< ରମିୟ 1 >
1 ୧ ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
2 ୨ ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା ।
ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
3 ୩ ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା ।
ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
4 ୪ ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା ।
କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
5 ୫ ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
6 ୬ ଏ ରମ୍ ଦେସର୍ ଲକ୍! ତମେମିସା ଜିସୁକିରିସ୍ଟର୍ ସିସ୍ ଅଇବାକେ ବାଚାଇ ଅଇଆଚାସ୍ ।
ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
7 ୭ ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
8 ୮ ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି ।
ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
9 ୯ ମୁଇ ମର୍ ସବୁ ମନ୍ପରାନ୍ ଦେଇ ଜନ୍ ପରମେସର୍କେ ସେବା କଲିନି, ଆରି ଜନ୍ ପରମେସରର୍ ପଅର୍ ସୁବ୍ କବର୍ ଜାନାଇଲିନି, ସେ ପରମେସର୍ ମର୍ ସାକି ।
କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
10 ୧୦ ମୁଇ ପାର୍ତନା କଲାବେଲେ ତମ୍କେ ସବୁବେଲେ ଏତାଇଲିନି । ସେ ମନ୍ କଲେ, ମକେ ତମର୍ ଲଗେ ଜିବାକେ ବେଲା ଟିକ୍ କରି ଦେଅ ବଲି ପରମେସର୍କେ ଗୁଆରି କଲିନି ।
ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
11 ୧୧ ତମର୍ ଲଗେ ଆଇବାକେ ମୁଇ ବେସି ମନ୍ କଲିନି । ମର୍ ପାଇରଇଲା ଆତ୍ମାର୍ ଦାନ୍ ବିସଇ ଜାନାଇବାଟାନେଅନି ତମର୍ ବିସ୍ବାସ୍ ଡାଟ୍ କରାଇବି ।
ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
12 ୧୨ ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
13 ୧୩ ବାଇବଇନିମନ୍, ତମର୍ ଟାନେ ଆଇବାକେ ମୁଇ ବେସି ତର୍ ମନ୍ କରିରଇଲି, ମାତର୍ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍ଲିନି । ବିନ୍ ବିନ୍ ଜାଗାର୍ ଜିଉଦି ନଇଲା ଲକ୍ମନର୍ ବିତ୍ରେ ସୁବ୍କବର୍ ଜାନାଇକରି ମକେ ଜେତ୍କି ସାର୍ଦା ମିଲ୍ଲା ଆଚେ, ତମର୍ ଜାଗାଇ ମିସା ସେଟା କର୍ବାକେ ମୁଇ ମନ୍ କଲିନି ।
ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
14 ୧୪ କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ ।
ଗ୍ରୀକ୍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
15 ୧୫ ସେଟାର୍ ପାଇ ରମ୍ ଗଡର୍ ଲକ୍, ତମର୍ ଲଗେ ମିସା ନିମାନ୍ କବର୍ ଜାନାଇବାକେ ମୁଇ ମନ୍ କଲିନି ।
ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
16 ୧୬ ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ ।
କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ।
17 ୧୭ ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ “ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।”
ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
18 ୧୮ ଜନ୍ ପାପି ଲକ୍ମନ୍ ନିଜର୍ କାରାପ୍ କାମେଅନି ସତ୍ ବିସଇ ଅଟ୍କାଇବାଇ, ସେମନର୍ ବିରଦେ ସର୍ଗେଅନି ପରମେସରର୍ ରିସା ଦେକାଇ ଅଇସି ।
କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
19 ୧୯ କାଇକେବଇଲେ ପରମେସରର୍ ବିସଇନେଇ ଜାଇଟା ଜାନ୍ବାର୍ ରଇଲା ସେମନ୍ ସେଟା ଜାନ୍ଲାଇ ଆଚତ୍ । ପରମେସର୍ ନିଜେ ସେଟା ଦେକାଇ ଦେଲାଆଚେ ।
ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
20 ୨୦ ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ । (aïdios )
ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios )
21 ୨୧ ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ ।
କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
22 ୨୨ ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ ।
ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
23 ୨୩ ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
24 ୨୪ ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ ।
ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
25 ୨୫ ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ! ଆମେନ୍ । (aiōn )
କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍। (aiōn )
26 ୨୬ ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି ।
ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
27 ୨୭ ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।
ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
28 ୨୮ ଏ ଲକ୍ମନ୍ ପରମେସରର୍ ବିସଇନେଇ ନିମାନ୍ ବାବ୍ବାକେ ମନ୍ ନ କଲାର୍ ପାଇ, ପରମେସର୍ ସେମନ୍କେ ଚାଡି ଦେଲାଆଚେ । ଆରି ମନ୍ ବିତ୍ରେ କାରାପ୍ ଚିନ୍ତା କର୍ବାଟା କରତ୍ ବଲି ଚାଡିଦେଲାଆଚେ । ଏଟାର୍ପାଇ ସେମନ୍ ନ କର୍ବା କାମ୍ କର୍ବାଇ ।
ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
29 ୨୯ ତାକର୍ ବିତ୍ରେ ସବୁରକାମର୍ କାରାପ୍ ବିସଇ, ଜନ୍ଟାମନ୍କି, କାରାପ୍ ଚିନ୍ତା କର୍ବାଟା, ବାନିଆ ଚିନ୍ତା କର୍ବାଟା, ଲବାଇବାଟା, ଲାଁଚ୍ ନେବାଟା, ତାକର୍ ତାକର୍ ବିତ୍ରେ ଇଁସାତଲା ଅଇବାଟା, ନର୍ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍ କର୍ବାଟା ଆରି କୁଟ୍କାତା ଅଇବାଟା ବର୍ତି ଅଇଆଚେ ।
ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
30 ୩୦ ସେମନ୍ କାନେ ପୁସୁର୍ ପାସାର୍ ଅଇବାଟା, ବିନ୍ ଲକ୍କେ ନିନ୍ଦା କର୍ବାଟା, ପରମେସର୍କେ ଗିନ୍ କର୍ବାଟା, ବଡ୍ପନ୍ ଅଇବାଟା, ବଡ୍ପନିଆ କାତା ଅଇବାଟା, ବିନ୍ଲକ୍କେ ପାନ୍ଦେ ଅଦ୍ରାଇବାଟା, ଆରି ଆୟା ବାବାର୍ କାତା ନ ମାନ୍ବାଟା,
ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
31 ୩୧ ଦରମ୍ ବିବେକ୍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍ ବିତ୍ରେ ଆଲାଦ୍ ନ କର୍ବାଟା ଆରି ଜିବନ୍ ନ ଦୁକାଇବାଟା ।
ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
32 ୩୨ ଜନ୍ ଲକ୍ମନ୍ ଏନ୍ତି ଚଲାଚଲ୍ତି କର୍ବାଇ ସେମନ୍ ମରିଜିବାଟା ନିକ । ପରମେସରର୍ ଏ ନିୟମ୍ ସେମନ୍ ଜାନ୍ଲେ ମିସା ଏନ୍ତିସେ ଚଲାଚଲ୍ତି କର୍ବାଇ, ଅବ୍କା ସେଟା ନଏଁ, ମାତର୍ ଏନ୍ତି ଚଲାଚଲ୍ତି କର୍ବା ଲକର୍ ବାଟେ ଅଇକରି, ସାର୍ଦା ସଙ୍ଗ୍ ଏଟା ଟିକ୍ ବଲି ସେମନ୍କେ କଇବାଇ ।
ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।