< Zechariah 12 >
1 Ọ̀rọ̀-ìmọ̀. Ọ̀rọ̀ Olúwa fún Israẹli ni. Olúwa wí, ẹni tí ó na àwọn ọ̀run, tí ó sì fi ìpìlẹ̀ ayé sọlẹ̀, tí ó sì da ẹ̀mí ènìyàn tí ń bẹ ni inú rẹ̀,
ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ବାକ୍ୟ। ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି।
2 “Kíyèsi í, èmi yóò sọ Jerusalẹmu dí àgọ́ ìwárìrì sí gbogbo ènìyàn yíká, nígbà tí wọn yóò dó ti Juda àti Jerusalẹmu.
“ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ ସମୟରେ ଯିହୁଦା ଉପରେ ମଧ୍ୟ ବର୍ତ୍ତିବ।
3 Ní ọjọ́ náà, nígbà tí gbogbo orílẹ̀-èdè ayé bá parapọ̀ sí i, ni èmi yóò sọ Jerusalẹmu di òkúta ti ko ṣe yí kúrò fún gbogbo ènìyàn, gbogbo àwọn tí ó bá sì fẹ́ yí i ni a ó gé sí wẹ́wẹ́,
ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା; ଯେଉଁମାନେ ସେହି ପ୍ରସ୍ତର ଉଠାଇବା ପାଇଁ ଚେଷ୍ଟା କରନ୍ତି, ସେହି ସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ।
4 ní ọjọ́ náà,” ni Olúwa wí, “Ni èmi yóò fi ìdágìrì lu gbogbo ẹṣin, àti fi òmùgọ̀ kọlu ẹni tí ń gun un; èmi yóò sì ṣí ojú mi sí ilé Juda, èmi yóò sì bu ìfọ́jú lu gbogbo ẹṣin tí orílẹ̀-èdè.
ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଆତଙ୍କରେ ଓ ଆରୋହୀକୁ ପାଗଳାମିରେ ଆଘାତ କରିବା ଆଉ, ଆମ୍ଭେ ଯିହୁଦା ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ୱକୁ ଅନ୍ଧ କରିବା।
5 Àti àwọn baálẹ̀ Juda yóò sì wí ni ọkàn wọn pé, ‘Àwọn ara Jerusalẹmu ni agbára mi nípa Olúwa àwọn ọmọ-ogun ni Ọlọ́run wọn.’
ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ‘ଯିରୂଶାଲମର ନିବାସୀମାନେ ଆମର ବଳ ସ୍ୱରୂପ ଅଟନ୍ତି କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଅଟନ୍ତି।’
6 “Ní ọjọ́ náà, ni èmi yóò ṣe àwọn baálẹ̀ Juda bí ààrò iná kan láàrín igi, àti bi ẹ̀fúùfù iná láàrín ìtí; wọn yóò sì jẹ gbogbo àwọn ènìyàn run yíká lápá ọ̀tún àti lápá òsì, a ó sì tún máa gbé inú Jerusalẹmu ní ipò rẹ̀.
ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱ ସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ।
7 “Olúwa pẹ̀lú yóò kọ́ tètè gba àgọ́ Juda là ná, kí ògo ilé Dafidi àti ògo àwọn ara Jerusalẹmu má ba gbé ara wọn ga sí Juda.
ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ।
8 Ní ọjọ́ náà ni Olúwa yóò dáàbò bò àwọn tí ń gbé Jerusalẹmu; ẹni tí ó bá sì ṣe àìlera nínú wọn ní ọjọ́ náà, yóò dàbí Dafidi; ilé Dafidi yóò sì dàbí Ọlọ́run, bí angẹli Olúwa níwájú wọn.
ସେହି ଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେହି ଦିନ ସେ ଦାଉଦ ପରି ହେବ ଓ ଦାଉଦ ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ।
9 Yóò sì ṣe ni ọjọ́ náà, èmi yóò wá láti pa gbogbo àwọn orílẹ̀-èdè run tí ó wá kọjú ìjà sí Jerusalẹmu.”
ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେହି ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେହି ଦିନ ନଷ୍ଟ କରିବାକୁ ମନସ୍ଥ କରିବା।
10 “Èmi ó sì tu ẹ̀mí oore-ọ̀fẹ́ àti ẹ̀bẹ̀ sórí ilé Dafidi àti sórí Jerusalẹmu, wọn ó sì máa wo ẹni tí wọn tí gún ni ọ̀kọ̀, wọn ó sì máa ṣọ̀fọ̀ rẹ̀, bí ẹnìkan ti ń ṣọ̀fọ̀ fún ọmọ rẹ̀ kan ṣoṣo àti gẹ́gẹ́ bí ènìyàn tí wọn yóò sì wà ni ìbànújẹ́, bí ẹni tí ń banújẹ́ fún àkọ́bí rẹ̀.
ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ।
11 Ní ọjọ́ náà ni ẹkún, ńlá ńlá yóò wà ni Jerusalẹmu, gẹ́gẹ́ bí ọ̀fọ̀ Hadadi Rimoni ni àfonífojì Megido.
ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍ ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହାଶୋକ ହେବ।
12 Ilẹ̀ náà yóò ṣọ̀fọ̀, ìdílé, kọ̀ọ̀kan fun ara rẹ, lọ́tọ̀ọ̀tọ̀; ìdílé Dafidi lọ́tọ̀; àti àwọn aya wọn lọ́tọ̀; ìdílé Natani lọ́tọ̀, àti àwọn aya wọn lọ́tọ́.
ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ନିଜେ ନିଜେ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ନାଥନ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ;
13 Ìdílé Lefi lọ́tọ̀, àti àwọn aya wọn lọ́tọ̀; ìdílé Ṣimei lọ́tọ̀, àti àwọn aya wọn lọ́tọ̀.
ଲେବୀ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ଶିମୀୟିର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ;
14 Gbogbo àwọn ìdílé tí o kù, ìdílé, ìdílé, lọ́tọ̀ọ̀tọ̀, àti àwọn aya wọn lọ́tọ̀ọ̀tọ̀.
ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ।