< ଏପିସିୟ 6 >
1 ୧ ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା ।
ହେ ସନ୍ତାନମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ;
2 ୨ ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା ।
କାରଣ ତାହା ଯଥାର୍ଥ। “ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା),”
3 ୩ ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।
4 ୪ ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ପୁଣି, ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର।
5 ୫ ଏ ଗତିଦାଙ୍ଗ୍ଡାମନ୍, ଏ ଜଗତେ ରଇବା ସାଉକାର୍ମନର୍ କାତା ମାନିକରି ରୁଆ । ସେମନ୍କେ ସନ୍ମାନ୍ ଦେଇ, ପୁରାପୁରୁନ୍ ମନ୍ ସଙ୍ଗ୍ ନାମିକରି ରୁଆ । ଜେନ୍ତାରି କି ତମେ କିରିସ୍ଟକେ ନାମିକରି ରଇସା ।
ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହିପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;
6 ୬ ଅବ୍କା ସେମନର୍ ମୁଆଟେ ବଲ୍ ବଲାଇ ଅଇବାକେ ନାଇ, କି ସେମନ୍ ଦେକ୍ଲାବେଲେସେ ନାଇ । ମାତର୍ କିରିସ୍ଟର୍ ଗତିଦାଙ୍ଗ୍ଡା ପାରା, ପର୍ମେସର୍ ମନ୍କଲାଟା ପୁରାପୁରୁନ୍ ମନ୍ ଦିଆନ୍ ଦେଇ କରା ।
ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ବରଙ୍କ ଇଚ୍ଛା ସାଧନ କର।
7 ୭ ତମ୍କେ ଦାଇତ୍ ଦେଇରଇବା ସବୁ କାମ୍ ସାର୍ଦା ସଙ୍ଗ୍ କରା । ଜେନ୍ତାରିକି ତମେ ଅବ୍କା ଲକ୍ମନର୍ ପାଇ କାମ୍ ନ କରି ମାପ୍ରୁର୍ ସେବା କଲା ପାରା କରା ।
ସ୍ୱାଧୀନ କି ପରାଧୀନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ,
8 ୮ କାଇକେବଇଲେ ତମେ ନିକ କାମ୍ କଲେ, ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । ତମେ ଗତିଦାଙ୍ଗ୍ଡା ଅଇରୁଆ କି ମୁକଲ୍ଲା ଲକ୍ ଅଇରୁଆ ।
ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର।
9 ୯ ଏ ସାଉକାର୍ମନ୍, ସେନ୍ତାରିସେ ତମର୍ ଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଦେକାରକା କରା । ସେମନ୍କେ ଦାକାପୁକା ଦିଆସ୍ ନାଇ । ତମର୍ ମନେ ରଅ, ତାକର୍ ଆରି ତମର୍ ସାଉକାର୍ ସର୍ଗେ ଆଚେ । ଆରି ସେ ସାନ୍ ବଡ୍ ନ ବାବି ଦେକାରକା କର୍ସି ।
ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।
10 ୧୦ ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ ।
ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।
11 ୧୧ ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ ।
ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର।
12 ୧୨ କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି । (aiōn )
କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; (aiōn )
13 ୧୩ ତେବର୍ପାଇ ପର୍ମେସର୍ ଦେଇରଇବା ସବୁରକାମ୍ ଜୁଜ୍ବା ଆତ୍ ଆତିଆର୍ ଗଟେକ୍ ସନିଅ ପିନ୍ଦ୍ଲାପାରା ପନ୍ଦିକରି ସାଜାଡା । ସେନ୍ତାର୍ ରଇଲେ ସଇତାନ୍ ଆରି ତାର୍ କାରାପ୍ ଆତ୍ମାମନ୍ ତମ୍କେ ଜୁଜ୍ଲାବେଲେ ସେମନ୍କେ ତମେ ବିରଦ୍ କରି ପାରାସ୍ । ଜୁଇଦର୍ପାଇ ସବୁ ରକାମ୍ଟା ସାଜାଡି ରଇଲେ ତମେ ପଚେ ନ ଗୁଚିକରି ଟିଆଅଇ ପାର୍ସା ।
ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।
14 ୧୪ ତେବେ ଜୁଇଦର୍ପାଇ ତମେ ଏନ୍ତାରି ଜାଗ୍ରତ୍ ଉଆ । ଜେନ୍ତାରି କି, ପର୍ମେସରର୍ ସତ୍ ଆଁଟାବେଡା, ଆଁଟାଇ ବାନ୍ଦିଅଇ, ତାର୍ ଦରମର୍ ସାଞ୍ଜୁ ଜଗାଡି ଅଇ,
ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର,
15 ୧୫ ସୁବ୍କବରେଅନି ଆଇବା ସାନ୍ତିର୍ ପାଣ୍ଡଇ ପିନ୍ଦି ସାଜାଡି ଉଆ ।
ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ;
16 ୧୬ ଏ ସବୁର୍ ଉପ୍ରେ ବିସ୍ବାସର୍ ତେବାଇବା ଡାଲ୍ ଦାରିରୁଆ । ଏ ଡାଲ୍ସଙ୍ଗ୍ ସଇତାନ୍ ତମର୍ ମୁଆଟେ ବିନ୍ଦ୍ବା ଜଇର୍ କାଣ୍ଡ୍ ଅଟ୍କାଇ ପାର୍ସା ।
ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର।
17 ୧୭ ଆରି ମାପ୍ରୁ ଦେଇରଇବା ମୁକ୍ତି, ଗଟେକ୍ ଟପିପାରା ମୁଣ୍ଡ୍ ରକିଆ କର୍ବାକେ ପିନ୍ଦିରୁଆ । ସୁକଲ୍ଆତ୍ମା ଦେଇରଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍ମେସରର୍ ବାକିଅ ।
ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ, ଅର୍ଥାତ୍ ଈଶ୍ବରଙ୍କ ବାକ୍ୟ ଧାରଣ କର;
18 ୧୮ ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।
19 ୧୯ ମର୍ପାଇ ମିସା ପାର୍ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍ମେସର୍ ମକେ ଟିକ୍ ବାକିଅ ଦେଅ । ସେନ୍ତାର୍ କଲେ, ସୁବ୍ କବରର୍ ଲୁଚିରଇବା ବିସଇ ମୁଇ କାକେ ନ ଡରିକରି ଲକ୍ମନ୍କେ ଜାନାଇ ପାର୍ବି ।
ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଜଞ୍ଜିରରେ ବନ୍ଧାହୋଇଥିବା ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ,
20 ୨୦ ଏବେ ମୁଇ ବନ୍ଦି ଅଇ ରଇଲେ ମିସା କିରିସ୍ଟର୍ ସୁବ୍କବର୍ ଜାନାଇବାପାଇ ଗଟେକ୍ ରାଜାର୍ ଦୁତ୍ ପାରା ଅଇଲିଆଚି । ସୁବ୍କବର୍ ଟିକ୍ ସଙ୍ଗ୍, ନ ଡରିକରି ଜାନାଇବାକେ ପର୍ମେସର୍ ମକେ ବପୁ ଦେଅ ବଲି ପାର୍ତନା କରା ।
ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।
21 ୨୧ ତକିକସ୍ ଜେ କି ଆମର୍ ଆଲାଦର୍ ବାଇ, । ସେ ମାପ୍ରୁକେ ବିସ୍ବାସ୍ ସଙ୍ଗ୍ ସେବା କଲାନି । ମୁଇ କେନ୍ତି ଆଚି ଆରି କାଇଟା କଲିନି, ସେ ସବୁ ବିସଇ ତମ୍କେ କଇଦେଇସି ।
ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;
22 ୨୨ ଆମ୍କେ ଗଟ୍ବା ବିସଇ ସବୁ ତମେ ଜାନିରୁଆ ବଲିକରି ମୁଇ ତାକେ ତମର୍ଟାନେ ପାଟାଇଲିନି । ଆରି ସେ ତମ୍କେ ସାର୍ଦା କରାଇସି ।
ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ।
23 ୨୩ ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ସବୁ ବିସ୍ବାସି ବାଇମନ୍କେ ସାନ୍ତି ଦେଅ । କିରିସ୍ଟକେ ବିସ୍ବାସ୍ କରି ତମର୍ ବିତ୍ରେ ଆଲାଦ୍ କରାକରି ଅଇବାକେ ସେମନ୍ ତମ୍କେ ସାଇଜ କରତ୍ ।
ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ।
24 ୨୪ ଆମର୍ ମାପ୍ରୁ ଜିସୁ କିରିସ୍ଟକେ ଜେତ୍କି ଲକ୍ ଆଲାଦ୍ କଲାଇନି, ସେମନ୍କେ ପର୍ମେସର୍ ତାର୍ ଜିବନ୍ ଦୁକାଇଲାଟା ଆରି ନ ସାର୍ବା ଆଲାଦ୍ ଦେଅ ।
ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ।