< Psalms 79 >
1 Saamu ti Asafu. Ọlọ́run, àwọn orílẹ̀-èdè ti wá ilẹ̀ ìní rẹ; wọ́n ti ba tẹmpili mímọ́ rẹ jẹ́, wọn di Jerusalẹmu kù sí òkìtì àlàpà.
ଆସଫର ଗୀତ। ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି; ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି।
2 Wọn ti fi ara òkú àwọn ìránṣẹ́ rẹ fún àwọn ẹyẹ ojú ọ̀run ní oúnjẹ, ẹran-ara àwọn ènìyàn mímọ́ rẹ̀ fún ẹranko ilẹ̀.
ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି, ତୁମ୍ଭ ସଦ୍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି।
3 Wọ́n tu ẹ̀jẹ̀ jáde gẹ́gẹ́ bí omi yí Jerusalẹmu ká, kò sì ṣí àwọn tí yóò sìn wọ́n.
ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତି ଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା।
4 Àwa di ohun ẹ̀gàn sí àwọn tí ó yí wa ká, àbùkù àti ìfiṣe ẹlẹ́yà sí àwọn tí ó yí wa ká.
ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ।
5 Nígbà wo, Olúwa? Ní ìwọ ó máa bínú títí láé? Yóò ti pẹ́ tó ti owú rẹ yóò ha jò bí iná?
ହେ ସଦାପ୍ରଭୋ, କେତେ କାଳ? ତୁମ୍ଭେ କି ସଦାକାଳ କ୍ରୁଦ୍ଧ ହେବ? ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ?
6 Tú ìbínú rẹ jáde sí orílẹ̀-èdè tí kò ní ìmọ̀ rẹ, lórí àwọn ìjọba tí kò pe orúkọ rẹ;
ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ।
7 nítorí wọ́n ti run Jakọbu wọ́n sì sọ ibùgbé rẹ di ahoro.
କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି ଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି।
8 Má ṣe ka ẹ̀ṣẹ̀ àwọn baba wa sí wa lọ́rùn jẹ́ kí àánú rẹ wá kánkán láti bá wa, nítorí tí a rẹ̀ wá sílẹ̀ gidigidi.
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ; ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ। କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ।
9 Ràn wá lọ́wọ́, Ọlọ́run Olùgbàlà wa, fún ògo orúkọ rẹ; gbà wá kí o sì dárí ẹ̀ṣẹ̀ wa jì nítorí orúkọ rẹ.
ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର।
10 Àwọn orílẹ̀-èdè yóò máa wí pé, “Níbo ni Ọlọ́run wọn wà?” Ní ojú wa, kí a mọ̀ láàrín àwọn orílẹ̀-èdè kí ó sì gbẹ̀san àwọn ẹ̀jẹ̀ ìránṣẹ́ rẹ tí a tú jáde.
ଅନ୍ୟ ଦେଶୀୟମାନେ କାହିଁକି କହିବେ, ସେମାନଙ୍କର ପରମେଶ୍ୱର କାହାନ୍ତି? ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି, ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ।
11 Jẹ́ kí ìmí ẹ̀dùn oǹdè náà wá síwájú rẹ, gẹ́gẹ́ bí títóbi agbára rẹ ìwọ ṣe ìtọ́jú àwọn ti a dá lẹ́bi ikú.
ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର।
12 San án padà sí àyà àwọn aládùúgbò wa nígbà méje nípa ẹ̀gàn tí wọn ti gàn ọ́ Olúwa.
ପୁଣି, ହେ ପ୍ରଭୋ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି, ସେହି ନିନ୍ଦାର ସାତ ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ।
13 Nígbà náà àwa ènìyàn rẹ, àti àgùntàn pápá rẹ, yóò fi ọpẹ́ fún ọ títí láé; láti ìran dé ìran ni àwa ó fi ìyìn rẹ hàn.
ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ, ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା; ଆମ୍ଭେମାନେ ସମସ୍ତ ପିଢ଼ି ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା।