< Psalms 74 >
1 Maskili ti Asafu. Ọlọ́run, èéṣe tí ìwọ fi kọ̀ wá sílẹ̀ títí láé? Èéṣe tí ìbínú rẹ̀ fi dìde sí àwọn àgùntàn pápá rẹ?
ଆସଫର ମସ୍କୀଲ୍। ହେ ପରମେଶ୍ୱର, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ସଦାକାଳ ପରିତ୍ୟାଗ କରିଅଛ? ତୁମ୍ଭ ଚରାସ୍ଥାନର ମେଷଗଣ ବିରୁଦ୍ଧରେ କାହିଁକି ତୁମ୍ଭ କ୍ରୋଧାନଳର ଧୂମ ଉଠୁଅଛି?
2 Rántí àwọn ènìyàn tí ìwọ ti rà nígbà àtijọ́, ẹ̀yà ilẹ̀ ìní rẹ, tí ìwọ ti rà padà. Òkè Sioni, níbi tí ìwọ ń gbé.
ପୂର୍ବକାଳରେ ଯାହାକୁ ତୁମ୍ଭେ କିଣିଅଛ, ତୁମ୍ଭେ ଯାହାକୁ ଆପଣା ଅଧିକାରର ବଂଶ ହେବା ପାଇଁ ମୁକ୍ତ କରିଅଛ, ତୁମ୍ଭର ସେହି ମଣ୍ଡଳୀକୁ ଓ ତୁମ୍ଭର ବାସସ୍ଥାନ ସିୟୋନ ପର୍ବତକୁ ସ୍ମରଣ କର।
3 Yí ẹsẹ̀ rẹ padà sí ìparun ayérayé wọn, gbogbo ìparun yìí tí ọ̀tá ti mú wá sí ibi mímọ́.
ଏହି ଚିରକାଳୀନ କାନ୍ଥଡ଼ା ଆଡ଼େ ଆପଣା ଚରଣ ପକାଅ, ଶତ୍ରୁ ଧର୍ମଧାମରେ ସବୁ ନାଶ କରିଅଛି।
4 Àwọn ọ̀tá rẹ ń bú ramúramù láàrín ènìyàn rẹ, wọ́n ń gbé àsíá wọn sókè fún àmì.
ତୁମ୍ଭର ବିପକ୍ଷଗଣ ତୁମ୍ଭ ସମାଗମ-ସ୍ଥାନ ମଧ୍ୟରେ ଗର୍ଜ୍ଜନ କରିଅଛନ୍ତି; ସେମାନେ ଚିହ୍ନ ନିମନ୍ତେ ଆପଣାମାନଙ୍କ ଧ୍ୱଜା ସ୍ଥାପନ କରିଅଛନ୍ତି।
5 Wọ́n ń rí bí ọkùnrin tí ó gbé àáké rẹ̀ sókè láti gé igi igbó dídí.
ନିବିଡ଼ ଅରଣ୍ୟରେ କୁହ୍ରାଡ଼ି ଉଠାଇବା ଲୋକମାନଙ୍କ ପରି ସେମାନେ ଦେଖାଗଲେ।
6 Ṣùgbọ́n nísinsin yìí, iṣẹ́ ọnà fínfín, ni wọ́n fi àáké wó lulẹ̀ ní ẹ̀ẹ̀kan náà.
ପୁଣି, ଏବେ ସେମାନେ ଟାଙ୍ଗିଆ ଓ ହାତୁଡ଼ି ଦ୍ୱାରା ଏକାବେଳେ ତହିଁର ଖୋଦିତ କର୍ମସବୁ ଭାଙ୍ଗି ପକାନ୍ତି।
