< ୧ ଯୋହନ 2 >
1 ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ।
୧ଏ ମର୍ ପିଲାଟକି ପାରା ଅଇରଇବା ଲକ୍ମନ୍, ତମ୍କେ ମୁଇ ଏଟା ଲେକ୍ଲିନି । ଜେନ୍ତିକି ତମେ ପାପ୍ ନ କରାସ୍ । ମାତର୍ କେ ଜଦି ପାପ୍ କଲେ ଆମର୍ ବାବା ପର୍ମେସରର୍ ମୁଆଟେ ଟିଆଅଇରଇବା ଗଟେକ୍ ଲକ୍ ଆମର୍ ପାଇ ଗୁଆରି କଲାନି । ସେ ଅଇଲାନି ଜିସୁକିରିସ୍ଟ । ପର୍ମେସର୍ ଦେକ୍ବା ଇସାବେ ସେ ପୁରାପୁରୁନ୍ ସତ୍ଆଚେ ।
2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି।
୨ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।
3 ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ, ତେବେ ତଦ୍ୱାରା ଜ୍ଞାତ ହେଉ ଯେ, ଆମ୍ଭେମାନେ ତାହାଙ୍କୁ ଜାଣୁ।
୩ଆମେ ତାକେ ଜାନ୍ବା ଲକ୍ ଅଇଲୁଆଚୁ । ଜଦି ଆମେ ତାର୍ ତିଆର୍ଲାଟା ମାନ୍ଲୁନି, ଏଟା ଡାଁଟ୍ସଙ୍ଗ୍ ଜାନ୍ଲୁନି ।
4 ତାହାଙ୍କ ଆଜ୍ଞା ପାଳନ ନ କରି ତାହାଙ୍କୁ ଜାଣେ ବୋଲି ଯେ କହେ, ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ;
୪କେ ଜଦି ମୁଇ ପର୍ମେସର୍କେ ଜାନିଆଚିବଲି କଇକରି, ତାର୍ ତିଆର୍ଲାଟା ନ ମାନେ, ସେ ମିଚ୍ କଇଲାନି ଆରି ସେ ସତ୍ ବିସଇମନ୍ ନାଜାନେ ।
5 କିନ୍ତୁ ଯେ ତାହାଙ୍କ ବାକ୍ୟ ପାଳନ କରେ, ତାହାଠାରେ ଈଶ୍ବରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଏତଦ୍ଵାରା ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ତାହାଙ୍କଠାରେ ଅଛୁ।
୫ମାତର୍ ଜେ ଜଦି ତାର୍ ବାକିଅ ମାନ୍ସି, ସେନ୍ତାର୍ ଆଲେ ପର୍ମେସରର୍ପାଇ ରଇବା ତାର୍ ଆଲାଦ୍ ସତଇସେ ପୁରାପୁରୁନ୍ ସିଦ୍ ଅଇଆଚେ । ଆମେ ପର୍ମେସରର୍ ସଙ୍ଗ୍ ମିସ୍ଲୁଆଚୁ ବଲି ଦେକାଇବା ବିସଇ ।
6 ଯେ ତାହାଙ୍କଠାରେ ରହେ ବୋଲି କହେ, ସେ ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ।
୬କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।
7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।
୭ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
୮ମାତର୍ ଏଟା ଗଟେକ୍ ନୁଆ ଆଦେସ୍ ପାରା ମିସା ଆଚେ । କାଇକେବଇଲେ ତେଇର୍ ସତ୍ ବିସଇ କିରିସ୍ଟ ଲଗେ ଆରି ତମର୍ ଲଗେ ଡିସ୍ଲାନି । ଆନ୍ଦାର୍ ଉଟିଗାଲାନି, ଆରି ସତ୍ ଉଜଲ୍ ଡିସ୍ଲାନି ।
9 ଯେ ଆପଣା ଭାଇକୁ ଘୃଣା କରି କହେ ଯେ, ସେ ଜ୍ୟୋତିଃରେ ଅଛି, ସେ ଏପର୍ଯ୍ୟନ୍ତ ସୁଦ୍ଧା ଅନ୍ଧକାରରେ ଅଛି।
୯ଜଦି କେ ମିସା ପର୍ମେସରର୍ ଉଜଲ୍ ଆରି ସୁକଲ୍ ଇସାବେ ଚଲାଚଲ୍ତି କଲିନି ବଲି କଇକରି ତାର୍ ସଙ୍ଗ୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ସେ ଏବେଜାକ ଆନ୍ଦାରେସେ ରଇଲାନି ।
10 ଯେ ଆପଣା ଭାଇକୁ ପ୍ରେମ କରେ, ସେ ଜ୍ୟୋତିଃରେ ରହେ, ପୁଣି, ତାହାଠାରେ ଝୁଣ୍ଟିବାର କୌଣସି କାରଣ ନାହିଁ।
୧୦ଜନ୍ ଲକ୍ମନ୍ ତାକର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସୁକଲ୍ ଇସାବେ ଚଲାଚଲ୍ତି କଲାଇନି । ସେମନର୍ ଜିବନେ ବିନ୍ ଲକ୍ମନ୍କେ ପାପ୍ କରାଇବା କାଇ ବିସଇ ନାଇ ।
