< ଏବ୍ରୀ 8 >

1 ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି;
ଏ ସବୁ କାତାଇଅନି ତମ୍‌କେ ବୁଜତ୍‌ ବଲି ମୁଇ ମନ୍‍ କଲିନି ଜେ, ଏ ଆମର୍‌ ବଡ୍‌ ପୁଜାରି ସରଗର୍‌ ସବୁର୍‌ ଉପ୍‌ରେ ପର୍‌ମେସରର୍‌ ଉଜାବାଟେ ବସ୍‌ଲା ଆଚେ ।
2 ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି।
ଆରି ପର୍‌ମେସରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ସେ ବଡ୍‌ ପୁଜାରି ଇସାବେ ସେବା କଲାନି । ସେ ତୁମ୍‌କୁଡିଆ ଲକ୍‌ମନ୍‌ ତିଆର୍‌କଲାଟା ନଏଁ, ମାତର୍‌ ସେଟା ମାପ୍‌ରୁ ତିଆର୍‌ କଲାଆଚେ ।
3 କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି, ଅତଏବ ଏହି ମହାଯାଜକଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ।
ସବୁ ବଡ୍‌ପୁଜାରିମନ୍‌ ଲକ୍‌ମନ୍‌ ଦେଇରଇବା ପସୁମନ୍‌ ଆରି ବିନ୍‌ ରକାମର୍‌ ବଲି ପର୍‌ମେସର୍‌କେ ସର୍‌ପି ଦେବାକେ ବାଚ୍‌ଲାଇ ଆଚତ୍‌ । ତେବର୍‌ପାଇ ଆମର୍‌ ବଡ୍‌ ପୁଜାରି ମିସା କାଇଟା ମିସା ପର୍‌ମେସର୍‌କେ ସର୍‌ପାଇବାର୍‌ ଆଚେ ।
4 ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;
ମାତର୍‌ ଏ ଜଗତେ ସେବା କରେନାଇ । ସେ ଜଦି ଏ ଜଗତେ ରଇତା, ତେବେ ସେ ଗଟେକ୍‌ ପୁଜାରି ନ ଅଇତା । କାଇକେ ବଇଲେ ଜିଉଦିମନର୍‌ ନିୟମ୍‌ ଇସାବେ ଦାନ୍‌ ସର୍‌ପିଦେବାକେ ପୁଜାରିମନ୍‌ ରଇଲାଇ ।
5 ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶପ୍ରାପ୍ତ ହୋଇଥିଲେ; କାରଣ ଈଶ୍ବର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର।
ମାତର୍‌ ତାକର୍‌ ସେବା କର୍‌ବା ଜାଗା ସର୍‌ଗେ ରଇବା ସତ୍‌ ବିସଇ ଅବ୍‌କା ଗଟେକ୍‌ ଚାଇପାରା । ସମାନ୍‌ ସେନ୍ତାରିସେ ମସାର୍‌ ବେଲେ ଅଇଲା । ସେ ଜେଡେବଲ୍‌ ଗଟେକ୍‌ ତୁମ୍‌କୁଡିଆ ତିଆର୍‌ କର୍‌ବାକେ ଜାଇତେରଇଲା, ପରମେସର୍‌ ତାକେ ତିଆର୍‌ଲା, “ଜାଗ୍‌ରତ୍‌! ତୁଇ ସୁକଲ୍‌ ତୁମ୍‌କୁଡିଆଇ ଜେତ୍‌କି କର୍‌ସୁ ବଇଲେ, ମୁଇ ତକେ ସେଟା ପର୍‌ବତେ ଦେକାଇଲା ରକାମ୍‌ କର୍‌ବାର୍‌ ଆଚେ ।”
6 କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ କରିଅଛନ୍ତି।
ଏ ଜଗତର୍‌ ପୁଜାରିମନର୍‌ କାମ୍‌ତେଇଅନି ଜନ୍‌ କାମ୍‌ ପର୍‌ମେସର୍‌ ଜିସୁକେ ସର୍‌ପିଦେଲା, ସେ କାମ୍‌ ଅଦିକ୍‌ ଗୁର୍‌ତୁ ରଇବାଟା । ସେନ୍ତାରିସେ ଜନ୍‌ ନୁଆ ରାଜିନାମାସଙ୍ଗ୍‌ ସେ ପର୍‌ମେସର୍‌ ଆରି ମନୁସ୍‌ଜାତିକେ ଆରିତରେକ୍‌ ମିସାଇଲା, ସେଟା ପୁର୍‌ନା ରାଜିନାମାତେଇ ଅନି ନିକ । କାଇକେବଇଲେ, ନୁଆ ରାଜିନାମାତେଇ ରଇବା ପର୍‌ମେସରର୍‌ ସପତ୍‌ ସବୁ ବେସି ନିକ ଆଚେ ।
7 କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ୱିତୀୟ ନିୟମର କଥା ଉଠି ନ ଥାଆନ୍ତା।
ପର୍‌ତୁମର୍‌ ରାଜିନାମାତେଇ ଜଦି କାଇ ବୁଲ୍‌ ନ ରଇତା, ତେବେ ପର୍‌ମେସର୍‌ ସେଟା ନ ବାଦ୍‌ଲାଇତା ।
