< Zephaniah 3 >

1 Ègbé ni fún ìlú aninilára, ọlọ̀tẹ̀ àti aláìmọ́.
ଯିରୂଶାଲମ ଓ ଗୋଷ୍ଠୀଗଣଙ୍କ ପ୍ରତି ବିଚାର ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ।
2 Òun kò gbọ́rọ̀ sí ẹnikẹ́ni, òun kò gba ìtọ́ni, òun kò gbẹ́kẹ̀lé Olúwa, bẹ́ẹ̀ ni òun kò súnmọ́ ọ̀dọ̀ Ọlọ́run rẹ̀.
ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ; ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ୱରଙ୍କ ନିକଟକୁ ଆସିଲା ନାହିଁ।
3 Àwọn olórí rẹ̀ jẹ́ kìnnìún tí ń ké ramúramù, àwọn onídàájọ́ rẹ̀, ìkookò àṣálẹ́ ni wọn, wọn kò sì fi nǹkan kan kalẹ̀ fún òwúrọ̀.
ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜ୍ଜନକାରୀ ସିଂହ ସଦୃଶ୍ୟ; ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ତୁଲ୍ୟ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ।
4 Àwọn wòlíì rẹ̀ gbéraga, wọ́n sì jẹ́ alárékérekè ènìyàn. Àwọn àlùfáà rẹ̀ ti ba ibi mímọ́ jẹ́, wọ́n sì rú òfin.
ତାହାର ଭବିଷ୍ୟଦ୍‍ବକ୍ତାମାନେ ଅସାର ଓ ବିଶ୍ୱାସଘାତକ ଅଟନ୍ତି; ତାହାର ଯାଜକଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି, ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି।
5 Olúwa ni àárín rẹ̀ jẹ́ olódodo; kì yóò ṣe ohun tí kò tọ̀nà. Àràárọ̀ ni ó máa ń mú ìdájọ́ rẹ̀ wá sí ìmọ́lẹ̀, kì í sì kùnà ní gbogbo ọjọ́ tuntun, síbẹ̀ àwọn aláìṣòótọ́ kò mọ ìtìjú.
ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି; ସେ ଅଧର୍ମ କରିବେ ନାହିଁ; ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ; ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ।
6 “Èmi ti ké àwọn orílẹ̀-èdè kúrò, ilé gíga wọn sì ti bàjẹ́. Mo ti fi ìgboro wọn sílẹ̀ ní òfo tó bẹ́ẹ̀ tí ẹnìkankan kò kọjá níbẹ̀. Ìlú wọn parun tó bẹ́ẹ̀ tí kò sí ẹnìkan tí yóò ṣẹ́kù, kò sì ní sí ẹnìkan rárá.
ଆମ୍ଭେ ଗୋଷ୍ଠୀଗଣକୁ ଉଚ୍ଛିନ୍ନ କରିଅଛୁ, ସେମାନଙ୍କର ଦୁର୍ଗସକଳ ଧ୍ୱଂସିତ ହୋଇଅଛି; ଆମ୍ଭେ ସେମାନଙ୍କର ପଥସକଳ ଧ୍ୱଂସ କରିଅଛୁ, ତାହା ଦେଇ କେହି ଗମନାଗମନ କରେ ନାହିଁ; ସେମାନଙ୍କର ନଗରସକଳ ଏପରି ବିନଷ୍ଟ ହୋଇଅଛି ଯେ, ତହିଁରେ କୌଣସି ମନୁଷ୍ୟ ଓ ବାସକାରୀ କେହି ନାହିଁ।
7 Èmi wí fún ìlú náà wí pé, ‘Nítòótọ́, ìwọ yóò bẹ̀rù mi, ìwọ yóò sì gba ìtọ́ni!’ Bẹ́ẹ̀ ni, a kì yóò ké ibùgbé rẹ̀ kúrò bí ó ti wù kí ń jẹ wọ́n ní yà tó. Ṣùgbọ́n síbẹ̀ wọ́n sì tún ní ìtara láti ṣe ìbàjẹ́.
ଆମ୍ଭେ କହିଲୁ, “ତୁମ୍ଭେ ଅବଶ୍ୟ ଆମ୍ଭକୁ ଭୟ କରିବ, ତୁମ୍ଭେ ଶିକ୍ଷା ଗ୍ରହଣ କରିବ; ତହିଁରେ ତାହାର ବିରୁଦ୍ଧରେ ଆମ୍ଭର ସକଳ ନିରୂପଣ ଅନୁସାରେ ତାହାର ନିବାସ ସ୍ଥାନ ଉଚ୍ଛିନ୍ନ ହେବ ନାହିଁ; ମାତ୍ର ସେମାନେ ଅତି ପ୍ରଭାତରେ ଉଠି ଆପଣାମାନଙ୍କର କ୍ରିୟାସବୁକୁ ଭ୍ରଷ୍ଟ କଲେ।”
8 Nítorí náà ẹ dúró dè mí,” ni Olúwa wí, “títí di ọjọ́ náà tí èmi yóò fi jẹ́rìí sí yin. Nítorí ìpinnu mi ni láti kó orílẹ̀-èdè jọ kí èmi kí ó lè kó ilẹ̀ ọba jọ àti láti da ìbínú mi jáde sórí wọn, àní gbogbo ìbínú gbígbóná mi. Nítorí gbogbo ayé ni a ó fi iná owú mi jẹ run.
ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ; କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି; କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ।
9 “Nígbà náà ni èmi yóò yí èdè àwọn ènìyàn padà sí èdè mímọ́, nítorí kí gbogbo wọn bá a lè máa pe orúkọ Olúwa, láti fi ọkàn kan sìn ín.
ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକ ମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା।
10 Láti òkè odò Etiopia, àwọn olùjọsìn mi, àwọn ènìyàn mi tí ó ti fọ́nká, yóò mú ọrẹ wá fún mi.
ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ।
11 Ní ọjọ́ náà ni a kì yóò sì dójútì nítorí gbogbo iṣẹ́ ibi ni tí ó ti ṣẹ̀ sí mi, nígbà náà ni èmi yóò mu kúrò nínú ìlú yìí, àwọn tí ń yọ̀ nínú ìgbéraga wọn. Ìwọ kì yóò sì gbéraga mọ́ ní òkè mímọ́ mi.
ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ; କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ।
12 Ṣùgbọ́n Èmi yóò fi àwọn ọlọ́kàn tútù àti onírẹ̀lẹ̀ sílẹ̀ pẹ̀lú ni àárín rẹ̀, wọn yóò sì gbẹ́kẹ̀lé orúkọ Olúwa.
ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ।
13 Àwọn ìyókù Israẹli kì yóò hùwà ibi, wọn kì yóò sọ̀rọ̀ èké. Bẹ́ẹ̀ ni a kì yóò rí ahọ́n àrékérekè ní ẹnu wọn. Àwọn yóò jẹun, wọn yóò sì dùbúlẹ̀, bẹ́ẹ̀ ni ẹnikẹ́ni kì yóò dẹ́rùbà wọ́n.”
ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ; କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।”
14 Kọrin, ìwọ ọmọbìnrin Sioni, kígbe sókè, ìwọ Israẹli! Fi gbogbo ọkàn yọ̀, kí inú rẹ kí ó sì dùn, ìwọ ọmọbìnrin Jerusalẹmu.
ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର; ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର।
15 Olúwa ti mú ìdájọ́ rẹ wọ̀n-ọn-nì kúrò, ó sì ti ti àwọn ọ̀tá rẹ padà sẹ́yìn. Olúwa, ọba Israẹli wà pẹ̀lú rẹ; ìwọ kì yóò sì bẹ̀rù ibi kan mọ́.
ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି; ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ।
16 Ní ọjọ́ náà, wọn yóò sọ fún Jerusalẹmu pé, “Má ṣe bẹ̀rù Sioni; má sì ṣe jẹ́ kí ọwọ́ rẹ kí ó dẹ̀.
ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।
17 Olúwa Ọlọ́run rẹ wà pẹ̀lú rẹ, Ó ní agbára láti gbà ọ là. Yóò yọ̀ ni orí rẹ fún ayọ̀; Yóò tún ọ ṣe nínú ìfẹ́ rẹ̀, Yóò sì fi orin yọ̀ ní orí rẹ.”
ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
18 “Èmi ó kó àwọn tí ó ń banújẹ́ fún àjọ̀dún tí a yàn jọ, àwọn tí ó jẹ́ tirẹ̀; àwọn tí ẹ̀gàn rẹ̀ jásí ẹ̀rù.
ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା; ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା।
19 Ní àkókò náà ni èmi yóò dojúkọ àwọn tí ń ni yín lára, èmi yóò gba àtiro là, èmi yóò sì ṣa àwọn tí ó ti fọ́nká jọ, èmi yóò fi ìyìn àti ọlá fún wọn ní gbogbo ilẹ̀ tí a bá ti dójútì wọ́n.
ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେହି ସମସ୍ତଙ୍କ ପ୍ରତି ସେହି ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା; ପୁଣି, ଆମ୍ଭେ ଆଘାତ ପ୍ରାପ୍ତ ଲୋକଙ୍କୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା; ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା।
20 Ní àkókò náà ni èmi yóò ṣà yín jọ; nígbà náà ni èmi yóò mú un yín padà wá sílé. Èmi yóò fi ọlá àti ìyìn fún un yín láàrín gbogbo ènìyàn àgbáyé, nígbà tí èmi yóò yí ìgbèkùn yín padà bọ sípò ní ojú ara yín,” ni Olúwa wí.
ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା; କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ସୁଖ୍ୟାତି ଓ ପ୍ରଶଂସାର ପାତ୍ର କରିବା,” ଏହା ସଦାପ୍ରଭୁ କହନ୍ତି।

< Zephaniah 3 >