< ଦାନିୟେଲ 6 >

1 ଦାରୀୟାବସ ସମୁଦାୟ ରାଜ୍ୟରେ ଏକ ଶହ କୋଡ଼ିଏ ଜଣ କ୍ଷିତିପାଳ ରାଜ୍ୟ ଉପରେ ନିଯୁକ୍ତ କରିବାକୁ
Ó dára lójú Dariusi láti yan ọgọ́fà àwọn baálẹ̀ sórí ìjọba,
2 ଓ ସେହି କ୍ଷିତିପାଳମାନେ ଯେପରି ହିସାବ ଦେବେ ଓ ରାଜାର ଯେପରି କିଛି କ୍ଷତି ନ ହେବ, ଏଥିପାଇଁ ସେମାନଙ୍କ ଉପରେ ତିନି ଜଣ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ବିହିତ ବୁଝିଲା; ଏହି ତିନି ଜଣ ମଧ୍ୟରେ ଦାନିୟେଲ ଏକ ଜଣ ଥିଲେ।
pẹ̀lú alákòóso mẹ́ta, Daniẹli sì jẹ́ ọ̀kan nínú wọn, kí àwọn baálẹ̀ lè wá máa jẹ́ ààbọ̀ fún wọn, kí ọba má ba à ní ìpalára.
3 ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା।
Daniẹli ya ara rẹ̀ sọ́tọ̀ láàrín àwọn alákòóso àti àwọn baálẹ̀ nítorí ẹ̀mí tí ó tayọ wà lára rẹ̀ dé bi pé ọba sì ń gbèrò láti fi ṣe olórí i gbogbo ìjọba.
4 ଏଥିରେ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ରାଜକର୍ମ ବିଷୟରେ ଦାନିୟେଲଙ୍କର ଦୋଷ ଅନୁସନ୍ଧାନ କଲେ; ମାତ୍ର ସେମାନେ କୌଣସି ଦୋଷ ଅବା ଅପରାଧ ପାଇ ପାରିଲେ ନାହିଁ, କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କର କୌଣସି ଭ୍ରାନ୍ତି ଅବା ଅପରାଧ ଦେଖାଗଲା ନାହିଁ।
Nítorí èyí, gbogbo àwọn alákòóso àti àwọn baálẹ̀ ń gbèrò láti wá ẹ̀ṣẹ̀ kà sí Daniẹli lọ́rùn nínú ètò ìṣèjọba rẹ̀, ṣùgbọ́n wọn kò rí ẹ̀ṣẹ̀ kankan kà sí i lọ́rùn, wọn kò rí ìwà ìbàjẹ́ kankan tí ó ṣe, nítorí ó jẹ́ olóòtítọ́ kò sì ní ìwà ìjáfara.
5 ତହୁଁ ସେହି ଲୋକମାନେ କହିଲେ, “ଆମ୍ଭେମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ବ୍ୟବସ୍ଥା ସମ୍ବନ୍ଧରେ, ତାହାର ଦୋଷ ନ ଧରିଲେ ଆଉ କୌଣସି ବିଷୟରେ ଦୋଷ ପାଇବା ନାହିଁ।”
Nígbẹ̀yìn ni àwọn ọkùnrin wọ̀nyí sọ wí pé, “Àwa kò ní rí ìdí kankan láti kà ẹ̀ṣẹ̀ sí Daniẹli lọ́rùn, àfi èyí tí ó bá ní í ṣe pẹ̀lú òfin Ọlọ́run rẹ̀.”
6 ଏଥିରେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନେ ରାଜା ନିକଟରେ ଏକତ୍ର ହୋଇ ତାହାକୁ ଏହି ପ୍ରକାର କହିଲେ, “ମହାରାଜ ଦାରୀୟାବସ, ଚିରଜୀବୀ ହେଉନ୍ତୁ।
Nígbà náà ni àwọn alákòóso àti àwọn baálẹ̀ lọ gẹ́gẹ́ bí ikọ̀ sí ọ̀dọ̀ ọba, wọ́n wí pé, “Ìwọ Dariusi ọba, kí o pẹ́!
7 ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ-ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି ତିରିଶ ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ।
Àwọn alákòóso ọba, ìjòyè, baálẹ̀, olùdámọ̀ràn, àti àwọn olórí gbìmọ̀ pọ̀ wí pé kí ọba kéde òfin kan pé ẹnikẹ́ni tí ó bá gba àdúrà sí Ọlọ́run tàbí ènìyàn kankan fún ọgbọ̀n ọjọ́, yàtọ̀ fún ìwọ ọba, a ó ju ẹni náà sí inú ihò kìnnìún.
8 ଏବେ ହେ ମହାରାଜ, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ-ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।”
Nísinsin yìí, ìwọ ọba, gbé òfin yìí jáde, kí o sì kọ ọ́ sínú ìwé kí a má ba à yí i padà ní ìbámu pẹ̀lú òfin àwọn Media àti Persia, èyí tí kò ní le è parẹ́.”
9 ଏଣୁ ରାଜା ଦାରୀୟାବସ ସେହି ଲେଖା ଓ ନିଷେଧ-ବିଧିରେ ସ୍ୱାକ୍ଷର କଲା।
Nígbà náà, ni Dariusi ọba fi ọwọ́ sí ìwé àṣẹ náà.
10 ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାʼନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ।
Lóòótọ́, Daniẹli mọ̀ pé a ti fi ọwọ́ sí ìwé òfin náà, síbẹ̀ ó wọ ilé e rẹ̀ lọ, nínú yàrá òkè, ó ṣí fèrèsé èyí tí ó kọjú sí Jerusalẹmu sílẹ̀. Ó kúnlẹ̀ lórí orúnkún un rẹ̀ ní ẹ̀ẹ̀mẹ́ta lójoojúmọ́, ó gbàdúrà, ó fi ọpẹ́ fún Ọlọ́run gẹ́gẹ́ bí ìṣe rẹ̀ tẹ́lẹ̀.
11 ଏଥିରେ ସେହି ଲୋକମାନେ ଏକତ୍ର ହୋଇ ଦାନିୟେଲଙ୍କୁ ତାଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରିବାର ଦେଖିଲେ।
Nígbà náà ni, àwọn ọlọ̀tẹ̀ yìí kó ara wọn jọ, wọ́n sì rí Daniẹli tí ó ń gba àdúrà, ó sì ń bẹ̀bẹ̀ fún àánú lọ́dọ̀ Ọlọ́run.
12 ସେତେବେଳେ ସେମାନେ ରାଜାର ନିକଟକୁ ଯାଇ ରାଜକୀୟ ନିଷେଧ-ବିଧି ବିଷୟରେ ତାଙ୍କ ଛାମୁରେ କହିଲେ, ଯଥା; “ହେ ମହାରାଜ, ଯେଉଁ କୌଣସି ଲୋକ ତିରିଶ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ, ଏପରି ଏକ ନିଷେଧ ପତ୍ରରେ କି ଆପଣ ସ୍ୱାକ୍ଷର କରି ନାହାନ୍ତି?” ରାଜା ଉତ୍ତର କରି କହିଲା, “ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।”
Wọ́n lọ sí iwájú ọba, wọ́n sì rán ọba létí nípa òfin tí ó ṣe pé, “Ìwọ kò ha fi ọwọ́ sí òfin wí pé ní ìwọ̀n ọgbọ̀n ọjọ́ ẹnikẹ́ni tí ó bá gba àdúrà sí Ọlọ́run tàbí ènìyàn, láì bá ṣe ìwọ ọba, a ó gbé e jù sínú ihò kìnnìún?” Ọba sì dáhùn pé, “Àṣẹ náà dúró síbẹ̀, ní ìbámu pẹ̀lú òfin àwọn ará Media àti Persia, èyí tí a kò le è parẹ́.”
13 ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ।”
Nígbà náà, ni wọ́n sọ fún ọba pé, “Daniẹli, ọ̀kan lára ìgbèkùn Juda, kò ka ìwọ ọba sí, tàbí àṣẹ ẹ̀ rẹ tí o fi ọwọ́ sí. Òun sì tún ń gba àdúrà ní ẹ̀ẹ̀mẹ́ta lójúmọ́.”
