< ଆୟୁବ 14 >

1 ସ୍ତ୍ରୀଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ।
“Ènìyàn tí a bí nínú obìnrin, ọlọ́jọ́ díẹ̀ ni, ó sì kún fún ìpọ́njú.
2 ସେ ପୁଷ୍ପ ତୁଲ୍ୟ ପ୍ରସ୍ପୁଟିତ ହୋଇ କଟାଯାଏ; ମଧ୍ୟ ସେ ଛାୟା ତୁଲ୍ୟ ବହିଯାଇ ସ୍ଥିର ନ ଥାଏ।
Ó jáde wá bí ìtànná ewéko, a sì ké e lulẹ̀; ó sì ń fò lọ bí òjìji, kò sì dúró pẹ́.
3 ଆଉ, ତୁମ୍ଭେ ଏପରି ଜଣକ ଉପରେ କʼଣ ଆପଣା ଦୃଷ୍ଟି ରଖୁଅଛ ଓ ଆପଣା ନିକଟକୁ ବିଚାରାର୍ଥେ କʼଣ ମୋତେ ଆଣୁଅଛ?
Ìwọ sì ń síjú rẹ wò irú èyí ni? Ìwọ sì mú mi wá sínú ìdájọ́ pẹ̀lú rẹ?
4 ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ? ଜଣେ ନାହିଁ।
Ta ni ó lè mú ohun mímọ́ láti inú àìmọ́ jáde wá? Kò sí ẹnìkan!
5 ତାହାର ଦିନସବୁ ନିର୍ଣ୍ଣୀତ, ତାହାର ମାସ-ସଂଖ୍ୟା ତୁମ୍ଭଠାରେ ଅଛି ଓ ତୁମ୍ଭେ ତାହାର ସୀମା ନିରୂପଣ କରିଅଛ, ଏଣୁ ସେ ତାହା ଲଙ୍ଘନ କରିପାରେ ନାହିଁ?
Ǹjẹ́ a ti pinnu ọjọ́ rẹ̀, iye oṣù rẹ̀ ń bẹ ní ọwọ́ rẹ, ìwọ ti pààlà rẹ̀, bẹ́ẹ̀ ní òun kò le kọjá rẹ̀.
6 ଏହେତୁ ସେ ଯେପରି ବେତନଜୀବୀ ତୁଲ୍ୟ ଆପଣା ଦିନ ଭୋଗ କରିବା ପର୍ଯ୍ୟନ୍ତ ବିଶ୍ରାମ ପାଇ ପାରିବ, ଏଥିପାଇଁ ତାହାଠାରୁ ଦୃଷ୍ଟି ଫେରାଅ।
Yípadà kúrò lọ́dọ̀ rẹ̀, kí ó lè sinmi, títí yóò fi pé ọjọ́ rẹ̀ bí alágbàṣe.
7 କାରଣ ବୃକ୍ଷ ବିଷୟରେ ଆଶା ଥାଏ, ତାହା କଟାଗଲେ ପୁନର୍ବାର ପଲ୍ଲବିତ ହେବ ଓ ତହିଁର କୋମଳ ଶାଖାର ଅଭାବ ହେବ ନାହିଁ।
“Nítorí pé ìrètí wà fún igi, bí a bá ké e lulẹ̀, pé yóò sì tún sọ, àti pé ẹ̀ka rẹ̀ tuntun kì yóò gbẹ.
8 ଯଦ୍ୟପି ତହିଁର ମୂଳ ମୃତ୍ତିକାରେ ପୁରୁଣା ହୋଇଯାଏ ଓ ତହିଁର ଗଣ୍ଡି ଭୂମିରେ ମରିଯାଏ;
Bí gbòǹgbò rẹ̀ tilẹ̀ di ogbó nínú ilẹ̀, tí kùkùté rẹ̀ si kú ni ilẹ̀,
9 ତଥାପି ଜଳର ଗନ୍ଧ ପାଇଲେ, ତାହା ପଲ୍ଲବିତ ହେବ ଓ ରୋପିତ ବୃକ୍ଷ ତୁଲ୍ୟ ଶାଖାବିଶିଷ୍ଟ ହେବ।
síbẹ̀ nígbà tí ó bá gbóòórùn omi, yóò sọ, yóò sì yọ ẹ̀ka jáde bí irúgbìn.
10 ମାତ୍ର ମନୁଷ୍ୟ ମରେ ଓ କ୍ଷୟ ପାଏ; ହଁ, ମନୁଷ୍ୟ ପ୍ରାଣତ୍ୟାଗ କରେ, ପୁଣି ସେ କେଉଁଠାରେ ଥାଏ?
Ṣùgbọ́n ènìyàn kú, a sì dàánù, àní ènìyàn jọ̀wọ́ ẹ̀mí rẹ̀ lọ́wọ́: Òun kò sì sí mọ́.
11 ଯେପରି ସମୁଦ୍ରରୁ ଜଳ ବାହାରି ଯାଏ ଓ ନଦୀ କ୍ଷୟପ୍ରାପ୍ତ ଓ ଶୁଷ୍କ ହୁଏ;
“Bí omi ti í tán nínú ipa odò, àti bí odò ṣì tí í fà tí sì gbẹ,
12 ସେପରି ମନୁଷ୍ୟ ଶୟନ କଲେ ଆଉ ଉଠେ ନାହିଁ; ଆକାଶମଣ୍ଡଳ ଲୋପ ନ ପାଇବା ପର୍ଯ୍ୟନ୍ତ ସେମାନେ ଜାଗ୍ରତ ହେବେ ନାହିଁ, କିଅବା ନିଦ୍ରାରୁ ଉତ୍ଥାପିତ ହେବେ ନାହିଁ।
bẹ́ẹ̀ ni ènìyàn dùbúlẹ̀ tí kò sì dìde mọ́; títí ọ̀run kì yóò fi sí mọ́, wọ́n kì yóò jí, a kì yóò jí wọn kúrò lójú oorun wọn.
13 ଆଃ, ତୁମ୍ଭେ ଯେବେ ପାତାଳରେ ମୋତେ ଲୁଚାଇ ରଖନ୍ତ, ତୁମ୍ଭର କୋପ ଅତୀତ ହେବା ପର୍ଯ୍ୟନ୍ତ ଯେବେ ମୋତେ ଗୋପନରେ ରଖନ୍ତ, ଯେବେ ମୋʼ ପାଇଁ ସମୟ ନିରୂପଣ କରି ମୋତେ ସ୍ମରଣ କରନ୍ତ! (Sheol h7585)
“Háà! ìwọ ìbá fi mí pamọ́ ní ipò òkú, kí ìwọ kí ó fi mí pamọ́ ní ìkọ̀kọ̀, títí ìbínú rẹ yóò fi rékọjá, ìwọ ìbá lànà ìgbà kan sílẹ̀ fún mi, kí ó si rántí mi! (Sheol h7585)
14 ଯଦି ମନୁଷ୍ୟର ମୃତ୍ୟୁ ହୁଏ ତେବେ କʼଣ ସେ ପୁନର୍ବାର ବଞ୍ଚିବ? ମୋହର ମୁକ୍ତି ଉପସ୍ଥିତ ନୋହିବା ପର୍ଯ୍ୟନ୍ତ ମୁଁ ଆପଣା ଯୁଦ୍ଧର ସମସ୍ତ ଦିନ ଅପେକ୍ଷା କରିବି।
Bí ènìyàn bá kú yóò sì tún yè bí? Gbogbo ọjọ́ ìgbà tí a là sílẹ̀ fún mi ni èmi dúró dè, títí àmúdọ̀tún mi yóò fi dé.
15 ତେବେ ତୁମ୍ଭେ ଡାକିବ ଓ ମୁଁ ତୁମ୍ଭକୁ ଉତ୍ତର ଦେବି; ତୁମ୍ଭେ ଆପଣା ହସ୍ତକୃତ କର୍ମ ପ୍ରତି କରୁଣା କରିବ।
Ìwọ ìbá pè, èmi ìbá sì dá ọ lóhùn; ìwọ ó sì ní ìfẹ́ sì iṣẹ́ ọwọ́ rẹ.
