବରକେଦାଏ ।
13 କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।
୧୩ମେନ୍‌ଦ ଦୁଁତ୍‌ କାଜିକିୟାଏ, “ଏ ଜାଖ୍‌ରିୟା! ଆଲ୍‌ମେ ବରୟାଃ, ଆମାଃ ବିନ୍ତିଦ ପାର୍‌ମେଶ୍ୱାର୍‌ତାଃ ଆୟୁମ୍‌ୟାନା । ଆମାଃ ଘାର୍‌ନି ଏଲିଶାବେଥ୍‌ ଆମାଃ ନାଗେନ୍ତେ ମିଆଁଦ୍‌ କଡ଼ାହନ୍ଆଏ ଜାନାମିଁୟା, ଆଡଃ ଇନିଃକେ ଯୋହାନ୍‌ ମେନ୍ତେପେ ନୁତୁମିଁୟା ।
14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ।
୧୪ଆମ୍‌ ପୁରାଃଗି ସୁକୁ ରାସ୍‌କାୱାମ୍ ଆଡଃ ଆୟାଃ ଜାନାମ୍‌ରେ ପୁରାଃ ହଡ଼କ ରାସ୍‌କାୱାଃକ ।
15 ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
୧୫ଇନିଃଦ ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ମାରାଙ୍ଗ୍‌ଅଃଆଏ, ଇନିଃ ଦାଖ୍‌ରାସି ଚାଏ ବୁଲଃତେୟାଃ ଚିଉଲାହ କାଏ ନୁଁଏୟା ଆଡଃ ଇନିଃ ଏଙ୍ଗାତେୟାଃ ଲାହିଦ୍‌ତେଗି ପାବିତାର୍‌ ଆତ୍ମାତେ ପେରେଜଃଆଏ,
16 ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ।
୧୬ଆଡଃ ଇନିଃ ଇସ୍ରାଏଲ୍‌ ହଡ଼କଆଃଏତେ ପୁରାଃ ହଡ଼କକେ ପାର୍‌ମେଶ୍ୱାର୍‌ ଆକଆଃ ପ୍ରାଭୁସାଃତେ ରୁହାଡ଼୍‌ ହିଜୁଃନାଙ୍ଗ୍‌ ଦେଙ୍ଗାକୱାଏ ।
17 ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ।
୧୭ଆଡଃ ଆପୁକଆଃ ମନ୍‌ ହନ୍‌କସାଃ ଆଡଃ କା ମାନାତିଙ୍ଗ୍‌ ତାନ୍‌କକେ ଧାର୍‌ମାନ୍‌କଆଃ ସେଣାଁଁସାଃ ରୁହାଡ଼୍‌କଆଏ ଆଡଃ ପ୍ରାଭୁନାଙ୍ଗ୍‌ ମିଆଁଦ୍‌ ବାଇସେକାଡ଼ାକାନ୍‌ ହଡ଼କେ ବାଇନାଗେନ୍ତେ ଇନିଃ ଏଲିୟଆଃ ଆତ୍ମା ଆଡଃ ପେଡ଼େଃତେ ଇନିୟାଃ ସାମ୍‌ନାଙ୍ଗ୍‌ରେ ସେନେୟାଏ ।”
18 ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି।
୧୮ନେ କାଜି ଆୟୁମ୍‌ କେଦ୍‌ତେ, ଜାଖ୍‌ରିୟା ଦୁଁତ୍‌କେ କାଜିକିୟାଏ, “ଆମ୍‌ ଅକ୍‌ନାଃ କାଜିତାନାମ୍, ଏନା ସାର୍‌ତି କାଜି ମେନ୍ତେ ଚିଲ୍‌କାଇଙ୍ଗ୍‌ ସାରିୟାଃ? ଆଇଙ୍ଗ୍‌ଦ ହାଡ଼ାମ୍ ୟାନାଇଙ୍ଗ୍‌ ଆଡଃ ଆଇଁୟାଃ ଘାର୍‌ନିୟଗି ବୁଡି ୟାନାଏ ।”
19 ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ବରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି।