14 ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା।
Nígbà tí ọba gbọ́ èyí, inú rẹ̀ bàjẹ́ gidigidi; ó pinnu láti kó Daniẹli yọ, títí oòrùn fi rọ̀, ó sa gbogbo ipá a rẹ̀ láti gba Daniẹli sílẹ̀.
15 ଏଥିରେ ସେହି ଲୋକମାନେ ରାଜାର ନିକଟରେ ଏକତ୍ର ହୋଇ ରାଜାକୁ କହିଲେ, “ହେ ମହାରାଜ, ଆପଣ ଜାଣନ୍ତୁ, ରାଜା କୌଣସି ନିଷେଧାଜ୍ଞା ଅବା ବିଧି ସ୍ଥାପନ କଲେ, ତାହା ଯେ ପରିବର୍ତ୍ତିତ ହୋଇ ନ ପାରେ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି।”
Nígbà náà, ni àwọn ọlọ̀tẹ̀ wọ̀nyí kó ara wọn jọ wá sí ọ̀dọ̀ ọba, wọ́n sì wí fún un pé, “Ìwọ ọba rántí pé, ní ìbámu pẹ̀lú òfin àwọn Media àti Persia kò sí àṣẹ tàbí ìkéde tí ọba ṣe tí a le è yí i padà.”
16 ତହୁଁ ରାଜା ଆଜ୍ଞା କରନ୍ତେ, ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। ପୁଣି, ରାଜା ଦାନିୟେଲଙ୍କୁ କହିଲା, “ତୁମ୍ଭେ ନିତ୍ୟ ନିତ୍ୟ ଯେଉଁ ପରମେଶ୍ୱରଙ୍କର ସେବା କରୁଅଛ, ସେ ତୁମ୍ଭଙ୍କୁ ଉଦ୍ଧାର କରିବେ।”
Nígbà náà, ni ọba pàṣẹ, wọ́n sì mú Daniẹli, wọ́n sì sọ ọ́ sínú ihò kìnnìún. Ọba sì sọ fún Daniẹli pé, “Kí Ọlọ́run rẹ tí ìwọ ń sìn nígbà gbogbo kí ó gbà ọ́!”
17 ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା।
A sì gbé òkúta kan wá, wọ́n sì fi dí ẹnu ihò náà, ọba sì dì í pa pẹ̀lú òrùka èdìdì rẹ̀ àti pẹ̀lú òrùka àwọn ọlọ́lá rẹ̀, nítorí kí a má ṣe yí ohunkóhun padà nítorí i Daniẹli.
18 ଏଉତ୍ତାରେ ରାଜା ଆପଣା ଅଟ୍ଟାଳିକାକୁ ଯାଇ ଉପବାସରେ ରାତ୍ରି କ୍ଷେପଣ କଲା ଓ ବାଦ୍ୟଯନ୍ତ୍ରାଦି ତାହା ନିକଟକୁ ଅଣାଗଲା ନାହିଁ; ଆଉ, ତାହାର ନିଦ୍ରା ନୋହିଲା।
Nígbà náà ni ọba padà sí ààfin rẹ̀, ó sì lo gbogbo òru náà láì jẹun, kò sì gbọ́ orin kankan, bẹ́ẹ̀ ni kò sì le è sùn ní òru ọjọ́ náà.
19 ଏଥିଉତ୍ତାରେ ରାଜା ଅତି ପ୍ରଭାତରୁ ଉଠି ଶୀଘ୍ର ସିଂହମାନଙ୍କ ଗର୍ତ୍ତ ନିକଟକୁ ଗଲା।
Ní òwúrọ̀ kùtùkùtù, ni ọba dìde ó sì sáré lọ sí ibi ihò kìnnìún náà.
20 ପୁଣି, ସେ ଗର୍ତ୍ତ ନିକଟରେ ଦାନିୟେଲଙ୍କ ପାଖରେ ଉପସ୍ଥିତ ହୋଇ ବିଳାପ ସ୍ୱରରେ ଡାକିଲା; ରାଜା ଦାନିୟେଲଙ୍କୁ କହିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି?”
Nígbà tí ó súnmọ́ ibi ihò náà ní ibi tí Daniẹli wà, ó pe Daniẹli pẹ̀lú ìtara pé, “Daniẹli, ìránṣẹ́ Ọlọ́run alààyè, ṣé Ọlọ́run rẹ tí ìwọ ń sìn tọ̀sán tòru, lè gbà ọ́ lọ́wọ́ kìnnìún bí?”
