< Romans 8 >
1 Nítorí náà, kò sí ìdálẹ́bi nísinsin yìí fún àwọn tí ó wà nínú Kristi Jesu, àwọn tí kò rìn nípa ti ara, bí kò ṣe nípa ti Ẹ̀mí.
ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ।
2 Nítorí nípasẹ̀ òfin ti ẹ̀mí ìyè nínú Kristi Jesu ti sọ mí di òmìnira kúrò lọ́wọ́ òfin ẹ̀ṣẹ̀ àti ikú.
କାରଣ ଜୀବନଦାୟକ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି।
3 Nítorí ohun tí òfin kò lè ṣe, bí ó ti jẹ aláìlera nítorí ara, Ọlọ́run rán ọmọ òun tìkára rẹ̀ ní àwòrán ara ẹ̀ṣẹ̀, ó sì di ẹ̀ṣẹ̀; àti bi ẹbọ fún ẹ̀ṣẹ̀, ó sì dá ẹ̀ṣẹ̀ lẹ́bi nínú ara,
ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ବର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ,
4 kí a lè mú òdodo òfin ṣẹ, nínú wa, nítorí tí àwa yé gẹ́gẹ́ bí ohun ti ara, bí kò ṣe gẹ́gẹ́ bí ohun ti Ẹ̀mí.
ଯେପରି ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ, ଆମ୍ଭମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ।
5 Àwọn tí ń gbe nípa ti ara, wọn a máa ronú ohun ti ara; ṣùgbọ́n àwọn ti ń gbe nípa ti Ẹ̀mí, wọn a máa ronú ohun ti Ẹ̀mí.
କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି।
6 Nítorí èrò ti ara ikú ni; ṣùgbọ́n èrò ti ẹ̀mí ni ìyè àti àlàáfíà.
କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
7 Nítorí èrò ti ara ọ̀tá ni sí Ọlọ́run, nítorí kì í tẹríba fún òfin Ọlọ́run, òun kò tilẹ̀ le ṣe e.
ଯେଣୁ ଶାରୀରିକ ମନ ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
8 Ìdí nìyìí tí àwọn tí ó wà lábẹ́ àkóso ara ẹ̀ṣẹ̀, kò le è tẹ́ Ọlọ́run lọ́rùn.
ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ବରଙ୍କର ସନ୍ତୋଷପାତ୍ର ହୋଇପାରନ୍ତି ନାହିଁ।
9 Ṣùgbọ́n ẹyin kò sí nínú ti ara, bí kò ṣe nínú ti Ẹ̀mí, bí ó bá ṣe pé Ẹ̀mí Ọlọ́run ń gbé inú yín. Ṣùgbọ́n bí ẹnikẹ́ni kò bá ní Ẹ̀mí Kristi, òun kò sí nínú ẹni tirẹ̀.
କିନ୍ତୁ ଈଶ୍ବରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ।
10 Bí ó tilẹ̀ jẹ́ pé Kristi ń gbé inú yín síbẹ̀síbẹ̀, ara yín jẹ́ òkú nítorí ẹ̀ṣẹ̀; ṣùgbọ́n ẹ̀mí mímọ́ tí ń gbé inú yín yóò fún yín ní ìyè, nítorí ó ti fún un yín ní òdodo.
କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ।
11 Àti pé, bí ẹ̀mí Ọlọ́run, ẹni tí ó jí Jesu kúrò nínú òkú bá ń gbé inú yín, ẹni tí ó jí Kristi Jesu dìde kúrò nínú òkú, yóò fi ẹ̀mí rẹ̀ tí ń gbé inú yín sọ ara kíkú yín di ààyè pẹ̀lú.
ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ।
12 Nítorí náà ará a ni ojúṣe láti ṣe, ṣùgbọ́n kì í ṣe nípa nǹkan tí ara, tí a ó fi máa gbé nípa ti ara.
ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନଯାପନ କରିବାକୁ ଶରୀର ନିକଟରେ ନୁହେଁ;
13 Nítorí pé bí ẹ̀yin bá ń tẹ̀lé, ẹ̀ṣẹ̀ ti ara ẹ̀yin yóò sọnù, ẹ ó sì ṣègbé, ṣùgbọ́n bí ó bá jẹ́ ń gbé nípa ti ara, ẹ̀yin yóò kú, ṣùgbọ́n bí ẹ̀yín bá ń gbé nípa ti Ẹ̀mí, ẹ ó pa iṣẹ́ ti ara run, ẹ̀yin yóò yè.
କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ।
14 Nítorí pé, iye àwọn tí Ẹ̀mí Ọlọ́run bá ń darí ni ọmọ Ọlọ́run.
ଯେଣୁ ଯେତେ ଲୋକ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ବରଙ୍କ ସନ୍ତାନ।
15 Nítorí ẹ̀yin kò tún gba ẹ̀mí ẹrú láti máa bẹ̀rù mọ́; ṣùgbọ́n ẹ̀yin gba ẹ̀mí ìsọdọmọ, nípa èyí tí àwa fi ń ké pé “Ábbà, Baba.”
କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ।
16 Nítorí Ẹ̀mí mímọ́ ń sọ̀rọ̀ ìjìnlẹ̀ nínú ọkàn wa, ó sì ń sọ fún wa pé, nítòótọ́, àwa jẹ́ ọmọ Ọlọ́run.
ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ସେହି ପବିତ୍ର ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି,
17 Níwọ́n ìgbà tí a jẹ́ ọmọ rẹ̀, ǹjẹ́ ajogún ni àwa, ajogún Ọlọ́run, àti àjùmọ̀jogún pẹ̀lú Kristi, bí ó bá ṣe àwa jìyà, kí a sì le ṣe wá lógo pẹ̀lú rẹ̀.
ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ବରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ।
18 Síbẹ̀síbẹ̀, ìyà tí a ń jẹ nísinsin yìí kò jámọ́ nǹkan nígbà tí a bá fiwé ògo tí yóò fún wa ní ìkẹyìn.
କାରଣ ମୋʼ ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ।
19 Nítorí ẹ̀dá ń dúró ní ìfojúsọ́nà de ìfihàn àwọn ọmọ Ọlọ́run.
ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ବରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି।
20 Nítorí a tẹrí ẹ̀dá ba fún asán, kì í ṣe bí òun ti fẹ́, ṣùgbọ́n nípa ìfẹ́ ẹni tí ó tẹ orí rẹ̀ ba ní ìrètí.
କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତାହାର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାହାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ;
21 Nítorí a ó sọ ẹ̀dá tìkára rẹ̀ di òmìnira kúrò nínú ẹrú ìdíbàjẹ́, sí òmìnira ògo àwọn ọmọ Ọlọ́run.
ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ବରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ।
22 Nítorí àwa mọ̀ pé gbogbo ẹ̀dá ni ó jùmọ̀ ń kérora tí ó sì ń rọbí pọ̀ títí di ìsinsin yìí.
କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ।
23 Kì í ṣe àwọn nìkan, ṣùgbọ́n àwa tìkára wa pẹ̀lú, a ni àkóso ẹ̀mí, àní àwa tìkára wa ń kérora nínú ara wa, àwa ń dúró de ìsọdọmọ àní ìdáǹdè ara wa.
ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।
24 Nítorí nípa ìrètí ni a fi gbà wá là, ṣùgbọ́n ìrètí tí a bá rí kì í ṣe ìrètí nítorí ta ni ń retí ohun tí ó bá rí?
କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ?
25 Ṣùgbọ́n bí àwa bá ń retí èyí tí àwa kò rí, ǹjẹ́ àwa ń fi sùúrù dúró dè é.
କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।
26 Bẹ́ẹ̀ gẹ́gẹ́ ni ẹ̀mí pẹ̀lú sì ń ran àìlera wa lọ́wọ́: nítorí a kò mọ bí a ti ń gbàdúrà gẹ́gẹ́ bí ó ti yẹ, ṣùgbọ́n ẹ̀mí tìkára rẹ̀ ń fi ìrora tí a kò le fi ẹnu sọ bẹ̀bẹ̀ fún wa.
ଆଉ, ସେହି ପ୍ରକାରେ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
27 Ẹni tí ó sì ń wá inú ọkàn wò, ó mọ ohun ti ẹ̀mí, nítorí tí ó ń bẹ̀bẹ̀ fún àwọn ènìyàn mímọ́ gẹ́gẹ́ bí ìfẹ́ Ọlọ́run.
ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ପବିତ୍ର ଆତ୍ମାଙ୍କ ଭାବ କଅଣ, ତାହା ମଧ୍ୟ ଜାଣନ୍ତି, କାରଣ ସେ ଈଶ୍ବରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି।
28 Àwa sì mọ̀ pé ohun gbogbo ni ó ń ṣiṣẹ́ pọ̀ sí rere fún àwọn tí ó fẹ́ Ọlọ́run, àní fún àwọn ẹni tí a pè gẹ́gẹ́ bí ìpinnu rẹ̀.
ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ବର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।
29 Nítorí àwọn ẹni tí ó mọ̀ tẹ́lẹ̀, ni ó sì yàn tẹ́lẹ̀ láti rí bí àwòrán ọmọ rẹ̀, kí òun lè jẹ́ àkọ́bí láàrín àwọn arákùnrin púpọ̀.
କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।
30 Àti pé lẹ́yìn tí òun ti pè wá wá sọ́dọ̀ ara rẹ̀, ó sọ wá di aláìjẹ̀bi lẹ́yìn èyí, ó fi rere Kristi kún inú ọkàn wa. Lékè gbogbo rẹ̀, ó fún wa ní ìdúró rere pẹ̀lú rẹ̀, ó sì pinu ògo rẹ̀ fún wa.
ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ।
31 Kí ni àwa yóò wí nísinsin yìí sí nǹkan ìyanu wọ̀nyí? Bí Ọlọ́run bá wà pẹ̀lú wa, ta ni yóò kọjú ìjà sí wa?
ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?
32 Níwọ̀n ìgbà tí Ọlọ́run ti fi Ọmọ rẹ̀ fún wa, ǹjẹ́ ó ha tún le ṣòro fún un láti fún wa ní ohunkóhun bí?
ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?
33 Ta ni ẹni náà tí ó lè dá wa lẹ́bi, àwa ẹni tí Ọlọ́run ti yàn fún ara rẹ̀. Ǹjẹ́ Ọlọ́run yóò dá wa lẹ́bi? Bẹ́ẹ̀ kọ́! Òun ni ẹni tí ó dáríjì wá, tí ó sì fi wá sípò tí ó dára lọ́dọ̀ rẹ̀.
ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି।
34 Ta ni ẹni náà tí yóò dá wa lẹ́bi? Kò sí. Kristi Jesu tí ó kú, kí a sá à kúkú wí pé tí a ti jí dìde kúrò nínú òkú, ẹni tí ó sì wà ní ọwọ́ ọ̀tún Ọlọ́run, tó sì ń bẹ̀bẹ̀ fún wa?
କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।
35 Ta ni yóò ha yà wá kúrò nínú ìfẹ́ Kristi? Ìpọ́njú ni, tàbí wàhálà tàbí inúnibíni tàbí ìyàn, tàbí ìhòhò, tàbí ewu tàbí idà?
ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ?
36 Gẹ́gẹ́ bí a ti kọ ọ́ pé: “Nítorí rẹ̀ ni a ṣe ń pa wá kú ní gbogbo ọjọ́; À ń kà wá sí bí àgùntàn fún pípa.”
ଯେପରି ଲେଖାଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।”
37 Ṣùgbọ́n nínú gbogbo nǹkan wọ̀nyí, àwa ju ẹni tí ó ṣẹ́gun lọ nípasẹ̀ Kristi ẹni tí ó fẹ́ wa.
ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ।
38 Nítorí pé ó dá mi lójú gbangba pé, kì í ṣe ikú tàbí ìyè, kì í ṣe àwọn angẹli tàbí ẹ̀mí èṣù, kì í ṣe ohun ìgbà ìsinsin yìí tàbí ohun tí ó ń bọ̀, tàbí àwọn agbára,
କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ,
39 tàbí òkè, tàbí ọ̀gbun, tàbí ohunkóhun nínú ìṣẹ̀dá ni yóò le yà wá kúrò nínú ìfẹ́ Ọlọ́run tí ó ń bẹ nínú Kristi Jesu, Olúwa wa.
ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ବରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।