< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 1 >

1 ପାରଣ ଓ ତୋଫଲ ଓ ଲାବନ ଓ ହତ୍ସେରୋତ ଓ ଦୀଷାହବର ମଧ୍ୟସ୍ଥାନରେ ସୂଫ ସମ୍ମୁଖସ୍ଥିତ ପଦାରେ, ଅର୍ଥାତ୍‍, ଯର୍ଦ୍ଦନର ପୂର୍ବପାରିସ୍ଥିତ ପ୍ରାନ୍ତରରେ ମୋଶା ସମୁଦାୟ ଇସ୍ରାଏଲଙ୍କୁ ଏହିସବୁ କଥା କହିଲେ,
Wọ̀nyí ni àwọn ọ̀rọ̀ tí Mose sọ fún gbogbo Israẹli ní aginjù, aginjù ìlà-oòrùn Jordani, ni Arabah, ní òdìkejì Ṣufi, ní àárín Parani àti Tofeli, Labani, Haserotu àti Disahabu.
2 ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଏଗାର ଦିନର ଯାତ୍ରା ଅଟେ।
(Ọjọ́ mọ́kànlá ni ó gbà láti rin ìrìnàjò láti Horebu dé Kadeṣi-Barnea, bí a bá gba ọ̀nà òkè Seiri.)
3 ସଦାପ୍ରଭୁ ଯେଉଁ ଯେଉଁ କଥା ଇସ୍ରାଏଲ-ସନ୍ତାନଗଣକୁ କହିବା ପାଇଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ, ତଦନୁସାରେ ମୋଶା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ସେମାନଙ୍କୁ କହିଲେ,
Ní ìgbà tí ó pé ogójì ọdún, ní ọjọ́ kìn-ín-ní oṣù kọ́kànlá, Mose sọ ohun gbogbo tí Olúwa pàṣẹ nípa àwọn ọmọ Israẹli fún wọn.
4 “ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଟାରୋତ୍‍ ନିବାସୀ ବାଶନର ରାଜା ଓଗ୍‍କୁ ଇଦ୍ରିୟୀରେ ସଂହାର କଲା ଉତ୍ତାରେ
Èyí ṣẹlẹ̀ lẹ́yìn ìgbà tí ó ti ṣẹ́gun Sihoni ọba àwọn Amori, tí ó jẹ ọba ní Heṣboni, àti Ogu ọba Baṣani ni ó ṣẹ́gun ní Edrei, ẹni tí ó jẹ ọba ní Aṣtarotu.
5 ଯର୍ଦ୍ଦନର ପୂର୍ବପାରସ୍ଥିତ ମୋୟାବ ଦେଶରେ ମୋଶା ଏହି ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।
Ní ìhà ìlà-oòrùn Jordani tí ó wà nínú ilẹ̀ Moabu ni Mose bẹ̀rẹ̀ sísọ àsọyé òfin wọ̀nyí wí pé:
6 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ କାଳ ବାସ କରିଅଛ;
Olúwa Ọlọ́run wa bá wa sọ̀rọ̀ ní Horebu pé, “Ẹ ti dúró ní orí òkè yìí pẹ́ tó.
7 ଏବେ ଫେରି ଇମୋରୀୟମାନଙ୍କ ପର୍ବତମୟ ଦେଶ ଓ ତନ୍ନିକଟବର୍ତ୍ତୀ ପଦା ଓ ପର୍ବତ ଓ ତଳଭୂମି ଓ ଦକ୍ଷିଣ ପ୍ରଦେଶ ଓ ସମୁଦ୍ରତୀର ଇତ୍ୟାଦି କିଣାନୀୟମାନଙ୍କ ସମସ୍ତ ଦେଶ ଓ ଲିବାନୋନ ଦେଇ ମହାନଦୀ ଫରାତ୍‍ ପର୍ଯ୍ୟନ୍ତ ଯାତ୍ରା କର।
Ẹ yípadà kí ẹ sì tẹ̀síwájú ní ìrìnàjò yín lọ sí ilẹ̀ òkè àwọn ará Amori, ẹ tọ gbogbo àwọn ènìyàn tí ó ń gbé Arabah lọ ní aginjù, ní àwọn orí òkè àti pẹ̀tẹ́lẹ̀, ní gúúsù àti ní etí Òkun, lọ sí ilẹ̀ àwọn ará Kenaani àti lọ sí Lebanoni, títí fi dé odò ńlá Eufurate.
