< Revelation 15 >

1 Mo sì rí àmì mìíràn ní ọ̀run tí ó tóbi tí ó sì ya ni lẹ́nu, àwọn angẹli méje tí ó ni àwọn ìyọnu méje ìkẹyìn, nítorí nínú wọn ni ìbínú Ọlọ́run dé òpin.
ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ବରଙ୍କ କ୍ରୋଧ ସମାପ୍ତ।
2 Mo sì rí bí ẹni pé, Òkun dígí tí o dàpọ̀ pẹ̀lú iná: àwọn tí ó sì dúró lórí Òkun dígí yìí jẹ́ àwọn ti wọ́n ṣẹ́gun ẹranko náà, àti àwòrán rẹ̀, àti àmì rẹ̀ àti nọ́mbà orúkọ rẹ̀, wọn ní ohun èlò orin Ọlọ́run.
ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
3 Wọ́n sì ń kọ orin ti Mose, ìránṣẹ́ Ọlọ́run, àti orin ti Ọ̀dọ́-Àgùntàn, wí pé: “Títóbi àti ìyanu ni àwọn iṣẹ́ rẹ, Olúwa Ọlọ́run Olódùmarè; òdodo àti òtítọ́ ni ọ̀nà rẹ̀, ìwọ ọba àwọn orílẹ̀-èdè.
ସେମାନେ ଈଶ୍ବରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ।
4 Ta ni kì yóò bẹ̀rù, Olúwa, tí kì yóò sì fi ògo fún orúkọ rẹ̀? Nítorí ìwọ nìkan ṣoṣo ni mímọ́. Gbogbo àwọn orílẹ̀-èdè ni yóò sì wá, ti yóò sì foríbalẹ̀ níwájú rẹ, nítorí a ti fi ìdájọ́ rẹ hàn.”
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଅଛି।”
5 Lẹ́yìn náà mo sì wo, sì kíyèsi i, a ṣí tẹmpili àgọ́ ẹ̀rí ní ọ̀run sílẹ̀;
ଏଥିଉତ୍ତାରେ ମୁଁ ଦେଖିଲି, ମହାପବିତ୍ର ସ୍ଥାନ, ଯେଉଁଥିରେ ସାକ୍ଷ୍ୟର ତମ୍ବୁ ଥିଲା, ସ୍ୱର୍ଗରେ ଉନ୍ମୁକ୍ତ ହେଲା,
6 àwọn angẹli méje náà sì ti inú tẹmpili jáde wá, wọ́n ni ìyọnu méje náà, a wọ̀ wọ́n ní aṣọ ọ̀gbọ̀ funfun ti ń dán, a sì fi àmùrè wúrà dìwọ́n ni oókan àyà.
ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ।
7 Àti ọ̀kan nínú àwọn ẹ̀dá alààyè mẹ́rin náà fi ìgò wúrà méje fún àwọn angẹli méje náà, tí ó kún fún ìbínú Ọlọ́run, ẹni tí ń bẹ láààyè láé àti láéláé. (aiōn g165)
ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। (aiōn g165)
8 Tẹmpili náà sì kún fún èéfín láti inú ògo Ọlọ́run àti agbára rẹ̀ wá; ẹnikẹ́ni kò sì lè wọ inú tẹmpili náà lọ títí a fi mú ìyọnu méjèèje àwọn angẹli méje náà ṣẹ.
ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।

< Revelation 15 >