< ଆୟୁବ 15 >

1 ଏଥିଉତ୍ତାରେ ତୈମନୀୟ ଇଲୀଫସ୍‍ ଉତ୍ତର କରି କହିଲା,
Ìgbà náà ní Elifasi, ará Temani, dáhùn wí pé,
2 “ଜ୍ଞାନୀ ଲୋକ କʼଣ ଅସାର ଜ୍ଞାନରେ ଉତ୍ତର ଦେବ? ଓ ପୂର୍ବୀୟ ବାୟୁରେ ଆପଣା ଉଦର ପୂର୍ଣ୍ଣ କରିବ?
“Ọlọ́gbọ́n a máa sọ̀rọ̀ ìmọ̀ asán kí ó sì máa fi afẹ́fẹ́ ìlà-oòrùn kún ara rẹ̀ nínú?
3 ସେ କʼଣ ଅନର୍ଥକ କଥାରେ ଓ ନିଷ୍ଫଳ ବାକ୍ୟରେ ଯୁକ୍ତି କରିବ?
Òun lè máa fi àròyé sọ̀rọ̀ tí kò ní èrè, tàbí pẹ̀lú ọ̀rọ̀ nínú èyí tí kò lè fi ṣe rere?
4 ହଁ, ତୁମ୍ଭେ ତ ଭୟ ଦୂର କରି ଦେଉଅଛ ଓ ପରମେଶ୍ୱରଙ୍କ ସାକ୍ଷାତରେ ଭକ୍ତି କ୍ଷୀଣ କରୁଅଛ।
Ṣùgbọ́n ìwọ ṣá ìbẹ̀rù tì, ìwọ sì dí iṣẹ́ ìsìn lọ́nà níwájú Ọlọ́run.
5 କାରଣ ତୁମ୍ଭର ଅପରାଧ ତୁମ୍ଭ ମୁଖକୁ ଶିଖାଉଅଛି ଓ ତୁମ୍ଭେ ଧୂର୍ତ୍ତର ଜିହ୍ୱା ପସନ୍ଦ କରୁଅଛ।
Nítorí pé ẹnu ara rẹ̀ ni ó jẹ́wọ́ ẹ̀ṣẹ̀ rẹ̀, ìwọ sì yàn ahọ́n alárékérekè ni ààyò.
6 ତୁମ୍ଭର ନିଜ ମୁଖ ତୁମ୍ଭକୁ ଦୋଷୀ କରୁଅଛି, ମୁଁ କରୁ ନାହିଁ; ଆହୁରି, ତୁମ୍ଭ ନିଜ ଓଷ୍ଠାଧର ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି।
Ẹnu ara rẹ̀ ni ó dá lẹ́bi, kì í ṣe èmi; àní ètè ara rẹ̀ ni ó jẹ́rìí gbè ọ́.
7 ମନୁଷ୍ୟମାନଙ୍କ ମଧ୍ୟରେ ତୁମ୍ଭେ କʼଣ ପ୍ରଥମଜାତ? ଅବା ପର୍ବତଗଣ ପୂର୍ବରୁ ତୁମ୍ଭେ କʼଣ ଉତ୍ପନ୍ନ ହୋଇଥିଲ?
“Ìwọ ha í ṣe ọkùnrin tí a kọ́ bí? Tàbí a ha dá ọ ṣáájú àwọn òkè?
8 ତୁମ୍ଭେ କʼଣ ପରମେଶ୍ୱରଙ୍କର ଗୁପ୍ତ ମନ୍ତ୍ରଣା ଶୁଣିଅଛ? ଓ ତୁମ୍ଭେ କʼଣ ଜ୍ଞାନ ଆତ୍ମସାତ୍‍ କରୁଅଛ?
Ìwọ gbúròó àṣírí Ọlọ́run rí? Tàbí ìwọ ha dá ọgbọ́n dúró sọ́dọ̀ ara rẹ?
9 ଆମ୍ଭମାନଙ୍କୁ ଅଜଣା କେଉଁ କଥା ତୁମ୍ଭେ ଜାଣୁଅଛ? ଆମ୍ଭମାନଙ୍କର ଅବୁଝା କେଉଁ କଥା ତୁମ୍ଭେ ବୁଝୁଅଛ?
Kí ni ìwọ mọ̀ tí àwa kò mọ̀? Òye kí ní ó yé ọ tí kò sí nínú wa?
