< ୧ ତୀମଥି 4 >

1 ପବିତ୍ର ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ
Nísinsin yìí, èmi ń tẹnumọ́ ọ́ pé ní ìgbà ìkẹyìn àwọn mìíràn yóò kúrò nínú ìgbàgbọ́, wọn yóò máa fiyèsí àwọn ẹ̀mí tí ń tannijẹ, àti ẹ̀kọ́ àwọn ẹ̀mí èṣù.
2 ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;
Nípa àgàbàgebè àwọn tí ń ṣèké, àwọn tí ọkàn tìkára wọn dàbí èyí tí a fi irin gbígbóná jó.
3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।
Àwọn tí ń dánilẹ́kun láti gbéyàwó tiwọn si ń pàṣẹ láti ka èèwọ̀ oúnjẹ ti Ọlọ́run ti dá fún ìtẹ́wọ́gbà pẹ̀lú ọpẹ́ àwọn onígbàgbọ́ àti àwọn ti ó mọ òtítọ́.
4 କାରଣ ଈଶ୍ବରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,
Nítorí gbogbo ohun ti Ọlọ́run dá ni ó dára, kò sí ọkàn tí ó yẹ kí a kọ̀, bí a bá fi ọpẹ́ gbà á.
5 ଯେଣୁ ଈଶ୍ବରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ।
Nítorí tí a fi ọ̀rọ̀ Ọlọ́run àti àdúrà yà sí mímọ́.
6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ;
Bí ìwọ bá ń rán àwọn ará létí nǹkan wọ̀nyí, ìwọ ó jẹ́ ìránṣẹ́ rere ti Kristi Jesu, tí a fi ọ̀rọ̀ ìgbàgbọ́ àti ẹ̀kọ́ rere bọ́, èyí ti ìwọ ti ń tẹ̀lé.
7 କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ। ଈଶ୍ବରପରାୟଣ ଜୀବନଯାପନ କରିବା ନିମନ୍ତେ ଅଭ୍ୟାସ କର,
Ṣùgbọ́n kọ ọ̀rọ̀ asán àti ìtàn àwọn àgbà obìnrin, sì máa tọ́ ara rẹ sí ìwà-bí-Ọlọ́run.
8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।
Nítorí ṣíṣe eré-ìdárayá ni èrè fún ohun díẹ̀, ṣùgbọ́n ìwà-bí-Ọlọ́run ni èrè fún ohun gbogbo, ó ní ìlérí ti ìgbé ayé ìsinsin yìí àti ti èyí tí ń bọ̀.
9 ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ;
Òtítọ́ ni ọ̀rọ̀ náà, ó sì yẹ fún ìtẹ́wọ́gbà gbogbo.
10 ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ବର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ଵାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି।
Nítorí fún èyí ni àwa ń ṣe làálàá tí a sì ń jìjàkadì, nítorí àwa ní ìrètí nínú Ọlọ́run alààyè, ẹni tí í ṣe Olùgbàlà gbogbo ènìyàn, pẹ̀lúpẹ̀lú ti àwọn ti ó gbàgbọ́.
11 ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ।
Nǹkan wọ̀nyí ni kí ó máa paláṣẹ kí ó máa kọ́ni.
12 ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଉଦାହରଣସ୍ୱରୂପ ହୁଅ।
Má ṣe jẹ́ kí ẹnikẹ́ni gan ìgbà èwe rẹ; ṣùgbọ́n kì ìwọ jẹ́ àpẹẹrẹ fún àwọn tí ó gbàgbọ́, nínú ọ̀rọ̀, nínú ìwà híhù, nínú ìfẹ́, nínú ẹ̀mí, nínú ìgbàgbọ́, nínú ìwà mímọ́.
13 ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର।
Títí èmi ó fi dé, máa fiyèsí kíkàwé àti ìgbaniníyànjú àti ìkọ́ni.
14 ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର।
Má ṣe àìnání ẹ̀bùn tí ń bẹ lára rẹ, èyí tí a fi fún ọ nípa ìsọtẹ́lẹ̀ pẹ̀lú ìgbọ́wọ́lé àwọn alàgbà.
15 ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ।
Máa fiyèsí nǹkan wọ̀nyí; fi ara rẹ fún wọn pátápátá; kí ìlọsíwájú rẹ lè hàn gbangba fún gbogbo ènìyàn.
16 ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ।
Máa ṣe ìtọ́jú ará rẹ àti ẹ̀kọ́ rẹ; máa dúró láìyẹsẹ̀ nínú nǹkan wọ̀nyí; nítorí ní ṣíṣe èyí, ìwọ ó gba ara rẹ àti tí àwọn ti ń gbọ́ ọ̀rọ̀ rẹ là.

< ୧ ତୀମଥି 4 >