8 ଯେଣୁ ଈଶ୍ବର ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, “ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା;
ମାତର୍‌ ସେ ରାଜିନାମା ମାନିକରି ରଇଲା ଲକ୍‌ମନର୍‌ ଚଲାଚଲ୍‌ତି ସଙ୍ଗ୍‍ ପର୍‌ମେସର୍‌ ସାର୍‌ଦା ନ ରଇଲା । କାଇକେବଇଲେ ସାସ୍‌ତରର୍‌ ମାପ୍‌ରୁର୍‌ ବାକିଅଟାନେ ଲେକା ଅଇଲାଆଚେ, “ଆଗ୍‌କେ ଗଟେକ୍‌ ବେଲା ଆଇଲାନି ଜେଡେବେଲ୍‌ କି ଇସ୍‌ରାଏଲର୍‌ ଲକ୍‌ମନ୍‌କେ ଆରି ଜିଉଦାର୍‌ ଲକ୍‌ମନ୍‌କେ ମର୍‌ ନିଜର୍‌ କର୍‌ବାକେ ମୁଇ ଗଟେକ୍‌ ନୁଆ ରାଜିନାମା ଟିକ୍‌ କର୍‌ବି ।”
9 ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି।
ଏ ନୁଆ ରାଜିନାମା ଆଗର୍‌ ରାଜିନାମା ପାରା ନ ରଏ । ସେ ରାଜିନାମା ତାକର୍‌ ଆନିଦାଦିମନ୍‌କେ ମିସର୍‌ଦେସେଅନି ଡାକି ଆନ୍‌ଲାବେଲେ ମୁଇ କରିରଇଲି । ଆଗର୍‌ ରାଜିନାମାର୍‌ ମର୍‌ ଆଦେସ୍‌ ସବୁ ସେମନ୍‌ ମାନତ୍‌ନାଇ । ତେବର୍‌ପାଇ ମୁଇ ଆରି ସେମନର୍‌ବାଟେ ନ ଦେକି ।
10 କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା,
୧୦ମାପ୍‌ରୁ ଆରିତରେକ୍‌ କଇଲା, ଇସ୍‌ରାଏଲର୍‌ ଲକ୍‌ମନ୍‌କେ ମର୍‌ ନିଜର୍‌ କର୍‌ବାକେ ମୁଇ ଜନ୍‌ ନୁଆ ରାଜିନାମା ତିଆର୍‌କର୍‌ବି ସେଟା ଏନ୍ତାରି ରଇସି । ମୁଇ ମର୍‌ ଆଦେସ୍‌ ତାକର୍‌ ଚିନ୍ତା କଲାଟାନେ ଦେବି ଆରି ତାକର୍‌ ମନ୍‌ ବିତ୍‌ରେ ଲେକ୍‌ବି । ଆରି ମୁଇ ତାକର୍‌ ପର୍‌ମେସର୍‌ ଅଇରଇବି ଆରି ସେମନ୍‌ ମର୍‌ ନିଜର୍‌ ଅଇରଇବାଇ ।
11 ଆମ୍ଭେ ସେମାନଙ୍କ ଈଶ୍ବର ହେବା, ସେମାନେ ଆମ୍ଭର ଲୋକ ହେବେ, ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗରବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ।
୧୧ଏଟାର୍‌ଲାଗି କେ ମିସା ମର୍‌ ବିସଇରେ ତାର୍‌ ସଙ୍ଗର୍‌ ଲକ୍‌ମନ୍‌କେ ସିକାଇବାକେ ନ ପଡେ । ଆରି ମୁଇ କେ ବଲି କେ ମିସା ତାକର୍‌ ବାଇମନ୍‌କେ ବାତାଇବାକେ ନ ପଡେ । କାଇକେବଇଲେ, ସେବେଲେ ଗୁଲାଇ ଲକ୍‌ ବଡ୍‌ ଅଅତ୍‌ କି ସାନ୍‌ ଅଅତ୍‌ ମୁଇ କେ ବଲି ଜାନ୍‌ବାଇ ।
12 କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ସେମାନଙ୍କର ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ।”
୧୨ମୁଇ ସେମନର୍‌ ସବୁ ପାପ୍‌ କେମା କର୍‌ବି ଆରି ସେମନ୍‌ କାଇ ଅନିଆଇ କଲାଟା ମିସା ମନେ ନ ଏତାଇ ।
13 ସେ “ନୂତନ ନିୟମ” ବୋଲି କହିବା ଦ୍ୱାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଲୋପ ହେବାର ସମୟ ସନ୍ନିକଟ।
୧୩ଏବେ ଗଟେକ୍‌ ନୁଆ ରାଜିନାମା ଆଚେ ବଲି ପର୍‌ମେସର୍‌ କଇଲାକେ ପୁର୍‌ନା ରାଜିନାମାକେ କାଇ ମୁଲିଅ ନାଇ ବଲି ଆମେ ଜାନୁ । ଜନ୍‌ଟା ପୁର୍‌ନା ଅଇଗାଲା ଆରି କାଇଟା ପାଇ ମିସା ଲଡାକେ ନ ଆଇଲେ, ସେଟା ବାଇରେ ପିଙ୍ଗିଦେବାଇ ।

< ଏବ୍ରୀ 8 >