8 ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‌ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର।’”
Wò ó, èmi tí fi ilẹ̀ yí fún un yín, ẹ wọ inú rẹ̀ lọ kí ẹ sì gba ilẹ̀ náà tí Olúwa ti búra wí pé òun yóò fún àwọn baba yín: fún Abrahamu, Isaaki, àti Jakọbu, àti fún àwọn àrọ́mọdọ́mọ wọn.”
9 ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, “ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ;
Mo wí fún un yín nígbà náà pé, “Èmi nìkan kò lè dá ẹrù u yín gbé.
10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ।
Olúwa Ọlọ́run yín ti sọ yín di púpọ̀ lónìí, ẹ̀yin sì ti pọ̀ bí ìràwọ̀ ní ojú ọ̀run.
11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।
Kí Olúwa Ọlọ́run àwọn baba yín sọ yín di púpọ̀ ní ọ̀nà ẹgbẹ̀rún sí i, kí ó sì bùkún un yín gẹ́gẹ́ bí ó ti ṣèlérí.
12 ମୁଁ କିପରି ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି?
Báwo ni èmi nìkan ṣe lè máa ru àjàgà àti ìṣòro yín àti èdè-àìyedè yín?
13 ତୁମ୍ଭେମାନେ ଆପଣା ଆପଣା ବଂଶାନୁସାରେ ଜ୍ଞାନୀ ଓ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ମନୋନୀତ କର, ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ପ୍ରଧାନ ରୂପେ ନିଯୁକ୍ତ କରିବି।”
Ẹ yan àwọn ọlọ́gbọ́n, olóye àti àwọn ẹni àpọ́nlé, láti inú ẹ̀yà yín kọ̀ọ̀kan, èmi yóò sì fi wọ́n ṣe olórí yín.”
14 ଏଥିରେ ତୁମ୍ଭେମାନେ ମୋତେ ଉତ୍ତର ଦେଇ କହିଲ, “ତୁମ୍ଭେ ଯାହା କହିଲ, ତାହା ଆମ୍ଭମାନଙ୍କର କରିବା ଭଲ।”
Ẹ̀yin sì dá mi lóhùn wí pé, “Ohun tí ìwọ ti gbèrò láti ṣe nì dára.”
15 ତହୁଁ ମୁଁ ତୁମ୍ଭମାନଙ୍କ ବଂଶ ଅନୁସାରେ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ, ସହସ୍ରପତି, ଶତପତି, ପଚାଶପତି, ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି।
Bẹ́ẹ̀ ni mo yan olórí àwọn ẹ̀yà yín, àwọn ọlọ́gbọ́n ọkùnrin, ẹni àpọ́nlé, mo sì fi jẹ olórí yín, olórí ẹgbẹẹ̀rún, olórí ọ̀rọ̀ọ̀rún, olórí àràádọ́ta, àti olórí mẹ́wàá mẹ́wàá gẹ́gẹ́ bí àwọn ẹ̀yà yín.
16 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, “ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର।
Mo sì kìlọ̀ fún àwọn onídàájọ́ yín nígbà náà pé, ẹ gbọ́ èdè-àìyedè tí ó wà láàrín àwọn ènìyàn an yín kí ẹ sì ṣe ìdájọ́ òdodo, bóyá ẹjọ́ tí ó ṣẹlẹ̀ láàrín Israẹli sí Israẹli ni tàbí láàrín Israẹli kan sí àlejò.
17 ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋʼ ନିକଟକୁ ଆଣିବ, ମୁଁ ତାହା ଶୁଣିବି।”
Ẹ má sì ṣe ojúsàájú ní ìdájọ́. Ẹ ṣe ìdájọ́ ẹni ńlá àti kékeré bákan náà. Ẹ má ṣe bẹ̀rù ẹnikẹ́ni torí pé ti Ọlọ́run ni ìdájọ́. Ẹjọ́ tí ó bá le jù fún un yín ni kí ẹ mú wá fún mi. Èmi yóò sì gbọ́ ọ.
