< ଦାନିୟେଲ 5 >

1 ରାଜା ବେଲ୍‍ଶତ୍ସର ଆପଣାର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା।
Belṣassari, ọba ṣe àsè ńlá fún ẹgbẹ̀rún kan nínú àwọn ọlọ́lá rẹ̀, ó sì mu wáìnì pẹ̀lú u wọn.
2 ପୁଣି, ତାହାର ପିତା ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲ୍‍ଶତ୍ସର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା।
Bí Belṣassari ṣe ń mu wáìnì, ó pàṣẹ pé kí wọn kó kọ́ọ̀bù wúrà àti ti fàdákà wá, èyí tí Nebukadnessari baba rẹ̀ kó wá láti inú tẹmpili ní Jerusalẹmu, kí ọba àti àwọn ọlọ́lá rẹ̀, àwọn ìyàwó àti àwọn àlè rẹ̀ kí ó ba à le fi mu wáìnì.
3 ତହିଁରେ ଯିରୂଶାଲମସ୍ଥ ମନ୍ଦିରରୁ, ଅର୍ଥାତ୍‍, ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ; ପୁଣି, ରାଜା ଓ ତାହାର ଅମାତ୍ୟବର୍ଗ, ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ସବୁରେ ପାନ କଲେ।
Wọ́n sì kó kọ́ọ̀bù wúrà àti fàdákà àti fàdákà èyí tí wọ́n kó jáde láti inú tẹmpili, ilé Ọlọ́run ní Jerusalẹmu, ọba àti àwọn ìjòyè rẹ̀, àwọn ìyàwó àti àwọn àlè rẹ̀, sì fi mu wáìnì.
4 ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ।
Bí wọ́n ṣe ń mu wáìnì bẹ́ẹ̀ ni wọ́n ń yin òrìṣà wúrà àti fàdákà, ti idẹ, irin, igi àti òkúta.
5 ସେହି ଦଣ୍ଡରେ ମନୁଷ୍ୟ ହସ୍ତର ଅଙ୍ଗୁଳି ଆସି ରାଜପ୍ରାସାଦର କାନ୍ଥର ଲେପନ ଉପରେ ଦୀପାଧାରର ନିକଟରେ ଲେଖିଲା, ଆଉ ହସ୍ତର ଯେଉଁ ଅଂଶ ଲେଖିଲା, ରାଜା ତାହା ଦେଖିଲା।
Lójijì, ìka ọwọ́ ènìyàn jáde wá, ó sì ń kọ̀wé sára ẹfun ògiri ní ẹ̀gbẹ́ ibi tí fìtílà ń dúró ní ààfin ọba. Ọba ń wo ọwọ́ náà bí ó ṣe ń kọ ọ́.
6 ତହିଁରେ ରାଜାର ମୁଖ ବିବର୍ଣ୍ଣ ହେଲା ଓ ତାହାର ଭାବନା ତାହାକୁ ଉଦ୍‍ବିଗ୍ନ କଲା; ପୁଣି, ତାହାର କଟିଦେଶରେ ସନ୍ଧିସ୍ଥାନସବୁ ହୁଗୁଳା ହୋଇଗଲା ଓ ତାହାର ଆଣ୍ଠୁରେ ଆଣ୍ଠୁ ବାଜିଲା।
Ojú ọba sì yí padà, ẹ̀rù sì bà á, tó bẹ́ẹ̀ tí orúnkún ẹsẹ̀ rẹ̀ méjèèjì rẹ̀ fi ń gbá ara wọn.
7 ରାଜା ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍‍ମାନଙ୍କୁ କହିଲା, “ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”
Ọba kígbe pé, kí wọn pe àwọn awòràwọ̀, àwọn onídán, àti àwọn aláfọ̀ṣẹ wá, ọba sì sọ fún àwọn amòye Babeli pé, “Ẹnikẹ́ni tí ó bá lè ka àkọsílẹ̀ yìí kí ó sì sọ ìtumọ̀ rẹ̀, ẹni náà ni a ó fi aṣọ elése àlùkò wọ̀ àti ẹ̀gbà wúrà ni a ó fi sí ọrùn un rẹ̀, òun ni yóò sì ṣe olórí kẹta ní ìjọba à mi.”