୧୯ସିର୍ମାରେନ୍‌ ଦାସି କାଜିରୁହାଡ଼୍‌କିୟାଏ, “ଆଇଙ୍ଗ୍‌ ଗାବ୍ରିଏଲ୍‌ ଦୁଁତ୍‌ ତାନିଙ୍ଗ୍‌, ପାର୍‌ମେଶ୍ୱାର୍‌ଆଃ ସାମ୍‌ନାଙ୍ଗ୍‌ରେ ତିଙ୍ଗୁନ୍‌ନିଃ ତାନିଙ୍ଗ୍‌ ଆଡଃ ଆମ୍‌କେ ନେ ସୁକୁକାଜି ଉଦୁବ୍‌ ନାଗେନ୍ତେ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ କୁଲାକାଇଙ୍ଗ୍‌ୟାଁଏ ।
20 ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ।
୨୦ନାହାଁଃ ଆୟୁମେମ୍, ନେ ସବେନ୍‌ ସାର୍‌ତି କାଜି କା ପୁରାଅଃ ଜାକେଦ୍‌ ଆମ୍‌ ବାଖାଁଣ୍‌ କାମ୍‌ ଦାଡ଼ିୟାଃ ଚିୟାଃଚି ଆଇଁୟାଃ କାଜିରେ ଆମ୍‌ କାମ୍‌ ପାତିୟାର୍ କେଦାଃ, ଏନାଦ ଠିକ୍‌ ନେଡାରେ ପୁରାଅଆଃ ।”
21 ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ।
୨୧ଇମ୍‌ତାଙ୍ଗ୍‌ ହଡ଼କ ଜାଖ୍‌ରିୟାକେ ନେଲ୍‌ହରାଇତାନ୍‌କ ତାଇକେନା ଆଡଃ ଇନିଃ ମାନ୍ଦିର୍‌ ଅଡ଼ାଃଏତେ ଜାଲ୍‌ଦି କାଏ ଅଡଙ୍ଗ୍‌ଅଃତାନ୍‌ ନେଲ୍‌କେଦ୍‌ତେ ଇନ୍‌କୁ ଆକ୍‌ଦାନ୍ଦାଅଃ ତାଇକେନାକ ।
22 କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ।
୨୨ଚିମ୍‌ତାଙ୍ଗ୍‌ ଜାଖ୍‌ରିୟା ଅଡଙ୍ଗ୍‌ୟାନା, ଇନିଃ ଇନ୍‌କୁକେ ଜେତ୍‌ନାଃ କାଜି କାଏ ଦାଡ଼ିକେନା । ଏନାତେ ଇନ୍‌କୁ ଆଟ୍‌କାର୍‌ କେଦାଃକ ଯେ ଇନିଃ ମାନ୍ଦିର୍‌ ଭିତାର୍‌ରେ ଜେତାଏୟାଃ ଦାର୍‌ଶାନ୍‌ନାଏ ନେଲ୍‌କାଦା, ଚିୟାଃଚି ଇନିଃ ଇନ୍‌କୁକେ ତିଃଇତେ ଉଦୁବ୍‌କତାନ୍ ତାଇକେନାଏ ଆଡଃ କାଏ ବାଖାଁଣ୍‌ ଦାଡ଼ିକେଦା ।
23 ପରେ ତାହାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ।
୨୩ଜାଖ୍‌ରିୟାରାଃ ସେୱା ପାଳିରେୟାଃ ସାମାଏ ପୁରାୟାନ୍‌ଚି ଇନିଃ ଅଡ଼ାଃତେ ରୁହାଡ଼୍‌ୟାନାଏ ।
24 ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
୨୪ନେଆଁଁ ତାୟମ୍‌ତେ ଜାଖ୍‌ରିୟାରାଃ ଘାର୍‌ନି ଏଲିଶାବେଥ୍‌ ହାମ୍ବାଲ୍‌ ରୋୱାୟାନାଏ । ଆଡଃ ଇନିଃ ପାଞ୍ଚ୍‌ ମାହିଁନା ଜାକେଦ୍‌ ଜେତାଏକେ ଜେତ୍‌ନାଃ କାଏ କାଜିକେଦ୍‌କଆ ।
25 ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।
୨୫ଏନ୍ତେ ଏଲିଶାବେଥ୍ କାଜିକେଦାଏ, “ନେଲେପେ, ଟୁଣ୍ଡୁରେ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌ ନାଙ୍ଗ୍‌ ନେଆଁଁ ରିକାକାଦାଏ । ହଡ଼କଆଃ ଥାଲାରେ ଆଇଁୟାଃ ଗିହୁଃ ଆତମେ ନାଗେନ୍ତେ ପ୍ରାଭୁ ଆଇଙ୍ଗ୍‌କେ ଦେଙ୍ଗାକେଦିୟାଁ!”
