< ପେରିତ୍ 13 >
1 ୧ ଆନ୍ଟିଅକି ମଣ୍ଡଲିତେଇ କେତେଟା ବବିସତ୍ବକ୍ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍ ବିତ୍ରେ ରଇଲାଇ ବର୍ନବା, ସିମନ୍ ଜାକେ କି ନିଗର୍ ଡାକ୍ତେରଇଲାଇ, ଲୁସିଅସ୍, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍ ଜେ କି ଏରଦର୍ ଗରେ ବଡି ରଇଲା ଆରି ସାଉଲ୍ ।
ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ।
2 ୨ ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, “ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।”
ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର।
3 ୩ ସେଟାର୍ପାଇ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ।
4 ୪ ସୁକଲ୍ ଆତ୍ମାଇଅନି ଆଦେସ୍ ପାଇକରି ଜାଇରଇବା ବର୍ନବା ଆରି ସାଉଲ୍ ସେଲୁକିଆଇ ଗାଲାଇ । ଆରି ତେଇଅନି ପାନି ଜାଜେ ବସି ସାଇପରସ୍ ସମ୍ଦୁର୍ ମଜାଇ ରଇବା ଜାଗାଇ ଗାଲାଇ ।
ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି ସାଇପ୍ରସ୍ ଦ୍ବୀପକୁ ଗଲେ।
5 ୫ ସାଲାମି ଗଡେ କେଟି ଜିଉଦିମନର୍ ପାର୍ତନା ଗର୍ମନ୍କେ ପରମେସରର୍ ବାକିଅ ଜାନାଇଲାଇ । ଜଅନ୍ ମାର୍କ ମିସା ସେମନର୍ ସଙ୍ଗ୍ ରଇକରି ସେମନ୍କେ ସାଇଜ କର୍ତେ ରଇଲାଇ ।
ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ।
6 ୬ ସେମନ୍ ସାଇପରସ୍ ଜାଗା ଚାଡି ପାପ୍ତେ ନାଉଁର୍ ଜାଗାଇ ଗାଲାଇ । ତେଇ ବାର୍ଜିସୁ ନାଉଁର୍ ଗଟେକ୍ ମଁତର୍ ସିକିରଇବା ଜିଉଦିକେ ବେଟ୍ଅଇଲାଇ । ସେ ନିଜ୍କେ ମିଚ୍ରେ ବବିସତ୍ବକ୍ତା ବଲି କଇତେ ରଇଲା ।
ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫ ସହରକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀଙ୍କୁ ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାହାର ନାମ ବର୍ଯୀଶୁ।
7 ୭ ସେ ସମ୍ଦୁର୍ ମଜାଇ ରଇଲା ଜାଗାର୍ ସାସନ୍ କାରିଆର୍ ସର୍ଗିଅ ପାଉଲର୍ ମଇତର୍ ରଇଲା । ସର୍ଗିଅସ୍ ଗଟେକ୍ ଗିଆନି ଲକ୍ ରଇଲା । ସେ ପରମେସରର୍ ବାକିଅ ସୁନ୍ବାକେ ମନ୍ କରି ବର୍ନବା ଆରି ପାଉଲ୍କେ ଡାକାଇଲା ।
ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି। ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ।
8 ୮ ମାତର୍ ଗୁନିଆଁ ଏଲିମାସ୍, (ଏଟା ତାର୍ ଗିରିକ୍ ନାଉଁ) ସେମନ୍କେ ନିଚୁ ବଲି କଇଲା, କାଇକେ ବଇଲେ, ସେ ସାସନ୍ କାରିଆ କିରିସ୍ଟକେ ବିସ୍ବାସ୍ ନ କର ବଲି ବାବ୍ତେ ରଇଲା ।
କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା।
9 ୯ ମାତର୍ ସାଉଲ୍ ଜାର୍ ନାଉଁକି ପାଉଲ୍, ସୁକଲ୍ ଆତ୍ମାଇ ପୁରୁନ୍ ଅଇ, ମଁତର୍ ଜାନିରଇବା ଲକର୍ ବାଟେ ନିକ ଦେକ୍ଲା ।
ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ,
10 ୧୦ ଆରି କଇଲା, “ଏ ସଇତାନର୍ ପିଲା! ତୁଇ, ସବୁ ନିମାନ୍ ବିସଇ ବିରଦ୍ କଲାସ୍ନି । ତୁଇ ସବୁ ରକାମର୍ କରାପ୍ କାମେ ପୁରୁନ୍ ଅଇ ଆଚୁସ୍ ଆରି ସବୁବେଲେ ପର୍ମେସରର୍ କାମ୍ ମିଚ୍ ବଲି ଦେକାଇବାକେ ଚେସ୍ଟା କଲୁସ୍ନି ।
ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ?
11 ୧୧ ଏବେ ମାପ୍ରୁର୍ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍ପାଇ ବେଲର୍ ଉଜଲ୍ ଦେକି ନାପାରୁସ୍ ।” ସେଦାପ୍ରେ ଏଲିମାସର୍ ଆଁକି ଦୁଉଁରି ଆନ୍ଦାର୍ ଅଇଗାଲାପାରା ଲାଗ୍ଲା । ଆରି ତାକେ ଆତେ ଦାରି ଡାକିନେବାକେ ଗଟେକ୍ ଲକ୍କେ ଏନେତେନେ ଆଣ୍ଡାଲି ଅଇ କଜି ବୁଲ୍ଲା ।
ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା।
12 ୧୨ ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ।
13 ୧୩ ପାଉଲ୍ ଆରି ତାର୍ ସଙ୍ଗ୍ ଜିବା ଲକ୍ମନ୍ ପାପସ୍ ଜାଗାଇ ଅନି ପାନିଜାଜେ ଜାଇ ପପୁଲିଆର୍ ପର୍ଗା ନାଉଁ ଜାଗାର୍ ଗଟେକ୍ ଗଡେ କେଟ୍ଲାଇ । ଜଅନ୍ମାର୍କ ତେଇ ସେମନ୍କେ ଚାଡିକରି ଜିରୁସାଲାମ୍ ବାଉଡିଗାଲା ।
ପରେ ପାଉଲ ଓ ତାହାଙ୍କ ସଙ୍ଗୀମାନେ ପାଫ ସହରରୁ ଜଳଯାତ୍ରା କରି ପଂଫୂଲିଆ ଦେଶରେ ପର୍ଗୀ ସହରକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲମ ସହରକୁ ବାହୁଡ଼ିଗଲେ।
14 ୧୪ ସେମନ୍ ପର୍ଗାଇଅନି ଜାଇ ପିସିଦିଆର୍ ଆନ୍ଟିଅକେ କେଟ୍ଲାଇ । ଆରି ବିସ୍ରାମ୍ବାର୍ ଦିନେ ପାର୍ତନା ଗରେ ଜାଇ ବସ୍ଲାଇ ।
ସେମାନେ ପର୍ଗୀଠାରୁ ଯାତ୍ରା କରି ପିସିଦିଆ ଦେଶରେ ଆନ୍ତିୟଖିଆ ସହରରେ ପହଞ୍ଚିଲେ, ଆଉ ବିଶ୍ରାମବାର ଦିନରେ ସମାଜଗୃହକୁ ଯାଇ ବସିଲେ।
15 ୧୫ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନର୍ ଲେକା ପଡ୍ଲା ପଚେ, ପାର୍ତନା ଚାଲାଉମନ୍ ସେମନ୍କେ ଏ କାତା କଇପାଟାଇଲାଇ, “ବାଇମନ୍ ଜଦି ଲକ୍ମନର୍ ସାର୍ଦା ବଡାଇବାପାରା ଉପ୍ଦେସ୍ ଦେବାର୍ ଆଚେ, ତେବେ କୁଆ ।”
ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ।
16 ୧୬ ପାଉଲ୍ ଟିଆଅଇ ଲକ୍ମନ୍କେ ଚିମ୍ରାଇ ଅଇବାକେ ଆତ୍ ସାଗିଆ କରି କଇଲା । “ଇତି ରୁଣ୍ଡ୍ଅଇଲା ଇସ୍ରାଏଲ ବାଇମନ୍ ଆରି ପର୍ମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନ୍, ମର୍ କାତା ସୁନା!
ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ବର ଭୟକାରୀମାନେ, ଶ୍ରବଣ କରନ୍ତୁ।
17 ୧୭ ଇସ୍ରାଏଲ୍ ଜାତିର୍ ପରମେସର୍ ଆମର୍ ଆନିଦାଦିମନ୍କେ ବାଚ୍ଲା । ଆରି ମିସର୍ ଦେସେ ସେମନ୍ ପର୍ଦେସିଅଇ ରଇତେ ରଇଲା ବେଲେ, ଗଟେକ୍ ବଡ୍ ଜାତି କଲା । ପରମେସର୍ ତାର୍ ବଡ୍ ବପୁ ସଙ୍ଗ୍ ସେମନ୍କେ ମିସରେଅନି ବାର୍କରାଇ ଆନ୍ଲା ।
ଏହି ଇସ୍ରାଏଲ ଜାତିର ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ।
18 ୧୮ ଆରି ଚାଲିସ୍ ବରସ୍ ଜାକ ମରୁବାଲିବୁଏଁ ସେମନର୍ ସାଦ୍ବାନ୍ଦ୍ କଲାଟା ମୁରଚ୍ଲା ।
ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ,
19 ୧୯ ସେ କିଣାନେ ସାତ୍ଟା ଦଲ୍କେ ନସ୍ଟ କରି ତାର୍ ବାଚ୍ଲା ଲକ୍ମନ୍କେ ସେ ଦେସ୍ ଦେଲା ।
ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶହ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଆପଣା ଦେଶ ଅଧିକାରସ୍ୱରୂପେ ଦେଲେ।
20 ୨୦ ପାକାପାକି ଚାର୍ ସଅ ପଚାସ୍ ବରସ୍ ବିତ୍ରେ ଏ ସବୁ ଗଟ୍ନା ଗଟିଗାଲା ।” “ତାର୍ ପଚେ ସାମୁଏଲ୍ ବବିସତ୍ବକ୍ତାର୍ ବେଲା ଜାକ ପରମେସର୍ ସେମନର୍ ଉପ୍ରେ ବିଚାର୍ପତିମନ୍କେ ବାଚ୍ଲା ।
ଏଥିଉତ୍ତାରେ ଭାବବାଦୀ ଶାମୁୟେଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।
21 ୨୧ ଜେଡେବେଲେ ସେମନ୍ ଗଟେକ୍ ରାଜା ଦର୍କାର୍ ବଲି କଇଲାଇ, ପରମେସର୍ ସେମନ୍କେ ଚାଲିସ୍ ବରସ୍ ଜାକ ସାସନ୍ କର୍ବାକେ ବେନ୍ଜାମିନ୍ କୁଟୁମର୍ କିସ୍ଅର୍ ପଅ ସାଉଲ୍କେ ବାଚ୍ଲା । ସାଉଲ୍ ଇସ୍ରାଏଲିୟମନ୍କେ ଚାଲିସ୍ବରସ୍ ସାସନ୍ କଲା ।
ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।
22 ୨୨ ତାର୍ ପଚେ ପର୍ମେସର୍ ତାକେ ରାଜା ପଦ୍ ଚାଡାଇକରି ଦାଉଦ୍କେ ସେମନର୍ ରାଜା କଲା ।” ପରମେସର୍ ତାର୍ ବିସଇ କଇରଇଲା, “ମୁଇ ଜନ୍ ରକାମେ ଲକ୍ମନ୍କେ ଆଲାଦ୍ କର୍ବି, ଜେସିର୍ ପଅ ଦାଉଦ୍ ସେନ୍ତାରି ଗଟେକ୍ ଲକ୍ । ସେ ମୁଇ ମନ୍କଲା ଇସାବେ ସବୁଜାକ କାମ୍ କର୍ସି ।”
ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ।
23 ୨୩ ଏ ଦାଉଦର୍ କୁଟୁମର୍ ଲକର୍ଟାନେଅନି ପର୍ମେସର୍ ସେ କାତା ଦେଲା ଇସାବେ ଜିସୁକେ ଇସ୍ରାଏଲ୍ ଜାତିର୍ ମୁକ୍ତିକାରିଆ କଲାଆଚେ ।
ତାହାଙ୍କ ବଂଶରୁ ଈଶ୍ବର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି।
24 ୨୪ ଜିସୁ ତାର୍ କାମ୍ ଆରାମ୍ କର୍ବା ଆଗ୍ତୁ, ଜଅନ୍ ଇସ୍ରାଏଲର୍ ସବୁ ଲକର୍ ଲଗେ ଜାନାଇକରି, ସେମନ୍କେ ପାପେଅନି ମନ୍ ବାଉଡାଇ ଡୁବନ୍ ନେବାକେ ଅଇସି ବଲି କଇରଇଲା ।
ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ;
25 ୨୫ ଆରି ଜଅନ୍ ତାର୍ ସେବା କାମ୍ ସାରାଇବା ଆଗ୍ତୁ ଲକ୍ମନ୍କେ ପାଚାର୍ଲା, “ମର୍ ବିସଇ ତମେ କାଇଟା ବାବ୍ଲାସ୍ନି? ତମେ ଜାକେ ଜାଗି ଆଚାସ୍, ମୁଇ ସେ ନଇ । ମାତର୍ ସୁନା! ସେ ଦାପ୍ରେ ଆଇଲାନି । ତାର୍ ଗତିଦାଙ୍ଗ୍ଡା ଅଇକରି ପାଣ୍ଡଇର୍ ପିତା ମିସା କୁସ୍ଲାଇବାକେ ମର୍ ଅଦିକାର୍ ନଇ ।”
ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
26 ୨୬ ଏ ମର୍ ଇସ୍ରାଏଲର୍ ବାଇମନ୍, ଅବ୍ରାଆମର୍ ନାତିତିତିମନ୍ ଆରି ପରମେସର୍କେ ପାର୍ତନା କର୍ବାକେ ଇତି ରୁଣ୍ଡ୍ଲା ଜିଉଦି ନଇଲା ଲକ୍ମନ୍, ଆମ୍କେ ସେ ମୁକ୍ତିର୍ କବର୍ ମିଲ୍ଲା ଆଚେ ।
ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି।
27 ୨୭ ମାତର୍ ସେ ଆକା ଉଦାର୍କାରିଆ । ଜିରୁସାଲମର୍ ଲକ୍ ଆରି ସେମନର୍ ନେତାମନ୍ ବିସ୍ରାମ୍ବାରେ ବବିସତ୍ବକ୍ତାମନର୍ ଲେକାଇଅନି ପଡ୍ଲାଟା ଲକ୍ମନ୍ ବୁଜତ୍ନାଇ । ଏଲେମିସା ଜିସୁକେ ଦସି କରି ବବିସତ୍ବକ୍ତାମନର୍ କାତା ସିଦ୍ କଲାଇ ।
କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାର ଦିନରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ,
28 ୨୮ ଜିସୁକେ ବେସି ଲକ୍ ଦସ୍ଦେଲାଇ । ମାତର୍ କେ ମିସା ମରନର୍ ଡଣ୍ଡ୍ ପାଇବା ଏତ୍କି ଦସ୍ କଜି ନାପାର୍ଲାଇ । ଏଲେମିସା ତାକେ ମରନର୍ ଡଣ୍ଡ୍ ଦେବାକେ ପିଲାତ୍କେ ବାଦିଅ କଲାଇ ।
ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ।
29 ୨୯ ସାସ୍ତରେ ଜନ୍ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍ କଲାପଚେ ସେମନ୍ ତାକେ କୁର୍ସେଅନି ଉତ୍ରାଇ ଆନ୍ଲାଇ । ବିନ୍ଲକ୍ମନ୍ ଆସିକରି ତାର୍ ଗାଗଡ୍ ନେଇ ସମାଦିଟାନେ ସଙ୍ଗଇଲାଇ ।
ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ।
30 ୩୦ ମାତର୍ ପର୍ମେସର୍ ତାକେ ମଲାତେଇଅନି ଉଟାଇଲା ।
କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ,
31 ୩୧ ବେସି ଦିନ୍ ଜାକ, ତାର୍ ସଙ୍ଗ୍ ଗାଲିଲିଅନି ଜିରୁସାଲମ୍ ଆଇବାଜିବା ଲକ୍ମନ୍ ତାକେ ଦେକ୍ଲାଇ । ଏବେ ସେମନ୍ ଇସ୍ରାଏଲ୍ ଲକ୍ମନର୍ତେଇ ତାର୍ ସାକି ଆଚତ୍ ।
ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମ ସହରକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ।
32 ୩୨ ଆମର୍ ଆନିଦାଦିମନକେ ପର୍ମେସର୍ କାତା ଦେଇରଇଲା ଇସାବେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇଲୁନି ।
ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,
33 ୩୩ ପରମେସର୍ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍ କଲାଆଚେ । ସେମନର୍ ପିଲାମନ୍ ଆମ୍କେ, ଆମର୍ ବିତ୍ରେ ସେ କାତା ଦେଲାଟା ସିଦ୍ ଅଇଲା ଆଚେ । ଗିତ୍ ସଙ୍ଗିତାର୍ ଦୁଇ ଲମର୍ ଗିତେ ଦାଉଦ୍ ଏନ୍ତାରି ଲେକିଆଚେ, “ତମେ ମର୍ ପଅ, ଆଜି ମୁଇ ସବୁକେ ଦେକାଇ ଆଚି ଜେ ସତଇସେ ମୁଇ ତର୍ ବାବା ।”
ଈଶ୍ବର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଦ୍ବିତୀୟ ଗୀତସଂହିତାରେ ମଧ୍ୟ ଲେଖାଅଛି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।”
34 ୩୪ ଆରି ପର୍ମେସର୍ ପୁର୍ବେଅନି ସପତ୍ କରି କାତାଦେଇରଇଲା । ମୁଇ ତାକେ ମଲାତେଇଅନି ଉଟାଇବି । ତାର୍ ଗାଗଡ୍ ସମାଦିତେଇ କୁଇ ଜିବାକେ ନ ଦେଇ । ଦାଉଦ୍କେ ଦେଇ ରଇବା ସପତ୍ ଇସାବେ ସତଇସେ ମୁଇ ତମ୍କେ ସୁକଲ୍ କରି ସବୁ ଆସିର୍ବାଦ୍ ଦେବି ।
ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏହି ବିଷୟରେ ସେ ଏହି ପ୍ରକାର କହିଅଛନ୍ତି, “‘ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା।’
35 ୩୫ ଦାଉଦ୍ ଆରି ଗଟେକ୍ ଗିତସଙ୍ଗିତାଇ ଲେକ୍ଲାଆଚେ, ମୁଇ ମରିଗାଲେ ମର୍ଗାଗଡ୍ ତୁଇ ସମାଦିତେଇ କୁଇ ଜିବାକେ ଚାଡି ନ ଦେଉସ୍ ।
ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ‘ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।’”
36 ୩୬ ଦାଉଦ୍ ସାସନ୍ କଲାବେଲେ ପର୍ମେସର୍ ମନ୍ କଲା ଇସାବେ କାମ୍ କରି ସାରାସାରି ମଲା । ଆରି ଆନିଦାଦିମନର୍ ସଙ୍ଗ୍ ତପିଅଇଲା । ତାର୍ ଗାଗଡ୍ ସମାଦିତେଇ କୁଇଲା ।
ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ବରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃ-ପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ;
37 ୩୭ ମାତର୍ ପର୍ମେସର୍ ଜାକେ ମଲାଟାନେଅନି ଉଟାଇଲା, ତାର୍ ଗାଗଡ୍ କୁଏ ନାଇ ।
କିନ୍ତୁ ଯାହାଙ୍କୁ ଈଶ୍ବର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାନ୍ତି।
38 ୩୮ ତେବର୍ପାଇ ମର୍ ଏ ଇସ୍ରାଏଲର୍ ବାଇମନ୍, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍ ପାପ୍ କେମା ଅଇସି ।
ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି,
