< Psalms 89 >

1 Maskili ti Etani ará Esra. Èmi kọrin títóbi ìfẹ́ Olúwa títí láé; pẹ̀lú ẹnu mi ní èmi yóò jẹ́ kí a mọ òtítọ́ rẹ láti ìran dé ìran.
ଇଷ୍ରାହୀୟ ଏଥନ୍‍ର ମସ୍କୀଲ୍‍। ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି; ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି।
2 Èmi ó wí pé, ìfẹ́ rẹ dúró títí láé, pé ìwọ gbe òtítọ́ rẹ kalẹ̀ ní ọ̀run fúnra rẹ̀.
କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି; “ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ।”
3 Ìwọ wí pé, “Èmi ti dá májẹ̀mú pẹ̀lú àwọn àyànfẹ́ mi mo ti búra fún Dafidi ìránṣẹ́ mi.
“ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ, ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ।
4 ‘Èmi ó fi ìdí irú-ọmọ rẹ múlẹ̀ títí láé èmí ó sì máa gbe ìtẹ́ rẹ ró láti ìran dé ìran.’”
‘ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା ଓ ପୁରୁଷ-ପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା।’” (ସେଲା)
5 Àwọn ọ̀run yóò máa yin iṣẹ́ ìyanu rẹ, Olúwa, òtítọ́ rẹ ni ìpéjọpọ̀ àwọn ẹni mímọ́.
ହେ ସଦାପ୍ରଭୋ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା କରିବ, ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ।
6 Ta ni ó wà ní ọ̀run tí a lè fiwé Olúwa? Ta ni nínú àwọn ọmọ alágbára ti a lè fiwé Olúwa?
କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା କରାଯାଇପାରେ? ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର
7 Nínú àjọ ìgbìmọ̀ ẹni mímọ́, wọ́n bẹ̀rù Ọlọ́run gidigidi; ó sì ní ìbùyìn fún ju gbogbo àwọn tí ó yí i ká.
ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ-ସନ୍ତାନଗଣ ମଧ୍ୟରେ କିଏ ଅଛି?
8 Olúwa Ọlọ́run alágbára, ta ló dàbí rẹ ìwọ jẹ́ alágbára, Olúwa, òtítọ́ rẹ sì yí ọ ká.
ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ତୁଲ୍ୟ ବିକ୍ରମୀ କିଏ? ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ।
9 Ìwọ ń darí ríru omi Òkun; nígbà tí ó ru àwọn omi sókè, ìwọ mú wọn parọ́rọ́.
ତୁମ୍ଭେ ସମୁଦ୍ରର ଅହଙ୍କାର ଉପରେ କର୍ତ୍ତୃତ୍ୱ କରୁଅଛ; ତହିଁର ତରଙ୍ଗମାଳା ଉଠିବା ବେଳେ ତୁମ୍ଭେ ସେସବୁ ଶାନ୍ତ କରୁଅଛ।
10 Ìwọ ni ó ti ya Rahabu pẹ́rẹpẹ̀rẹ bí ẹni tí a pa; ìwọ ti fi apá ọwọ́ agbára rẹ tú àwọn ọ̀tá rẹ ká.
ତୁମ୍ଭେ ରାହବକୁ ଚୂର୍ଣ୍ଣ କରି ହତ ବ୍ୟକ୍ତିର ସମାନ କରିଅଛ; ତୁମ୍ଭେ ଆପଣା ବଳିଷ୍ଠ ବାହୁରେ ନିଜ ଶତ୍ରୁମାନଙ୍କୁ ଛିନ୍ନଭିନ୍ନ କରିଅଛ।
11 Tìrẹ ní àwọn ọ̀run, ayé pẹ̀lú jẹ́ tìrẹ: ayé àti ohun gbogbo tí ó wà nínú rẹ̀: ìwọ ti gbé wọn kalẹ̀.
ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର; ତୁମ୍ଭେ ଜଗତ ଓ ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ।
12 Gúúsù àti àríwá ìwọ ni ó dá wọn; Tabori àti Hermoni ń fi ayọ̀ yin orúkọ rẹ.
ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ; ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି,
13 Ìwọ ní apá agbára; agbára ní ọwọ́ rẹ, gíga ní ọwọ́ ọ̀tún rẹ.
