< Ruth 1 >
1 Ní ìgbà tí àwọn onídàájọ́ ń ṣe àkóso ilẹ̀ Israẹli, ìyàn kan mú ní ilẹ̀ náà, ọkùnrin kan láti Bẹtilẹhẹmu ti Juda, òun àti aya rẹ̀ pẹ̀lú àwọn ọmọ rẹ̀ ọkùnrin méjì lọ láti máa gbé ní ilẹ̀ Moabu fún ìgbà díẹ̀.
ବିଚାରକଗଣ ଶାସନ କରୁଥିବା ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲିହିମ-ଯିହୁଦାର ଜଣେ ଲୋକ ନିଜ ସ୍ତ୍ରୀ ଓ ଦୁଇ ପୁତ୍ରଙ୍କୁ ନେଇ ମୋୟାବ ଦେଶରେ ବାସ କରିବାକୁ ଗଲେ।
2 Orúkọ ọkùnrin náà ń jẹ́ Elimeleki, orúkọ ìyàwó rẹ̀ ni Naomi, orúkọ àwọn ọmọ rẹ̀ méjèèjì sì ni Maloni àti Kilioni àwọn ará Efrata, ti Bẹtilẹhẹmu ti Juda. Wọ́n sì lọ sí ilẹ̀ Moabu, wọ́n ń gbé níbẹ̀.
ସେ ଲୋକର ନାମ ଏଲିମେଲକ ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ।
3 Ní àsìkò tí wọ́n ń gbé ibẹ̀, Elimeleki, ọkọ Naomi kú, ó sì ku òun pẹ̀lú àwọn ọmọ rẹ̀ ọkùnrin méjèèjì.
ଏଉତ୍ତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁୁ ହୁଅନ୍ତେ, ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ।
4 Wọ́n sì fẹ́ àwọn ọmọbìnrin ará Moabu méjì, orúkọ ọ̀kan ń jẹ́ Oripa, èkejì sì ń jẹ́ Rutu. Lẹ́yìn ìgbà tí wọ́n sì ti gbé níbẹ̀ fún bí ọdún mẹ́wàá,
ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ, ଜଣକର ସ୍ତ୍ରୀର ନାମ ଅର୍ପା, ଅନ୍ୟ ଜଣର ନାମ ରୂତ; ପୁଣି ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଲେ।
5 Maloni àti Kilioni náà sì kú, Naomi sì wà láìsí ọkọ tàbí ọmọ kankan fún un mọ́.
ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ରବଧୂ ଓ ସ୍ୱାମୀବିହୀନା ହୋଇ ରହିଲା।
6 Nígbà tí Naomi gbọ́ ní Moabu tí ó wà wí pé Olúwa ti bẹ àwọn ènìyàn rẹ̀ wò nípa fífún wọn ní ọ̀pọ̀ oúnjẹ. Ó sì dìde pẹ̀lú àwọn ìyàwó ọmọ rẹ̀ méjèèjì láti padà sí ìlú rẹ̀.
ପରେ ନୟମୀ ନିଜର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା, ଯେହେତୁ ସଦାପ୍ରଭୁ ଯେ ନିଜ ଲୋକଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ନୟମୀ ମୋୟାବ ଦେଶରେ ଥାଇ ଶୁଣିଲା।
7 Òun pẹ̀lú àwọn ìyàwó ọmọ rẹ̀ méjèèjì ni wọ́n jọ fi ibi tí ó ń gbé sílẹ̀ tí wọ́n sì bẹ̀rẹ̀ ìrìnàjò wọn padà sí ilẹ̀ Juda.
ଏଣୁ ନିଜର ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ।
8 Ṣùgbọ́n ní ojú ọ̀nà, Naomi wí fún àwọn aya ọmọ rẹ̀ méjèèjì pé, “Kí ẹnìkọ̀ọ̀kan yín padà sí ilé ìyá rẹ̀. Kí Olúwa ṣe àánú fún yín bí ẹ ti ṣe sí èmi àti àwọn ọkọ yín tí ó kú.
ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରିଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ।
9 Kí Olúwa kí ó fi yín lọ́kàn balẹ̀ ní ilé ọkọ mìíràn.” Naomi sì fi ẹnu kò wọ́n ní ẹnu wí pé “Ó dìgbà,” wọ́n sì sọkún kíkankíkan.
ତୁମ୍ଭେ ଦୁଇ ଜଣ ନିଜ ନିଜର ସ୍ୱାମୀ ଗୃହରେ ଯେପରି ବିଶ୍ରାମ ପାଅ,” ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ, ପୁଣି ସେ ସେମାନଙ୍କୁ ଚୁମ୍ବନ କଲା; ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ।
10 Wọ́n sì wí fún un pé, “Rárá, a ó bà ọ lọ sí ọ̀dọ̀ àwọn ènìyàn rẹ.”
ପୁଣି ସେମାନେ ତାହାକୁ କହିଲେ, “ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା।”
11 Ṣùgbọ́n Naomi dáhùn wí pé, “Ẹ padà sílé ẹ̀yin ọmọ mi. Nítorí kí ni ẹ fi fẹ́ wá pẹ̀lú mi? Ṣé mo tún le bí àwọn ọmọkùnrin mìíràn ni, tí ó le ṣe ọkọ yin?