26 ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
୨୬ଏଲିଶାବେଥ୍‌ଆଃ ହାମ୍ବାଲ୍‌ରୋୱାରାଃ ଛ ମାହିଁନା ତାୟମ୍‌ତେ ପାର୍‌ମେଶ୍ୱାର୍‌ ଗାବ୍ରିଏଲ୍‌ ନୁତୁମ୍‌ ମିଆଁଦ୍‌ ସିର୍ମାରେନ୍‌ ଦୁଁତ୍‌କେ ଗାଲିଲ୍‌ରେୟାଃ ନାଜ୍‌ରେତ୍‌ ନାଗାର୍‌ତେ ମିଆଁଦ୍‌ ଡିଣ୍ଡାକୁଡ଼ିତାଃତେ କୁଲ୍‌କିୟାଏ,
27 ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ।
୨୭ଏନ୍‌ ଡିଣ୍ଡାକୁଡ଼ିଦ ଦାଉଦ୍‌ଆଃ କିଲିରେନ୍ ଯୋଷେଫ୍‌ ନୁତୁମ୍‌ ମିଆଁଦ୍‌ ହଡ଼ନାଙ୍ଗ୍‌ ଆସିଆକାନାଏ ତାଇକେନା, ଇନିୟାଃ ନୁତୁମ୍‌ ମାରିୟାମ୍‌ ତାଇକେନା ।
28 ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ।
୨୮ସିର୍ମାରେନ୍‌ ଦୁଁତ୍‌ ଇନିୟାଃ ଅଡ଼ାଃତେ ବଲକେଦ୍‌ତେ କାଜିକିୟାଏ, “ଏ ଲିବୁଇୟାକାନ୍‌ନିଃ, ଆମ୍‌କେ ଜହାର୍! ପ୍ରାଭୁ ଆମ୍‌କେ ପୁରାଃଗି ଲିବୁଇୟା କାଦ୍‌ମେଁୟାଏ ଆଡଃ ଇନିଃ ଆମାଃଲଃ ମେନାଇୟାଃ!”
29 କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ବିଚାର କରିବାକୁ ଲାଗିଲେ।
୨୯ମେନ୍‌ଦ ମାରିୟାମ୍‌ ଇନିୟାଃ କାଜିତେ ପୁରାଃଗି ଆକ୍‌ଦାନ୍ଦାଅୟାନା, ଆଡଃ ନେୟାଁ ଚିଲ୍‌କାନ୍ ଜହାର୍ ତାନାଃ ମେନ୍ତେ ଆୟାଃ ମନ୍‌ରେ ଉଡ଼ୁଃତାନାଏ ତାଇକେନା ।
30 ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ।
୩୦ଏନାତେ ସିର୍ମାରେନ୍‌ ଦୁଁତ୍‌ ଇନିଃକେ କାଜିକିୟାଏ, “ଏ ମାରିୟାମ୍‌, ଆଲମ୍‌ ବରଏୟା, ଚିୟାଃଚି ଆମ୍‌ ପାର୍‌ମେଶ୍ୱାର୍‌ଆଃ ଆୟାର୍‌ରେ ସାୟାଦ୍‌ ନାମାକାଦାମ୍‌ ।
31 ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ।
୩୧ଆଡଃ ନେଲେମେ, ଆମ୍‌ ହାମ୍ବାଲ୍ ରୋୱାଅଃଆମ୍‌ ଆଡଃ ମିଆଁଦ୍‌ କଡ଼ାହନ୍‌ନାମ୍ ଜାନାମିଁୟା ଆଡଃ ଇନିଃକେ ୟୀଶୁ ନୁତୁମିଁୟାମ୍‌ ।
32 ସେ ମହାନ ହେବେ ଓ ମହାନ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ବର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
୩୨ଇନିଃ ମାରାଙ୍ଗ୍‌ଅଃଆଏ ଆଡଃ ହଡ଼କ ଇନିଃକେ ମାରାଙ୍ଗ୍‌ ଉତାର୍‌ନିୟାଃ ହନ୍‌ ମେନ୍ତେକ କାଜିୟାଃ ଆଡଃ ପ୍ରାଭୁ ପାର୍‌ମେଶ୍ୱାର୍‌ ଇନିଃକେ ଇନିୟାଃ ଆପୁତେ ଦାଉଦ୍‌ ରାଜାରାଃ ରାଜ୍‌ଗାଦି ଏମାଇୟା ।
33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। (aiōn g165)
୩୩ଆଡଃ ଇନିଃ ଜାନାଅଜାକେଦ୍ ଯାକୁବ୍‌ଆଃ କିଲିରେନ୍‌କଆଃ ରାଜା ତାଇନାଏ, ଇନିୟାଃ ରାଇଜ୍‌ ଚିଉଲାଅ କା ଟୁଣ୍ଡୁଃଆ!” (aiōn g165)
34 କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ।
