< ପେରିତ୍‌ 23 >

1 ପାଉଲ୍‌ ବଡ୍‌ସବାର୍‌ ଲକ୍‌ମନ୍‌କେ ସିଦା ଦେକି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌! ଆଜିକେ ଜାକ ମୁଇ ପରମେସରର୍‌ ମୁଆଟେ କେନ୍ତାର୍‌ ଜିବନ୍‌ ବିତାଇ ଆଚି, ସେ ବିସଇଟାନେ ମନ୍‌ ପୁରାପୁରୁନ୍‌ ନିର୍‌ମଲ୍‌ ଆଚେ ।”
ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ବରଙ୍କ ସାକ୍ଷାତରେ ଆଚାର-ବ୍ୟବହାର କରି ଆସିଅଛି।
2 ଏ କାତା ସୁନିକରି ଅନନିଅ ନାଉଁର୍‌ ବଡ୍‌ ପୁଜାରି ପାଉଲର୍‌ ଲଗେ ଟିଆଅଇରଇବା ଲକ୍‌ମନ୍‌କେ, ତାର୍‌ ଗାଲେ ଚାପଡ୍‌ ମାରା ବଲି ତିଆର୍‌ଲା ।
ସେଥିରେ ମହାଯାଜକ ହାନାନ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ।
3 ପାଉଲ୍‌ ତାକେ କଇଲା, “ଏ ଚୁନ୍‌ ମାରିଅଇଲା ଦବ୍‌ଲା ଉଆଁରି କତି, ପର୍‌ମେସର୍‌ ତକେ ଡଣ୍ଡ୍ ଦେଇସି ଆକା । ନିୟମ୍‌ ଇସାବେ ମର୍‌ ବିଚାର୍‌ କର୍‌ବାକେ, ତୁଇ ତେଇ ବସିଆଚୁସ୍‌ । ଏଲେ ମିସା, ନିୟମ୍‌ ବାଙ୍ଗିକରି ମକେ ମାର୍‌ବାକେ ତିଆର୍‌ଲୁସ୍‌ନି!”
ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ?
4 ଲଗେ ରଇବା ଲକ୍‌ମନ୍‌ ପାଉଲ୍‌କେ କଇଲାଇ, “ପର୍‌ମେସର୍‌ ବାଚିରଇବା ବଡ୍‌ ପୁଜାରିକେ ତୁଇ ନିନ୍ଦା କଲୁସ୍‌ନି!”
ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ବରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ?
5 ପାଉଲ୍‌ କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ସେ ବଡ୍‌ ପୁଜାରି ବଲି ମୁଇ ନାଜାନିରଇଲି । ସାସ୍‌ତରେ ଲେକାଆଚେ, ତମେ ନିଜର୍‌ ଜାତିର୍‌ ସାସନ୍‌କାରିଆକେ କରାପ୍‌ କାତା କଇବାର୍‌ନାଇ ।”
ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ।
6 ବଡ୍‌ ସବାର୍‌ ମେମର୍‌ମନର୍‌ ବିତ୍‌ରେ କେତେଟା ପାରୁସି ଆରି କେତେଟା ସାଦୁକିମନ୍‌ ରଇଲାଟା ଦେକି ପାଉଲ୍‌ ବଡ୍‌ ସବାର୍‌ ଲକ୍‌ମନ୍‌କେ ଦେକାଇ ଆଉଲି ଅଇକରି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ମୁଇ ଗଟେକ୍‌ ପାରୁସି ଲକ୍‌, ମର୍‌ ଆୟା ବାବା ମିସା ପାରୁସି । ମଲା ଲକ୍‌ମନ୍‌ ଆରିତରେକ୍‌ ଉଟ୍‌ବାଟା ମର୍‌ ଆସା ଆଚେ ବଲି, ଇତି ମର୍‌ ବିଚାର୍‌ନା ଅଇଲାନି ।”
ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍‍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି।