18 ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ସମସ୍ତ କର୍ତ୍ତବ୍ୟ କର୍ମ ବିଷୟ ଆଜ୍ଞା ଦେଇଥିଲି।
Nígbà náà ni èmi yóò sọ ohun tí ẹ ó ṣe fún un yín.
19 ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ।
Nígbà náà ní a gbéra láti Horebu, bí Olúwa Ọlọ́run wa ti pàṣẹ fún wá, a sì la àwọn ilẹ̀ lókè Amori kọjá lọ dé gbogbo aginjù ńlá tí ó ba ni lẹ́rù nì tí ẹ̀yin ti rí, bẹ́ẹ̀ ni a sì dé Kadeṣi-Barnea.
20 ଏଉତ୍ତାରେ ମୁଁ ତୁମ୍ଭମାନଙ୍କୁ କହିଲି, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଇମୋରୀୟମାନଙ୍କର ଯେଉଁ ପର୍ବତମୟ ଦେଶ ଦେବେ, ସେଠାରେ ତୁମ୍ଭେମାନେ ଉପସ୍ଥିତ ହୋଇଅଛ।
Nígbà náà ni mo sọ fún un yín pé, “Ẹ ti dé ilẹ̀ òkè àwọn ará Amori, èyí tí Olúwa Ọlọ́run wa fún wa.
21 ଦେଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ସମର୍ପଣ କରିଅଛନ୍ତି; ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଯାଇ ତାହା ଅଧିକାର କର; ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ।”
Ẹ kíyèsi i, Olúwa Ọlọ́run yín ló ni ilẹ̀ náà. Ẹ lọ kí ẹ sì gba ilẹ̀ náà bí Olúwa Ọlọ́run àwọn baba yín tí sọ fún un yín. Ẹ má bẹ̀rù, ẹ má sì ṣe fòyà.”
22 ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆମ୍ଭ ନିକଟକୁ ଆସି କହିଲ, “ଆମ୍ଭେମାନେ ଆପଣାମାନଙ୍କ ଆଗେ ଲୋକ ପଠାଉ, ତହିଁରେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଦେଶ ଅନୁସନ୍ଧାନ କରି ଆମ୍ଭମାନଙ୍କୁ କେଉଁ ପଥ ଦେଇ ଯିବାକୁ ହେବ ଓ କେଉଁ କେଉଁ ନଗରରେ ଉପସ୍ଥିତ ହେବାକୁ ହେବ, ତହିଁର ସମ୍ବାଦ ଆମ୍ଭମାନଙ୍କ ନିକଟକୁ ଆଣନ୍ତୁ।”
Nígbà náà ni gbogbo yín tọ̀ mí wá wí pé, “Jẹ́ kí a yan àwọn ayọ́lẹ̀wò láti yọ́ ilẹ̀ náà wò fún wa, kí wọn sì fún wa ní ìròyìn àwọn ọ̀nà tí a ó gbà àti àwọn ìlú tí a ó bá pàdé.”
23 ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ, ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣଙ୍କୁ ନେଲୁ।
Èrò náà sì dára lójú mi, torí èyí ni mo ṣe yan àwọn ènìyàn méjìlá nínú yín, ẹnìkan láti inú ẹ̀yà kọ̀ọ̀kan.
24 ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ-ଉପତ୍ୟକାରେ ପହଞ୍ଚି ଦେଶର ଅନୁସନ୍ଧାନ କଲେ।
Wọ́n sì gòkè lọ sí ilẹ̀ òkè náà, wọ́n sì wá sí àfonífojì Eṣkolu, wọ́n sì yẹ̀ ẹ́ wò.
25 ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”
Wọ́n sì mú lára èso ilẹ̀ náà wá fún wa pé, “Ilẹ̀ tí ó dára ni Olúwa Ọlọ́run wa fún wa.”
26 ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ।
Ṣùgbọ́n ẹ̀yin kò fẹ́ gòkè lọ; ẹ ṣọ̀tẹ̀ sí àṣẹ Olúwa Ọlọ́run yín.
27 ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ବୁରେ ବଚସା କରି କହିଲ, “ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ସକାଶୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି।
Ẹ kùn nínú àgọ́ ọ yín, ẹ sì wí pé, “Olúwa kórìíra wa, torí èyí ló fi mú wa jáde láti Ejibiti láti fi wá lé àwọn ará Amori lọ́wọ́ láti pa wá run.
28 ଆମ୍ଭେମାନେ କେଉଁଠାକୁ ଯିବା? ‘ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଉଚ୍ଚ; ନଗରମାନ ବୃହତ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ ଆହୁରି ସେହି ସ୍ଥାନରେ ଆମ୍ଭେମାନେ ଅନାକୀୟମାନଙ୍କ ସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।’”
Níbo la ó lọ? Àwọn arákùnrin wa ti kó ìrẹ̀wẹ̀sì bá wa nípa sísọ pé, ‘Àwọn ènìyàn náà lágbára wọ́n sì ga jù wá lọ; àwọn ìlú náà tóbi jọjọ bẹ́ẹ̀ ni odi wọn ga kan ọ̀run. A tilẹ̀ rí àwọn òmíràn (ìran Anaki) níbẹ̀.’”
29 ତେବେ ମୁଁ ତୁମ୍ଭମାନଙ୍କୁ କହିଲି, “ଭୟଯୁକ୍ତ ହୁଅ ନାହିଁ, କି ସେମାନଙ୍କ ସକାଶୁ ଭୟ କର ନାହିଁ।
Nígbà náà ni mo sọ fún un yín pé, “Ẹ má ṣojo, ẹ kò sì gbọdọ̀ bẹ̀rù wọn.
30 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର, ଯେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କରୁଅଛନ୍ତି, ସେ ମିସରରେ ଓ ପ୍ରାନ୍ତରରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କ ନିମନ୍ତେ ଯେସମସ୍ତ କାର୍ଯ୍ୟ କଲେ, ତଦନୁସାରେ ସେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।
Olúwa Ọlọ́run yín, tí ń ṣáájú yín yóò jà fún un yín; bí ó ti ṣe fún un yín ní Ejibiti lójú ẹ̀yin tìkára yín
31 ଯେହେତୁ ପ୍ରାନ୍ତରରେ ତୁମ୍ଭେ ଦେଖିଅଛ ଯେ, ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଏହି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗମନର ସମସ୍ତ ପଥରେ ତୁମ୍ଭକୁ କିପରି ବହିଅଛନ୍ତି।”
àti ní aginjù. Níbẹ̀ ni ẹ ti rí i bí Olúwa Ọlọ́run yín ti gbé yín, bí baba ti í gbé ọmọ rẹ̀, ní gbogbo ọ̀nà tí ẹ lọ títí ẹ fi padà dé ibí yìí.”
32 ତଥାପି ଏହି ବିଷୟ ସକାଶେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ!
Pẹ̀lú gbogbo èyí tí mo wí, ẹ kò gbẹ́kẹ̀lé Olúwa Ọlọ́run yín,
33 ସେ ତୁମ୍ଭମାନଙ୍କ ଛାଉଣି ସ୍ଥାପନ କରିବାର ସ୍ଥାନ ଅନ୍ୱେଷଣ କରିବା ପାଇଁ ରାତ୍ରିରେ ଅଗ୍ନି ଦ୍ୱାରା ଓ ଦିବସରେ ମେଘ ଦ୍ୱାରା ତୁମ୍ଭମାନଙ୍କର ଗନ୍ତବ୍ୟ ପଥ ଦେଖାଇବାକୁ ପଥରେ ତୁମ୍ଭମାନଙ୍କ ଆଗେ ଆଗେ ଗମନ କଲେ।
tí ń ṣáájú u yín lọ ní gbogbo ọ̀nà yín, nípa fífi iná ṣe amọ̀nà yín ní òru àti ìkùùkuu ní ọ̀sán, láti fi àwọn ibi tí ẹ lè tẹ̀dó sí hàn yín àti àwọn ọ̀nà tí ẹ ó rìn.