8 ତହିଁରେ ରାଜାର ସମସ୍ତ ବିଦ୍ୱାନ୍‍ ଲୋକ ଭିତରକୁ ଆସିଲେ; ମାତ୍ର ସେମାନେ ଲେଖା ପଢ଼ି ପାରିଲେ ନାହିଁ, କିଅବା ରାଜାକୁ ତହିଁର ଅର୍ଥ ଜଣାଇ ପାରିଲେ ନାହିଁ।
Nígbà náà ni gbogbo àwọn amòye ọba wọ ilé, ṣùgbọ́n, wọn kò le è ka àkọsílẹ̀ náà tàbí sọ ìtumọ̀ rẹ̀ fún ọba.
9 ତେଣୁ ରାଜା ବେଲ୍‍ଶତ୍ସର ଅତିଶୟ ଉଦ୍‍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।
Nígbà náà ni Belṣassari ọba bínú gidigidi, ojú u rẹ̀ sì túbọ̀ dàrú sí i. Ẹ̀rù sì ba àwọn ìjòyè Belṣassari.
10 ଏହି ସମୟରେ ରାଜାର ଓ ତାହାର ଅମାତ୍ୟଗଣର କଥା ସକାଶୁ ରାଣୀ ଭୋଜନଶାଳାକୁ ଆସିଲା; ରାଣୀ କହିଲା, “ହେ ରାଜନ୍‍, ଚିରଜୀବୀ ହେଉନ୍ତୁ; ଆପଣଙ୍କର ଭାବନା ଆପଣଙ୍କୁ ଉଦ୍‍ବିଗ୍ନ ନ କରୁ, ଅଥବା ଆପଣଙ୍କ ମୁଖ ବିବର୍ଣ୍ଣ ନ ହେଉ।
Nígbà tí ayaba gbọ́ ohùn ọba àti àwọn ọlọ́lá rẹ̀, ó wá ilé àsè wá. Ó wí pé, “Kí ọba kí ó pẹ́! Má ṣe jẹ́ kí inú rẹ bàjẹ́, má sì ṣe jẹ́ kí ojú u rẹ fàro.
11 ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍‍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ;
Ọkùnrin kan wà ní ìjọba à rẹ, ẹni tí ẹ̀mí ọlọ́run mímọ́ ń gbé inú rẹ̀. Ní ìgbà ayé e baba à rẹ, òun ni ó ní ojú inú, òye àti ìmọ̀ bí i ti ọlọ́run òun ni ọba Nebukadnessari, baba rẹ̀ fi jẹ olórí àwọn apidán, awòràwọ̀, apògèdè àti aláfọ̀ṣẹ.
12 କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍‍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।”
Ọkùnrin náà ni Daniẹli ẹni tí ọba ń pè ní Belṣassari, ó ní ẹ̀mí tí ó tayọ, ìmọ̀ àti òye, àti agbára láti túmọ̀ àlá, ó máa ń ṣe àlàyé àlá àti àwọn ọ̀rọ̀ tí ó bá da ojú rú, ránṣẹ́ pè é, yóò sì sọ nǹkan tí àkọsílẹ̀ ìwé náà túmọ̀ sí.”
13 ତହୁଁ ଦାନିୟେଲଙ୍କୁ ରାଜାର ଛାମୁକୁ ଅଣାଗଲା ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜା ଯିହୁଦା ଦେଶରୁ ଯେଉଁମାନଙ୍କୁ ଆଣିଥିଲେ, ସେହି ନିର୍ବାସିତ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଯେଉଁ ଦାନିୟେଲ ଥିଲେ, ସେ କି ତୁମ୍ଭେ?
Nígbà náà ni a mú Daniẹli wá síwájú ọba, ọba sì sọ fún un wí pé, “Ṣé ìwọ ni Daniẹli, ọ̀kan lára àwọn tí baba mi mú ní ìgbèkùn láti Juda!
14 ମୁଁ ତୁମ୍ଭ ବିଷୟରେ ଶୁଣିଅଛି ଯେ, ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି, ଆଉ ଜ୍ଞାନ ଓ ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ଜ୍ଞାନ ତୁମ୍ଭଠାରେ ଦେଖାଯାଏ।
Mo ti gbọ́ wí pé ẹ̀mí ọlọ́run ń gbé inú rẹ àti wí pé ìwọ ní ojú inú, òye, àti ọgbọ́n tí ó tayọ.
15 ବର୍ତ୍ତମାନ ଏହି ଲେଖା ପଢ଼ିବା ପାଇଁ ଓ ତହିଁର ଅର୍ଥ ମୋତେ ଜଣାଇବା ପାଇଁ ବିଦ୍ୱାନ୍‍ ଓ ଗଣକମାନେ ମୋʼ ନିକଟକୁ ଅଣା ଯାଇଅଛନ୍ତି; ମାତ୍ର ସେମାନେ ତହିଁର ଅର୍ଥ ପ୍ରକାଶ କରି ପାରିଲେ ନାହିଁ।
A ti mú àwọn amòye àti àwọn awòràwọ̀ wá sí iwájú mí kí wọn ba à le è wá ka àkọsílẹ̀ yìí kí wọn sì sọ ìtumọ̀ rẹ̀ fún mi, ṣùgbọ́n wọn kò le è sọ ìtumọ̀ ohun tí ó jẹ́.
16 ମାତ୍ର ତୁମ୍ଭ ବିଷୟରେ ମୁଁ ଶୁଣିଅଛି ଯେ, ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଦୂର କରିପାର; ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇପାର, ତେବେ ତୁମ୍ଭେ ବାଇଗଣିଆ ବର୍ଣ୍ଣର ବସ୍ତ୍ରରେ ବସ୍ତ୍ରାନ୍ୱିତ ହେବ, ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଦିଆଯିବ ଓ ତୁମ୍ଭେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”
Ṣùgbọ́n mo ti gbọ́ wí pé, ìwọ lè sọ ìtumọ̀, àti wí pé o lè yanjú àwọn ìṣòro tó lágbára. Tí o bá lè ka àkọsílẹ̀ ìwé yìí kí o sì sọ ìtumọ̀ rẹ̀, a ó fi aṣọ elése àlùkò wọ̀ ọ́ pẹ̀lú ẹ̀gbà wúrà ni a ó fi sí ọ lọ́rùn, a ó sì fi ọ́ ṣe olórí kẹta ní ìjọba mi.”
17 ସେତେବେଳେ ଦାନିୟେଲ ରାଜାର ଛାମୁରେ ଉତ୍ତର କରି କହିଲେ, “ଆପଣଙ୍କର ଦାନ ଆପଣଙ୍କର ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦେଉନ୍ତୁ; ତଥାପି ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଅର୍ଥ ତାଙ୍କୁ ଜଣାଇବି।
Nígbà náà ni Daniẹli dá ọba lóhùn wí pé, “Fi ẹ̀bùn rẹ pamọ́ fún ara rẹ, tàbí kí o fún ẹlòmíràn. Síbẹ̀ èmi yóò ka àkọsílẹ̀ náà fún ọba, èmi yóò sì sọ ìtumọ̀ rẹ̀.
18 ହେ ମହାରାଜ, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍‍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ;
“Ìwọ ọba, Ọlọ́run Ọ̀gá-ògo fún Nebukadnessari baba rẹ ní ìjọba, títóbi ògo àti ọlá.
19 ଆଉ, ସେ ତାଙ୍କୁ ଏପରି ମହିମା ଦେବାରୁ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ; ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ବଧ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଜୀବିତ ରଖିଲେ; ପୁଣି, ଯାହାକୁ ତାଙ୍କର ଇଚ୍ଛା, ସେ ତାହାକୁ ଉନ୍ନତ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଅବନତ କଲେ।
Nítorí ipò ńlá tí a fi fún un, gbogbo ènìyàn orílẹ̀-èdè àti èdè gbogbo fi ń páyà tí wọ́n sì ń bẹ̀rù rẹ̀. Ó ń pa àwọn tí ó bá wù ú, ó sì ń dá àwọn tí ó bá wù ú sí, ó ń gbé àwọn tí ó bá wù ú ga, ó sì ń rẹ àwọn tí ó bá wù ú sílẹ̀.
20 ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା,
Ṣùgbọ́n nígbà tí ọkàn rẹ̀ ga, tí ó sì le koko. Ó bẹ̀rẹ̀ sí i hùwà ìgbéraga, a mú u kúrò lórí ìtẹ́ ọba rẹ̀, a sì gba ògo rẹ̀ kúrò.
21 ପୁଣି, ସେ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି।
A lé e kúrò láàrín ènìyàn, a sì fún un ní ọkàn ẹranko; ó sì ń gbé pẹ̀lú àwọn kẹ́tẹ́kẹ́tẹ́, ó sì ń jẹ koríko bí i ti màlúù; ìrì ọ̀run ṣì sẹ̀ sí ara rẹ̀, títí tó fi mọ̀ pé, Ọlọ́run Ọ̀gá-ògo ń jẹ ọba lórí ìjọba ọmọ ènìyàn, òun sì ń fi fún ẹni tí ó bá wù ú.
