Preface
Read
+
Publisher
Nainoia, Inc.
PO Box 462, Bellefonte, PA 16823
(814) 470-8028
Nainoia Inc, Publisher
LinkedIn/NAINOIA-INC
Third Party Publisher Resources
Request Custom Formatted Verses
Please contact us below
Submit your proposed corrections
I understand that the Aionian Bible republishes public domain and Creative Commons Bible texts and that volunteers may be needed to present the original text accurately. I also understand that apocryphal text is removed and most variant verse numbering is mapped to the English standard. I have entered my corrections under the verse(s) below. Proposed corrections to the Oriya Bible, Micah Chapter 1 https://www.AionianBible.org/Bibles/Oriya---Oriya-Bible/Micah 1) ଯିହୁଦା ଦେଶୀୟ ଯୋଥମ୍, ଆହସ୍ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ। 2) ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ। 3) କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଲାଇ ଆସି ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ। 4) ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ। 5) କାରଣ ଯାକୁବର ଆଜ୍ଞାଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞାଲଙ୍ଘନ କଅଣ? ତାହା କି ଶମରୀୟା ନୁହେଁ? ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ ସେହି ସବୁ କି ଯିରୂଶାଲମ ନୁହେଁ? 6) ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା। 7) ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ। 8) ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା। ଆମ୍ଭେ ଶୃଗାଳ ପରି ବିଳାପ କରିବା ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା। 9) କାରଣ ତାହାର କ୍ଷତ ଅଚିକିତ୍ସ୍ୟ ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି; ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର, ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି। 10) ଗାଥ୍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ। 11) ହେ ଶାଫୀର ନିବାସିନୀ, ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ; ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; ବେଥ୍-ସେଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ। 12) କାରଣ ମାରୋତ୍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି। 13) ହେ ଲାଖୀଶ୍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା। 14) ଏଥିପାଇଁ ତୁମ୍ଭେ ମୋରେଷତ୍ ଗାଥ୍କୁ ବିଦାୟକାଳୀନ ଦାନ ଦେବ ଅକଷୀବ୍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ; 15) ଆହୁରି, ହେ ମାରେଶା ଗ୍ରାମର ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ। 16) ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ଡନ କର ଓ କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି। Additional comments?
Refresh Captcha
The world's first Holy Bible un-translation!