< Song of Solomon 6 >

1 Níbo ni olùfẹ́ rẹ lọ, ìwọ arẹwà jùlọ láàrín àwọn obìnrin? Níbo ni olùfẹ́ rẹ yà sí, kí a lè bá ọ wá a?
ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି କୁହ?
2 Olùfẹ́ mi ti sọ̀kalẹ̀ lọ sínú ọgbà rẹ̀, sí ibi ibùsùn tùràrí, láti máa jẹ nínú ọgbà láti kó ìtànná lílì jọ.
ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଅଛନ୍ତି।
3 Èmi ni ti olùfẹ́ mi, olùfẹ́ mi sì ni tèmi, Ó ń jẹ láàrín ìtànná lílì.
ମୁଁ ଆପଣା ପ୍ରିୟତମଙ୍କର ଓ ମୋʼ ପ୍ରିୟତମ ମୋହର; ସେ କଇଁଫୁଲ ବନରେ ଆପଣା ପଲ ଚରାନ୍ତି।
4 Ìwọ lẹ́wà olùfẹ́ mi, bí i Tirsa, ìwọ lẹ́wà bí i Jerusalẹmu, ìwọ ògo bí ogun pẹ̀lú ọ̀págun.
ହେ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୂଶାଲମ ପରି ଶୋଭାବତୀ, ଧ୍ୱଜାଧାରୀ ସୈନ୍ୟ ପରି ଭୟଙ୍କରୀ।
5 Yí ojú rẹ kúrò lára mi; nítorí ojú rẹ borí mi. Irun rẹ rí bí i ọ̀wọ́ ewúrẹ́ tí ó sọ̀kalẹ̀ wá láti Gileadi.
ତୁମ୍ଭେ ମୋʼ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲୀୟଦ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।
6 Eyín rẹ rí bí ọ̀wọ́ àgùntàn, tí ó gòkè láti ibi ìwẹ̀ rẹ̀ wá, gbogbo wọn bí ìbejì, kò sì ṣí ọ̀kankan tí ó yàgàn nínú wọn.
ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।
7 Ẹ̀rẹ̀kẹ́ rẹ lẹ́bàá ìbòjú rẹ, rí bí ẹ̀là èso pomegiranate.
ତୁମ୍ଭ ଓଢ଼ଣା ତଳେ ତୁମ୍ଭର ଗାଲ ଡାଳିମ୍ବଖଣ୍ଡ ସଦୃଶ।
8 Ọgọ́ta ayaba ní ń bẹ níbẹ̀, àti ọgọ́rin àlè, àti àwọn wúńdíá láìníye.
ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି।
9 Àdàbà mi, aláìlábàwọ́n mi, ọ̀kan ni, ọ̀kan ṣoṣo ọmọbìnrin ìyá rẹ̀, ààyò ẹyọ kan ṣoṣo ẹni tí ó bí i. Àwọn obìnrin rí i wọ́n pè é ní alábùkún fún àwọn ayaba àti àwọn àlè gbé oríyìn fún un.
ମାତ୍ର ମୋʼ କପୋତୀ, ମୋʼ ଶୁଦ୍ଧମତି ଅଦ୍ୱିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
10 Ta ni èyí tí ó tàn jáde bí i ìràwọ̀ òwúrọ̀, tí ó dára bí òṣùpá, tí ó mọ́lẹ̀ bí oòrùn, tí ó ní ẹ̀rù bí i jagunjagun pẹ̀lú ọ̀págun?
ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ୱଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ?
11 Èmi sọ̀kalẹ̀ lọ sí ibi ọgbà èso igi láti wo àwọn ẹ̀ka igi tuntun ní àfonífojì, láti rí i bí àjàrà rúwé, tàbí bí pomegiranate ti rudi.
ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍‍ରୋଟ୍‍ ଉଦ୍ୟାନକୁ ଗଲି।
12 Kí èmi tó mọ̀, àárẹ̀ ọkàn mú mi, mo sì fẹ́ kí ń wà láàrín àwọn ènìyàn mi.
ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋʼ ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା।
13 Padà wá, padà wá, ìwọ ọmọ Ṣulamati; padà wá, padà wá, kí àwa kí ó lè yọ́ ọ wò. Olùfẹ́ Èéṣe tí ẹ̀yin fẹ́ yọ́ Ṣulamati wò, bí ẹni pé orin ijó Mahanaimu?
ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ?

< Song of Solomon 6 >