< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 11 >

1 ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ।
Ẹ fẹ́ràn Olúwa Ọlọ́run yín, kí ẹ sì pa ìfẹ́ rẹ̀, ìlànà rẹ̀, òfin rẹ̀ àti àṣẹ rẹ̀ mọ́ ní ìgbà gbogbo.
2 ପୁଣି ଆଜିଠାରୁ ଜ୍ଞାନବାନ ହୁଅ କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ ହସ୍ତ ଓ ବିସ୍ତାରିତ ବାହୁ,
Ẹ rántí lónìí pé, kì í ṣe àwọn ọmọ yín, ni ó rí ìbáwí Olúwa Ọlọ́run yín; títóbi rẹ̀, ọwọ́ agbára rẹ̀, nína ọwọ́ rẹ̀;
3 ପୁଣି ତାହାଙ୍କ ଚିହ୍ନସକଳ, ମିସର ମଧ୍ୟରେ ମିସରର ରାଜା ଫାରୋଙ୍କ ପ୍ରତି ଓ ତାଙ୍କର ସମୁଦାୟ ଦେଶ ପ୍ରତି କୃତ ତାହାଙ୍କର କର୍ମ;
iṣẹ́ àmì rẹ̀ àti ohun tí ó ṣe ní àárín àwọn ará Ejibiti, sí Farao ọba Ejibiti àti gbogbo orílẹ̀-èdè rẹ̀.
4 ପୁଣି ମିସରୀୟ ସୈନ୍ୟ, ସେମାନଙ୍କ ଅଶ୍ୱ ଓ ସେମାନଙ୍କ ରଥ ପ୍ରତି ଯାହା ସେ କଲେ; ସେମାନେ ତୁମ୍ଭମାନଙ୍କୁ ଗୋଡ଼ାଇବା ବେଳେ ସେ ଯେଉଁ ପ୍ରକାରେ ସୂଫ ସାଗରର ଜଳ ସେମାନଙ୍କ ଉପରେ ବୁହାଇଲେ ଓ ସଦାପ୍ରଭୁ ଯେରୂପେ ସେମାନଙ୍କୁ ଆଜିଯାଏ ନଷ୍ଟ କରିଅଛନ୍ତି;
Ohun tí ó ṣe sí àwọn jagunjagun Ejibiti, sí kẹ̀kẹ́ ogun àti ẹlẹ́ṣin rẹ̀: bí ó ṣe rì wọ́n sínú Òkun Pupa, bí wọ́n ṣe ń lé e yín tí Olúwa fi pa wọ́n run pátápátá títí di òní olónìí yìí.
5 ପୁଣି ଏହି ସ୍ଥାନରେ ତୁମ୍ଭମାନଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ପ୍ରାନ୍ତରରେ ସେ ଯାହା ଯାହା କରିଅଛନ୍ତି;
Kì í ṣe àwọn ọmọ yín ni ó rí ohun tí ó ṣe fún un yín ní aginjù, títí ẹ fi dé ìhín yìí,
6 ଆଉ ରୁବେନ୍‍ର ପୁତ୍ର ଇଲୀୟାବ୍‍ର ସନ୍ତାନ ଦାଥନ ଓ ଅବୀରାମ ପ୍ରତି ଯାହା ସେ କରିଅଛନ୍ତି; ପୃଥିବୀ ଯେରୂପେ ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ, ସେମାନଙ୍କ ପରିଜନବର୍ଗଙ୍କୁ, ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାଦ୍‍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏହି ସମସ୍ତ ସେମାନେ ଦେଖି ନାହାନ୍ତି;
ohun tí ó ṣe sí Datani àti Abiramu, àwọn ọmọ Eliabu, ẹ̀yà Reubeni, bí ilẹ̀ ti lanu ní ojú gbogbo ará Israẹli tí ó sì gbé wọn mì pẹ̀lú gbogbo ìdílé wọn, gbogbo àgọ́ ọ wọn àti gbogbo ohun alààyè tí ó jẹ́ tiwọn.
7 ମାତ୍ର ତୁମ୍ଭମାନଙ୍କର ଚକ୍ଷୁ ସଦାପ୍ରଭୁଙ୍କ କୃତ ସକଳ ମହାକର୍ମ ଦେଖିଅଛି।
Ṣùgbọ́n ojú u yín gan an ni ó rí gbogbo nǹkan ńlá wọ̀nyí tí Olúwa ti ṣe.
8 ଏଥିପାଇଁ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ଆଜ୍ଞା ପାଳନ କରିବ; ତହିଁରେ ତୁମ୍ଭେମାନେ ବଳବାନ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ;
Nítorí náà, ẹ kíyèsi gbogbo àṣẹ tí mo ń fún yín lónìí, kí ẹ ba à lè lágbára àti lọ, kí ẹ sì gba ilẹ̀ náà tí ẹ ó la Jordani kọjá lọ.
9 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଓ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇ ପାରିବ।
Kí ẹ ba à lè pẹ́ ní orí ilẹ̀ tí Olúwa ti búra fún àwọn baba ńlá a yín, láti fún àwọn àti àwọn ọmọ wọn: ilẹ̀ tí ó ń sàn fún wàrà àti oyin.
10 ତୁମ୍ଭେମାନେ ଯେଉଁ ମିସର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ-ଉଦ୍ୟାନ ତୁଲ୍ୟ ପାଦ ଦ୍ୱାରା ଜଳ ସେଚନ କରୁଥିଲ; ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ସେପରି ନୁହେଁ।
Ilẹ̀ tí ẹ̀ ń wọ̀ lọ láti gbà kò rí bí ilẹ̀ Ejibiti, níbi tí ẹ ti wá, níbi tó jẹ́ wí pé ẹsẹ̀ yín ni ẹ fi ń rìn lọ bomirin irúgbìn tí ẹ gbìn bí oko ẹ̀fọ́.
11 ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ, ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ;
Ṣùgbọ́n ilẹ̀ tí ẹ ó la Jordani kọjá láti gbà, jẹ́ ilẹ̀ olókè àti pẹ̀tẹ́lẹ̀ tí òjò ń rọ̀ sí latọ̀run.
12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି; ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
Ilẹ̀ tí Olúwa Ọlọ́run yín ń mójútó ni, ojú Olúwa Ọlọ́run yín sì ń fi ìgbà gbogbo wà lórí rẹ̀, láti ìbẹ̀rẹ̀ ọdún dé òpin ọdún.
13 ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯଦି ଯତ୍ନପୂର୍ବକ ଶୁଣିବ;
Nítorí náà, bí ẹ bá gbọ́rọ̀ sí àṣẹ tí mo fún un yín lónìí tọkàntọkàn: tí ẹ fẹ́ràn Olúwa Ọlọ́run yín, tí ẹ sì sìn ín, pẹ̀lú gbogbo àyà yín àti gbogbo ọkàn yín:
14 ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି, ଅର୍ଥାତ୍‍, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଦାନ କରିବା, ତହିଁରେ ତୁମ୍ଭେ ଆପଣା ଶସ୍ୟ, ଆପଣା ଦ୍ରାକ୍ଷାରସ ଓ ଆପଣା ତୈଳ ସଂଗ୍ରହ କରି ପାରିବ।
nígbà náà, èmi yóò rọ òjò sórí ilẹ̀ ẹ yín lákòókò rẹ̀, àti òjò àkọ́rọ̀ àti ti àrọ̀kẹ́yìn, kí ẹ ba à lè kórè oúnjẹ yín wọlé àní wáìnì tuntun àti òróró.
15 ପୁଣି ଆମ୍ଭେ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭ କ୍ଷେତ୍ରରେ ତୃଣ ଦେବା, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ।
Èmi yóò mú kí koríko hù lórí ilẹ̀ yín fún àwọn ohun ọ̀sìn in yín, ẹ ó sì jẹ, ẹ ó sì yó.
