< Psalms 63 >

1 Saamu ti Dafidi. Nígbà tí ó wà nínú aginjù Juda. Ọlọ́run, ìwọ ni Ọlọ́run mi, nígbà gbogbo ni mo ń ṣàfẹ́rí rẹ, òǹgbẹ rẹ ń gbẹ ọkàn mi, ara mi fà sí ọ, ní ilẹ̀ gbígbẹ àti ilẹ̀ tí ń ṣàárẹ̀ níbi tí kò sí omi.
ଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ। ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋʼ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋʼ ଶରୀର ତୁମ୍ଭ ପାଇଁ ଲାଳସା କରେ।
2 Èmi ti rí ọ ní ibi mímọ́, mo rí agbára àti ògo rẹ.
ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି।
3 Nítorí ìfẹ́ rẹ dára ju ayé lọ, ètè mi yóò fògo fún ọ.
କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ; ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ।
4 Èmi ó yìn ọ́ níwọ̀n ìgbà tí mo wà láààyè, èmi ó gbé ọwọ́ sókè, èmi ó sì pe orúkọ rẹ.
ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି;
5 A ó tẹ́ ọkàn mi lọ́rùn bí ọlọ́ràá oúnjẹ; pẹ̀lú ètè ìyìn, ẹnu mi yóò yìn ọ́.
ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ ଓ ମୋʼ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ।
6 Nígbà tí mo rántí rẹ lórí ibùsùn mi; èmi ń ronú rẹ títí ìṣọ́ òru.
ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ।
7 Nítorí ìwọ ni ìrànlọ́wọ́ mi, mo kọrin níbi òjìji ìyẹ́ apá rẹ.
କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି।
8 Ọkàn mí fà sí ọ: ọwọ́ ọ̀tún rẹ gbé mi ró.
ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ।
9 Àwọn tí ó ń wá ọkàn mí ni a ó parun; wọn ó sọ̀kalẹ̀ lọ sí ìsàlẹ̀ ilẹ̀ ayé.
ମାତ୍ର ଯେଉଁମାନେ ମୋʼ ପ୍ରାଣନାଶର ଚେଷ୍ଟା କରନ୍ତି, ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ।
10 Wọn ó ti ọwọ́ idà ṣubú wọn ó sì di jíjẹ fún kọ̀lọ̀kọ̀lọ̀.
ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ; ସେମାନେ ଶୃଗାଳର ଖାଦ୍ୟ ହେବେ।
11 Ṣùgbọ́n ọba yóò yọ̀ nínú Ọlọ́run ẹni tí ó fi orúkọ Ọlọ́run búra yóò ṣògo ṣùgbọ́n ẹnu àwọn òpùrọ́ la ó pamọ́.
ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ; କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।

< Psalms 63 >