< Revelation 13 >

1 Mo sì rí ẹranko kan ń ti inú Òkun jáde wá, ó ní ìwo mẹ́wàá àti orí méje, lórí àwọn ìwo náà ni adé méje wà, ni orí kọ̀ọ̀kan ni orúkọ ọ̀rọ̀-òdì wà.
ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ବରନିନ୍ଦାସୂଚକ ବିଭିନ୍ନ ନାମ।
2 Ẹranko tí mo rí náà sì dàbí ẹkùn, ẹsẹ̀ rẹ̀ sì dàbí tí beari ẹnu rẹ̀ sì dàbí tí kìnnìún: dragoni náà sì fún un ni agbára rẹ̀, àti ìtẹ́ rẹ̀, àti àṣẹ ńlá.
ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା।
3 Mo sì rí ọ̀kan nínú àwọn orí rẹ̀ bí ẹni pé a sá a pa, a sì tí wo ọgbẹ́ àṣápa rẹ̀ náà sàn, gbogbo ayé sì fi ìyanu tẹ̀lé ẹranko náà.
ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,
4 Wọ́n sì foríbalẹ̀ fún dragoni náà, nítorí tí o fún ẹranko náà ní àṣẹ, wọn sì foríbalẹ̀ fún ẹranko náà, wí pé, “Ta ni o dàbí ẹranko yìí? Ta ni ó sì lè bá a jagun?”
ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରିପାରେ?
5 A sì fún un ni ẹnu láti má sọ ohun ńlá àti ọ̀rọ̀-òdì, a sì fi agbára fún un láti ṣe bẹ́ẹ̀ ni oṣù méjìlélógójì.
ସେହି ପଶୁକୁ ଅହଙ୍କାର ଓ ଈଶ୍ବରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା।
6 Ó sì ya ẹnu rẹ̀ ni ọ̀rọ̀-òdì sí Ọlọ́run, láti sọ ọ̀rọ̀-òdì sí orúkọ rẹ̀, àti sí àgọ́ rẹ̀, àti sí àwọn tí ń gbé ọ̀run.
ସେଥିରେ ସେହି ପଶୁ ମୁଖ ଫିଟାଇ ଈଶ୍ବରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା।
7 A sì fún un láti máa bá àwọn ènìyàn mímọ́ jagun, àti láti ṣẹ́gun wọn, a sì fi agbára fún un lórí gbogbo ẹ̀yà, àti ènìyàn, àti èdè, àti orílẹ̀.
ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା।
8 Gbogbo àwọn tí ń gbé orí ilẹ̀ ayé yóò sì máa sìn ín, olúkúlùkù ẹni tí a kò kọ orúkọ rẹ̀, sínú ìwé ìyè Ọ̀dọ́-Àgùntàn tí a tí pa láti ìpilẹ̀ṣẹ̀ ayé.
ଜଗତର ସୃଷ୍ଟିଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ ପ୍ରଣାମ କରିବେ।
9 Bí ẹnikẹ́ni bá létí kí o gbọ́.
ଯାହାର କର୍ଣ୍ଣ ଅଛି, ସେ ଶୁଣୁ।
10 Ẹni tí a ti pinnu rẹ̀ fún ìgbèkùn, ìgbèkùn ni yóò lọ; ẹni tí a sì ti pinnu rẹ̀ fún idà, ni a ó sì fi idà pa. Níhìn-ín ni sùúrù àti ìgbàgbọ́ àwọn ènìyàn mímọ́ wà.
“କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ୍ଗ ଦ୍ୱାରା ବଧ କରାଯିବ।” ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।
11 Mo sì rí ẹranko mìíràn gòkè láti inú ilẹ̀ wá; ó sì ní ìwo méjì bí ọ̀dọ́-àgùntàn, ó sì ń sọ̀rọ̀ bí dragoni.
ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା।
12 Ó sì ń lo gbogbo agbára ẹranko èkínní níwájú rẹ̀, ó sì mú ilẹ̀ ayé àti àwọn tí ń gbé inú rẹ̀ foríbalẹ̀ fún ẹranko èkínní tí a ti wo ọgbẹ́ àṣápa rẹ̀ sàn.
ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ।
13 Ó sì ń ṣe ohun ìyanu ńlá, àní tí ó fi ń mú iná sọ̀kalẹ̀ láti ọ̀run wá sì ilẹ̀ ayé níwájú àwọn ènìyàn.
ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ।
14 Ó sì ń tán àwọn tí ń gbé orí ilẹ̀ ayé jẹ nípa àwọn ohun ìyanu tí a fi fún un láti ṣe níwájú ẹranko náà; ó wí fún àwọn tí ń gbé orí ilẹ̀ ayé láti ya àwòrán fún ẹranko náà tí o tí gbá ọgbẹ́ idà, tí ó sì yè.
ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ।
15 A sì fi fún un, láti fi ẹ̀mí fún àwòrán ẹranko náà kí ó máa sọ̀rọ̀ kí ó sì mu kí a pa gbogbo àwọn tí kò foríbalẹ̀ fún àwòrán ẹranko náà.
ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା।
16 Ó sì mu gbogbo wọn, àti kékeré àti ńlá, ọlọ́rọ̀ àti tálákà, olómìnira àti ẹrú, láti gba àmì kan sí ọwọ́ ọ̀tún wọn, tàbí ní iwájú orí wọn;
ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,
17 àti kí ẹnikẹ́ni má lè rà tàbí tà, bí kò ṣe ẹni tí o bá ní àmì náà, èyí ni orúkọ ẹranko náà, tàbí àmì orúkọ rẹ̀.
ପୁଣି, ସେହି ଚିହ୍ନ, ଅର୍ଥାତ୍‍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ।
18 Níhìn-ín ni ọgbọ́n gbé wà. Ẹni tí o bá ní òye, kí o ka òǹkà tí ń bẹ̀ lára ẹranko náà, nítorí pé òǹkà ènìyàn ni, òǹkà rẹ̀ náà sì jẹ́ ọ̀tàlélẹ́gbẹ̀ta ó lé mẹ́fà.
ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ଛଅ ଶହ ଛଷଠି।

< Revelation 13 >