21 ତହିଁରେ ଦାନିୟେଲ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବୀ ହେଉନ୍ତୁ।”
Daniẹli sì dáhùn wí pé, “Ọba kí ẹ pẹ́!
22 ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହିଁ।
Ọlọ́run mi rán angẹli i rẹ̀, ó sì dí àwọn kìnnìún lẹ́nu. Wọn kò le è pa mí lára, nítorí a rí mi gẹ́gẹ́ bí aláìlẹ́ṣẹ̀ ní iwájú rẹ̀. Bẹ́ẹ̀ ni èmi kò hu ìwà ìbàjẹ́ kan níwájú rẹ ìwọ ọba.”
23 ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଜ୍ଞା ଦେଲା। ତହୁଁ ଦାନିୟେଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖା ନ ଗଲା, କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ।
Inú ọba dùn gidigidi, ó sì pàṣẹ kí a mú Daniẹli jáde wá láti inú ihò. Nígbà tí a mú Daniẹli jáde nínú ihò, kò sí ojú ọgbẹ́ kan ní ara rẹ̀, nítorí tí ó gbẹ́kẹ̀lé Ọlọ́run rẹ̀.
24 ଏଥିଉତ୍ତାରେ ରାଜା ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କର ଅପବାଦକାରୀମାନଙ୍କୁ ଆଣି, ସେମାନଙ୍କୁ, ସେମାନଙ୍କର ବାଳକ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇଲେ; ପୁଣି, ସେମାନେ ଗର୍ତ୍ତର ତଳଭାଗରେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କଲେ।
Ọba pàṣẹ pé, kí a mú àwọn alátakò Daniẹli wá, kí a jù wọ́n sí inú ihò kìnnìún, pẹ̀lú ìyàwó àti àwọn ọmọ wọn. Kí wọn tó dé ìsàlẹ̀ ihò, kìnnìún lágbára lórí i wọn, wọ́n sì fọ́ gbogbo egungun wọn.
25 ସେତେବେଳେ ଦାରୀୟାବସ ସମୁଦାୟ ପୃଥିବୀନିବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କ ନିକଟକୁ ପତ୍ର ଲେଖିଲା; “ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟ ରୂପରେ ଶାନ୍ତି ହେଉ।
Nígbà náà ni Dariusi ọba kọ̀wé sí gbogbo ènìyàn orílẹ̀-èdè, àti gbogbo jákèjádò ilẹ̀ náà: “Kí ìre yín máa pọ̀ sí i!
26 ମୁଁ ଏହି ଆଜ୍ଞା କରୁଅଛି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ଲୋକମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ଛାମୁରେ କମ୍ପିତ ଓ ଭୀତ ହେଉନ୍ତୁ; କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ; ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ।
“Mo gbé àṣẹ kan jáde wí pé, ní gbogbo agbègbè ìjọba mi, gbogbo ènìyàn gbọdọ̀ bẹ̀rù, kí wọn kí ó sì bọ̀wọ̀ fún Ọlọ́run Daniẹli.
27 ସେ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି, ପୁଣି ସେ ସ୍ୱର୍ଗରେ ଓ ପୃଥିବୀରେ ଚିହ୍ନ ଓ ଅଦ୍ଭୁତ କ୍ରିୟା ସାଧନ କରନ୍ତି; ସେ ଦାନିୟେଲଙ୍କୁ ସିଂହମାନଙ୍କ ବଳରୁ ଉଦ୍ଧାର କରିଅଛନ୍ତି।”
Ó ń yọ ni, ó sì ń gbani là;
28 ଏହିରୂପେ ଦାନିୟେଲ ଦାରୀୟାବସର ରାଜତ୍ୱ ସମୟରେ ଓ ପାରସିକ କୋରସ୍‍ର ରାଜତ୍ୱ ସମୟରେ ଉନ୍ନତି ଲାଭ କଲେ।
Daniẹli sì ṣe rere ní àkókò ìjọba Dariusi àti àkókò ìjọba Kirusi ti Persia.

< ଦାନିୟେଲ 6 >