< Psalms 78 >

1 Maskili ti Asafu. Ẹ̀yin ènìyàn mi, ẹ gbọ́ ẹ̀kọ́ mi; tẹ́tí rẹ sí ọ̀rọ̀ ẹnu mi.
ଆସଫର ମସ୍କୀଲ୍‍। ହେ ମୋହର ଲୋକମାନେ, ମୋହର ବ୍ୟବସ୍ଥା ଶୁଣ; ମୋʼ ମୁଖର ବାକ୍ୟରେ କର୍ଣ୍ଣପାତ କର।
2 Èmi ó la ẹnu mi ní òwe, èmi o sọ ohun ìkọ̀kọ̀, ohun ti ọjọ́ pípẹ́;
ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି; ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି;
3 ohun tí a ti gbọ́ tí a sì ti mọ̀, ohun tí àwọn baba wa ti sọ fún wa.
ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।
4 Àwa kì yóò pa wọ́n mọ́ kúrò lọ́dọ̀ àwọn ọmọ, ní fífi ìyìn Olúwa, àti ipa rẹ̀ àti iṣẹ́ ìyanu tó ti ṣe hàn fún ìran tí ń bọ̀.
ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ-କର୍ମସକଳ ବର୍ଣ୍ଣନା କରିବା।
5 Ó gbé ẹ̀rí kalẹ̀ ní Jakọbu o sì fìdí àṣẹ múlẹ̀ ní Israẹli, èyí tí ó pàṣẹ fún àwọn baba ńlá wa láti kọ́ àwọn ọmọ wọn,
କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ;
6 nítorí náà, àwọn ìran tí ń bọ̀ yóò mọ̀ wọ́n bẹ́ẹ̀ ni àwọn ọmọ tí a kò tí ì bí tí yóò dìde tí wọn yóò sọ fún àwọn ọmọ wọn.
ଯେପରି ଆସନ୍ତା ପୁରୁଷ, ଅର୍ଥାତ୍‍, ଯେଉଁ ସନ୍ତାନଗଣ ଜାତ ହେବେ, ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ;
7 Nígbà náà ni wọ́n ò fi ìgbẹ́kẹ̀lé wọn sínú Ọlọ́run wọn kò sì ní gbàgbé iṣẹ́ Ọlọ́run ṣùgbọ́n wọn ó pa àṣẹ rẹ̀ mọ́.
ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ, ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ;
8 Kí wọn kí ó má ṣe dàbí àwọn baba ńlá wọn, ìran alágídí àti ọlọ́tẹ̀, ìran tí ọkàn wọn kò ṣọ òtítọ́ si olóore, àti ẹ̀mí ẹni tí kò bá Ọlọ́run dúró ṣinṣin.
ପୁଣି, ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ; ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ; ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।
9 Àwọn ọkùnrin Efraimu, tí ó há mọ́ ọ tí wọ́n mú ọrun, wọ́n yípadà ní ọjọ́ ogun
ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ ସଂଗ୍ରାମ ଦିନରେ ହଟିଗଲେ।
10 Wọn kò pa májẹ̀mú Ọlọ́run mọ́ wọn sì kọ̀ láti máa gbé nínú òfin rẹ̀.
ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ;
11 Wọ́n gbàgbé ohun tí ó ti ṣe, àwọn ìyanu tí ó ti fihàn wọ́n.
ସେମାନେ ତାହାଙ୍କ କାର୍ଯ୍ୟସକଳ, ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲିଗଲେ।
12 Ó ṣe ìyanu níwájú àwọn baba wọn ní ilẹ̀ Ejibiti, ní agbègbè Ṣoani.
ସେ ସେମାନଙ୍କ ପିତୃଗଣ ସାକ୍ଷାତରେ ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟକର୍ମ କଲେ।
13 Ó pín òkun ní yà, ó sì mú wọn kọjá Ó mù kí omi náà dúró bi odi gíga.
ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ; ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ।
14 Ní ọ̀sán, ó fi ìkùùkuu àwọsánmọ̀ ṣe amọ̀nà wọn àti ní gbogbo òru pẹ̀lú ìmọ́lẹ̀ iná.
ଦିବସରେ ସେ ମେଘ ଦ୍ୱାରା ଓ ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ।
15 Ó sán àpáta ní aginjù ó sì fún wọn ní omi mímu lọ́pọ̀lọ́pọ̀ bí ẹni pé láti inú ibú wá.
ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ, ପୁଣି, ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ ପାନ କରାଇଲେ।
16 Ó mú ìṣàn omi jáde láti inú àpáta omi ṣíṣàn sílẹ̀ gẹ́gẹ́ bí odò.
ସେ ଶୈଳରୁ ସ୍ରୋତ ବାହାର କଲେ ଓ ନଦୀ ତୁଲ୍ୟ ଜଳ ବହାଇଲେ।
17 Wọ́n sì tún tẹ̀síwájú láti dẹ́ṣẹ̀ sí i ní ìṣọ̀tẹ̀ sí Ọ̀gá-ògo ní aginjù.
ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ।
18 Wọ́n mọ̀ ọ́n mọ̀ dán Ọlọ́run wò nípa bíbéèrè fún oúnjẹ tí wọn bẹ̀bẹ̀ fún.
ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ।
19 Wọ́n sọ̀rọ̀-òdì sí Ọlọ́run, wí pé “Ọlọ́run ha lè tẹ́ tábìlì ní aginjù?
ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ; ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ?
20 Nígbà tí ó lu àpáta, omi tú jáde, odò sì sàn lọ́pọ̀lọ́pọ̀ ṣùgbọ́n òun ha lè fún wa lóúnjẹ ó ha le pèsè ẹran fún àwọn ènìyàn rẹ̀?”
ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା ଓ ସ୍ରୋତ ପ୍ରବାହିତ ହେଲା; ସେ କି ଅନ୍ନ ମଧ୍ୟଦେଇ ପାରନ୍ତି? ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ?”
21 Nígbà tí Olúwa gbọ́ wọn, ó bínú gidigidi; iná rẹ̀ sọ̀kalẹ̀ sí Jakọbu, ìbínú rẹ̀ sì rú sí Israẹli,
ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା ଓ ଇସ୍ରାଏଲ ବିରୁଦ୍ଧରେ ମଧ୍ୟ କ୍ରୋଧ ଉଠିଲା;
22 nítorí wọn kò gba Ọlọ́run gbọ́, wọn kò sì gbẹ́kẹ̀lé ìgbàlà rẹ̀.
କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ।
23 Síbẹ̀ ó pàṣẹ fún ìràwọ̀ ojú ọ̀run, ó sì ṣí ìlẹ̀kùn ọ̀run sílẹ̀;
ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ ଓ ଆକାଶର ଦ୍ୱାର ମୁକ୍ତ କଲେ।
24 Ó rọ manna fún àwọn ènìyàn láti jẹ, ó fún wọn ní ọkà láti ọ̀run.
ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 Àwọn ènìyàn jẹ oúnjẹ àwọn angẹli; Ó fún wọn ní oúnjẹ ní àjẹyó,
ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା; ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ।
26 Ó mú afẹ́fẹ́ ìlà-oòrùn láti ọ̀run wá ó mú afẹ́fẹ́ gúúsù wá nípa agbára rẹ̀.
ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ ଓ ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ।
27 Ó rọ òjò ẹran sílẹ̀ sórí wọn bí erùpẹ̀ ilẹ̀, àti ẹyẹ abìyẹ́ gẹ́gẹ́ bí iyanrìn etí òkun
ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ, ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ;
28 Ó jẹ́ kí wọn jáde ní ibùdó wọn, yíká àgọ́ wọn.
ସେ ସେମାନଙ୍କ ଛାଉଣି ମଧ୍ୟରେ, ସେମାନଙ୍କ ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ।
29 Wọ́n jẹ, wọ́n sì yó jọjọ nítorí ó ti fún wọn ní ohun tí wọn fìtara bẹ̀bẹ̀ fún.
ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ।
30 Ṣùgbọ́n wọn kò kúrò nínú oúnjẹ tí wọn fìtara bẹ̀bẹ̀ fún, nígbà tí oúnjẹ wọn sì wà ní ẹnu wọn,
ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନୋହୁଣୁ, ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ
31 ìbínú Ọlọ́run dìde sí wọn ó pa àwọn tí ó jùlọ nínú wọn, ó sì lu àwọn ọ̀dọ́mọkùnrin Israẹli bolẹ̀.
ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା, ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା।
32 Nínú gbogbo ìwọ̀nyí, wọ́n ń dẹ́ṣẹ̀ síwájú; nínú gbogbo iṣẹ́ ìyanu rẹ̀, wọ́n kò gbàgbọ́.
ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ।
33 O fi òpin sí ayé wọn nínú asán àti ọdún wọn nínú ìpayà.
ଏହେତୁ ସେ ଅସାରତାରେ ସେମାନଙ୍କ ଦିନ ଓ ଆତଙ୍କରେ ସେମାନଙ୍କ ବର୍ଷସବୁ କ୍ଷେପଣ କରାଇଲେ,
34 Nígbàkígbà tí Ọlọ́run bá pa wọ́n, wọn yóò wá a kiri; wọn yóò fi ìtara yípadà sí i.
ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ; ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ।
35 Wọ́n rántí pé Ọlọ́run ní àpáta wọn; wí pé Ọlọ́run Ọ̀gá-ògo jùlọ ni olùràpadà àpáta wọn.
ପରମେଶ୍ୱର ଯେ ସେମାନଙ୍କର ଶୈଳ ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ।
36 Ṣùgbọ́n nígbà náà ni wọ́n yóò pọ́n ọn pẹ̀lú ẹnu wọ́n wọ́n fi ahọ́n wọ́n purọ́ fún un;
ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ।
37 ọkàn wọn kò sòtítọ́ sí i, wọn kò jẹ́ olódodo sí májẹ̀mú rẹ̀.
କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନ ଥିଲା, କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
38 Síbẹ̀ ó ṣàánú; ó dárí àìṣedéédéé wọn jì òun kò sì pa wọ́n run nígbà púpọ̀ ló ń yí ìbínú rẹ̀ padà kò sì ru ìbínú rẹ̀ sókè
ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ; ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି ଆପଣା କୋପ ଉତ୍ତେଜ କଲେ ନାହିଁ।
39 Ó rántí pé ẹlẹ́ran ara ni wọ́n, afẹ́fẹ́ tó ń kọjá tí kò lè padà.
ଆଉ, ସେମାନେ ଯେ ମାଂସ ମାତ୍ର ଓ ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ।
40 Nígbà gbogbo ní wọn ń ṣọ̀tẹ̀ sí i ní aginjù wọn mú un bínú nínú ilẹ̀ tí ó di ahoro!
ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ।
41 Síwájú àti síwájú wọ́n dán Ọlọ́run wò; wọ́n mú ẹni mímọ́ Israẹli bínú.
ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ।
42 Wọ́n kò rántí agbára rẹ̀: ní ọjọ́ tí ó rà wọ́n padà lọ́wọ́ àwọn aninilára,
ସେମାନେ ତାହାଙ୍କର ହସ୍ତ ଓ ଯେଉଁ ଦିନ ସେ ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହି ଦିନ
43 ní ọjọ́ tí ó fi iṣẹ́ ìyanu rẹ̀ hàn ní Ejibiti, àti iṣẹ́ àmì rẹ̀ ni ẹkùn Ṣoani
ଆଉ, ସେ କିରୂପେ ମିସରରେ ଆପଣା ଚିହ୍ନ ଓ ସୋୟନ-ପଦାରେ ଆପଣାର ଅଦ୍ଭୁତ ଲକ୍ଷଣ ସ୍ଥାପନ କଲେ;
44 Ó sọ omi wọn di ẹ̀jẹ̀; wọn kò lè mu láti odò wọn.