୩୪ମାରିୟାମ୍‌ ସିର୍ମାରେନ୍‌ ଦୁଁତ୍‌କେ କୁଲିକିୟାଏ, “ନେଆଁଁ ଚିଲ୍‌କାତେ ହବାଅଆଃ? ଆଇଙ୍ଗ୍‌ଦ ଜେତାନ୍‌ କଡ଼ାକେ କାଇଙ୍ଗ୍‌ ସାରିୟାକାଇଜାଃ ।”
35 ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
୩୫ସିର୍ମାରେନ୍‌ ଦୁଁତ୍‌ ମାରିୟାମ୍‌କେ କାଜିରୁହାଡ଼୍‌କିୟାଏ, “ପାବିତାର୍‌ ଆତ୍ମା ଆମ୍‌ରେ ଆଡ଼୍‌ଗୁନାଏ ଆଡଃ ମାରାଙ୍ଗ୍‌ ଉତାର୍‌ନିୟାଃ ପେଡ଼େଃ ଆମ୍‌କେ ଉମ୍ବୁଲ୍ ମେଁୟାଏ । ଏନାନାଗେନ୍ତେ ଜାନାମଃତାନ୍ ହନ୍‌ ପାବିତାର୍‌ ହବାଅଃଆଏ ଆଡଃ ପାର୍‌ମେଶ୍ୱାର୍‌ଆଃ ହନ୍‌ ମେନ୍ତେ ନୁତୁମଃଆଏ ।
36 ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
୩୬ଆଡଃ ନେଲେମେ, ଆମାଃ ମିଶିମ୍ ଏଲିଶାବେଥ୍‌ ବୁଡିୟଃତାନ୍ ନେଡାରେ ମିଆଁଦ୍‌ କଡ଼ାହନ୍‌ ଜାନାମିଁୟାଏ, ଆଡଃ ଇନିଃଦ ଟଣିଟ୍‌ ମେନ୍ତେ କାଜିୟଃତାନ୍ ତାଇକେନାଏ, ନାହାଁଃ ଇନିୟାଃ ହଡ଼୍‌ମଃତେୟାଃ ଛ ମାହିଁନା ହବାଅଃତାନା ।
37 କାରଣ ଈଶ୍ବରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ।
୩୭ଚିୟାଃଚି ପାର୍‌ମେଶ୍ୱାର୍‌ଆଃ ଆୟାର୍‌ରେଦ ଜାହାନ୍ କାଜି କା ହାମ୍ବାଲଆଃ ।”
38 ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।
୩୮ଏନ୍ତେ ମାରିୟାମ୍‌ କାଜିକିୟାଏ, “ନେଲେମେ, ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ଦାସି ତାନିଙ୍ଗ୍‌ ଆମାଃ କାଜିଲେକାଗି ଆଇଙ୍ଗ୍‌ରେ ହବାଅଃକା,” ଏନ୍ତେଦ ଦୁଁତ୍‌ ଇନିଃତାଃଏତେ ସେନଃୟାନାଏ ।
39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
୩୯ଏନ୍ତେ ମାରିୟାମ୍‌ ଏନ୍‌ ନେଡାରେ ବିରିଦ୍‌ୟାନ୍‌ଲଃ ବୁରୁଦିଶୁମ୍ ଯିହୁଦା ରାଇଜ୍‌ରେୟାଃ ମିଆଁଦ୍‌ ସାହାର୍‌ତେ ଜାଲ୍‌ଦିଗି ସେନଃ ଦାବ୍‌ୟାନା ।
40 ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ।
୪୦ଇନିଃ ଜାଖ୍‌ରିୟାରାଃ ଅଡ଼ାଃତେ ବଲୟାନ୍‌ଚି ଏଲିଶାବେଥ୍‌କେ ଧାନ୍ୟାବାଦ୍‌ ଏମ୍‌କିୟାଏ ।
41 ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
୪୧ଆଡଃ ଏଲିଶାବେଥ୍ ମାରିୟାମ୍‌ଆଃ ଜହାର୍ ଆୟୁମ୍‌କେଦ୍‌ଚି ଏଲିଶାବେଥ୍‌ଆଃ ଲାହିଦ୍‌ରେନ୍ ହନ୍‌ ଏନେଃକ୍‌କେଦାଏ ଆଡଃ ଏଲିଶାବେଥ୍ ପାବିତାର୍‌ ଆତ୍ମାତେ ପେରେଃୟାନାଏ ।
42 ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ।
୪୨ଇନିଃ କାଉରିତାନ୍‌ଲଃ କାଜିକେଦାଏ, “ଆମ୍‌ କୁଡ଼ିକଆଃ ଥାଲାରେମ୍ ଧାଇନ୍‌ଗିୟାଃ ଆଡଃ ଆମ୍‌ ଜାନାମିଁ ହନ୍‌ ଧାଇନ୍‌ଗିୟାଏ!
43 ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା?