34 ପୁଣି ସଦାପ୍ରଭୁ ତୁମ୍ଭମାନଙ୍କ ବାକ୍ୟର ରବ ଶୁଣି ରାଗିଲେ ଓ ଶପଥ କରି କହିଲେ,
Nígbà tí Olúwa gbọ́ ohun tí ẹ sọ, inú bí i, ó sì búra wí pé,
35 “ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛୁ, ନିଶ୍ଚୟ ଏହି ଦୁଷ୍ଟ ବଂଶୀୟ ମନୁଷ୍ୟମାନଙ୍କ ମଧ୍ୟରୁ କୌଣସି ଲୋକ ସେହି ଉତ୍ତମ ଦେଶ ଦେଖି ପାରିବ ନାହିଁ,
“Kò sí ọ̀kan nínú ìran búburú yìí tí yóò dé ilẹ̀ rere tí mo ti búra láti fún àwọn baba ńlá a yín.
36 କେବଳ ଯିଫୁନ୍ନିର ପୁତ୍ର କାଲେବ ତାହା ଦେଖିବ ପୁଣି ସେ ଯେଉଁ ଭୂମିରେ ପଦାର୍ପଣ କରିଅଛି, ସେହି ଭୂମି ଆମ୍ଭେ ତାହାକୁ ଓ ତାହାର ସନ୍ତାନଗଣକୁ ଦେବା; କାରଣ ସେ ସଦାପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗତ ଲୋକ।”
Bí kò ṣe Kalebu ọmọ Jefunne. Òun ni yóò wọ̀ ọ́. Èmi yóò sì fún òun àti àwọn ìran rẹ̀ ní ilẹ̀ náà tí ó ti fi ẹsẹ̀ rẹ̀ tẹ̀; torí pé ó fi gbogbo ọkàn rẹ̀ tẹ̀lé Olúwa.”
37 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ପ୍ରତି କ୍ରୋଧ କରି କହିଲେ, “ତୁମ୍ଭେ ମଧ୍ୟ ସେହି ସ୍ଥାନରେ ପ୍ରବେଶ କରିବ ନାହିଁ,
Torí i tiyín ni Olúwa fi bínú sí mi wí pé, “Ìwọ náà kì yóò wọ ibẹ̀ bákan náà,
38 ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ ତୁମ୍ଭେ ତାହାକୁ ସାହସ ଦିଅ ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।
ṣùgbọ́n Joṣua ọmọ Nuni tí ń ṣe olùrànlọ́wọ́ rẹ ni yóò wọ ibẹ̀. Mú un, ní ọkàn le torí pé, òun yóò ṣáájú àwọn ọmọ Israẹli láti gba ilẹ̀ náà.
39 ଆହୁରି ତୁମ୍ଭମାନଙ୍କର ବାଳକମାନେ, ଯେଉଁମାନେ ଲୁଟିତ ହେବେ ବୋଲି ତୁମ୍ଭେମାନେ କହିଥିଲ ଓ ତୁମ୍ଭମାନଙ୍କର ସନ୍ତାନମାନେ, ଯେଉଁମାନେ ଆଜି ପର୍ଯ୍ୟନ୍ତ ଭଲ ମନ୍ଦର ଜ୍ଞାନ ପାଇ ନାହାନ୍ତି, ସେମାନେ ସେହି ସ୍ଥାନରେ ପ୍ରବେଶ କରିବେ; ପୁଣି ଆମ୍ଭେ ସେମାନଙ୍କୁ ସେହି ଦେଶ ଦେବା ଓ ସେମାନେ ତାହା ଅଧିକାର କରିବେ।
Àwọn èwe yín tí ẹ sọ pé wọn yóò kó lẹ́rú. Àwọn ọmọ yín tí ko tí ì mọ rere yàtọ̀ sí búburú ni yóò wọ ilẹ̀ náà.