7 ପାଉଲ୍‌ ଏ କାତା କଇଲା ଦାପ୍‌ରେ, ପାରୁସି ଆରି ସାଦୁକିମନର୍‌ ବିତ୍‌ରେ ଲାଗାଜଡା ଅଇଗାଲାଇ ଆରି ସେମନ୍‌ ବେଗ୍‌ଲି ଗାଲାଇ ।
ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା।
8 କାଇକେବଇଲେ ସାଦୁକିମନର୍‌ ବିସ୍‌ବାସ୍‌ ଇସାବେ ମଲା ଲକ୍‌ମନ୍‌ ନ ଉଟତ୍‌ । ସରଗର୍‌ ଦୁତ୍‌ କି ଆତ୍‌ମା ମିସା ନାଇ ବଲି, ବିସ୍‌ବାସ୍‌ କର୍‌ବାଇ, ମାତର୍‌ ପାରୁସିମନ୍‌ ଏ ତିନ୍‌ଟା ଜାକ ବିସ୍‌ବାସ୍‌ କର୍‌ତେରଇଲାଇ ।
କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି।
9 ସେମନର୍‌ କିରଜାଟି ଅଇବାଟା ଅଦିକ୍‌ ଅଦିକ୍‌ ଅଇଆଇଲା । ପାରୁସି ଦଲର୍‌ କେତେଟା ଦରମ୍‌ ଗୁରୁ ଉଟିକରି ଡାଟ୍‌ ସଙ୍ଗ୍‍ କଇଲାଇ, “ଆମେ ଏ ଲକର୍‌ ଟାନେଅନି କାଇ ଦସ୍‌ ମିସା ମିଲାଉ ନାଇ । କେଜାନେ ଆକେ ଗଟେକ୍‌ ସରଗର୍‌ ଦୁତ୍‌ କି ଆତ୍‌ମା କାତା କଇରଇସି ।”
ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।
10 ୧୦ ତାକର୍‌ ଦଦାପେଲା ଅଦିକ୍‌ ଅଦିକ୍‌ ଅଇଗାଲାକେ ଲକ୍‌ମନ୍‌ ପାଉଲ୍‌କେ ଗନ୍ଦାଗନ୍ଦା କରି ଚିରି ପାକାଇବାଇ ବଲି ସନିଅମନର୍‌ ମୁକିଅ ଡର୍‌ଲା । ତେବେ ସେ ଗଣ୍ଡ୍‍ଗଲ୍‌ ଅଇବା ଲକ୍‌ମନର୍‌ ବିତ୍‌ରେଅନି ପାଉଲ୍‌କେ ରକିଆ କରି ଗଡ୍‌ ବିତ୍‌ରେ ଦାରି ଜିବାକେ ସନିଅମନ୍‌କେ ତିଆର୍‌ଲା ।
ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ।
11 ୧୧ ସେ ରାତି ମାପ୍‌ରୁ ପାଉଲର୍‌ ଲଗେ ଟିଆଅଇ କଇଲା, “ଡର୍‌ ନାଇ! ମର୍‌ ପାଇ ଇତି ଜିରୁସାଲାମେ ତୁଇ ସାକି ଦେଇ ଆଚୁସ୍‌ । ରମ୍‌ ଦେସେ ମିସା ତୁଇ ସେନ୍‌ତାରି କର୍‌ବାର୍‌ ଆଚେ ।”
ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, “ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମ ସହରରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ।”
12 ୧୨ ଆରକର୍‌ ଦିନର୍‌ ସାକାଲେ କେତେଟା ଜିଉଦିମନ୍‌ ଗଟେକ୍‌ଟାନେ ରୁଣ୍ଡି ଜଜ୍‌ନା କଲାଇ । ପାଉଲ୍‌କେ ନ ମରାଇବା ଜାକ ସେମନ୍‌ ଅରନ୍‌ପାନି ନ ଚିଉ ବଲି ସପତ୍‌ କଲାଇ ।
ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ।
13 ୧୩ ଚାଲିସ୍‌ତେଇଅନି ଅଦିକ୍‌ ଲକ୍‌ ଏ ଜଜ୍‌ନା କଲାଇ ।
ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ।
14 ୧୪ ସେମନ୍‌ ଜାଇକରି ମୁକିଅ ପୁଜାରିମନ୍‌କେ ଆରି ପାର୍‌ଚିନ୍‌ମନ୍‌ କେ କଇଲାଇ, “ପାଉଲ୍‌କେ ନ ମରାଇବା ଜାକ ଅରନ୍‌ପାନି ନ ଚିଉ ବଲି ଆମେ ସପତ୍‌ କରିଆଚୁ ।
ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ।
15 ୧୫ ତମେ ଆରି ବଡ୍‌ସବାର୍‌ ଲକ୍‌ମନ୍‌ ରମିୟ ନେତା ପାଉଲ୍‌କେ ଇତି ଆରିତରେକ୍‌ ଆନା ବଲି କବର୍‌ ପାଟାଆ । ତାର୍‌ ବିସଇର୍‌ ଟିକିନିକି ଜାନ୍‌ବାର୍‌ ଆଚେ ବଲି ମିଚ୍‌ କଇକରି ଆନାଆ । ସେ ବଡ୍‌ ସବାଇ ଆଇବା ବେଲେ ତାକେ ବାଟେ ଜାଗି ମାରି ମରାଇଦେବୁ ।”
ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର-ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ।
16 ୧୬ ପାଉଲର୍‌ ବାନ୍‌ଜା ଏମନର୍‌ କୁଟ୍‌ କାତା ସୁନିକରି ଗଡ୍‌ ବିତ୍‌ରେ ଗାଲା ଆରି ସବୁ କାତା ପାଉଲ୍‌କେ କଇଦେଲା ।
କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣିଲେ ଏବଂ ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ।
17 ୧୭ ପାଉଲ୍‌ ଗଟେକ୍‌ ରମିୟ ଅଦିକାରିକେ ଡାକାଇ କରି କଇଲା, “ଏ ଦାଙ୍ଗ୍‌ଡାକେ ସନିଅମନର୍‌ ମୁକିଅ ଲଗେ ଦାରି ଜାଅତ୍‌ । ସେ ତାକେ କାଇଟାକି କଇବାର୍‌ ଆଚେ ।”
ସେଥିରେ ପାଉଲ ଜଣେ ଶତ-ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି।
18 ୧୮ ସନିଅ ତାକେ ମୁକିଆର୍‌ ଲଗେ ନେଇ କଇଲା, “ବନ୍ଦି ରଇବା ପାଉଲ୍‌ ମକେ ଡାକି ଏ ଦାଙ୍ଗ୍‌ଡାକେ ତମର୍‌ ଲଗେ ଆନ୍‌ବାକେ କଇଲା । ତମ୍‌କେ ପନି ସେ କାଇଟା କଇବାର୍‌ ଆଚେ ।”
ତେଣୁ ସେ ତାହାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି।
19 ୧୯ ସନିଅମନର୍‌ ମୁକିଅ ତାର୍‌ ଆତ୍‌ ଦାରିକରି ଗଟେକ୍‌ ପାଲିକେ ଡାକିନେଲା ଆରି ପାଚାର୍‌ଲା, “କାଇଟା କଇବାର୍‌ ଆଚେ କଅ!”
ସହସ୍ର-ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି?
20 ୨୦ ଦାଙ୍ଗ୍‌ଡା କଇଲା, “ପାଉଲର୍‌ ଟିକିନିକି ବିସଇ ଜାନ୍‌ବାର୍‌ ଆଚେ ବଲି ନାଡାଇକରି ତାକେ ଜିଉଦିମନ୍‌ ବଡ୍‌ ସବାଇ ନେବାକେ, ତମ୍‌କେ ଗୁଆରି କର୍‌ବାଇ ।
ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି।
21 ୨୧ ମାତର୍‌ ତମେ ତାକର୍‌ କାତା ସୁନା ନାଇ । କାଇକେ ବଇଲେ ଚାଲିସ୍‌ତେଇଅନି ଅଦିକ୍‌ ଲକ୍‌ ଲୁଚିକରି ପାଉଲ୍‌କେ ମରାଇବାକେ ଜାଗିଆଚତ୍‌ । ‘ତାକେ ନ ମରାଇବା ଜାକ ଅରନ୍‌ପାନି ନ କାଉଁ’ ବଲି ସପତ୍‌ କଲାଇ ଆଚତ୍‌ । ଏବେ ସେମନ୍‌ ତମର୍‌ ଆଦେସ୍‌ ଦେବାଟାକେ ଜାଗିକରି ଆଚତ୍‌ ।”
ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି।
22 ୨୨ ସନିଅମନର୍‌ ମୁକିଅ କଇଲା, “ତୁଇ ମକେ ଏ କାତା ଜାନାଇ ଆଚି ବଲି କାକେ କଅ ନାଇ ।” ଏନ୍‌ତାରି କଇକରି ଦାଙ୍ଗ୍‌ଡାକେ ପାଟାଇ ଦେଲା ।
ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।
23 ୨୩ ସନିଅମନର୍‌ ମୁକିଅ ତାର୍‌ ତଲେ ରଇଲା ଦୁଇଟା ସନିଅକେ ଡାକାଇ କଇଲା, “ଆଜି ରାତି ନଅଟା ବିତ୍‌ରେ ସିସେରିଆ ଜିବାକେ ଦୁଇସ ସନିଅକେ ତିଆର୍‌, ଆରି ସତୁରିଟା ଗଡାଇ ଚଗୁମନ୍‌ ଆରି ଦୁଇ ସଅ ବର୍‌ଚି ଦାରୁମନ୍‌କେ ଟିକ୍‌ କର୍‌ ।
ପରେ ସେ ଦୁଇ ଜଣ ଶତ-ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।
24 ୨୪ ପାଉଲ୍‌ ଜିବା ପାଇ କେତେଟା ଗଡା ଦିଆସ୍‌ ଆରି ନିକ ସଙ୍ଗେ ତାକେ ସାସନ୍‌କାରିଆ ପେଲିକ୍‍ସ୍ ଲଗେ ଦାରି ଜାଆ ।”
ପୁଣି, ସେମାନେ ଯେପରି ପାଉଲଙ୍କୁ ଅଶ୍ବବାହନ ଉପରେ ବସାଇ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କ ନିକଟକୁ ନିରାପଦରେ ନେଇଯାଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ।
25 ୨୫ ସନିଅମନର୍‌ ମୁକିଅ ପେଲିକ୍‍ସ୍‍କେ ଏନ୍‌ତି ଗଟେକ୍‌ ଚିଟି ଲେକ୍‌ଲା,
ଆଉ, ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ,
26 ୨୬ “ଏ ଚିଟି ମୁଇ କାଲାଡିଆକେ ଲିସିଆର୍‌ ସବୁର୍‌ଟାନେଅନି ଡାକ୍‌ପୁଟା ରଇବା ସନ୍‌ମାନର୍‌ ସାସନ୍‌କାରିଆ ପେଲିକ୍‍ସ୍‍କେ ଲେକ୍‌ଲିନି, ଜୁଆର୍‌!
ମହାମହିମ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କୁ, କ୍ଲାଉଦିଅ ଲୂସୀୟାଙ୍କର ନମସ୍କାର।
27 ୨୭ ଆଗିଆ, ଜିଉଦିମନ୍‌ ଏ ଲକ୍‌କେ ଦାରି ତାକେ ମର୍‌ତେ ମାରିଦେବାକେ ଚେସ୍‌ଟା କର୍‌ତେ ରଇଲାଇ । ସେ ଗଟେକ୍‌ ରମିୟ ଲକ୍‌ ବଲି ଜାନ୍‌ଲା ପଚେ, ମୁଇ ତାକେ ମର୍‌ ସନିଅମନ୍‌ ସଙ୍ଗେ ତାକେ ରକିଆ କଲି ।
ଯିହୁଦୀମାନେ ଏହି ଲୋକକୁ ଧରି ବଧ କରିବାକୁ ଯାଉଥିବା ସମୟରେ ମୁଁ ସୈନ୍ୟମାନଙ୍କ ସହିତ ଯାଇ ସେ ଜଣେ ରୋମୀୟ ବୋଲି ଜାଣି ଏହାକୁ ଉଦ୍ଧାର କଲି।
28 ୨୮ ସେମନର୍‌ ବିରଦେ ସେ କାଇ ଦସ୍‌ କଲା ଆଚେ, ସେଟା ଜାନ୍‌ବାକେ ତାକେ ମୁଇ ସେମନର୍‌ ବଡ୍‌ସବାଇ ଦାରିଗାଲି ।
କେଉଁ କାରଣରୁ ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି, ତାହା ଜାଣିବାକୁ ଇଚ୍ଛା କରି ମୁଁ ଏହାକୁ ସେମାନଙ୍କର ମହାସଭା ନିକଟକୁ ନେଇଗଲି।
29 ୨୯ ମାତର୍‌ ସେ ମରନର୍‌ କି ବନ୍ଦି ଡଣ୍ଡ୍ ପାଇବା ପାରା କାଇମିସା ବୁଲ୍‌ କାମ୍‌ କରେ ନାଇ ବଲି ମୁଇ ଜାନିପାର୍‌ଲି । ତାର୍‌ ବିରଦେ ଅଇଲା ଦାବା ସବୁ, ତାକର୍‌ ନିଜର୍‌ ଦରମ୍‌ ବିସଇ ।
ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କରା ନ ଯାଇ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି।
30 ୩୦ ଆରି ତାର୍‌ ବିରଦେ ଗଟେକ୍‌ କୁଟ୍‌ ଜଜ୍‌ନା ଅଇଲାନି ବଲି କବର୍‌ ସୁନି, ବେଗି ବେଗି ତମର୍‌ ଲଗେ ପାଟାଇ ଦେବାକେ ଟିକ୍‌ କଲି, ତାର୍‌ ବିରଦେ ରଇଲା ଦାବା, ତର୍‌ ମୁଆଟେ ଜାନାଇବାକେ ତାର୍‌ ଦାବାଦାରିମନ୍‌କେ ମୁଇ କଇଲିଆଚି ।”
ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠାଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି।
31 ୩୧ ସନିଅମନ୍‌ ସେ ଆଦେସ୍‌ ଇସାବେ ପାଉଲ୍‌କେ ସେ ରାତି ଆନ୍‌ତିପଟ୍‌ରିସେ କେଟାଇଦେଲାଇ ।
ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ।
32 ୩୨ ତାର୍‌ ଆର୍‌କର୍‌ ଦିନେ ଇଣ୍ଡିଜିବା ସନିଅମନ୍‌ ଗଡେ ବାଉଡିଗାଲାଇ ଆରି ଗଡାଇ ଜାଉ ସନିଅମନ୍‌କେ ଜିବାକେ କଇଲାଇ ।
ପରଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡ଼ିଦେଇ ଗଡ଼କୁ ଫେରିଗଲେ।
33 ୩୩ ସନିଅମନ୍‌ ପାଉଲ୍‌କେ ଦାରି ସିସେରିଆଇ କେଟ୍‌ଲାଇ । ତେଇ ସନିଅମନର୍‌ ମୁକିଅର୍‌ ଚିଟି ସଙ୍ଗେ ପାଉଲ୍‌କେ ସାସନ୍‌କାରିଆର୍‌ ଆତେ ଜିମାଦେଇଦେଲାଇ ।
ପରେ ଅଶ୍ୱାରୋହୀମାନେ କାଇସରିୟାକୁ ଆସି ଶାସନକର୍ତ୍ତା ଫେଲିକ୍ସ୍‍ଙ୍କୁ ଚିଠି ଦେଲେ, ପୁଣି, ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ।
34 ୩୪ ସାସନ୍‌କାରିଆ ଚିଟି ପଡି ପାଉଲ୍‌କେ କନ୍‌ ରାଇଜେଅନି ଆସିଆଚୁସ୍‌? ବଲି ପାଚାର୍‌ଲା । ପାଉଲ୍‌ ସିଲିସିଆଇଅନି, ବଲି ଜାନ୍‌ଲା ।
ସେ ଚିଠିଟି ପଢ଼ିଲା ଉତ୍ତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି, ସେ ଯେ କିଲିକିୟାର ଲୋକ, ଏହା ଜାଣି ସେ କହିଲେ,
35 ୩୫ ସେ କଇଲା, “ତମର୍‌ ଦାବାଦାରିମନ୍‌ ଆସି କେଟ୍‌ଲା ପଚେ, ମୁଇ ତର୍‌ କାତା ସୁନ୍‌ବି ।” ତାର୍‌ ପଚେ ପାଉଲ୍‌କେ ଏରଦ୍‌ ରାଜାର୍‌ ନଅରେ ବନ୍ଦି କରି ସଙ୍ଗଇବାକେ ଆଦେସ୍‌ ଦେଲା ।
ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା। ଆଉ ସେ ହେରୋଦଙ୍କ ପ୍ରାସାଦରେ ତାହାଙ୍କୁ ରଖିବା ନିମନ୍ତେ ଆଦେଶ ଦେଲେ।

< ପେରିତ୍‌ 23 >