11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।
୧୧ମାତର୍ ଜେ ମିସା ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କଲେ, ସେ ଆନ୍ଦାରେ ଆଚେ । ସେ ବୁଲ୍ ଟିକ୍ ନାଜାନିକରି ଚଲାଚଲ୍ତି କଲାନି । ସେ କନ୍ତି ଗାଲାନି ସେଟା ନାଜାନେ । କାଇକେବଇଲେ ସେ ଆନ୍ଦାର୍ ତାର୍ ଆକିକେ କାଣା କରିଆଚେ ।
12 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି।
୧୨ଏ ଆଲାଦର୍ ପିଲାମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ କିରିସ୍ଟର୍ ଲାଗି ତମର୍ ପାପ୍ କେମା ଅଇଲାଆଚେ ।
13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
୧୩ଏ ବଡ୍ଲକ୍ମନ୍, ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ କିରିସ୍ଟକେ ଜାନିଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାଦାଙ୍ଗ୍ଡିମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ସବୁ କାରାପ୍ କାମ୍ କରାଇବା ସଇତାନ୍କେ ତମେ ଆରାଇଆଚାସ୍ ।
14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
୧୪ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
15 ସଂସାର କିଅବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ;
୧୫ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ ।
16 କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ।
୧୬ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ ।
17 ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ। (aiōn )
୧୭ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି । (aiōn )
18 ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ।
୧୮ଏ ପିଲାଟକିମନ୍, ଏ ଦିନ୍ମନ୍ ଏ ଜଗତର୍ ସାରାସାରି ଦିନ୍ । କିରିସ୍ଟକେ ବିରଦ୍ କର୍ବା ଗଟେକ୍ ଡାକ୍ପୁଟା ଲକ୍ ବାରଇସି ବଲି ଆମେ ତମ୍କେ କଇରଇଲୁ, ସେଟା ମନେ ପାକାଆ । ଏବେମିସା କିରିସ୍ଟକେ ବିରଦ୍ କର୍ବାଟାମନ୍ ଜବର୍ ଉଟ୍ଲାଇ ଆଚତ୍ । ସେଟାର୍ଲାଗି ଏ ଜଗତର୍ ସାରାସାରି ଦିନ୍ ଲଗେ ଅଇଲା ବଲି ଆମେ ଜାନ୍ଲୁନି ।
19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।
୧୯ଏ ବିରଦ୍ କର୍ବାଟାମନ୍ ଆମର୍ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍ ଚାଡିଦେଲାଇ । ସେମନ୍ କେବେ ମିସା ଆମର୍ ମିସାବିଡାଟାନେ ମିସତ୍ନାଇ । ଜଦି ସେମନ୍ ସତଇସେ ଆମର୍ ସଙ୍ଗର୍ ବିସ୍ବାସି ଅଇରଇଲେ, ଆମର୍ ସଙ୍ଗ୍ ରଇତାଇ । ମାତର୍ ସେମନ୍ ଚାଡ୍ଲାର୍ପାଇ ଆମର୍ ଦଲର୍ ଲକ୍ ନଅତ୍ ବଲି ଜାନାପଡ୍ଲା ।
20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ।
୨୦ମାତର୍ କିରିସ୍ଟ ତମ୍କେ ସୁକଲ୍ ଆତ୍ମା ଦେଲାଆଚେ ।
21 ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି।
୨୧ତମେ ସତ୍ ନାଜାନାସ୍ ବଲିକରି ମୁଇ ତମ୍କେ ଲେକ୍ଲିନି, ସେନ୍ତାରି ନଏଁ । ମାତର୍ ସେଟା ତମେ ନିକ ସଙ୍ଗ୍ ଜାନାସ୍ । ଆରି ସତ୍ ସିକିଆ ସଙ୍ଗ୍ ବୁଲ୍ ସିକିଆ କେବେ ନ ମିସେ ।
22 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଭଣ୍ଡଖ୍ରୀଷ୍ଟ।
୨୨ତେବେ କେ ମିଚ୍ କଇଲାଇନି? ଜିସୁକେ ମସିଅ ନଏଁ ବଲି ଜେ କଇଲାନି, ସେ ଆକା ସବୁର୍ଟାନେଅନି ବଡ୍ ମିଚୁଆ । ସେନ୍ତାରି ଲକ୍ମନ୍ କିରିସ୍ଟର୍ ବିରଦି ଲକ୍ମନ୍ । ସେମନ୍ ଉଜେ ବାବା ପର୍ମେସର୍କେ ଆରି ତାର୍ ପଅ ଜିସୁ କିରିସ୍ଟକେ ନାମତ୍ନାଇ ।
23 ଯେ ପୁତ୍ରଙ୍କୁ ନାସ୍ତି କରେ, ସେ ପିତାଙ୍କୁ ପ୍ରାପ୍ତ କରି ନାହିଁ; ଯେ ପୁତ୍ରଙ୍କୁ ସ୍ୱୀକାର କରେ, ସେ ପିତାଙ୍କୁ ମଧ୍ୟ ପ୍ରାପ୍ତ କରିଅଛି।
୨୩ଜେ ଜଦି ପର୍ମେସରର୍ ପଅକେ ନାମେ ନାଇ, ସେ ବାବା ପର୍ମେସର୍କେ ମିସା ନାମେ ନାଇ, ଜେ ପର୍ମେସରର୍ ପଅକେ ନାମ୍ସି, ସେ ବାବା ପର୍ମେସର୍କେ ମିସା ନାମ୍ସି ।
24 ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ତୁମ୍ଭମାନଙ୍କଠାରେ ଥାଉ। ତୁମ୍ଭେମାନେ ଆରମ୍ଭରୁ ଯାହା ଶୁଣିଅଛ, ତାହା ଯଦି ତୁମ୍ଭମାନଙ୍କଠାରେ ଥାଏ, ତାହାହେଲେ ତୁମ୍ଭେମାନେ ମଧ୍ୟ ପୁତ୍ର ଓ ପିତାଙ୍କଠାରେ ରହିବ।
୨୪ତମେ କିରିସ୍ଟର୍ ସଙ୍ଗ୍ ଜିବାକେ ଆରାମ୍ ଅଇଲାତେଇଅନି ଜନ୍ କବର୍ ସୁନିଆଚାସ୍, ସେଟା ସବୁବେଲେ ମନେ ପାକାଆ । ଜଦି ସେ କବର୍ ତମର୍ ମନେ ରଇସି, ସେନ୍ତାର୍ଆଲେ ତମେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅର୍ ସଙ୍ଗ୍ ମିସିକରି ରଇସା ।
25 ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଅନନ୍ତ ଜୀବନ। (aiōnios )
୨୫କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ । (aiōnios )
26 ଯେଉଁମାନେ ତୁମ୍ଭମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ସମ୍ବନ୍ଧରେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।
୨୬ଜନ୍ ଲକ୍ମନ୍ ତମ୍କେ ସୁବ୍କବର୍ ଜାନାଇଲୁନି ବଲି ବୁଲ୍ ସିକିଆ ଦେଇ ତମ୍କେ ନାଡାଇବାକେ ଚେସ୍ଟା କଲାଇନି, ସେମନର୍ ବିସଇ ଜାନାଇବାକେ ଏ ସବୁ ବିସଇ ମୁଇ ତମ୍କେ ଲେକ୍ଲିନି ।
27 କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମ୍ଭମାନଙ୍କଠାରେ ରହିଅଛି, ପୁଣି, କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦେବ, ଏହା ତୁମ୍ଭମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ; ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ।
୨୭ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।
28 ଅତଏବ, ହେ ବତ୍ସଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା।
୨୮ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।
29 ସେ ଧାର୍ମିକ ଅଟନ୍ତି, ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ, ସେ ଯେ ତାହାଙ୍କଠାରୁ ଜାତ, ଏହା ମଧ୍ୟ ଜାଣ।
୨୯ଆମେ ଜାନିଆଚୁ, କିରିସ୍ଟ ଅନିଆଇ କାମ୍ ନ କରେ । ଏଟାମିସା ଜାନିଆଚୁ, ଜନ୍ଲକ୍ମନ୍ ସତ୍ କାମ୍ କର୍ବାଇ, ସେମନ୍ ପର୍ମେସରର୍ ପିଲାଟକି ।