10 ପକ୍ୱକେଶ ବିଶିଷ୍ଟ ଓ ତୁମ୍ଭ ପିତା ଅପେକ୍ଷା ପ୍ରାଚୀନ ଅତି ବୃଦ୍ଧ ଲୋକେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।
Àwọn arúgbó àti ògbólógbòó ènìyàn wà pẹ̀lú wa, tí wọ́n dàgbà ju baba rẹ lọ.
11 ପରମେଶ୍ୱରଙ୍କ ସାନ୍ତ୍ୱନା-ବାକ୍ୟ ତୁମ୍ଭ ପ୍ରତି କି କ୍ଷୁଦ୍ର ବିଷୟ ଓ ତୁମ୍ଭ ସହିତ କୋମଳ ଆଳାପ କି ତଦ୍ରୂପ?
Ìtùnú Ọlọ́run ha kéré lọ́dọ̀ rẹ? Ọ̀rọ̀ kan sì ṣe jẹ́jẹ́ jù lọ́dọ̀ rẹ?
12 ତୁମ୍ଭ ମନ ତୁମ୍ଭକୁ କାହିଁକି ବିପଥରେ ନେଇଯାଏ? ଓ ତୁମ୍ଭର ଚକ୍ଷୁ କାହିଁକି ମଟ୍‍ମଟ୍‍ କରେ
Èéṣe ti ọkàn rẹ fi ń ti ọ kiri, kí ni ìwọ tẹjúmọ́ tóbẹ́ẹ̀.
13 ଯେ, ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଆପଣା ଆତ୍ମାକୁ ଉଠାଉଅଛ ଓ ଆପଣା ମୁଖରୁ ଏପରି କଥା ବାହାରିବାକୁ ଦେଉଅଛ?
Tí ìwọ fi yí ẹ̀mí rẹ padà lòdì sí Ọlọ́run, tí ó fi ń jẹ́ ki ọ̀rọ̀kọ́rọ̀ kí ó máa bọ́ ní ẹnu rẹ̀ bẹ́ẹ̀?
14 ମନୁଷ୍ୟ କିଏ ଯେ, ସେ ଶୁଚି ହୋଇପାରେ? ଓ ସ୍ତ୍ରୀଜାତ ମନୁଷ୍ୟ କିଏ ଯେ, ସେ ଧାର୍ମିକ ହୋଇପାରେ?
“Kí ni ènìyàn tí ó fi jẹ mímọ́, àti ẹni tí a tinú obìnrin bí tí yóò fi ṣe olódodo?
15 ଦେଖ, ସେ ଆପଣା ପବିତ୍ରଗଣଠାରେ ବିଶ୍ୱାସ କରନ୍ତି ନାହିଁ; ଆହୁରି, ତାହାଙ୍କ ଦୃଷ୍ଟିରେ ଆକାଶମଣ୍ଡଳ ନିର୍ମଳ ନୁହେଁ।
Kíyèsi i, bi Ọlọ́run ko ba gbẹ́kẹ̀lé àwọn ẹni mímọ́ rẹ̀, àní àwọn ọ̀run kò mọ́ ní ojú rẹ̀,
16 ତେବେ ଘୃଣାର୍ହ ଓ ଭ୍ରଷ୍ଟ, ଅଧର୍ମକୁ ଜଳ ପରି ପାନକାରୀ ଯେ ମନୁଷ୍ୟ, ସେ କେଡ଼େ ନ୍ୟୂନ!
mélòó mélòó ni ènìyàn, ẹni ìríra àti eléèérí, tí ń mu ẹ̀ṣẹ̀ bi ẹní mu omi.
17 ମୁଁ ତୁମ୍ଭକୁ ଦେଖାଇବି, ମୋʼ କଥା ଶୁଣ; ମୁଁ ଯାହା ଦେଖିଅଛି, ତାହା ପ୍ରକାଶ କରିବି;
“Èmi ó fihàn ọ́, gbọ́ ti èmi; èyí tí èmi sì rí, òun ni èmi ó sì sọ,
18 ଜ୍ଞାନୀମାନେ ଆପଣା ଆପଣା ପିତୃଲୋକଙ୍କଠାରୁ ତାହା ପାଇ କହିଅଛନ୍ତି ଓ ଗୁପ୍ତ କରି ନାହାନ୍ତି;
ohun tí àwọn ọlọ́gbọ́n ti pa ní ìtàn láti ọ̀dọ̀ àwọn baba wọn wá, ti wọ́n kò sì fi pamọ́.
19 କେବଳ ସେମାନଙ୍କୁ ଦେଶ ଦତ୍ତ ହୋଇଥିଲା ଓ କୌଣସି ବିଦେଶୀ ସେମାନଙ୍କ ମଧ୍ୟରେ ଗତାୟାତ କଲା ନାହିଁ;
Àwọn tí a fi ilẹ̀ ayé fún nìkan, ti àlejò kan kò sì là wọ́n kọjá.
20 ଦୁଷ୍ଟ ଲୋକ ଆପଣାର ଯାବଜ୍ଜୀବନ, ଅର୍ଥାତ୍‍, ଉପଦ୍ରବ ପାଇଁ ନିରୂପିତ ବର୍ଷ ଯାଏ କ୍ଳେଶ ଭୋଗ କରେ।
Ènìyàn búburú ń ṣe làálàá, pẹ̀lú ìrora, ní ọjọ́ rẹ̀ gbogbo, àti iye ọdún ní a dá sílẹ̀ fún aninilára.
21 ତାହାର କର୍ଣ୍ଣରେ ତ୍ରାସଜନକ ଶବ୍ଦ ଥାଏ, ସୌଭାଗ୍ୟ ସମୟରେ ଲୁଣ୍ଠନକାରୀ ତାହାକୁ ଆକ୍ରମଣ କରିବ;
Ìró ìbẹ̀rù ń bẹ ní etí rẹ̀; nínú ìrora ni apanirun yóò dìde sí i.
22 ସେ ଅନ୍ଧକାରରୁ ଫେରି ଆସିବ ବୋଲି ବିଶ୍ୱାସ କରେ ନାହିଁ ଓ ସେ ଖଡ୍ଗ ନିମନ୍ତେ ଅପେକ୍ଷିତ;
Kò gbàgbọ́ pé òun ó jáde kúrò nínú òkùnkùn; a sì ṣà á sápá kan fún idà.
23 ସେ ଖାଦ୍ୟ ନିମନ୍ତେ ବାହାରେ ବୁଲି କହଇ, ତାହା କାହିଁ? ଅନ୍ଧକାରର ଦିନ ତାହାର ସନ୍ନିକଟ ବୋଲି ସେ ଜାଣେ।
Ó ń wò káàkiri fún oúnjẹ wí pé, níbo ní ó wà? Ó mọ̀ pé ọjọ́ òkùnkùn súnmọ́ tòsí.
24 ସଙ୍କଟ ଓ ମନସ୍ତାପ ତାହାକୁ ଭୀତ କରେ; ଯୁଦ୍ଧାର୍ଥେ ସସଜ୍ଜ ରାଜା ତୁଲ୍ୟ ତାହା ତାହାକୁ ପରାସ୍ତ କରେ;
Ìpọ́njú pẹ̀lú ìrora ọkàn yóò mú un bẹ̀rù, wọ́n ó sì ṣẹ́gun rẹ̀ bi ọba ti ìmúra ogun.
25 କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛି ଓ ସର୍ବଶକ୍ତିମାନଙ୍କ ପ୍ରତିକୂଳରେ ଗର୍ବାଚରଣ କରୁଅଛି;
Nítorí pé ó ti nawọ́ rẹ̀ jáde lòdì sí Ọlọ́run, ó sì múra rẹ̀ le lòdì sí Olódùmarè,
26 ସେ ଶକ୍ତଗ୍ରୀବ ହୋଇ ଆପଣା ଢାଲର ସ୍ଥୂଳ ଅଂଶ ଦେଖାଇ ତାହାଙ୍କ ଉପରକୁ ଦୌଡ଼େ;
ó súre, ó sì fi ẹ̀yìn gíga, àní fi ike-kókó àpáta rẹ̀ tí ó nípọn kọlù ú.
27 ସେ ଆପଣା ମେଦରେ ଆପଣା ମୁଖ ଆଚ୍ଛାଦନ କଲା ଓ କଟିଦେଶ ହୃଷ୍ଟପୁଷ୍ଟ କଲା;
“Nítorí tí òun fi ọ̀rá rẹ̀ bo ara rẹ̀ lójú, o sì ṣe ọ̀pọ̀lọpọ̀ ẹran sí ẹ̀gbẹ́ rẹ̀.
