< Revelation 20 >
1 Mo sì rí angẹli kan ń ti ọ̀run sọ̀kalẹ̀ wá, ti òun ti kọ́kọ́rọ́ ọ̀gbun, àti ẹ̀wọ̀n ńlá kan ní ọwọ́ rẹ̀. (Abyssos )
ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଜଞ୍ଜିର ଥିଲା। (Abyssos )
2 O sì di dragoni náà mú, ejò àtijọ́ nì, tí í ṣe èṣù, àti Satani, ó sì dè é ní ẹgbẹ̀rún ọdún.
ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ,
3 Ó sì gbé e sọ sínú ọ̀gbun náà, ó sì tì í, ó sì fi èdìdì dì í lórí rẹ̀, kí ó má ba à tan àwọn orílẹ̀-èdè jẹ mọ́ títí ẹgbẹ̀rún ọdún náà yóò fi pé. Lẹ́yìn èyí, a kò le ṣàì tú u sílẹ̀ fún ìgbà díẹ̀. (Abyssos )
ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। (Abyssos )
4 Mo sì rí àwọn ìtẹ́, wọ́n sì jókòó lórí wọn, a sì fi ìdájọ́ fún wọ́n, mo sì rí ọkàn àwọn tí a ti bẹ́ lórí nítorí ẹ̀rí Jesu, àti nítorí ọ̀rọ̀ Ọlọ́run, àti àwọn tí kò sì foríbalẹ̀ fún ẹranko náà, àti fún àwòrán rẹ̀, tàbí tí kò sì gbà àmì rẹ̀ ní iwájú wọn àti ní ọwọ́ wọn; wọ́n sì wà láààyè, wọ́n sì jẹ ọba pẹ̀lú Kristi ní ẹgbẹ̀rún ọdún.
ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
5 (Àwọn òkú ìyókù kò wà láààyè mọ́ títí ẹgbẹ̀rún ọdún náà yóò fi pé). Èyí ni àjíǹde èkínní.
ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।
6 Ẹni ìbùkún àti mímọ́ ni ẹni tí ó ní ipa nínú àjíǹde èkínní náà. Lórí àwọn wọ̀nyí ikú ẹ̀ẹ̀kejì kò ní agbára, ṣùgbọ́n wọn ó jẹ́ àlùfáà Ọlọ́run àti ti Kristi, wọn ó sì máa jẹ ọba pẹ̀lú rẹ̀ ní ẹgbẹ̀rún ọdún.
ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ବରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ।
7 Nígbà tí ẹgbẹ̀rún ọdún náà bá sì pé, a ó tú Satani sílẹ̀ kúrò nínú túbú rẹ̀.
ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
8 Yóò sì jáde lọ láti máa tan àwọn orílẹ̀-èdè tí ń bẹ ní igun mẹ́rẹ̀ẹ̀rin ayé jẹ, Gogu àti Magogu, láti gbá wọn jọ sí ogun: àwọn tí iyè wọn dàbí iyanrìn Òkun.
ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।
9 Wọ́n sì gòkè lọ la ibú ayé já, wọ́n sì yí ibùdó àwọn ènìyàn mímọ́ ká àti ìlú àyànfẹ́ náà: iná sì ti ọ̀run sọ̀kalẹ̀ wá, ó sì jó wọn run.
ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।
10 A sì wọ́ Èṣù tí ó tàn wọ́n jẹ lọ sínú adágún iná àti sulfuru, níbi tí ẹranko àti wòlíì èké nì gbé wà, a ó sì máa dá wọn lóró tọ̀sán tòru láé àti láéláé. (aiōn , Limnē Pyr )
ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। (aiōn , Limnē Pyr )
11 Mo sì rí ìtẹ́ funfun ńlá kan, àti ẹni tí ó jókòó lórí rẹ̀, níwájú ẹni tí ayé àti ọ̀run fò lọ; a kò sì rí ààyè fún wọn mọ́.
ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।
12 Mo sì rí àwọn òkú, àti èwe àti àgbà, wọn dúró níwájú ìtẹ́; a sì ṣí àwọn ìwé sílẹ̀; a sì ṣí àwọn ìwé mìíràn kan sílẹ̀ tí í ṣe ìwé ìyè: a sì ṣe ìdájọ́ fún àwọn òkú láti inú ohun tí a ti kọ sínú àwọn ìwé náà, gẹ́gẹ́ bí iṣẹ́ wọn.
ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
13 Òkun sì jọ̀wọ́ àwọn òkú tí ń bẹ nínú rẹ̀ lọ́wọ́; àti òkú àti ipò òkú sì jọ̀wọ́ òkú tí ó wà nínú wọn pẹ̀lú: a sì ṣe ìdájọ́ wọn, olúkúlùkù gẹ́gẹ́ bí iṣẹ́ wọn. (Hadēs )
ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। (Hadēs )
14 Àti ikú àti ipò òkú ni a sì sọ sínú adágún iná. Èyí ni ikú kejì. (Hadēs , Limnē Pyr )
ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ। (Hadēs , Limnē Pyr )
15 Bí a bá sì rí ẹnikẹ́ni tí a kò kọ orúkọ rẹ̀ sínú ìwé ìyè, a ó sọ ọ́ sínú adágún iná. (Limnē Pyr )
ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। (Limnē Pyr )