< Psalms 59 >
1 Fún adarí orin. Tí ohùn orin “Má ṣe parun.” Ti Dafidi. Miktamu. Nígbà tí Saulu rán àwọn olùṣọ́ sí ilé Dafidi kí òun bá le rí i pa. Gbà mí lọ́wọ́ àwọn ọ̀tá à mi, Ọlọ́run; dáàbò bò mí kúrò lọ́dọ̀ àwọn tí ó dìde sí mi.
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ। ହେ ମୋହର ପରମେଶ୍ୱର, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।
2 Gbà mí lọ́wọ́ àwọn oníṣẹ́ búburú kí o sì gbà mí lọ́wọ́ àwọn ènìyàn tí ń pòǹgbẹ ẹ̀jẹ̀.
ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର, ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
3 Wò ó, bí wọ́n ṣe ba ní bùba dè mí! Àwọn alágbára ń gbìmọ̀ lòdì sí mi kì í ṣe nítorí ìrékọjá mi tàbí ẹ̀ṣẹ̀ mí, Olúwa.
କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି; ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି; ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ।
4 Èmi kò ṣe àìṣedéédéé kan, síbẹ̀ wọ́n sáré wọ́n ṣetán láti kọlù mí. Dìde fún ìrànlọ́wọ́ mi, kí o sì wo àìlera mi.
ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି; ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର।
5 Olúwa Ọlọ́run Alágbára, Ọlọ́run Israẹli, dìde fún ara rẹ kí o sì bá àwọn orílẹ̀-èdè wí; má ṣe ṣàánú fún àwọn olùrékọjá búburú nì. (Sela)
ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ; କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ। (ସେଲା)
6 Wọ́n padà ní àṣálẹ́, wọ́n ń gbó bí àwọn ajá, wọ́n ń rìn yí ìlú náà káàkiri.
ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତି ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି।
7 Kíyèsi ohun tí wọ́n tú jáde ní ẹnu: wọn ń tú idà jáde láti ètè wọn, wọ́n sì wí pé, “Ta ni ó lè gbọ́ ọ̀rọ̀ wa?”
ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି; ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ; କାରଣ ସେମାନେ କହନ୍ତି, “କିଏ ଆମ୍ଭମାନଙ୍କୁ ଶୁଣିବ?”
8 Ṣùgbọ́n ìwọ, Olúwa, yóò fi wọ́n rẹ́rìn-ín, Ìwọ ó yọ ṣùtì sí gbogbo àwọn orílẹ̀-èdè.
ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କ ପ୍ରତି ହସିବ; ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ।
9 Ìwọ agbára mi, èmi ó máa kọrin ìyìn sí ọ; nítorí ìwọ Ọlọ́run ni ààbò mi,
ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି; କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।
10 Ọlọ́run àánú mi ni yóò ṣáájú mi. Ọlọ́run yóò sì jẹ́ kí èmi rí ìfẹ́ mi lára àwọn ọ̀tá mi. Yóò sì jẹ́ kí n yọ ayọ̀ ìṣẹ́gun lórí ìfẹ́ àwọn ọ̀tá mi.
ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ; ପରମେଶ୍ୱର ମୋʼ ଶତ୍ରୁମାନଙ୍କ ଉପରେ ମୋʼ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।
11 Ṣùgbọ́n má ṣe pa wọ́n, Olúwa asà wa, kí àwọn ènìyàn mi má ba à gbàgbé. Nínú agbára rẹ, jẹ́ kí wọn máa rìn kiri, kí o sì rẹ̀ wọ́n sílẹ̀.
ସେମାନଙ୍କୁ ବଧ କର ନାହିଁ, କେଜାଣି ମୋʼ ଲୋକମାନେ ପାସୋରି ଯିବେ; ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୋ, ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର।
12 Nítorí ẹ̀ṣẹ̀ ẹnu wọn, ní ọ̀rọ̀ ètè wọn, kí a mú wọn nínú ìgbéraga wọn. Nítorí èébú àti èké tí wọn ń sọ,
ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ, ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।
13 pa wọ́n run nínú ìbínú, run wọ́n di ìgbà tí wọn kò ní sí mọ́. Nígbà náà ni yóò di mí mọ̀ dé òpin ayé pé Ọlọ́run jẹ ọba lórí Jakọbu. (Sela)
ଯେପରି ସେମାନେ ଆଉ ନ ଥିବେ, ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର; ପୁଣି, ପରମେଶ୍ୱର ଯେ ଯାକୁବ ମଧ୍ୟରେ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ। (ସେଲା)
14 Wọ́n padà ní àṣálẹ́, wọn ń gbó bí àwọn ajá wọ́n ń rin ìlú náà káàkiri.
ଆଉ, ସେମାନେ ସନ୍ଧ୍ୟା ବେଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତୁ ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ।
15 Wọ́n ń rin kiri fún oúnjẹ wọ́n sì ń yán nígbà tí wọn kò yó.
ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ। ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ।
16 Ṣùgbọ́n èmi ó kọrin agbára rẹ, n ó kọrin ìfẹ́ rẹ ní òwúrọ̀; nítorí ìwọ ni ààbò mi, ibi ìsádi mi ní ìgbà ìpọ́njú.
ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି; କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ।
17 Ìwọ agbára mi, èmi ó kọrin ìyìn sí ọ; ìwọ, Ọlọ́run, ààbò mi, Ọlọ́run ìfẹ́ mi.
ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି; ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।