ତୁମ୍ଭେ ପରାକ୍ରାନ୍ତ ବାହୁବିଶିଷ୍ଟ; ତୁମ୍ଭର ହସ୍ତ ବଳବାନ ଓ ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚ।
14 Òdodo àti òtítọ́ ni ìpìlẹ̀ ìtẹ́ rẹ: ìdúró ṣinṣin ìfẹ́ àti òtítọ́ ń lọ síwájú rẹ.
ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ।
15 Ìbùkún ni fún àwọn ènìyàn tí wọn mọ ohùn ayọ̀ nì, Olúwa wọ́n ó máa rìn ní ìmọ́lẹ̀ ojú rẹ.
ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ; ହେ ସଦାପ୍ରଭୋ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି।
16 Wọn ń ṣògo nínú orúkọ rẹ̀ ní gbogbo ọjọ́, wọn ń yin òdodo rẹ.
ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି।
17 Nítorí ìwọ ni ògo agbára wọn; nípa ojúrere ni ìwo wá ń ṣògo.
କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ।
18 Nítorí ti Olúwa ni asà wa, ọba wa sì ni Ẹni Mímọ́ Israẹli.
କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର।
19 Nígbà náà ni ìwọ sọ̀rọ̀ nínú ìran, sí àwọn olóòtítọ́ rẹ, wí pé, “Èmi ti gbé adé kalẹ̀ sórí ẹni tí ó lágbára, èmi ti gbé ẹni tí a yàn láti ọ̀dọ̀ àwọn ènìyàn ga.
ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ ଦେଇ କଥା କହିଲ, ପୁଣି, କହିଲ, “ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ କରିବାର ଭାର ଦେଇଅଛୁ; ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ ଉନ୍ନତ କରିଅଛୁ।
20 Èmi ti rí Dafidi ìránṣẹ́ mi; pẹ̀lú òróró mímọ́ mi ni mo fi yàn án.
ଆମ୍ଭେ ଆପଣା ଦାସ ଦାଉଦଙ୍କୁ ପାଇଅଛୁ; ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ;
21 Ìgbà gbogbo ni ọwọ́ mi yóò máa wà pẹ̀lú rẹ̀ apá mí yóò sì fi agbára fún un.
ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ; ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ।
22 Àwọn ọ̀tá kì yóò borí rẹ̀, àwọn ènìyàn búburú kì yóò rẹ̀ ẹ́ sílẹ̀.
ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ; କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ।
23 Èmi yóò run àwọn ọ̀tá rẹ níwájú rẹ èmi yóò lu àwọn tí ó kórìíra rẹ bolẹ̀.
ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା।
24 Òtítọ́ mi àti ìdúró ṣinṣin ìfẹ́ yóò wà pẹ̀lú rẹ àti ní orúkọ mi ni a ó gbé ìwo rẹ ga.
ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ; ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ।
25 Èmi ó gbé ọwọ́ rẹ lórí òkun, àti ọwọ́ ọ̀tún rẹ lórí àwọn odo ńlá.
ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା।
26 Òun yóò kígbe sí mi pé, ‘Ìwọ ni baba mi, Ọlọ́run mi, àti àpáta ìgbàlà mi!’
ସେ ଆମ୍ଭଙ୍କୁ ଡାକି କହିବ, ‘ତୁମ୍ଭେ ଆମ୍ଭର ପିତା, ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।’
27 Èmi yóò ṣe é ni àkọ́bí mi, ẹni gíga ju àwọn ọba ayé.
ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା।
28 Títí láé ni èmi yóò pa ìfẹ́ dídúró ṣinṣin mọ́ fún un, àti májẹ̀mú mi pẹ̀lú rẹ̀ yóò dúró gbọingbọin.
ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
29 Èmi ó fi ìdí irú-ọmọ rẹ̀ múlẹ̀ títí láé, àti ìtẹ́ rẹ gẹ́gẹ́ bí ọ̀run ti wà láé.
ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା।
30 “Bí àwọn ọmọ rẹ̀ bá kọ òfin mi sílẹ̀ tí wọn kò sì rìn gẹ́gẹ́ bí ìlànà mi.
ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି ଓ ଆମ୍ଭ ଶାସନରେ ନ ଚାଲନ୍ତି;
31 Tí wọn bá ba ìlànà mi jẹ́ tí wọn kò sì pa àṣẹ mi mọ́,
ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି;
32 nígbà náà ni èmi ó fì ọ̀gọ̀ bẹ ìrékọjá wọn wò; àti ẹ̀ṣẹ̀ wọn pẹ̀lú pàṣán;
ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା।
33 ṣùgbọ́n èmi kò ní mú ìfẹ́ mi tí ó dúró ṣinṣin kúrò lọ́dọ̀ rẹ, bẹ́ẹ̀ ni èmi kì yóò jẹ́ kí òtítọ́ mi kí ó yẹ̀.
ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ; କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
34 Èmi kì yóò sẹ́ májẹ̀mú mi, bẹ́ẹ̀ ni èmi kì yóò yí ọ̀rọ̀ tí ó ti ẹnu mi jáde padà.
ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ, କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ।
35 Lẹ́ẹ̀kan ṣoṣo ni èmi ti fi ìwà mímọ́ mi búra; èmi kì yóò purọ́ fún Dafidi.
ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ କରିଅଛୁ; ଆମ୍ଭେ ଦାଉଦଙ୍କୁ ମିଥ୍ୟା କହିବା ନାହିଁ।
36 Irú-ọmọ rẹ yóò dúró títí láé, àti ìtẹ́ rẹ̀ yóò dúró bí oòrùn níwájú mi.
ତାହାର ବଂଶ ସଦାକାଳ ରହିବ ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ ରହିବ।
37 A ó fi múlẹ̀ títí láé bí òṣùpá, àti bi ẹlẹ́rìí òtítọ́ ni ọ̀run.” (Sela)
ତାହା ସଦାକାଳ ଚନ୍ଦ୍ର ତୁଲ୍ୟ ଓ ଆକାଶସ୍ଥ ବିଶ୍ୱସ୍ତ ସାକ୍ଷୀ ତୁଲ୍ୟ ସ୍ଥିରୀକୃତ ହେବ।” (ସେଲା)
38 Ṣùgbọ́n nísinsin yìí ìwọ ti ṣá tì, ìwọ sì kórìíra; ìwọ kún fún ìrunú sí ẹni àmì òróró rẹ.
ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ।
39 Ìwọ ti sọ májẹ̀mú ìránṣẹ́ rẹ di òfo; ìwọ tàbùkù adé rẹ nínú eruku.
ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ; ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ।
40 Ìwọ ti wó gbogbo àwọn odi rẹ̀ ìwọ sọ ibi gíga rẹ̀ di ahoro.
ତୁମ୍ଭେ ତାହାର ସବୁ ବାଡ଼ ଭାଙ୍ଗି ପକାଇଅଛ; ତୁମ୍ଭେ ତାହାର ଦୃଢ଼ ଗଡ଼ସବୁ ଉଜାଡ଼ କରିଅଛ।
41 Àwọn tí ń kọjá lọ fi ṣe ìjẹ; ó ti di ẹ̀gàn àwọn olùbágbé rẹ̀.
ପଥ ଦେଇ ଯିବା ଲୋକ ସମସ୍ତେ ତାହାକୁ ଲୁଟ କରନ୍ତି; ସେ ଆପଣା ପ୍ରତିବାସୀମାନଙ୍କର ନିନ୍ଦାପାତ୍ର ହୋଇଅଛି।
42 Ìwọ ti gbé ọwọ́ ọ̀tún ọ̀tá rẹ̀ sókè; ìwọ mú gbogbo ọ̀tá rẹ̀ yọ̀.
ତୁମ୍ଭେ ତାହାର ବିପକ୍ଷମାନଙ୍କ ଦକ୍ଷିଣ ହସ୍ତ ଉନ୍ନତ କରିଅଛ; ତୁମ୍ଭେ ତାହାର ସକଳ ଶତ୍ରୁଙ୍କୁ ଆନନ୍ଦିତ କରିଅଛ।
43 Pẹ̀lú, ìwọ ti yí ojú idà rẹ̀ padà, ìwọ kò sì dúró tì í nínú ogun.
ହଁ, ତୁମ୍ଭେ ତାହାର ଖଡ୍ଗଧାର ଫେରାଉଅଛ ଓ ଯୁଦ୍ଧରେ ତାହାକୁ ଛିଡ଼ା ହେବାକୁ ଦେଇ ନାହଁ।
44 Ìwọ ti mú ògo rẹ̀ kùnà, ìwọ si wó ìtẹ́ rẹ̀ palẹ̀ sílẹ̀ẹ́lẹ̀.
ତୁମ୍ଭେ ତାହାର ରାଜଦଣ୍ଡ ନିବୃତ୍ତ କରିଅଛ ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ।
45 Ìwọ ti gé ọjọ́ èwe rẹ̀ kúrú; ìwọ sì fi ìtìjú bò ó.
ତୁମ୍ଭେ ତାହାର ଯୌବନ ଦିନ ହ୍ରାସ କରିଅଛ; ତୁମ୍ଭେ ଲଜ୍ଜାରେ ତାହାକୁ ଆଚ୍ଛନ୍ନ କରିଅଛ। (ସେଲା)
46 Yóò ti pẹ́ tó, Olúwa? Tí ìwọ ó ha fi ara rẹ pamọ́ títí láé? Yóò ti pẹ́ to tí ìbínú rẹ yóò máa jó bí iná?
ହେ ସଦାପ୍ରଭୋ, କେତେ କାଳ, ତୁମ୍ଭେ କି ସଦାକାଳ ଆପଣାକୁ ଲୁଚାଇବ? କେତେ କାଳ ତୁମ୍ଭର କୋପ ଅଗ୍ନି ପରି ଜ୍ୱଳିବ?
47 Rántí bí ọjọ́ mi ti kúrú tó nítorí asán ha ni ìwọ fi ṣẹ̀dá àwọn ènìyàn!
ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ କର; ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ-ସନ୍ତାନ ସମସ୍ତଙ୍କୁ ସୃଷ୍ଟି କରିଅଛ!
48 Ta ni yóò wà láààyè tí kò ní rí ikú rẹ̀? Ta ló lè sá kúrò nínú agbára isà òkú? (Sheol h7585)
ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ? (Sheol h7585)
49 Olúwa, níbo ni ìṣeun ìfẹ́ rẹ àtijọ́ wà, tí ìwọ ti fi òtítọ́ rẹ búra fún Dafidi?
ହେ ପ୍ରଭୋ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ?
50 Rántí, Olúwa, bí a ti ń gan àwọn ìránṣẹ́ rẹ; bí èmi ti gbà ní àyà mi láti ọ̀dọ̀ àwọn ènìyàn,
ହେ ପ୍ରଭୋ, ତୁମ୍ଭ ଦାସମାନଙ୍କର ନିନ୍ଦା ସ୍ମରଣ କର ଓ ମୁଁ ପରାକ୍ରାନ୍ତ ଗୋଷ୍ଠୀବର୍ଗର ନିନ୍ଦା କିପ୍ରକାରେ ଆପଣା ବକ୍ଷସ୍ଥଳରେ ବହୁଅଛି, ଏହା ସ୍ମରଣ କର।
51 ẹ̀gàn tí àwọn ọ̀tá rẹ gàn, Olúwa, tí wọn gan ipasẹ̀ ẹni àmì òróró rẹ.
ହେ ସଦାପ୍ରଭୋ, ତଦ୍ଦ୍ୱାରା ତୁମ୍ଭ ଶତ୍ରୁଗଣ ନିନ୍ଦା କରିଅଛନ୍ତି, ତଦ୍ଦ୍ୱାରା ସେମାନେ ତୁମ୍ଭ ଅଭିଷିକ୍ତଙ୍କ ପଦଚିହ୍ନକୁ ନିନ୍ଦା କରିଅଛନ୍ତି।
52 Olùbùkún ní Olúwa títí láé.
ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ, ଆମେନ୍‍, ଆମେନ୍‍।

< Psalms 89 >