< ୧ ଥେସଲନୀକୀୟ 1 3 >
1 ଅତଏବ ଆମ୍ଭେମାନେ ଆଉ ସହି ନ ପାରିବାରୁ ଆଥିନୀ ସହରରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁ;
Nítorí ìdí èyí, nígbà tí ara mi kò gbà á mọ́, mo pinnu láti nìkan dúró ní ìlú Ateni.
2 ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ବରଙ୍କ ସହକର୍ମୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,
Awa sì rán Timotiu, arákùnrin àti alábáṣiṣẹ́pọ̀ wa nínú Ọlọ́run nínú ìyìnrere Kristi, láti fi ẹsẹ yín múlẹ̀, àti láti tù yín nínú ní ti ìgbàgbọ́ yín.
3 ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ। କାରଣ ଆମ୍ଭେମାନେ ଏଥିନିମନ୍ତେ ନିରୂପିତ ବୋଲି ତୁମ୍ଭେମାନେ ତ ଜାଣ।
Láìsí àní àní, ẹ mọ̀ gbangba pé, irú ìṣòro báwọ̀nyí wà nínú ètò Ọlọ́run fún àwọn tí ó gbàgbọ́, kí a má ba dààmú.
4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ।
Tó bẹ́ẹ̀ tí a fi kìlọ̀ fún yín pé ìjìyà inúnibíni yóò dé. Ó sì rí bẹ́ẹ̀ nítòótọ́.
5 ଏଥିନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରୀକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି।
Bí mo wí tẹ́lẹ̀, nígbà tí ara mi kò gba á mọ́, mo sì ránṣẹ́ kí èmi kí ó lè mọ́ ìgbàgbọ́ yín, kí olùdánwò nì má ba à dán an yín wò lọ́nàkọnà, kí làálàá wa sì jásí asán.
6 କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏହି ବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି;
Nísinsin yìí, Timotiu ti dé pẹ̀lú ìròyìn ayọ̀ wí pé, ìgbàgbọ́ àti ìfẹ́ yín ṣì lágbára bí i ti àtẹ̀yìnwá. Inú wa dùn láti gbọ́ wí pé ẹ ṣì ń rántí ìbágbé wa láàrín yín pẹ̀lú ayọ̀. Timotiu tún fi yé wa pé bí ó ti mú wa lọ́kàn tó láti rí i yín, ni ó ṣe ẹ̀yin pàápàá.
7 ଏଥିନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;
Nítorí náà, ẹ̀yin ará, inú wá dùn jọjọ nínú gbogbo ìyọnu àti ìjìyà wa níbí nítorí pé àwa mọ̀ nísinsin yìí pé, ẹ̀yin dúró gbọningbọnin fún Olúwa.
8 କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ।
Nítorí àwa yè nísinsin yìí, bí ẹ̀yin bá dúró ṣinṣin nínú Olúwa.
9 ହଁ, ଆମ୍ଭମାନଙ୍କ ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ କିପରି ଧନ୍ୟବାଦ ଦେଇପାରୁ?
Kò ṣe é ṣe fún wa láti dá ọpẹ́ tán lọ́wọ́ Ọlọ́run nítorí ayọ̀ àti ìfẹ́ tí ó máa ń kún ọkàn wa nípa àdúrà wa fún un yín.
10 ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରିପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ।
Nítorí pé àwa ń gbàdúrà fún un yín lọ̀sán-án àti lóru. Èyí yóò ràn wá lọ́wọ́ láti ṣe àtúnṣe ibi tí ìgbàgbọ́ yín bá kù sí.
11 ଆମ୍ଭମାନଙ୍କ ଈଶ୍ବର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;
À ń gbàdúrà wí pé, kí ó wu Ọlọ́run pàápàá àti Olúwa wa Jesu Kristi láti rán wa padà sí ọ̀dọ̀ yín lẹ́ẹ̀kan sí í.
12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ।
A sì béèrè pé, kí Ọlọ́run ràn yín lọ́wọ́ tó bẹ́ẹ̀ tí ìfẹ́ yín yóò fi gbòòrò tí yóò sì sàn kan olúkúlùkù yín. Èyí yóò jẹ́ àpẹẹrẹ gẹ́gẹ́ bí ìfẹ́ àwa náà ṣe sàn kan ẹ̀yin náà.
13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।
Kí ó lè fi ọkàn yín balẹ̀ ní àìlábùkù nínú ìwà mímọ́ níwájú Ọlọ́run àti Baba wa. Nígbà náà, ẹ ó ní ìgboyà láti dúró níwájú rẹ̀ láìṣẹ̀, ní ọjọ́ tí Olúwa wa Jesu Kristi yóò padà wá pẹ̀lú àwọn tí ó jẹ́ tirẹ̀.