< Psalms 65 >

1 Fún adarí orin. Saamu ti Dafidi. Orin. Ìyìn ń dúró dè ọ́, Ọlọ́run, ní Sioni; sí ọ ni a ó mú ẹ̀jẹ́ wa ṣẹ.
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ। ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ।
2 Ìwọ tí ó ń gbọ́ àdúrà, gbogbo ènìyàn yóò sì wá sọ́dọ̀ rẹ.
ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ, ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ।
3 Ọ̀ràn àìṣedéédéé borí mi bí ó ṣe ti ìrékọjá wa ni! Ìwọ ni yóò wẹ̀ wọ́n nù kúrò.
ଅପରାଧ ମୋʼ ଉପରେ ପ୍ରବଳ ହୁଏ; ତୁମ୍ଭେ ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ।
4 Ìbùkún ni fún àwọn tí o yàn tí o mú wa láti máa gbé àgọ́ rẹ! A tẹ́ wá lọ́rùn pẹ̀lú ohun rere inú ilé rẹ, ti tẹmpili mímọ́ rẹ.
ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ; ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍‍, ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା।
5 Ìwọ dá wa lóhùn pẹ̀lú ohun ìyanu ti òdodo, Ọlọ́run olùgbàlà wa, ẹni tí ṣe ìgbẹ́kẹ̀lé gbogbo òpin ayé àti àwọn tí ó jìnnà nínú òkun,
ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ; ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ ସମସ୍ତଙ୍କର ବିଶ୍ୱାସଭୂମି ଅଟ।
6 ìwọ tí ó dá òkè nípa agbára rẹ, tí odi ara rẹ ní àmùrè agbára,
ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ;
7 ẹni tí ó mú rírú omi òkun dákẹ́, ríru ariwo omi wọn, àti ìdágìrì àwọn ènìyàn.
ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ।
8 Àwọn tí ó ń gbé òkèrè bẹ̀rù, nítorí àmì rẹ wọ̀n-ọn-nì; ìwọ mú ìjáde òwúrọ̀ àti ti àṣálẹ́ yọ̀, ìwọ pè fún orin ayọ̀.
ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି ଭୀତ ହୁଅନ୍ତି; ତୁମ୍ଭେ ସନ୍ଧ୍ୟାକାଳ ଓ ପ୍ରାତଃକାଳର ଉଦ୍ଗମକୁ ଆନନ୍ଦମୟ କରିଥାଅ।
9 Ìwọ bẹ ayé wò, o sì bomirin; ìwọ mú un ọ̀rọ̀ púpọ̀. Odò Ọlọ́run kún fún omi láti pèsè ọkà fún àwọn ènìyàn, nítorí ibẹ̀ ni ìwọ ti yàn án.
ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ କରିଥାଅ, ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ; ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ; ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ।
10 Ìwọ fi bomirin sí aporo rẹ̀ ìwọ tẹ́ ògúlùtu rẹ̀; ìwọ fi òjò mú ilẹ̀ rẹ̀ rọ̀, o sì bùkún ọ̀gbìn rẹ̀.
ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ କରିଥାଅ; ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ; ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ; ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ;
11 Ìwọ fi oore rẹ dé ọdún ní adé, ọ̀rá ń kán ní ipa ọ̀nà rẹ.
ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇ ଥାଅ ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ।
12 Pápá tútù ní aginjù ń kan àwọn òkè kéékèèké fi ayọ̀ di ara wọn ní àmùrè.
ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି।
13 Agbo ẹran ni a fi wọ pápá tútù náà ní aṣọ; àfonífojì ni a fi ọkà bò mọ́lẹ̀, wọ́n hó fún ayọ̀, wọ́n ń kọrin pẹ̀lú.
ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି; ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି; ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।

< Psalms 65 >