୪୩ମେନ୍‌ଦ ଆଇଁୟାଃ ପ୍ରାଭୁଆଃ ଏଙ୍ଗାତେ ଆଇଙ୍ଗ୍‌ତାଃତେ ହିଜୁଆକାନାଏ, ଏନା ଆଇଙ୍ଗ୍‌ ନାଙ୍ଗ୍‌ ଚିଲ୍‌କାତେ ହବାକାନା?
44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା।
୪୪ଚିୟାଃଚି, ନେଲେମେ, ଆମାଃ ଜହାର୍ ଆୟୁମ୍‌କେଦ୍‌ଚି ଆଇଁୟାଃ ଲାହିଦ୍‌ରେନ୍‌ ହନ୍‌ଦ ରାସ୍‌କାତେ ଏନେଃକ୍‌କେଦାଏ ।
45 ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ।
୪୫ଅକଏ ବିଶ୍ୱାସ୍‌କେଦାଏ ଇନିଃ ଧାଇନ୍‌ଗିୟାଃଏ, ଚିୟାଃଚି ପାର୍‌ମେଶ୍ୱାର୍‌ତାଃଏତେ ଇନିଃକେ କାଜିୟାକାନ୍ କାଜିଦ ହବାଅଃଗିଆ!”
46 ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
୪୬ଆଡଃ ମାରିୟାମ୍‌ କାଜିକେଦାଏ, “ଆଇଁୟାଃ ମନ୍‌ସୁରୁଦ୍‌ ପ୍ରାଭୁକେ ମାରାଙ୍ଗ୍‌ଇତାନା;
47 ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି;
୪୭ଆଡଃ ଆଇଁୟାଃ ଜୀଉ ବାଞ୍ଚାଅନିଃ ପାର୍‌ମେଶ୍ୱାର୍‌ତାଃରେ ରାସ୍‌କାଅଃତାନାଏ,
48 କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,
୪୮ଚିୟାଃଚି ଇନିଃ ଆୟାଃ ଦାସିଆଃ ନାରାଦୁରାକେ ନେଲାକାଦାଏ! ଆଡଃ ନେଲେମେ, ନାହାଁଃଏତେ ସବେନ୍‌ ପାରିୟାରେନ୍‌ ହଡ଼କ ଆଇଙ୍ଗ୍‌କେ ସୁକୁତାନ୍‌ଗିୟାମେ ମେନ୍ତେକ ମେତାଇୟାଁ,
49 କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
୪୯ଚିୟାଃଚି ପେଡ଼େୟାନ୍ ପାର୍‌ମେଶ୍ୱାର୍‌ ଆଇଁୟାଃନାଙ୍ଗ୍‌ ମାପ୍‌ରାଙ୍ଗ୍‌ କାମିକ କାମିୟାକାଦାଏ । ଇନିୟାଃ ନୁତୁମ୍‌ ପାବିତାର୍‌ଗିୟାଃ;
50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ।
୫୦ଆଡଃ ଇନିଃକେ ବରତାନ୍‌କଆଃନାଙ୍ଗ୍‌ ଇନିୟାଃ ଦାୟା ଇନ୍‌କୁଆଃ ପିଢ଼ି ପିଢ଼ି ଜାକେଦ୍‌ ଜାନାଅଗି ତାଇନାଃ ।
51 ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
୫୧ଇନିଃ ଆୟାଃ ସୁପୁତାଃରେୟାଃ ପେଡ଼େଃ ଉଦୁବାକାଦାଏ । ଇନିଃ ମାରାଙ୍ଗ୍‌ୟେଁନ୍‌ ତାନ୍‌କକେ ଆକଆଃ ମନ୍‌ରେୟାଃ ଉଡ଼ୁଃଏତେ ଛିତିବିତିୟା କାଦ୍‌କଆଏ ।
52 ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,
୫୨ଇନିଃ ଆକ୍‌ତେୟାର୍‌ ନାମାକାଦ୍‌ ପେଡ଼େୟାନ୍‌ ରାଜାକକେ ରାଜ୍‌ଗାଦିଏତେ ଆଡ଼୍‌ଗୁଆ କାଦ୍‌କଆଏ, ଆଡଃ ନାରାଦୁରାକକେ ଚେତାନ୍‌ତେ ରାକାବା କାଦ୍‌କଆଏ ।
53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।
୫୩ଇନିଃ ରେଙ୍ଗେଜାକାନ୍‌କକେ ବୁଗିନ୍‌ ବିଷାଏତେ ବିୟାକାଦ୍‌କଆଏ, ମେନ୍‌ଦ କିସାଁଣ୍‌ ହଡ଼କକେ ସାମା ତିଃଇଗି କୁଲ୍‌ରୁହାଡ଼୍‌ କାଦ୍‌କଆଏ ।
54 ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,
୫୪ଆବୁଆଃ ପୁର୍‌ଖାହାଡ଼ାମ୍‌କକେ କାଜିୟାକାଦ୍‌କ ତାଇକେନ୍‌ ଲେକା, ଇନିଃ ଆୟାଃ ଦାସି ଆବ୍ରାହାମ୍‌ ଆଡଃ ଇସ୍ରାଏଲ୍‌ ହଡ଼କକେ ଦାୟା କାଦ୍‌କଆ ।
55 ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।” (aiōn g165)
୫୫ଇନିଃ ଜାନାଅ ଜାନାଅ ନାଗେନ୍ତେ ଆବ୍ରାହାମ୍‌ ଆଡଃ ଆୟାଃ ସବେନ୍‌ କିଲିକକେ ଲିନିବୁଇ ଉଦୁବ୍‌ ନାଗେନ୍ତେ କାଏ ରିଡ଼ିଙ୍ଗ୍‌କାଦା ।” (aiōn g165)
56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।
୫୬ମାରିୟାମ୍‌ ଆପି ମାହିଁନା ଜାକେଦ୍‌ ଏଲିଶାବେଥ୍‌ଆଃ ଅଡ଼ାଃରେ ତାଇନ୍‌ୟାନାଏ, ତାୟମ୍‌ତେ ଆୟାଃ ଅଡ଼ାଃତେ ରୁହାଡ଼୍‌ୟାନାଏ ।
57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
୫୭ଏଲିଶାବେଥ୍‌ଆଃ ହନ୍‌ଜାନାମ୍‌ ଦିପିଲି ସେଟେର୍‌ୟାନା, ଆଡଃ ଇନିଃ ମିଆଁଦ୍‌ କଡ଼ାହନ୍‌ ଜାନାମ୍‌କିୟାଏ ।
58 ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ।
୫୮ଆଡଃ ପାର୍‌ମେଶ୍ୱାର୍‌ ଯେ ଏଲିଶାବେଥ୍‌କେ ପୁରାଃଗି ଲିବୁଇୟାକାଇୟାଏ ମେନ୍ତେ ଆୟୁମ୍‌କେଦ୍‌ତେ ଆୟାଃ ହପର୍‌ଜାପାଃରେନ୍ ହଡ଼କ ଆଡଃ ପାରିବାର୍‌ରେନ୍‌କ ଆୟାଃଲଃକ ରାସ୍‌କାୟାନା ।
59 ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ।
୫୯ହନ୍‌ ଜାନାମ୍‌ରେୟାଃ ଇରାଲିୟା ମାହାଁରେ ଇନ୍‌କୁ ବାଲେଃହନ୍‌କେ ଖାତ୍‌ନାଅ ନାଗେନ୍ତେକ ହିଜୁଃୟାନା, ଆଡଃ ଆୟାଃ ଆପୁତେୟାଃ ନୁତୁମ୍‌ଲେକା ଆଇଃକ୍‌କେ ଜାଖ୍‌ରିୟା ମେନ୍ତେ ନୁତୁମିଁ ତାନ୍‌କ ସାନାଙ୍ଗ୍‌ ତାଇକେନା,
60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ।
୬୦ମେନ୍‌ଦ ଇନିୟାଃ ଏଙ୍ଗାତେ କାଜିକେଦାଏ, “ବାନଃଗି ଇନିଃକେ ଯୋହାନ୍‌ ନୁତୁମଃଆ ।”
61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ।
୬୧ଇନ୍‌କୁ ଏଲିଶାବେଥ୍‌କେ କାଜିକିୟାଃକ, “ଆପେୟାଃ କିଲିରେନ୍ ହାଗା ହନ୍‌କରେ ଜେତାଏୟାଃ ନୁତୁମ୍‌ ନେ ଲେକା ବାନଃଆ!”
62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ।
୬୨ଏନ୍ତେ ଏନ୍‌ ସିଟିଆକେ ଚିକାନ୍‌ ନୁତୁମ୍‌ ନୁତୁମଃଆ ମେନ୍ତେ ଆୟାଃ ଆପୁତେ ସାନାଙ୍ଗ୍‌ତାନାଏ, ଏନା ସାରିନାଙ୍ଗ୍‌ ଆପୁତେକେ ତିଃଇତେକ କୁଲିକିୟାଃ ।
63 ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ।
୬୩ନେୟାଁ ଆୟୁମ୍‌କେଦ୍‌ତେ ଆପୁତେ ମିଆଁଦ୍‌ ତାକ୍‌ତା ଆସିକେଦ୍‌ଚି, “ବାଲେଃହନ୍‌ଆଃ ନୁତୁମ୍‌ ଯୋହାନ୍‌ ତାନାଃ” ମେନ୍ତେ ଅଲ୍‌କେଦାଏ, ଏନାତେ ସବେନ୍‌କ ଆକ୍‌ଦାନ୍ଦାଅୟାନାକ ।
64 ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ବରଙ୍କ ପ୍ରଶଂସା କରିବାକୁ ଲାଗିଲେ।
୬୪ଆଡଃ ଇମ୍‌ତାଗି ଇନିୟାଃ ମଚା ଆଡଃ ଆଲାଙ୍ଗ୍‌ ରାଡ଼ାୟାନା ଆଡଃ ଇନିଃ ଆଡଃମିସା ବାଖାଁଣ୍‌ ଏଟେଦ୍‌କେଦ୍‌ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମ୍‌କିୟାଏ ।
65 ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦିୟା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକହି ହେଲେ,
୬୫ଏନାତେ ଇନ୍‌କୁଆଃ ସବେନ୍‌ ହପର୍‌ଜାପାଃରେନ୍‌କ ବରକେଦାଃକ, ଆଡଃ ସବେନ୍‌ କାଜି ଯିହୁଦା ଦିଶୁମ୍‌ରେୟାଃ ଗଟା ବୁରୁ ଦିଶୁମ୍‌ରେ ଉମିନ୍‌ୟାନା ।
66 ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।
୬୬ନେ କାଜି ଆୟୁମାକାଦ୍ ସବେନ୍‌ ହଡ଼କ ଆକ୍‌ଦାନ୍ଦାଅୟାନ୍‌ଲଃ ଆକଆଃ ଆପ୍‌ନାଃ ମନ୍‌ରେ କୁଲିକେଦାଃକ, “ନିଃ ଚିଲ୍‌କାନ୍‌ ହନ୍‌ନାଏ ହବାଅଆଃ?” ଚିୟାଃଚି ପାର୍‌ମେଶ୍ୱାର୍‌ଆଃ ତିଃଇ ଇନିଃଲଃ ତାଇକେନା ।
67 ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
୬୭ଆଡଃ ଯୋହାନ୍‌ଆଃ ଆପୁତେ ଜାଖ୍‌ରିୟା ପାବିତାର୍‌ ଆତ୍ମାତେ ପେରେଃୟାନ୍ତେ, ନେ ଆୟାର୍‌କାଜିୟାଏ ଉଦୁବ୍‌କେଦାଃ:
68 “ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ବର, କାରଣ ସେ କୃପାଦୃଷ୍ଟି କରି, ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
୬୮“ଇସ୍ରାଏଲ୍‌ଆଃ ପ୍ରାଭୁ ପାର୍‌ମେଶ୍ୱାର୍‌ଆଃ ସାହାରାଅ ହବାଅଃକା! ଚିୟାଃଚି ଇନିଃଦ ଆୟାଃ ହଡ଼କକେ ଦେଙ୍ଗାନାଙ୍ଗ୍‌ ମେନ୍ତେ ହିଜୁଆକାନାଏ ଆଡଃ ଇନ୍‌କୁକେ ରାଡ଼ା କାଦ୍‌କଆଏ ।
69 ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇ,
୬୯ଇନିଃ ଆବୁଆଃନାଙ୍ଗ୍‌ ମେନ୍ତେ ଆୟାଃ ଦାସି ଦାଉଦ୍‌ଆଃ କିଲିଏତେ ମିଆଁଦ୍‌ ପେଡ଼େୟାନ୍‌ ଜୀଉବାଞ୍ଚାଅନିଃକେ ଏମାକାଦ୍‌ବୁଆଏ ।
70 ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ, (aiōn g165)
୭୦ନାଙ୍କ ପାରିୟାଏତେ ତାଇନଃତାନ୍ ତାଇକେନ୍‌ ଆୟାଃ ପାବିତାର୍‌ ନାବୀକଆଃ ମଚାତେ ପାର୍‌ମେଶ୍ୱାର୍‌ ନେୟାଁଏ ଉଦୁବ୍‌ଲେଦା । (aiōn g165)
