< ପିଲିପିୟ 1 >
1 ୧ ଏ ଚିଟି ପାଉଲ୍ ଆରି ତିମତି, କିରିସ୍ଟ ଜିସୁର୍ ଦୁଇଟା ଗତିଦାଙ୍ଗ୍ଡାମନ୍ ଲେକ୍ଲୁନି । ଜିସୁକିରିସ୍ଟର୍ ଅଇକରି ପିଲିପି ନଅରେ ରଇବା ସବୁ ପର୍ମେସରର୍ ଲକ୍ମନର୍ପାଇ ଏଟା ଲେକାଅଇଲା ଆଚେ । ତମର୍ ବିତ୍ରେ ନେତା ଅଇକରି ତମ୍କେ ସାଇଜ କର୍ବା ଲକ୍ମନର୍ପାଇ ମିସା ।
ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;
2 ୨ ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
3 ୩ ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।
ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ।
4 ୪ ପାର୍ତନା କଲାବେଲେ ସବୁତର୍ ତମର୍ପାଇ ସାର୍ଦାସଙ୍ଗ୍ ପାର୍ତନା କଲିନି ।
ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ
5 ୫ କାଇକେବଇଲେ ସୁବ୍କବର୍ ଜାନାଇବା କାମେ ତମେ ମର୍ ସଙ୍ଗ୍ ମିସିକରି ରଇଲାସ୍ । ବିସ୍ବାସ୍ କର୍ବା ପର୍ତୁମ୍ ଦିନେଅନି ଆଜିକେ ଜାକ ତମେ ମକେ ଏଟା କଲାସ୍ନି । ଆରି ଏବେ ମିସା କରି ଆଇଲାସ୍ନି ।
ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି
6 ୬ ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ;
7 ୭ ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
8 ୮ ମୁଇ ତମ୍କେ ସବୁ ଲକ୍କେ ଆରିତରେକ୍ ଦେକ୍ବି ବଲି ମନ୍ କଲିନି । ଏ ବିସଇତେଇ ନିଜେ ପର୍ମେସର୍ ସାକିଆଚେ । କାଇକେବଇଲେ ଜିସୁକିରିସ୍ଟ ଆଲାଦ୍ କଲାପାରା ମୁଇ ତମ୍କେ ଆଲାଦ୍ କଲିନି ।
କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।
9 ୯ ମୁଇ ତମର୍ପାଇ ଏନ୍ତାରି ପାର୍ତନା କଲିନି, ଜେନ୍ତାରିକି ତମେ ଆଲାଦ୍ କର୍ବାଟାନେ ଅଦିକ୍ ଅଦିକ୍ ବଡ୍ସା । ପର୍ମେସର୍ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍ ଅଦିକ୍ ଜାନ୍ସା ବଲି ମୁଇ ପାର୍ତନା କଲିନି । ଆରି ଜେଡେବଲ୍ ମିସା କନ୍ଟା ସତ୍ କନ୍ଟା ବୁଲ୍ ସେଟା ଜାନିପାର୍ସା ।
ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ,
10 ୧୦ ସେନ୍ତାର୍ଆଲେ ଟିକ୍ ବିସଇ କନ୍ଟା ବଲି ବାଚିକରି କରିପାର୍ସା । ଆରି ଏବେଅନି କିରିସ୍ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍ଲିକରି କାଇ ଦସ୍ ନ ଅଇକରି ରଇପାର୍ସା ।
ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,
11 ୧୧ ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।
12 ୧୨ ଏ ବାଇବଇନିମନ୍, ତମେ ଜାନ୍ବାର୍ ଆଚେ କି କିରିସ୍ଟର୍ପାଇ ମର୍ ଜିବନେ ଜେତ୍କି ଗଟିଆଚେ, ତାର୍ଲାଗି ଅଦିକ୍ ଲକ୍ ସୁବ୍କବର୍ ବିସ୍ବାସ୍ କର୍ବାକେ ଗଟେକ୍ ବାଟ୍ ଆଇଲା ।
ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;
13 ୧୩ ଜେନ୍ତିକି, ସମ୍ରାଟର୍ ମେଡେ ଜେତ୍କି ସଇନ ଜାଗିଆଚତ୍, ସେମନ୍ ସବୁ ମୁଇ କିରିସ୍ଟକେ ସେବା କଲାର୍ ପାଇ ବନ୍ଦିଗରେ ଆଚିବଲି ଜାନ୍ଲାଇ ।
ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା;
14 ୧୪ ମୁଇ ବନ୍ଦିଗରେ ରଇଲାର୍ପାଇ, ଇତି ରଇବା କେତେକ୍ କେତେକ୍ ବିସ୍ବାସି ବାଇବଇନିମନ୍କେ ମାପ୍ରୁ ବପୁ ଦେଲାଆଚେ । ପର୍ମେସରର୍ ବାକିଅ ନ ଡର୍ତେ ଜାନାଇବାକେ ସେମନ୍କେ ଏବେ ସାଆସ୍ ଆଚେ ।
ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି।
15 ୧୫ ଅଇଲେ ମିସା ସେମନର୍ ବିତ୍ରେ ଅନି କେତେଲକ୍ ମକେ ଆଁକାର୍ କଲାର୍ପାଇ କିରିସ୍ଟର୍ ବିସଇ ଜାନାଇବାକେ ମନ୍ କଲାଇନି । ସେମନ୍ ମର୍ଟାନେଅନି ବଡ୍ ବଲି ଦେକାଇଅଇବାକେ ଏନ୍ତି କଲାଇନି । ମାତର୍ ଆରି କେତେକ୍ ଲକ୍ ଏଟା ସତ୍ ବଲି ମନେବାବିକରି କଲାଇନି ।
କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି;
16 ୧୬ ଏ ଲକ୍ମନ୍ ମକେ ଆଲାଦ୍ କଲାର୍ ପାଇ ସୁବ୍କବର୍ ଜାନାଇଲାଇନି । କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ପର୍ମେସର୍ସେ ମକେ ଏ ବନ୍ଦିଗରେ ସଙ୍ଗଇଆଚେ ବଲି ଜାନିକରି ମିସା ।
ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,
17 ୧୭ ମାତର୍ ଜନ୍ ଲକ୍ମନ୍ ମକେ ଆଁକାର୍ କଲାଇନି, ମର୍ଟାନେଅନି ବଡ୍ ଅଇବୁ ବଲିକରି, କିରିସ୍ଟର୍ ସୁବ୍କବର୍ ଜାନାଇଲାଇନି । ତାକର୍ ମନେ ଏଟା ସତ୍ବଲି ବାବିକରି କରତ୍ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍କି କସ୍ଟ ମୁରଚ୍ଲିନି, ତାର୍ତେଇଅନି ଅଦିକ୍ କସ୍ଟ ମିସାଇବାକେ କୁଟ୍ ପାଁଚ୍ଲାଇନି ।
କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି।
18 ୧୮ ମାତର୍ ଏଟା ମର୍ପାଇ କାଇଟା ନାଇ । ସେମନ୍ ସତଇସେ କଲେ କି ବୁଲ୍ କାମର୍ ପାଇ କଲେ ମିସା, କିରିସ୍ଟର୍ ବିସଇର୍ କବର୍ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।
ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।
19 ୧୯ ଆରି ମୁଇ ସାର୍ଦା ଅଇତେରଇବି । କାଇକେବଇଲେ ତମେ ମର୍ପାଇ ପାର୍ତନା କଲାସ୍ନି ବଲି ମୁଇ ଜାନି । ଆରି ଜିସୁକିରିସ୍ଟର୍ ସୁକଲ୍ ଆତ୍ମାର୍ ସାଇଜର୍ଲାଗି ପର୍ମେସର୍ ମକେ ମୁକ୍ଲାଇସି ।
କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,
20 ୨୦ ମୁଇ ଦିଆନ୍ ଦେଇ ଆରି ଆସା କରି ଜାଗ୍ଲିନି । ମୁଇ ଜିବନ୍ ରଇଲେ କି ମର୍ବାକେ ଅଇଲେ ମିସା ମର୍ କାମ୍ଟାନେ ଏଲା ନ କରି । ମାତର୍ ଅଦିକାର୍ ସଙ୍ଗ୍ ରଇବା ଲକ୍ମନର୍ ମୁଆଟେ କାତା ଅଇବାକେ ମକେ ଅଦିକ୍ ସାଆସ୍ ଆଇସି । ଏନ୍ତାରିକରି ମୁଇ ଜେତ୍କି କାମ୍ କଲିନି, କିରିସ୍ଟକେ ଡାକ୍ପୁଟା କରାଇବି ।
ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି।
21 ୨୧ କାଇକେବଇଲେ ମର୍ପାଇ ଜିଇବା କାଇବାଟା ସବୁ କିରିସ୍ଟସେ । ଆରି ମର୍ ଇସାବେ, କିରିସ୍ଟର୍ଟାନେ ରଇକରି ମର୍ବାଟା ବେସି ନିକ ।
କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ।
22 ୨୨ ମୁଇ ଜିଇରଇଲେ, କିରିସ୍ଟର୍ପାଇ ନିକ ସଙ୍ଗ୍ କାମ୍ କରିଅଇସି । ମାତର୍ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍ଲିନି ।
କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।
23 ୨୩ ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ ।
ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;
24 ୨୪ ମାତର୍ ତମର୍ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।
ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ।
25 ୨୫ ଏ ବିସଇ ମୁଇ ଡାଁଟ୍ ସଙ୍ଗ୍ ଜାନ୍ଲିନି । ତେବର୍ପାଇ ମୁଇ ଜିଇକରି ରଇବି ଜେନ୍ତାରିକି, ତମେ ବିସ୍ବାସେ ଡାଁଟ୍ ଅଇସା ଆରି ବିସ୍ବାସ୍ କଲାର୍ପାଇ ସାର୍ଦା ଅଇସା ।
ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି,
26 ୨୬ ସେନ୍ତାର୍ଆଲେ, ମୁଇ ତମର୍ ସଙ୍ଗ୍ ଆରିତରେକ୍ ମିସ୍ବାବେଲେ, ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ତମେ ମର୍ ବିସଇନେଇ ବଡ୍ପନ୍ ଅଇସା ।
ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋʼ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ।
27 ୨୭ ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।
ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,
28 ୨୮ ଜନ୍ ଲକ୍ମନ୍ ତମର୍ ବିରଦେ ଆଇଲାଇନି, ସେମନ୍କେ ଡରା ନାଇ । ତମେ ସାଆସ୍ ଦାରିରଇଲେ, ପର୍ମେସର୍ ସେମନ୍କେ କୁରୁପ୍ନାସ୍ କରି ତମ୍କେ ରକିଆ କର୍ସି ବଲି ଜାନ୍ବାଇ । ଏ ସବୁ ବିସଇ ପର୍ମେସର୍ସେ କର୍ସି ।
ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ;
29 ୨୯ କାଇକେବଇଲେ ପର୍ମେସର୍ ତମ୍କେ କିରିସ୍ଟକେ ଅବ୍କା ବିସ୍ବାସ୍ କର୍ବା ଦାନ୍ ଦେଏନାଇ, ମାତର୍ ତାର୍ପାଇ ଦୁକ୍ କସ୍ଟ ପାଇକରି ରଇବା ଦାନ୍ ମିସା ଦେଲାଆଚେ ।
କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;
30 ୩୦ ତମର୍ ବିରୁଦେ ଆଇବା ଲକ୍ମନର୍ ସଙ୍ଗ୍ ଜନ୍ ଜୁଇଦେ ତମେ ରଇଲାସ୍, ସେନ୍ତାରିସେ ଗଟେକ୍ ଜୁଇଦେ ମୁଇ ମିସା ପିଲିପ୍ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍ନି ।
ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।