ପୁଣି, ସେମାନଙ୍କର ନଦୀ ଓ ସ୍ରୋତସବୁ ରକ୍ତମୟ କରିବାରୁ ସେମାନେ ପାନ କରି ପାରିଲେ ନାହିଁ, ଏହାସବୁ ସ୍ମରଣ କଲେ ନାହିଁ।
45 Ó rán ọ̀wọ́ eṣinṣin láti pa wọ́n run, àti ọ̀pọ̀lọ́ tí ó bá wọn jẹun.
ସେ ସେମାନଙ୍କ ମଧ୍ୟକୁ ଦଂଶକ ଝିଙ୍କ ପଠାଇଲେ, ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ବେଙ୍ଗ ପଠାଇଲେ, ସେସବୁ ସେମାନଙ୍କୁ ବିନାଶ କଲେ।
46 Ó fi ọkà wọn fún láńtata, àwọn ìre oko wọn fún eṣú.
ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ ଓ ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ।
47 Ó fi yìnyín ba àjàrà wọn jẹ́ ó bá èso sikamore wọn jẹ́.
ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା ଓ ହିମ ଦ୍ୱାରା ସେମାନଙ୍କ ଡିମ୍ବିରିବୃକ୍ଷ ନଷ୍ଟ କଲେ।
48 Ó fi ohun ọ̀sìn wọn fún yìnyín, agbo ẹran wọn fún mọ̀nàmọ́ná.
ଆହୁରି, ସେ ସେମାନଙ୍କ ପଶୁଗଣକୁ ଶିଳାରେ ଓ ସେମାନଙ୍କ ପଲସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ କଲେ।
49 Ó mú kíkorò ìbínú rẹ̀ wá sí wọn lára, ìrunú àti ìkáàánú, àti ìpọ́njú, nípa rírán angẹli apanirun sí wọn.
ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ।
50 Ó pèsè ipa fún ìbínú rẹ̀, òun kò gbà wọ́n lọ́wọ́ ikú, ṣùgbọ́n ó fi ẹ̀mí wọ́n fún àjàkálẹ̀-ààrùn.
ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ, ସେ ମୃତ୍ୟୁୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ;
51 Ó kọlu àwọn àkọ́bí ọmọ ọkùnrin Ejibiti, olórí agbára wọn nínú àgọ́ Hamu.
ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ, ହାମ୍‍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ;
52 Ṣùgbọ́n ó mú àwọn ènìyàn rẹ̀ jáde bí ọ̀wọ́ ẹran; ó ṣọ́ wọn gẹ́gẹ́ bí àgùntàn nínú aginjù.
ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ।
53 Ó dáàbò bò wọ́n dáradára, nítorí náà ni ẹ̀rù kò ṣe bà wọ́n ṣùgbọ́n òkun padé mọ́ àwọn ọ̀tá wọn.
ପୁଣି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ, ତେଣୁ ସେମାନେ ଉଦ୍‍ବିଗ୍ନ ନୋହିଲେ, ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା।
54 Bákan náà ni ó mú wọn wá sí etí ilẹ̀ mímọ́ rẹ̀ òkè tí ọwọ́ ọ̀tún rẹ̀ ti gbà
ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ।
55 Ó lé kèfèrí jáde níwájú wọn ó sì fi títa okùn pín ilẹ̀ náà fún wọn gẹ́gẹ́ bí ilẹ̀ ìní; ó mú àwọn ẹ̀yà Israẹli jókòó ní ilẹ̀ wọn.
ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ ତଡ଼ିଦେଲେ ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରିଦେଲେ ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ।
56 Ṣùgbọ́n wọn dán Ọlọ́run wò wọn sì ṣọ̀tẹ̀ sí Ọ̀gá-ògo; wọn kò pa àṣẹ rẹ̀ mọ́.
ତଥାପି ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ ଓ ତାହାଙ୍କର ପ୍ରମାଣ-ବାକ୍ୟସବୁ ପାଳନ କଲେ ନାହିଁ;
57 Ṣùgbọ́n wọ́n yípadà, wọn jẹ́ aláìṣòdodo gẹ́gẹ́ bí àwọn baba wọn wọ́n sì pẹ̀yìndà sí apákan bí ọrun ẹ̀tàn.
ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ ବିଶ୍ୱାସଘାତକତା କଲେ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ।
58 Wọ́n bí i nínú pẹ̀lú ibi gíga wọn; wọn rú owú rẹ̀ sókè nípa òrìṣà wọn.
କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ। ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ।
59 Nígbà tí Ọlọ́run gbọ́ wọn, inú bí i gidigidi; ó kọ Israẹli pátápátá.
ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ ଇସ୍ରାଏଲକୁ ଅତିଶୟ ଘୃଣା କଲେ;
60 Ó kọ àgọ́ Ṣilo sílẹ̀, àgọ́ tí ó ti gbé kalẹ̀ láàrín àwọn ènìyàn.
ଏପରିକି, ସେ ଶୀଲୋସ୍ଥିତ ଆବାସ ଓ ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସ୍ଥାପିତ ତମ୍ବୁ ପରିତ୍ୟାଗ କଲେ।
61 Ó rán àpótí ẹ̀rí, agbára rẹ̀ lọ sí ìgbèkùn, dídán ògo rẹ̀ lọ sí ọwọ́ àwọn ọ̀tá.
ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ।
62 Ó fi àwọn ènìyàn rẹ̀ lé idà lọ́wọ́, ó sì bínú sí àwọn ohun ìní rẹ̀.
ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ୍ଗରେ ସମର୍ପି ଦେଲେ ଓ ଆପଣା ଅଧିକାର ପ୍ରତି କ୍ରୋଧ ହେଲେ।
63 Iná run àwọn ọ̀dọ́mọkùnrin wọn, àwọn ọmọbìnrin wọn kò sì ní orin ìgbéyàwó:
ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା ଓ ସେମାନଙ୍କ କନ୍ୟାଗଣର ବିବାହ-ଗୀତ ହେଲା ନାହିଁ।
64 àfi àlùfáà wọn fún idà, àwọn opó wọn kò sì le è sọkún.
ସେମାନଙ୍କ ଯାଜକଗଣ ଖଡ୍ଗରେ ପତିତ ହେଲେ ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ।
65 Olúwa sì jí gẹ́gẹ́ bí ẹni ojú oorun, gẹ́gẹ́ bí ọkùnrin ti i jí kúrò nínú ìraníyè ọtí.
ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି, ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ।
66 Ó kọlu àwọn ọ̀tá rẹ̀ padà; ó fi wọn sínú ìtìjú ayérayé.
ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ; ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ।
67 Nígbà náà ni ó kọ́ àgọ́ Josẹfu, kò sì yan ẹ̀yà Efraimu,
ଆହୁରି, ସେ ଯୋଷେଫର ବଂଶକୁ ଅଗ୍ରାହ୍ୟ କଲେ ଓ ଇଫ୍ରୟିମ ଗୋଷ୍ଠୀକୁ ମନୋନୀତ କଲେ ନାହିଁ।
68 ṣùgbọ́n ó yan ẹ̀yà Juda, òkè Sioni, èyí tí ó fẹ́ràn.
ମାତ୍ର ଯିହୁଦା ଗୋଷ୍ଠୀକୁ, ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
69 Ó kọ́ ibi mímọ́ rẹ̀, ibi gíga, gẹ́gẹ́ bí ayé tí ó fi ìdí rẹ̀ múlẹ̀ títí láé.
ଆଉ, ସେ ଉଚ୍ଚ ଗଗନ ତୁଲ୍ୟ ଓ ଅନନ୍ତକାଳ ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ ନିର୍ମାଣ କଲେ।
70 Ó yan Dafidi ìránṣẹ́ rẹ̀ ó mú láti inú àwọn agbo ẹran;
ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ।
71 Ó mú un jáde nínú ìtọ́jú àgùntàn láti jẹ́ olùṣọ́-àgùntàn àwọn ènìyàn rẹ̀ Jakọbu àti Israẹli ogún un rẹ̀.
ସେ ଆପଣା ଲୋକ ଯାକୁବକୁ ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ।
72 Dafidi sì ṣọ́ wọn pẹ̀lú òtítọ́ inú ọkàn; pẹ̀lú ọwọ́ òye ni ó fi darí wọn.
ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ।

< Psalms 78 >