7 Wọ́n sun ibi mímọ́ rẹ lulẹ̀ wọ́n ba ibùgbé orúkọ rẹ jẹ́.
ସେମାନେ ତୁମ୍ଭ ଧର୍ମଧାମରେ ଅଗ୍ନି ଲଗାଇ ଅଛନ୍ତି; ସେମାନେ ତୁମ୍ଭ ନାମର ବାସସ୍ଥାନକୁ ଅଶୁଚି କରି ଭୂମିସାତ୍ କରିଅଛନ୍ତି।
8 Wọ́n wí ní ọkàn wọn. “Àwa ó run wọ́n pátápátá!” Wọ́n sun gbogbo ibi ìjọ́sìn Ọlọ́run ní ilẹ̀ náà.
ସେମାନେ ମନେ ମନେ କହିଲେ, “ଆମ୍ଭେମାନେ ଏକାବେଳେ ସେମାନଙ୍କୁ ଉଚ୍ଛିନ୍ନ କରୁ;” ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ସମାଗମ-ସ୍ଥାନ ଦଗ୍ଧ କରିଅଛନ୍ତି।
9 A kò fún wa ní àmì iṣẹ́ ìyanu kankan; kò sí wòlíì kankan ẹnìkankan wa kò mọ ìgbà tí eléyìí yóò dà.
ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ; କୌଣସି ଭବିଷ୍ୟଦ୍ବକ୍ତା ଆଉ ନାହିଁ; କିଅବା ଏପରି କେତେ କାଳ ହେବ, ଏହା ଜାଣିବା ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।
10 Àwọn ọ̀tá yóò ti kùn sí ọ pẹ́ tó, Ọlọ́run? Àwọn ọ̀tá yóò ha ba orúkọ rẹ jẹ́ títí láé?
ହେ ପରମେଶ୍ୱର, ବିପକ୍ଷ କେତେ କାଳ ନିନ୍ଦା କରିବ? ଶତ୍ରୁ କି ସଦାକାଳ ତୁମ୍ଭ ନାମ ନିନ୍ଦା କରିବ?
11 Èéṣe tí ìwọ fi dá ọwọ́ rẹ dúró, ọwọ́ ọ̀tún rẹ? Mú un kúrò nínú ìṣẹ́po aṣọ rẹ kí o sì run wọ́n!
ତୁମ୍ଭେ ଆପଣା ହସ୍ତ, ଆପଣା ଦକ୍ଷିଣ ହସ୍ତ କାହିଁକି ସଂକୋଚି ରଖୁଅଛ? ଆପଣା ବକ୍ଷସ୍ଥଳରୁ ତାହା ବାହାର କରି ସେମାନଙ୍କୁ ସଂହାର କର।
12 Ṣùgbọ́n ìwọ Ọlọ́run ni ọba mi láti ìgbà pípẹ́; Ó mú ìgbàlà wá sórí ilẹ̀ ayé.
ତଥାପି ପୃଥିବୀ ମଧ୍ୟରେ ପରିତ୍ରାଣ ସାଧନକାରୀ ପରମେଶ୍ୱର ପୂର୍ବରୁ ଆମ୍ଭର ରାଜା ଅଟନ୍ତି।
13 Ìwọ ni ó la òkun sílẹ̀ nípa agbára rẹ; ìwọ fọ́ orí ẹ̀mí búburú nínú omi.
ତୁମ୍ଭେ ଆପଣା ପରାକ୍ରମରେ ସମୁଦ୍ରକୁ ଦୁଇ ଭାଗ କଲ; ତୁମ୍ଭେ ଜଳରେ ନାଗଗଣର ମସ୍ତକ ଭାଙ୍ଗି ପକାଇଲ;
14 Ìwọ fọ́ orí Lefitani túútúú, o sì fi ṣe oúnjẹ fun àwọn ẹ̀dá tí ń gbé inú ijù tìrẹ ni ọ̀sán, tìrẹ sì ni alẹ́ pẹ̀lú; ìwọ fi ìdí oòrùn àti òṣùpá lélẹ̀.
ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲ, ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 Ìwọ ya orísun omi àti ìṣàn omi; Ìwọ mú kí odò tó ń sàn gbẹ.