28 ଆଉ, ସେ ଉଜାଡ଼-ନଗରରେ ନିବାସୀରହିତ ଓ ଢିପି ହେବାକୁ ଉଦ୍ୟତ ଗୃହରେ ବାସ କଲା।
Òun sì gbé inú ahoro ìlú, àti nínú ilẹ̀ tí ènìyàn kò gbé mọ́, tí ó múra tán láti di àlàpà.
29 ଏଣୁ ସେ ଧନବାନ ହେବ ନାହିଁ, ଅବା ତାହାର ସମ୍ପତ୍ତି ସ୍ଥାୟୀ ହେବ ନାହିଁ; କିଅବା ସେମାନଙ୍କର ଉତ୍ପନ୍ନ ଫଳ ଭୂମିକୁ ଓହଳିବ ନାହିଁ।
Òun kò lé di ọlọ́rọ̀, bẹ́ẹ̀ ohun ìní rẹ̀ kò lè dúró pẹ́; bẹ́ẹ̀ kò lè mú pípé rẹ̀ dúró pẹ́ lórí ilẹ̀.
30 ସେ ଅନ୍ଧକାରରୁ ପ୍ରସ୍ଥାନ କରିବ ନାହିଁ, ଅଗ୍ନିଶିଖା ତାହାର ଶାଖା ଶୁଷ୍କ କରିବ ଓ ପରମେଶ୍ୱରଙ୍କ ମୁଖର ନିଶ୍ୱାସରେ ସେ ଉଡ଼ିଯିବ।
Òun kì yóò jáde kúrò nínú òkùnkùn; ọ̀wọ́-iná ni yóò jó ẹ̀ka rẹ̀, àti nípasẹ̀ ẹ̀mí ẹnu Ọlọ́run ní a ó gba kúrò.
31 ସେ ଆପଣାକୁ ଭ୍ରାନ୍ତ କରି ଅସାରତାରେ ବିଶ୍ୱାସ ନ କରୁ; କାରଣ ଅସାରତା ହିଁ ତାହାର ପୁରସ୍କାର ହେବ।
Kí òun kí ó má ṣe gbẹ́kẹ̀lé asán, kí ó má sì ṣe tan ara rẹ̀ jẹ. Nítorí pé asán ní yóò jásí èrè rẹ̀.
32 ତାହା ଆପଣା ସମୟ ପୂର୍ବେ ଶେଷ ପାଇବ ଓ ତାହାର ଶାଖା ସତେଜ ହେବ ନାହିଁ।
A ó mú un ṣẹ ṣáájú pípé ọjọ́ rẹ̀, ẹ̀ka rẹ̀ kì yóò sì tutù.
33 ସେ ଦ୍ରାକ୍ଷାଲତା ନ୍ୟାୟ ଆପଣା ଅପକ୍ୱ ଫଳ ଝାଡ଼ି ପକାଇବ ଓ ଜୀତବୃକ୍ଷ ନ୍ୟାୟ ଆପଣା ଫୁଲ ପକାଇ ଦେବ।
Yóò dàbí àjàrà tí a gbọn èso àìpọ́n rẹ̀ dànù, yóò sì rẹ̀ ìtànná rẹ̀ dànù bí i ti igi Olifi.
34 କାରଣ ଅଧାର୍ମିକମାନଙ୍କ ସଙ୍ଗୀଦଳ ଅଫଳ ହେବେ ଓ ଅଗ୍ନି ଲାଞ୍ଚର ତମ୍ବୁସବୁ ଗ୍ରାସ କରିବ।
Nítorí pé ayọ̀ àwọn àgàbàgebè yóò túká, iná ní yóò sì jó àgọ́ àwọn tí ó fẹ́ràn àbẹ̀tẹ́lẹ̀.
35 ସେମାନେ ଅନିଷ୍ଟ ଗର୍ଭଧାରଣ କରି ଅଧର୍ମ ପ୍ରସବ କରନ୍ତି ଓ ସେମାନଙ୍କ ଉଦର ପ୍ରତାରଣା ପ୍ରସ୍ତୁତ କରେ।”
Wọ́n lóyún ìwà ìkà, wọ́n sì bí ẹ̀ṣẹ̀, ikùn wọn sì pèsè ẹ̀tàn.”

< ଆୟୁବ 15 >