16 ମାତ୍ର ଏବେ ତୁମ୍ଭେ ମୋʼ ପାଦଗତି ଗଣନା କରୁଅଛ; ତୁମ୍ଭେ କʼଣ ମୋʼ ପାପ ପ୍ରତି ନିରୀକ୍ଷଣ କରୁ ନାହଁ?
Ṣùgbọ́n nísinsin yìí ìwọ ń kaye ìṣísẹ̀ mi; ìwọ kò fa ọwọ́ rẹ kúrò nítorí ẹ̀ṣẹ̀ mi?
17 ମୋହର ଅପରାଧ ଥଳୀରେ ମୋହରାଙ୍କିତ ହୋଇଅଛି ଓ ତୁମ୍ଭେ ମୋʼ ଅଧର୍ମ ବାନ୍ଧି ରଖୁଅଛ।
A fi èdìdì di ìrékọjá mi sínú àpò, ìwọ sì rán àìṣedéédéé mi pọ̀.
18 ଆଉ, ପର୍ବତ ପଡ଼ିଲେ ନିଶ୍ଚୟ ଲୁପ୍ତ ହୁଏ ଓ ଶୈଳ ଆପଣା ସ୍ଥାନରୁ ଅନ୍ତରିତ ହୁଏ;
“Àti nítòótọ́ òkè ńlá tí ó ṣubú, ó dasán, a sì ṣí àpáta kúrò ní ipò rẹ̀.
19 ଜଳ ପ୍ରସ୍ତରକୁ କ୍ଷୟ କରେ; ଜଳର ପ୍ଲାବନ ପୃଥିବୀର ଧୂଳି ଧୋଇନିଏ ଓ ତୁମ୍ଭେ ମନୁଷ୍ୟର ଆଶା ନାଶ କରୁଅଛ।
Omi a máa yinrin òkúta, ìwọ a sì mú omi sàn bo ohun tí ó hù jáde lórí ilẹ̀, ìwọ sì sọ ìrètí ènìyàn dí òfo.
20 ତୁମ୍ଭେ ସଦାକାଳ ତାହା ଉପରେ ଜୟଯୁକ୍ତ ହେଉଅଛ, ତେଣୁ ସେ ଚାଲିଯାଏ; ତୁମ୍ଭେ ତାହାର ମୁଖ ପରିବର୍ତ୍ତନ କରି ତାହାକୁ ଦୂର କରି ଦେଉଅଛ।
Ìwọ ṣẹ́gun rẹ̀ láéláé, òun sì kọjá lọ! Ìwọ pa awọ ojú rẹ̀ dà, o sì rán an lọ kúrò.
21 ତାହାର ସନ୍ତାନଗଣ ସମ୍ଭ୍ରମ ପ୍ରାପ୍ତ ହେଲେ, ସେ ତାହା ଜାଣେ ନାହିଁ; ପୁଣି, ସେମାନେ ଅବନତ ହେଲେ, ସେ ସେମାନଙ୍କ ବିଷୟ ବୋଧ ପାଏ ନାହିଁ।
Àwọn ọmọ rẹ̀ bọ́ sí ipò ọlá, òun kò sì mọ̀; wọ́n sì rẹ̀ sílẹ̀, òun kò sì kíyèsi i lára wọn.
22 ମାତ୍ର ତାହାର ନିଜ ମାଂସ ବ୍ୟଥା ଭୋଗ କରେ ଓ ତାହାର ପ୍ରାଣ ଅନ୍ତରେ ବ୍ୟାକୁଳ ହୁଏ।”
Ṣùgbọ́n ẹran-ara rẹ̀ ni yóò rí ìrora ọkàn rẹ̀ ni yóò sì máa ní ìbìnújẹ́ nínú rẹ̀.”

< ଆୟୁବ 14 >