ତୁମ୍ଭେ ନିର୍ଝର ଓ ପ୍ଲାବନକୁ ବିଭକ୍ତ କଲ; ତୁମ୍ଭେ ମହାନଦୀସବୁ ଶୁଷ୍କ କଲ।
16 Tìrẹ ni ọ̀sán, tìrẹ ni òru pẹ̀lú; ìwọ yà oòrùn àti òṣùpá.
ଦିବସ ତୁମ୍ଭର, ରାତ୍ରି ହିଁ ତୁମ୍ଭର; ତୁମ୍ଭେ ଦୀପ୍ତି ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 Ìwọ pààlà etí ayé; Ìwọ dá ìgbà ẹ̀ẹ̀rùn àti ìgbà òtútù.
ତୁମ୍ଭେ ପୃଥିବୀର ସମସ୍ତ ସୀମା ସ୍ଥାପନ କରିଅଛ; ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 Rántí bí àwọn ọ̀tá ń kẹ́gàn rẹ, Olúwa bí àwọn aṣiwèrè ènìyàn ti ń ba orúkọ rẹ jẹ́.
ହେ ସଦାପ୍ରଭୋ, ଶତ୍ରୁ ଧିକ୍କାର କରିଅଛି ଓ ମୂଢ଼ ଗୋଷ୍ଠୀୟମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ କର।
19 Má ṣe fi ẹ̀mí àdàbà rẹ fún ẹranko igbó búburú; má ṣe gbàgbé ẹ̀mí àwọn ènìyàn rẹ tí a ń pọ́n lójú títí láé.
ତୁମ୍ଭ ଘୁଘୁର ପ୍ରାଣ ବନ୍ୟ ପଶୁକୁ ସମର୍ପଣ କର ନାହିଁ, ଆପଣା ଦୁଃଖୀ ଲୋକର ପ୍ରାଣ ଚିରକାଳ ବିସ୍ମୃତ ହୁଅ ନାହିଁ।
20 Bojú wo májẹ̀mú rẹ, nítorí ibi òkùnkùn ayé kún fún ibùgbé ìkà.
ନିୟମ ପ୍ରତି ଦୃଷ୍ଟି ରଖ; କାରଣ ପୃଥିବୀର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟର ବସତିରେ ପରିପୂର୍ଣ୍ଣ।
21 Má ṣe jẹ́ kí àwọn aninilára padà sẹ́yìn nínú ìtìjú jẹ́ kí àwọn aláìní àti tálákà yin orúkọ rẹ.
ଉପଦ୍ରବଗ୍ରସ୍ତ ଲୋକ ଲଜ୍ଜିତ ହୋଇ ଫେରି ନ ଯାଉ! ଦରିଦ୍ର ଓ ଦୀନହୀନ ତୁମ୍ଭ ନାମର ପ୍ରଶଂସା କରନ୍ତୁ।
22 Dìde, Ọlọ́run, gba ẹjọ́ ara rẹ rò; rántí bí àwọn aṣiwèrè ti ń kẹ́gàn rẹ ní gbogbo ọjọ́.
ହେ ପରମେଶ୍ୱର, ଉଠ, ଆପଣାର ବିବାଦ ନିଷ୍ପନ୍ନ କର; ମୂଢ଼ ଲୋକ କିପରି ସାରାଦିନ ତୁମ୍ଭଙ୍କୁ ଧିକ୍କାର କରୁଅଛି, ସ୍ମରଣ କର।
23 Má ṣe gbàgbé ohùn àwọn ọ̀tá rẹ, bíbú àwọn ọ̀tá rẹ, tí ó ń pọ̀ sí i nígbà gbogbo.
ତୁମ୍ଭ ବିପକ୍ଷଗଣର ରବ ବିସ୍ମୃତ ହୁଅ ନାହିଁ; ତୁମ୍ଭ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କର କଳହ ନିରନ୍ତର ଉଠୁଅଛି।