16 ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ବିମୁଖ ହୋଇ ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
Ẹ ṣọ́ra, kí a má ba à tàn yín jẹ láti yípadà kí ẹ sì sin ọlọ́run mìíràn àti láti máa foríbalẹ̀ fún wọn.
17 ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ, ପୁଣି ସେ ଆକାଶ ରୁଦ୍ଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
Nígbà náà ni ìbínú Olúwa yóò sì ru sí i yín, Òun yóò ti ìlẹ̀kùn ọ̀run kí òjò má ba à rọ̀, ilẹ̀ kì yóò sì so èso kankan, ẹ ó sì ṣègbé ní ilẹ̀ rere tí Olúwa fi fún un yín.
18 ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ୱରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ୱୟ ମଧ୍ୟରେ ଭୂଷଣ ସ୍ୱରୂପ ହେବ।
Ẹ fi gbogbo ọ̀rọ̀ mi wọ̀nyí sí àyà a yín, àti ọkàn an yín, ẹ so wọ́n bí àmì sórí ọwọ́ yín, kí ẹ sì so wọ́n mọ́ iwájú orí yín.
19 ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ।
Ẹ máa fi wọ́n kọ́ àwọn ọmọ yín, ẹ máa sọ̀rọ̀ nípa wọn bí ẹ bá jókòó nínú ilé, àti ní ojú ọ̀nà bí ẹ bá ń rìn lọ, bí ẹ bá sùn àti bí ẹ bá jí.
20 ଆଉ ତୁମ୍ଭେ ଆପଣା ଗୃହ ଦ୍ୱାରର ଚଉକାଠରେ ଓ ଆପଣା ବାହାର ଦ୍ୱାରରେ ତାହା ଲେଖି ରଖିବ।
Kí ìwọ kí ó kọ wọ́n sára òpó ilé rẹ̀, àti sí ara ìlẹ̀kùn ọ̀nà òde rẹ.
21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତି କାଳ ଭୂମଣ୍ଡଳ ଉପରେ ଆକାଶମଣ୍ଡଳର ଅବସ୍ଥିତି କାଳ ତୁଲ୍ୟ ହେବ।
Kí ọjọ́ ọ yín àti ti àwọn ọmọ yín lè pọ̀ ní ilẹ̀ tí Olúwa ti búra láti fi fún àwọn baba ńlá a yín, ní ìwọ̀n ìgbà tí ọ̀run wà lókè tí ayé sì ń bẹ ní ìsàlẹ̀.
22 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ସମସ୍ତ ପଥରେ ଚାଲିବାକୁ ଓ ତାହାଙ୍କଠାରେ ଦୃଢ଼ ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହାସବୁ ଯଦି ତୁମ୍ଭେମାନେ ଯତ୍ନପୂର୍ବକ ମାନ୍ୟ କରିବ;
Bí ẹ bá fi ara balẹ̀ kíyèsi àwọn òfin tí mo ń fún un yín, láti tẹ̀lé, láti fẹ́ Olúwa Ọlọ́run yín, láti máa rìn ní gbogbo ọ̀nà rẹ̀ àti láti dìímú ṣinṣin:
23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ; ପୁଣି ତୁମ୍ଭେମାନେ ଆପଣାମାନଙ୍କଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ।
Olúwa yóò sì lé gbogbo orílẹ̀-èdè wọ̀nyí kúrò níwájú u yín. Ẹ ó sì gba orílẹ̀-èdè tí ó lágbára tí ó sì tóbi jù yín lọ.
24 ଯେଉଁ ଯେଉଁଠାରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ପ୍ରତ୍ୟେକ ସ୍ଥାନ ତୁମ୍ଭମାନଙ୍କର ହେବ; ପ୍ରାନ୍ତର ଓ ଲିବାନୋନଠାରୁ ନଦୀ, ଅର୍ଥାତ୍‍, ଫରାତ୍‍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
Gbogbo ibi tí ẹ bá fi ẹsẹ̀ ẹ yín tẹ̀ ni yóò jẹ́ tiyín, ilẹ̀ ẹ yín yóò gbilẹ̀ láti aginjù dé Lebanoni, àti láti odò Eufurate dé Òkun Ńlá.
25 ତୁମ୍ଭମାନଙ୍କ ସମ୍ମୁଖରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସମର୍ଥ ହେବ ନାହିଁ; ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ପାଦ ପକାଇବ, ସେହି ସମସ୍ତ ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ବାକ୍ୟାନୁସାରେ ତୁମ୍ଭମାନଙ୍କ ବିଷୟକ ଆଶଙ୍କା ଓ ତୁମ୍ଭମାନଙ୍କ ବିଷୟକ ଭୟ ଉପସ୍ଥିତ କରାଇବେ।
Kò sí ẹni náà tí yóò lè kò yín lójú ìjà, Olúwa Ọlọ́run yín yóò fi ẹ̀rù àti ìwárìrì i yín sórí gbogbo ilẹ̀ náà bí ó ti ṣèlérí fún un yín ní gbogbo ibi tí ẹ bá lọ.
26 ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି।
Ẹ kíyèsi i, mo fi ìbùkún àti ègún lélẹ̀ níwájú u yín lónìí:
27 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯଦି ଶୁଣିବ, ତେବେ ଆଶୀର୍ବାଦ।
ìbùkún ni, bí ẹ bá pa òfin Olúwa Ọlọ́run yín, tí mo ń fún un yín lónìí mọ́.
28 ମାତ୍ର ଯଦି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍‍ଗମନ କରିବ, ତେବେ ଅଭିଶାପ।
Ègún ni, bí ẹ bá ṣàìgbọ́ràn, sí òfin Olúwa Ọlọ́run yín, tí ẹ sì yapa kúrò ní ọ̀nà tí mo ti là sílẹ̀ fún yín lónìí, nípa títẹ̀lé ọlọ́run mìíràn, tí ẹ kò tí ì mọ̀.
29 ଆଉ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସମୟରେ ତୁମ୍ଭକୁ ପ୍ରବେଶ କରାଇବେ, ସେହି ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ ପର୍ବତରେ ସେହି ଅଭିଶାପ ରଖିବ।
Nígbà tí Olúwa Ọlọ́run yín bá ti mú un yín dé ilẹ̀ náà tí ẹ ń wọ̀ láti gbà, kí ẹ kéde àwọn ìbùkún náà ní orí òkè Gerisimu, kí ẹ sì kéde àwọn ègún ní orí òkè Ebali.
30 ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗିଲ୍‍ଗଲ୍‍ ସମ୍ମୁଖସ୍ଥ ପଦା ନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋନ ତୋଟା ନିକଟରେ ନାହିଁ?
Bí ẹ ti mọ̀ pé àwọn òkè wọ̀nyí wà ní ìkọjá a Jordani ní apá ìwọ̀-oòrùn lójú ọ̀nà lọ sí ìhà ìlà-oòrùn, ní ẹ̀gbẹ́ igi ńlá igbó More, ní ilẹ̀ àwọn ará a Kenaani, tí wọ́n ń gbé ní aginjù, ni agbègbè Gilgali.
31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ, ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।
Ẹ ti ṣetán láti la Jordani kọjá láti lè gba ilẹ̀ náà tí Olúwa Ọlọ́run yín ń fún un yín. Nígbà tí ẹ bá gbà á, tí ẹ bá sì ń gbé ibẹ̀,
32 ଏନିମନ୍ତେ ମୁଁ ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ଯେଉଁ ବିଧି ଓ ଶାସନ ରଖିଲି, ସେସବୁ ମାନ୍ୟ କରି ପାଳନ କରିବ।
ẹ rí i dájú pé ẹ̀ ń gbọ́rọ̀ sí gbogbo ìlànà àti òfin tí mo ń gbé kalẹ̀ fún un yín lónìí.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 11 >