< Song of Solomon 7 >

1 Báwo ni ẹsẹ̀ rẹ ti ní ẹwà tó nínú bàtà. Ìwọ ọmọbìnrin ọba! Oríkèé itan rẹ rí bí ohun ọ̀ṣọ́ iṣẹ́ ọlọ́gbọ́n oníṣọ̀nà
ହେ ରାଜକନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
2 Ìdodo rẹ rí bí àwo tí kì í ṣe aláìní ọtí, ìbàdí rẹ bí òkìtì alikama tí a fi lílì yíká.
ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ତାଟିଆ ତୁଲ୍ୟ; ତୁମ୍ଭର ଉଦର କଇଁଫୁଲ-ମଣ୍ଡିତ ଗହମରାଶି ତୁଲ୍ୟ।
3 Ọmú rẹ rí bí abo egbin méjì tí wọ́n jẹ́ ìbejì àgbọ̀nrín.
ତୁମ୍ଭର ସ୍ତନଯୁଗଳ ହରିଣୀର ଯାଆଁଳା ଛୁଆ ତୁଲ୍ୟ।
4 Ọrùn rẹ rí bí ilé ìṣọ́ eyín erin. Ojú rẹ rí bí adágún ní Heṣboni ní ẹ̀bá ẹnu ibodè Bati-Rabbimu. Imú rẹ rí bí ilé ìṣọ́ Lebanoni tí ó kọ ojú sí Damasku.
ତୁମ୍ଭର ଗଳଦେଶ ଗଜଦନ୍ତମୟ ଦୁର୍ଗ ସଦୃଶ; ତୁମ୍ଭ ନେତ୍ରଯୁଗଳ ବେଥ୍‍-ରବ୍ବୀମ ନଗର-ଦ୍ୱାର ନିକଟସ୍ଥ ହିଷ୍‍ବୋନ ସରୋବର ସଦୃଶ; ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ୟ।
5 Bí òkè Karmeli ṣe ṣe adé yí àwọn òkè ká, bẹ́ẹ̀ ni irun orí rẹ ṣe adé yí orí rẹ ká a fi àìdi irun rẹ mú ọba ní ìgbèkùn.
ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ, ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ; ତହିଁର ବେଣୀ-ପାଶରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି।
6 Báwo ni ẹwà rẹ ti pọ̀ tó báwo ni o sì ti dára tó ìwọ olùfẹ́ mi nínú ìfẹ́?
ହେ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କିପରି ସୁନ୍ଦରୀ ଓ ମନୋହାରିଣୀ!
7 Ìdúró rẹ rí bí igi ọ̀pẹ, àti ọmú rẹ bí ìdì èso àjàrà.
ତୁମ୍ଭ ଶରୀରର ଦୀର୍ଘତା ଖର୍ଜ୍ଜୁର ବୃକ୍ଷ ତୁଲ୍ୟ ଓ ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ।
8 Mo ní, “Èmi yóò gun igi ọ̀pẹ lọ, èmi yóò di ẹ̀ka rẹ̀ mú.” Kí ọmú rẹ rí bí ìdì èso àjàrà, àti èémí imú rẹ bí i ápù.
ମୁଁ କହିଲି, “ମୁଁ ଖର୍ଜ୍ଜୁର ବୃକ୍ଷ ଆରୋହଣ କରିବି, ମୁଁ ତହିଁର ବାହୁଙ୍ଗା ଧରିବି;” ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ ହେଉ; ପୁଣି, ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ;
9 Àti ìfẹnukonu rẹ rí bí ọtí wáìnì tí ó dára jùlọ. Olólùfẹ́ Tí ó kúnná tí ó sì dùn, tí ń mú kí ètè àwọn tí ó sùn kí ó sọ̀rọ̀.
ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ, ତାହା ମୋʼ ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ପୁଣି ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ଚାଲିଯାଏ।
10 Ti olùfẹ́ mi ni èmi í ṣe, èmi sì ni ẹni tí ó wù ú.
ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋʼ ପ୍ରତି ଅଛି।
11 Wá, olùfẹ́ mi, jẹ́ kí a lọ sí ibi pápá, jẹ́ kí a lo àṣálẹ́ ní àwọn ìletò.
ଆସ, ମୋʼ ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯାଉ; ଆମ୍ଭେମାନେ ପଲ୍ଲୀଗ୍ରାମରେ କାଳ କ୍ଷେପଣ କରୁ।
12 Jẹ́ kí a lọ sínú ọgbà àjàrà ní kùtùkùtù láti wo bí àjàrà rúwé bí ìtànná àjàrà bá là. Àti bí pomegiranate bá ti rudi, níbẹ̀ ni èmi yóò ti fi ìfẹ́ mi fún ọ.
ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ; ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ପୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଦେଖୁ; ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି।
13 Àwọn èso mándrákì mú òórùn wọn jáde ní ẹnu-ọ̀nà wa ni onírúurú àṣàyàn èso, èso tuntun àti ọjọ́ pípẹ́ tí mo ti kó pamọ́ fún ọ, olùfẹ́ mi.
ଦୂଦାଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି, ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

< Song of Solomon 7 >