< ୧ମ କରନ୍ତିୟ 2 >

1 ଏ ବାଇବଇନିମନ୍‌, ଜେଡ୍‌କିବେଲେ ମୁଇ ତମର୍‌ ଲଗେ ପର୍‌ମେସରର୍‌ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍‌ମନର୍‌ ପାରା କି ବାସଣ୍‌ ଦେବା ଲକର୍‌ପାରା ବଡ୍‌ ବଡ୍‌ କାତା କଇ ନ ରଇଲି ।
ଅତଏବ, ହେ ଭାଇମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିଥିଲି, ସେତେବେଳେ ଈଶ୍ବରଙ୍କ ନିଗୂଢ଼ ତତ୍ତ୍ୱ ବକ୍ତୃତା କିମ୍ବା ଜ୍ଞାନର ଉତ୍କୃଷ୍ଟତା ସହିତ ଯେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲି, ତାହା ନୁହେଁ।
2 କାଇକେବଇଲେ କୁରୁସ୍‌ କାଟେ ମରିରଇବା ଜିସୁ କିରିସ୍‌ଟକେ ଚାଡି ଆରି ବିନ୍‌ ବିସଇ ତମ୍‌କେ ନ କଇ ବଲି ମୁଇ ଟିକ୍‌ କଲି ।
କାରଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍‍ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କୌଣସି ବିଷୟ ନ ଜାଣିବାକୁ ମୁଁ ମନସ୍ଥ କଲି।
3 ସେବେଲେ ମୁଇ ତମର୍‌ ଲଗେ ଦୁର୍‌ବଲ୍‌ ଅଇ ଡରିକରି ରଇଲି ଆରି ତର୍‌ତରି ଗଜ୍‌ଗଜି ରଇଲି ।
ପୁଣି, ମୁଁ ଦୁର୍ବଳତା, ଭୟ ଓ ମହାକମ୍ପ ସହ ତୁମ୍ଭମାନଙ୍କ ମଧ୍ୟରେ ଥିଲି;
4 ଜେନ୍ତିକି ତମର୍‌ ବିସ୍‌ବାସ୍‌ ମୁନୁସର୍‌ ଗିଆନ୍‌ ଉପ୍‌ରେ ନ ରଇକରି ପର୍‌ମେସରର୍‌ ବପୁ ଉପ୍‌ରେ ବାନ୍ଦିଅଇ ରଅ ।
ତୁମ୍ଭମାନଙ୍କ ବିଶ୍ୱାସ ଯେପରି ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହୋଇ ଈଶ୍ବରଙ୍କ ଶକ୍ତି ଉପରେ ସ୍ଥାପିତ ହୁଏ,
5 ତେବର୍‌ପାଇ ମର୍‌ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍‌ ନିଜର୍‌ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍‌କେ ବିସ୍‌ବାସ୍‌ କରାଇନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ଆରି ତାର୍‌ ବପୁ ସଙ୍ଗ୍‍ ମୁଇ କଇଲା ବିସଇ ସତ୍‌ ବଲି ଜାନାପଡ୍‌ଲା ।
ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ ହୋଇଥିଲା।
6 ଏଲେମିସା ଆମେ ଜେଡେବଲ୍‌ ଆତ୍‌ମାଇ ବଡିରଇବା ବିସ୍‌ବାସିମନର୍‌ ସଙ୍ଗ୍‌ ରଇଲାବେଲେ ଗିଆନର୍‌ କାତା କଇଲୁନି । ମାତର୍‌ ସେଟା ଏ ଜୁଗର୍‌ ଗିଆନ୍‌ ନଏଁ କି ଏ ଜୁଗର୍‌ ନସ୍‌ଟ ଅଇଜାଇରଇବା ନେତାମନର୍‌ ଗିଆନ୍‌ ନଏଁ । (aiōn g165)
ତଥାପି ଆମ୍ଭେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ତାହା ଏହି ଯୁଗର ଜ୍ଞାନ ନୁହେଁ କିମ୍ବା ଏହି ଯୁଗର ନଷ୍ଟକଳ୍ପ ନେତାମାନଙ୍କ ଜ୍ଞାନ ନୁହେଁ, (aiōn g165)
7 ନାଇ, ଜନ୍‌ ଗିଆନର୍‌ ବିସଇ ଆମେ କଇଲୁନି, ସେଟା ପର୍‌ମେସରର୍‌ ଟିକିନିକି ଗିଆନର୍‌ କାତା । ପୁର୍‌ବେ ପର୍‌ମେସର୍‌ ତାର୍‌ ଜଜ୍‌ନା କାକେ ମିସା ଜାନାଏ ନାଇ । ସେ ଜଜ୍‌ନା ଇସାବେ, ପଚ୍‌କେ ଆମର୍‌ ମଇମାର୍‌ପାଇ ସେ ବାଚିରଇଲା । (aiōn g165)
ମାତ୍ର ଆମ୍ଭେମାନେ ନିଗୂଢ଼ତତ୍ତ୍ୱ ସ୍ୱରୂପ ଈଶ୍ବରଙ୍କ ଜ୍ଞାନର କଥା କହୁଅଛୁ ସେହି ଗୁପ୍ତ ଜ୍ଞାନ ଈଶ୍ବର ଆମ୍ଭମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। (aiōn g165)
8 ଏ ଜୁଗର୍‌ ଅଦିକାରିମନ୍‌କେ ମିସା ସେଟା ବୁଜତ୍‌ନାଇ । କାଇକେବଇଲେ ସେମନ୍‌ ସେଟା ଜାନିରଇଲେ ଡାକ୍‌ପୁଟା ମାପ୍‌ରୁକେ କୁର୍‌ସେ ମାରି ନ ରଇତାଇ । (aiōn g165)
ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣି ନାହାନ୍ତି, କାରଣ ଯଦି ସେମାନେ ଈଶ୍ବରଙ୍କ ଜ୍ଞାନକୁ ଜାଣିଥାଆନ୍ତେ, ତେବେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରି ନ ଥାଆନ୍ତେ; (aiōn g165)
9 ଜେନ୍ତାରି କି ସାସ୍‌ତରେ ଲେକା ଆଚେ, ଜନ୍‌ଟାକି କାର୍‌ ଆଁକି କେବେ ଦେକେନାଇ, କାର୍‌ କାନ୍‌ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍‌, ସେ ସବୁ ବିସଇ, ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ଆଲାଦ୍‌ କଲାନି, ତାକର୍‌ପାଇ ତିଆର୍‌ କଲାଆଚେ ।
କିନ୍ତୁ ଯେପରି ଲେଖାଅଛି, “ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ବର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି।”
10 ୧୦ ମାତର୍‌ ଆମ୍‌କେସେ ପର୍‌ମେସର୍‌ ତାର୍‌ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍‌ ଆତ୍‌ମାସେ ସବୁ ବିସଇ ସିକାଇସି ଆରି ତାର୍‌ ବିତ୍‌ରେ ରଇବା ଟିକିନିକି ଚିନ୍ତା ମିସା କର୍‌ସି ।
କିନ୍ତୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ବରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି।
11 ୧୧ ମୁନୁସ୍‌ କର୍‌ବା ଚିନ୍ତା ସବୁ ତାର୍‌ ବିତ୍‌ରେ ରଇବା ଆତ୍‌ମାକେ ଚାଡ୍‌ଲେ ଆରି କେ ମିସା ନାଜାନତ୍‌ । ସେନ୍ତିସେ ପର୍‌ମେସରର୍‌ ସବୁ ଚିନ୍ତା କଲାଟା ତାର୍‌ ଆତ୍‌ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍‌ ।
କାରଣ ମନୁଷ୍ୟର ବିଷୟସବୁ ମନୁଷ୍ୟଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ସେହିପରି ମଧ୍ୟ ଈଶ୍ବରଙ୍କ ବିଷୟସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ।
12 ୧୨ ଏ ଜଗତର୍‌ ଲକ୍‌ମନ୍‌ ପାଇରଇବା ଆତ୍‌ମା ପାରା ଆମେ ପାଉନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ପାଇଆଚୁ । ଜେନ୍ତାରିକି ଜନ୍‌ ସବୁ ବିସଇ ଆମ୍‌କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍‌ବୁ ।
ଯେପରି ଈଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ବରଙ୍କ ଆତ୍ମା ପାଇଅଛୁ।
13 ୧୩ ତେବେ ସେ ସବୁ ବିସଇ ମିସା ଆମେ ଜଗତର୍‌ ଗିଆନ୍‌ ଇସାବେ ସିକାଉନାଇ, ମାତର୍‌ ଜନ୍‌ ବିସଇ ଆମ୍‌କେ ପର୍‌ମେସରର୍‌ ସୁକଲ୍‌ ଆତ୍‌ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍‌ ଲକ୍‌ମନ୍‌ ସୁକଲ୍‌ ଆତ୍‌ମା ପାଇଆଚତ୍‌, ସେ ଲକ୍‌ମନ୍‌କେ ଏ ଆତ୍‌ମାର୍‍ ବିସଇ ସିକାଇଲୁନି ।
ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନର ଶିକ୍ଷା ଦ୍ୱାରା ବାକ୍ୟରେ କହି ନ ଥାଉ, ମାତ୍ର ଆତ୍ମିକ ବିଷୟସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ।
14 ୧୪ ମାତର୍‌ ସୁକଲ୍‌ଆତ୍‌ମା ନ ପାଇ ରଇବା ଲକ୍‌, ଆତ୍‌ମାର୍‌ ବିସଇ ନ ମାନେ, ମାତର୍‌ ସେଟାମନ୍‌ ତାର୍‌ପାଇ ଗଟେକ୍‌ କାଇଟା ନାଜାନ୍‌ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍‌ ଆତ୍‌ମା ସିକାଇଲେ ସେ ବୁଜିଅଇସି ।
କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ବରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି, ସେ ସେହିସବୁ ବୁଝି ପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ।
15 ୧୫ ମାତର୍‌ ଜନ୍‌ଲକ୍‌ମନ୍‌ ଆତ୍‌ମା ପାଇଆଚତ୍‌, ସେ ସବୁ ବିସଇର୍‌ ମୁଲିଅ, ସତ୍‌ ବାବେ ବିଚାର୍‌ କର୍‌ସି । ଏଲେ ମିସା ତାକେ କେ ବିଚାର୍‌ ନ କରତ୍‌ ।
ମାତ୍ର ଯେ ଆତ୍ମିକମନା, ସେ ସମସ୍ତ ବିଷୟ ବିଚାର କରେ, ତଥାପି କେହି ତାହାର ବିଚାର କରେ ନାହିଁ।
16 ୧୬ ସାସ୍‌ତରେ ଲେକା ଅଇଲାପାରା କେ ମିସା ମାପ୍‌ରୁର୍‌ ମନର୍‌ କାତା ଜାନି ନାପାରତ୍‌, କି କେ ମିସା ତାକେ ସିକାଇ ନାପାରତ୍‌ । ମାତର୍‌ ଆମେ କିରିସ୍‌ଟର୍‌ ମନ୍‌ ପାଇଆଚୁ ।
ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, “କାରଣ, କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇ ପାରେ?” କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ।

< ୧ମ କରନ୍ତିୟ 2 >