39 ୩୯ ମସାର୍ ନିୟମ୍ ମାନିକରି ଆଚୁ ବଇଲେ ପାପ୍ କେମା ନ ଅଇତା । ମାତର୍ ଜିସୁର୍ ଟାନେ ବିସ୍ବାସ୍ କଲାର୍ପାଇ ଆମେ ସବୁଲକ୍ ପାପେ ଅନି ମୁକ୍ଲି ଆଚୁ, ସେଟା ତମେ ଜାନ୍ବାର୍ ଆଚେ ।
ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି।
40 ୪୦ ଜାଗ୍ରତ୍, ବବିସତ୍ବକ୍ତାମନ୍ ଜାଇଟା କଇଲାଇ ଆଚତ୍, ସେଟା ଜେନ୍ତିକି ତମ୍କେ ନ ଗଟ ।
ତେଣୁ ସାବଧାନ, କାଳେ ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି, ତାହା ଯେପରି ଆପଣମାନଙ୍କ ପ୍ରତି ନ ଘଟେ,
41 ୪୧ ପର୍ମେସର୍ କଇଲା, ଏ ମକେ କିଜାଇବା ଲକ୍ମନ୍! ତମେମନ୍ କିଲ୍ବିଲ୍ ଅଇ ମରା! କାଇକେ ବଇଲେ ତମର୍ ବେଲାଇ ମୁଇ ଜନ୍ କାମ୍ କର୍ବାକେ ଗାଲିନି, ସେଟା ଜେ ମିସା ବୁଜାଇ କଇଲେ, ତମେ ବିସ୍ବାସ୍ ନ କରାସ୍ ।
“‘ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି, ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ, ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ, ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ।’”
42 ୪୨ ପାଉଲ୍ ଆରି ବର୍ନବା ପାର୍ତନା ଗରେଅନି ବାରଇବା ବେଲେ, ଆରି ଗଟେକ୍ ବିସ୍ରାମ୍ବାରେ ବାଉଡି ଆସି ଏ ସବୁ ବିସଇ ଆରି ବୁଜାଇବାକେ, ଲକ୍ମନ୍ ବାବୁଜିଆ କଲାଇ ।
ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାର ଦିନରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ।
43 ୪୩ ଲକ୍ମନ୍ ପାର୍ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍ ଆରି ଜିଉଦି ଦରମ୍ ନେଇରଇବା ଜିଉଦି ନ ଅଇଲା ଲକ୍ମନ୍, ସାଉଲ୍ ଆରି ବର୍ନବାର୍ ସଙ୍ଗ୍ ଜିବାର୍ଦାର୍ଲାଇ । ପେରିତ୍ ସିସ୍ମନ୍ ତାକର୍ ସଙ୍ଗ୍ କାତା ଅଇ ପରମେସରର୍ ଜିବନ୍ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍କେ ସାର୍ଦା କରାଇଲାଇ ।
ସଭା ସମାପ୍ତ ହେଲା ଉତ୍ତାରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ବରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ।
44 ୪୪ ତାର୍ ଆର୍କର୍ ବିସ୍ରାମ୍ବାରେ ଆନ୍ଟିଅକିଅ ଗଡର୍ ସବୁ ଲକ୍ ମାପ୍ରୁର୍ ବାକିଅ ସୁନ୍ବାକେ ଜିଉଦିମନର୍ ପାର୍ତନା ଗରେ ରୁଣ୍ଡ୍ଲାଇ ।
ପୁଣି, ପରବର୍ତ୍ତୀ ବିଶ୍ରାମବାର ଦିନରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ବରଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ରିତ ହେଲେ।
45 ୪୫ ବେସି ଲକ୍ ରୁଣ୍ଡ୍ଲାଟା ଦେକି, ଜିଉଦି ନେତାମନ୍ ଇଁସା ଅଇଲାଇ । ଆରି ପାଉଲ୍ କଇବା କାତା, ବିରଦ୍ କରି ନିନ୍ଦା କଲାଇ ।
