< Psalms 60 >
1 Fún adarí orin. Tí ohùn “Lílì ti Májẹ̀mú.” Miktamu ti Dafidi. Fún ìkọ́ni. Nígbà tí ó bá Aramu-Naharaimu àti Siria-Soba jà, àti nígbà tí Joabu yípadà tí ó sì pa ẹgbẹ̀rún méjìlá àwọn ará Edomu ní àfonífojì Iyọ̀. Ìwọ ti kọ̀ wá sílẹ̀, Ọlọ́run, ìwọ ti tú wa ká, ìwọ ti bínú nísinsin yìí, tún ara rẹ yípadà sí wa.
ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍-ଏଦୁତ୍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍; ଅରାମନହରୟିମ୍ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
2 Ìwọ ti mú ilẹ̀ wárìrì, ìwọ ti fọ́ ọ; mú fífọ́ rẹ̀ bọ̀ sípò, nítorí tí ó mì.
ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ; ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳଟଳ ହେଉଅଛି।
3 Ìwọ ti fi ìgbà ewu han àwọn ènìyàn rẹ; ìwọ fún wa ní wáìnì tí ó máa ń ta wá gbọ̀nọ́ngbọ̀nọ́n.
ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ; ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ।
4 Àwọn tí ó bẹ̀rù rẹ̀, ní ìwọ fi ọ̀págun fún kí a lè fihàn nítorí òtítọ́. (Sela)
ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। (ସେଲା)
5 Fi ọwọ́ ọ̀tún rẹ gbà wá, kí o sì ràn wá lọ́wọ́, kí a lè gba àwọn tí o fẹ́ là.
ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ।
6 Ọlọ́run ti sọ̀rọ̀ láti ibi mímọ́ rẹ̀: “Ní ayọ̀, èmi ó pọ Ṣekemu jáde èmi ó sì wọ́n àfonífojì Sukkoti.
ପରମେଶ୍ୱର ଆପଣା ପବିତ୍ର ସ୍ଥାନରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍କୋତ ଉପତ୍ୟକାକୁ ମାପିବା।
7 Tèmi ni Gileadi, tèmi sì ni Manase; Efraimu ni àṣíborí mi, Juda sì ni ọ̀pá àṣẹ mi.
ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର; ମଧ୍ୟ ଇଫ୍ରୟିମ ଆମ୍ଭ ମସ୍ତକର ଆଶ୍ରୟ; ଯିହୁଦା ଆମ୍ଭର ରାଜଦଣ୍ଡ।
8 Moabu ní ìkòkò ìwẹsẹ̀ mi, lórí Edomu ní mo bọ́ bàtà mi sí; lórí Filistia ni mo kígbe ayọ̀.”
ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର; ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା; ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚଧ୍ୱନି କର।”
9 Ta ni yóò mú mi wá sí ìlú olódi nì? Ta ni yóò tọ́ mí lọ sí Edomu?
କିଏ ମୋତେ ଦୃଢ଼ ନଗରକୁ ଆଣିବ? କିଏ ମୋତେ ଇଦୋମ ଦେଶ ପର୍ଯ୍ୟନ୍ତ କଢ଼ାଇ ନେବ?
10 Kì í ha ń ṣe ìwọ, Ọlọ́run, tí ó ti kọ̀ wá sílẹ̀ tí o kò sì bá ogun wa jáde mọ́?
ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ? ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
11 Fún wa ní ìrànlọ́wọ́ lórí àwọn ọ̀tá, nítorí asán ni ìrànlọ́wọ́ ènìyàn.
ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା।
12 Nípa Ọlọ́run ni a óò ní ìṣẹ́gun, yóò sì tẹ àwọn ọ̀tá wa mọ́lẹ̀.
ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।