40 ମାତ୍ର ତୁମ୍ଭେମାନେ ବାହୁଡ଼ି ସୂଫ ସାଗର ପଥ ଦେଇ ପ୍ରାନ୍ତରକୁ ଯାତ୍ରା କର।”
Ṣùgbọ́n ẹ̀yin, ẹ yí padà sí aginjù tí ó wà ní ọ̀nà tí ó lọ sí Òkun Pupa.”
41 ଏଥିରେ ତୁମ୍ଭେମାନେ ଉତ୍ତର କରି ମୋତେ କହିଲ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ ତଦନୁସାରେ ଉଠିଯାଇ ଯୁଦ୍ଧ କରିବୁ।” ପୁଣି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଯୁଦ୍ଧାସ୍ତ୍ର ବାନ୍ଧି ପର୍ବତ ଆରୋହଣ କରିବାକୁ ବ୍ୟଗ୍ର ହେଲ।
Nígbà náà ni ẹ fèsì wí pé, “Àwa ti ṣẹ̀ sí Olúwa. A ó sì gòkè lọ láti jà, gẹ́gẹ́ bí Olúwa Ọlọ́run wa ti pàṣẹ fún wa.” Torí náà gbogbo yín ẹ mú ohun ìjà a yín, ẹ rò pé ó rọrùn láti gòkè lọ sí àwọn orílẹ̀-èdè olókè náà.
42 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ସେମାନଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ନାହୁଁ, ‘ଏଣୁ ତୁମ୍ଭେମାନେ ଆରୋହଣ କର ନାହିଁ, କିଅବା ଯୁଦ୍ଧ କର ନାହିଁ;’ କଲେ ଶତ୍ରୁମାନଙ୍କ ସମ୍ମୁଖରେ ଆହତ ହେବ।”
Ṣùgbọ́n Olúwa sọ fún mi pé, “Sọ fún wọn, ‘Ẹ má ṣe gòkè lọ láti jà torí pé èmi kì yóò wà pẹ̀lú u yín. Àwọn ọ̀tá a yín yóò sì ṣẹ́gun yín.’”
43 ତହୁଁ ମୁଁ ତୁମ୍ଭମାନଙ୍କୁ ସେହି କଥା କହିଲି, ପୁଣି ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ ଓ ଦୁଃସାହସୀ ହେଲ, ଆଉ ପର୍ବତ ଦେଶକୁ ଆକ୍ରମଣ କଲ।
Bẹ́ẹ̀ ni mo sọ fún yín, ẹ̀yin kò sì gbọ́, ẹ̀yin ṣọ̀tẹ̀ sí òfin Olúwa, pẹ̀lú ìgbéraga yín, ẹ gòkè lọ sí ìlú olókè náà.
44 କିନ୍ତୁ ସେହି ପର୍ବତବାସୀ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ମହୁମାଛି ପରି ତୁମ୍ଭମାନଙ୍କୁ ତଡ଼ି ସେୟୀରରେ ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
Àwọn ará Amori tí ń gbé ní àwọn òkè náà, dojúkọ yín bí àgbájọpọ̀ oyin. Wọ́n sì lù yín bolẹ̀ láti Seiri títí dé Horma.
45 ତେବେ ତୁମ୍ଭେମାନେ ଫେରିଆସି ସଦାପ୍ରଭୁଙ୍କ ଛାମୁରେ ରୋଦନ କଲ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ରବରେ ମନୋଯୋଗ କଲେ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ।
Ẹ padà, ẹ sì sọkún níwájú Olúwa, òun kò sì fetí sí igbe ẹkún yín, Ó sì kọ etí dídi sí i yín.
46 ତହିଁରେ ତୁମ୍ଭେମାନେ କାଦେଶରେ ବାସ କରି ସେହି ସ୍ଥାନରେ ବହୁ ବର୍ଷ ରହିଲ।
Báyìí ni ẹ sì dúró ní Kadeṣi fún ọ̀pọ̀lọpọ̀ ọjọ́ gẹ́gẹ́ bí ẹ̀yin ti ṣe.

< ମୋଶାଙ୍କ ଲିଖିତ ପଞ୍ଚମ ପୁସ୍ତକ 1 >