ନୟମୀ ଉତ୍ତର ଦେଲେ, “ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି?
12 Ẹ padà sílé, ẹ̀yin ọmọ mi, nítorí èmi ti di arúgbó jù láti ní ọkọ mìíràn. Bí èmí wí pé, èmí ní ìrètí, bí èmí tilẹ̀ ní ọkọ mìíràn ní alẹ́ yìí, tí èmí sì bí àwọn ọmọkùnrin mìíràn,
ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ; ଆଉ ମୋହର ଭରସା ଅଛି, ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ୱାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ,
13 ẹ̀yin ha le è dúró dìgbà tí wọ́n yóò fi dàgbà? Ẹ̀yin ó le è dúró dè wọ́n láì fẹ́ ọkọ mìíràn? Rárá, ẹ̀yin ọmọbìnrin mi, nítorí pé inú mi bàjẹ́ gidigidi ju tiyín lọ, nítorí tí ọwọ́ Olúwa fi jáde sí mi!”
ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥିନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।”
14 Wọ́n sì gbé ohùn wọn sókè, wọ́n sì tún sọkún. Nígbà náà ní Oripa fi ẹnu ko ìyá ọkọ rẹ̀ ní ẹnu wí pé ó dìgbà, ṣùgbọ́n Rutu dì mọ́ ọn síbẹ̀.
ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା।
15 Naomi wí pé, “Wò ó, arábìnrin rẹ ti padà lọ sí ọ̀dọ̀ àwọn ènìyàn rẹ̀ àti òrìṣà rẹ̀, ìwọ náà padà pẹ̀lú rẹ̀.”
ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।”
16 Ṣùgbọ́n Rutu dáhùn wí pé, “Má ṣe rọ̀ mí láti fi ọ́ sílẹ̀ tàbí láti padà lẹ́yìn rẹ. Ibi tí ìwọ bá lọ ní èmi yóò lọ, ibi ti ìwọ bá dúró ni èmi yóò dúró, àwọn ènìyàn rẹ ni yóò jẹ́ ènìyàn mi, Ọlọ́run rẹ ni yóò sì jẹ́ Ọlọ́run mi.
ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ।
17 Níbi tí ìwọ bá kú sí ni èmi yóò kú sí, níbẹ̀ ni wọn yóò sì sin mí sí. Kí Olúwa jẹ mí ní ìyà tí ó lágbára, bí ohunkóhun bí kò ṣe ikú bá yà wá.”
ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”
18 Nígbà tí Naomi rí i wí pé Rutu ti pinnu láti tẹ̀lé òun kò rọ̀ láti padà mọ́.
ଏରୂପେ ତାହା ସହିତ ଯିବା ପାଇଁ ରୂତ ଦୃଢ଼ମନସ୍କ ଅଟେ, ଏହା ଦେଖି ସେ ତାହାକୁ ତର୍କ ନ କରି ଶାନ୍ତ ହେଲା।
19 Àwọn méjèèjì sì ń lọ títí wọ́n fi dé ìlú Bẹtilẹhẹmu. Nígbà tí wọ́n dé ibẹ̀, ariwo ìpadàbọ̀ wọn gba ìlú kan, àwọn obìnrin ibẹ̀ sì kígbe ní ohùn rara wí pé, “Naomi ni èyí bí?”
ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିହିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀଲୋକମାନେ କହିଲେ, “ଏ କି ନୟମୀ?”
20 Naomi sì dáhùn wí pé, “Ẹ má ṣe pè mí ní Naomi mọ́, ẹ pè mí ní Mara, nítorí wí pé Olódùmarè ti mú kí ayé mi di kíkorò.
ତେଣୁ ସେ ସେମାନଙ୍କୁ କହିଲା, “ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି।
21 Mo jáde ní kíkún, ṣùgbọ́n Olúwa mú mi padà ní òfo. Nítorí náà kín ló dé tí ẹ fi ń pè mí ní Naomi, nígbà tí Olódùmarè ti kọ̀ mí sílẹ̀, tí ó sì mú ìdààmú bá mi?”
ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ସଦାପ୍ରଭୁ ଯେବେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ?”
22 Báyìí ni Naomi ṣe padà láti Moabu pẹ̀lú Rutu, ará Moabu ìyàwó ọmọ rẹ̀. Wọ́n gúnlẹ̀ sí Bẹtilẹhẹmu ní ìbẹ̀rẹ̀ ìkórè ọkà barle.
ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆସିଥିବା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।