କିନ୍ତୁ ଯିହୁଦୀମାନେ ଲୋକସମୂହଙ୍କୁ ଦେଖି ଈର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାରେ ପ୍ରତିବାଦ କରିବାକୁ ଲାଗିଲେ।
46 ୪୬ ମାତର୍ ପାଉଲ୍ ଆରି ବର୍ନବା ଅଦିକ୍ ଡାଟ୍ ସଙ୍ଗ୍ କଇଲାଇ, “ପର୍ତମେ ପରମେସରର୍ ବାକିଅ ତମର୍ ଲଗେ ଜାନାଇବାର୍ ଦର୍କାର୍ ରଇଲା । ମାତର୍ ତମେ ସେଟା ନିଚ୍ଲାସ୍ନି । ଆରି ତାର୍ ସଙ୍ଗ୍ ନ ସାର୍ବା ଜିବନ୍ ପାଇବାକେ ଅଦିକାର୍ ନାଇ ବଲି ବିଚାର୍ କଲାସ୍ନି । ସେଟାର୍ପାଇ ଆମେ ତମ୍କେ ଚାଡି, ଏ କାତା ଜିଉଦି ନଇଲା ଲକ୍ମନ୍କେ କଇବାର୍ ଗାଲୁନି । (aiōnios )
ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଅଛୁ, (aiōnios )
47 ୪୭ କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।” ଆନ୍ଦାରେ ଉଜଲ୍ ଅଇଲାପାରା ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି । ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, “‘ଆମ୍ଭେ ତୁମ୍ଭକୁ ଅଣଯିହୁଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ।’”
48 ୪୮ ଜିଉଦି ନଇଲା ଲକ୍ମନ୍ ଏଟା ସୁନି ବେସି ସାର୍ଦା ଅଇଗାଲାଇ ଆରି ପର୍ମେସରର୍ କବର୍ ପାଇ ଜୁଆର୍ କଲାଇ । ଜନ୍ ଲକ୍ମନ୍ ନ ସାର୍ବା ଜିବନର୍ ପାଇ ବାଚାଇ ଅଇରଇଲାଇ, ସେମନ୍ ସେ କବର୍ ସୁନି ବିସ୍ବାସ୍ କଲାଇ । (aiōnios )
ଅଣଯିହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ବରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ, (aiōnios )
49 ୪୯ ତେଇର୍ ବିସ୍ବାସିମନ୍ ସେ ଜାଗାଇ ବୁଲି ବୁଲି ମାପ୍ରୁର୍ ବାକିଅ ଜାନାଇଲାଇ ।
ଆଉ ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା।
50 ୫୦ ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
କିନ୍ତୁ ଯିହୁଦୀମତାବଲମ୍ବୀ ଅଣଯିହୁଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୁଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ।
51 ୫୧ ତେଇଅନି ଜିବାବେଲେ ପେରିତ୍ ସିସ୍ମନ୍ ସେ ଲକ୍ମନର୍ ବିରଦେ ତାକର୍ ପାଦର୍ ଦୁଲି ପାପ୍ଡିଦେଇ ଇକନିଅତେଇ ଗାଲାଇ ।
ସେଥିରେ ସେମାନେ ଆପଣା ଆପଣା ପାଦର ଧୂଳି ସେମାନଙ୍କ ବିରୁଦ୍ଧରେ ଝାଡ଼ିଦେଇ ଇକନୀୟ ସହରକୁ ଗଲେ,
52 ୫୨ ଆନ୍ଟିଅକର୍ ବିସ୍ବାସିମନ୍ ସୁକଲ୍ ଆତ୍ମାଇ ଆରି ସାର୍ଦାଇ ପୁରୁନ୍ ଅଇଲାଇ ।
ଆଉ ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ।