< Psalms 84 >

1 Fún adarí orin. Gẹ́gẹ́ bí ti gittiti. Ti àwọn ọmọ Kora. Saamu. Ibùgbé rẹ̀ ti lẹ́wà tó, Olúwa àwọn ọmọ-ogun!
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ହେ ସୈନ୍ୟାଧିପତି ସଦାପ୍ରଭୋ, ତୁମ୍ଭର ଆବାସ କିପରି ପ୍ରିୟତମ!
2 Ọkàn mi ń ṣàfẹ́rí nítòótọ́ ó tilẹ̀ pòǹgbẹ fún àgbàlá Olúwa àyà mi àti ara mi ń kọrin ayọ̀ sí Ọlọ́run alààyè.
ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ।
3 Nítòótọ́ ológoṣẹ́ ri ilé, ẹyẹ alápáǹdẹ̀dẹ̀ tẹ́ ìtẹ́ fún ara rẹ̀, níbi tí yóò máa pa ọmọ rẹ̀ mọ́ sí: ibùgbé ní tòsí pẹpẹ rẹ̀, Olúwa àwọn ọmọ-ogun, ọba mí àti Ọlọ́run mi.
ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୋ, ମୋହର ରାଜନ୍‍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,
4 Ìbùkún ní fún àwọn tí ó ń gbé inú ilé rẹ; wọn ó máa yìn ọ́ títí láé.
ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। (ସେଲା)
5 Ìbùkún ni fún àwọn tí agbára wọn wà nínú rẹ àwọn tí wọ́n gbé ọkàn lé bíbẹ ibi mímọ́ wò.
ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ।
6 Àwọn tí ń la àfonífojì omijé lọ wọn sọ ọ́ di kànga àkọ́rọ̀ òjò sì fi ìbùkún bò ó.
ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣା ସ୍ଥାନ କରନ୍ତି; ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ।
7 Wọ́n ń lọ láti ipa dé ipá títí tí ọ̀kọ̀ọ̀kan fi farahàn níwájú Ọlọ́run ní Sioni.
ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି।
8 Gbọ́ àdúrà mi, Olúwa Ọlọ́run Alágbára; tẹ́tí sí mi, Ọlọ́run Jakọbu.
ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ହେ ଯାକୁବର ପରମେଶ୍ୱର, କର୍ଣ୍ଣପାତ କର। (ସେଲା)
9 Wo asà wa, Ọlọ́run; fi ojú àánú wò àwọn ẹni àmì òróró rẹ.
ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ।
10 Dídára ní ọjọ́ kan ní ààfin rẹ ju ẹgbẹ̀rún ọjọ́ lọ; èmi o kúkú máa ṣe aṣọ́nà nínú ilé Ọlọ́run mi jù láti gbé ní àgọ́ àwọn ènìyàn búburú.
କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ; ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ।
11 Nítorí Olúwa Ọlọ́run jẹ́ òòrùn àti asà; Olúwa fún ni ní ojúrere àti ọlá; kò sí ohun rere kan tí yóò fàsẹ́yìn fún àwọn tí ó rìn ní àìlábùkù.
କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ।
12 Olúwa àwọn ọmọ-ogun, ìbùkún ni fún ọkùnrin náà tí ó gbẹ́kẹ̀lé ọ.
ହେ ସୈନ୍ୟାଧିପତି ପରମେଶ୍ୱର, ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ।

< Psalms 84 >