71 ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
୭୧ଏନ୍‌ଲେକାଗି ଆବୁଆଃ ବାଇରିକଏତେ ଆଡଃ ସବେନ୍‌ ଖିସ୍‌ଆବୁତାନ୍‌କଆଃ ତିଃଇଏତେ ଜୀଉବାଞ୍ଚାଅ ଏମାକାଦ୍‌ବୁଆଏ ।
72 ଯେପରି ସେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
୭୨ଆବୁଆଃ ପୁର୍‌ଖାହାଡ଼ାମ୍‌କକେ ଦାୟାକଆ ଆଡଃ ଆୟାଃ ପାବିତାର୍‌ ରାଜିନାମାରାଃ କାଜିକେ ପାହାମେ ନାଗେନ୍ତେ,
73 ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
୭୩ଇନିଃ ଆବୁଆଃ ଆପୁ ଆବ୍ରାହାମ୍‌ଲଃ କିରିୟାକାଦ୍‌ ତାଇକେନାଏ ।
74 ପୁଣି, ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ,
୭୪ଆବୁକେ ଆବୁଆଃ ବାଇରିକଆଃ ତିଃଇଏତେ ବାଞ୍ଚାଅବୁଆଏ, ଆଡଃ କା ବରତାନ୍‌ଲଃ ଇନିୟାଃ ସେୱାନାଙ୍ଗ୍‌,
75 ପବିତ୍ରତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି।
୭୫ପାବିତାର୍‌ ଆଡଃ ଧାର୍‌ମାନ୍‌ ଲେକାତେ ଇନିୟାଃ ସାମ୍‌ନାଙ୍ଗ୍‌ରେ ଆବୁ ଜାଉଜରଙ୍ଗ୍‌ବୁ ତାଇନାଃ ।
76 ଆଉ ହେ ଶିଶୁ, ତୁ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;
୭୬ଆଡଃ ଏ ହନ୍‌, ଆମ୍‌ ମାରାଙ୍ଗ୍‌ ଉତାର୍‌ନିଃ ପାର୍‌ମେଶ୍ୱାର୍‌ଆଃ ନାବୀ ନୁତୁମଃଆମ୍‌ ଆମ୍‌ଦ ପ୍ରାଭୁଆଃ ଆୟାର୍‌ରେ ଇନିୟାଃ ହରା ବାବାଇତେମ୍ ସେନାଃ ।
77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ,
୭୭ଇନିୟାଃ ହଡ଼କକେ ଆମ୍‌ ଆକଆଃ ପାପ୍‌ ଛାମାରେୟାଃ ହରାତେ ଜୀଉବାଞ୍ଚାଅରାଃ ସେଣାଁଁମ୍‌ ଉଦୁବାକଆ ।
78 ପୁଣି, ଆମ୍ଭମାନଙ୍କ ପାଦ ଶାନ୍ତିପଥକୁ ଆଣିବା ନିମନ୍ତେ, ଆମ୍ଭମାନଙ୍କ ଈଶ୍ବରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ, ସ୍ୱର୍ଗରୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ,
୭୮ଚିୟାଃଚି ପାର୍‌ମେଶ୍ୱାର୍‌ଆଃ ମାରାଙ୍ଗ୍‌ ଲିବୁଇତେ ତୁରୋଃତାନ୍ ସିଙ୍ଗି ସିର୍ମାଏତେ ଆବୁତାଃରେ ଉଦୁବଃଆ ।
79 ସେହି ସ୍ନେହପୂର୍ଣ୍ଣ କରୁଣା ହେତୁ ପ୍ରଭୁଙ୍କ ଲୋକମାନଙ୍କୁ ସେମାନଙ୍କ ପାପମୋଚନ ଦ୍ୱାରା ପରିତ୍ରାଣ ଜ୍ଞାନ ଦେବା ନିମନ୍ତେ ତୁ (ବାପ୍ତିଜକ ଯୋହନ) ତାହାଙ୍କ ପଥ ପ୍ରସ୍ତୁତ କରିବାକୁ ତାହାଙ୍କର ଅଗ୍ରଗାମୀ ହେବୁ।”
୭୯ଏନା ନୁବାଃରେୟାଃ ଆଡଃ ଗନଏଃରେୟାଃ ଉମ୍ବୁଲ୍‌ରେ ଦୁବାକାନ୍‌କକେ ମାର୍ସାଲ୍‌କଆଏ, ଆଡଃ ଜୀଉ ସୁକୁରେୟାଃ ହରାରେ ସେନ୍‌ନାଙ୍ଗ୍‌ ଆୟାର୍‌ ଇଦିକଆଏ ।”
80 ପୁଣି, ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲେ ଏବଂ ଇସ୍ରାଏଲ ନିକଟରେ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ।
୮୦ନେ ଲେକାଗି ଏନ୍‌ ସିଟିଆ ହନ୍‌ ମାଡ଼ି ମାଡ଼ିତେ ହାରା ଇଦିୟାନ୍‌ଲଃ ଆତ୍ମାରେ ପେଡ଼େଃ ଇଦିୟାନାଏ, ଆଡଃ ଇସ୍ରାଏଲ୍‌ତାଃ ଆଉରି ଉଦୁବଃ ଜାକେଦ୍‌ ବିର୍‌ରେ ତାଇକେନାଏ ।

< ଲୂକ 1 >