22 ଆଉ ହେ ବେଲ୍‍ଶତ୍ସର, ତାଙ୍କର ପୁତ୍ର ଯେ ଆପଣ, ଆପଣ ଏସବୁ ଜାଣିଲେ ହେଁ ଆପଣା ଅନ୍ତଃକରଣ ନମ୍ର କରି ନାହାନ୍ତି;
“Ṣùgbọ́n ìwọ ọmọ rẹ̀, Belṣassari, ìwọ kò rẹ ara à rẹ sílẹ̀, bí ó tilẹ̀ jẹ́ pé ìwọ mọ nǹkan wọ̀nyí.
23 ମାତ୍ର ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣାକୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯାʼନ୍ତେ, ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ସେହି ସବୁ ପାତ୍ରରେ ଦ୍ରାକ୍ଷାରସ ପାନ କରିଅଛନ୍ତି; ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି; ପୁଣି, ଆପଣଙ୍କର ନିଃଶ୍ୱାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।
Dípò èyí, ìwọ gbé ara à rẹ ga sí Olúwa ọ̀run, a mú ohun èlò inú tẹmpili rẹ̀ wá sí iwájú rẹ, ìwọ àti àwọn ìjòyè rẹ, àwọn ìyàwó ò rẹ àti àwọn àlè rẹ fi ń mu wáìnì. Ìwọ ń yin àwọn òrìṣà fàdákà àti wúrà, idẹ, irin, igi àti ti òkúta, èyí tí kò lè ríran, tí kò le è gbọ́rọ̀ tàbí ní òye nǹkan kan. Ṣùgbọ́n ìwọ kò bu ọlá fún Ọlọ́run ẹni tó ni ẹ̀mí rẹ lọ́wọ́, tí ó sì mọ gbogbo ọ̀nà rẹ.
24 ଏହି ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା, ଆଉ ଏହି ଲେଖା ଲିଖିତ ହେଲା।
Nítorí náà, ó rán ọwọ́ tí ó kọ àkọlé yìí.
25 ପୁଣି, ଯାହା ଲିଖିତ ହେଲା, ତାହା ଏହି, ମିନେ ମିନେ, ତକେଲ, ଉପାରସୀନ।
“Èyí ni àkọlé náà tí a kọ: Mene, mene, tekeli, peresini.
26 ଏହାର ଅର୍ଥ ଏହି ମିନେ, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି।
“Èyí ni nǹkan tí ọ̀rọ̀ náà túmọ̀ sí: “Mene: Ọlọ́run ti ṣírò ọjọ́ ìjọba rẹ. Ó sì ti mú u wá sí òpin.
27 ତକେଲ, ଆପଣ ନିକ୍ତିରେ ତୌଲା ଯାଇଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି।
“Tekeli: A ti gbé ọ lórí òsùwọ̀n, ìwọ kò sì tó ìwọ̀n.
28 ପୀରସ୍‍, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି, ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”
“Peresini: A ti pín ìjọba rẹ a sì ti fi fún àwọn Media àti àwọn Persia.”
29 ସେତେବେଳେ ବେଲ୍‍ଶତ୍ସର ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ ତାଙ୍କର କଣ୍ଠରେ ସୁବର୍ଣ୍ଣ ହାର ଦେଲେ ଓ ସେ ଯେ ରାଜ୍ୟର ତୃତୀୟ କର୍ତ୍ତା ହେବେ, ତାଙ୍କ ବିଷୟରେ ଏହା ଘୋଷଣା କଲେ।
Nígbà náà ni Belṣassari pàṣẹ pé kí a wọ Daniẹli ní aṣọ elése àlùkò, kí a sì fi ẹ̀gbà wúrà sí i lọ́rùn, a sì kéde rẹ̀ gẹ́gẹ́ bí olórí kẹta ní ìjọba rẹ̀.
30 ସେହି ରାତ୍ରିରେ କଲ୍‍ଦୀୟମାନଙ୍କର ରାଜା ବେଲ୍‍ଶତ୍ସର ବଧ କରାଗଲା।
Ní alẹ́ ọjọ́ náà ni a pa Belṣassari, ọba àwọn ara Kaldea.
31 ପୁଣି, ମାଦୀୟ ଦାରୀୟାବସ ରାଜ୍ୟ ପ୍ରାପ୍ତ ହେଲା, ସେହି ସମୟରେ ତାହାର ପ୍ରାୟ ବାଷଠି ବର୍ଷ ବୟସ ହୋଇଥିଲା।
Dariusi ará Media sì gba ìjọba nígbà tí ó di ọmọ ọdún méjìlélọ́gọ́ta.

< ଦାନିୟେଲ 5 >